ଭୀମକୁଣ୍ଡ: ଭିତ୍ତିଭୂମି ଅଛି ବିକାଶ ନାହିଁ

ପାଟଣା,୧।୧: କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାନ୍ତ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ। ବର୍ଷ ତମାମ ପର୍ଯ୍ୟଟକଙ୍କ କୋଳାହଳରେ ଏହି ଅଞ୍ଚଳ କମ୍ପିଉଠେ। ୧୯୯୨ରୁ ଓଡ଼ିଶା ସରକାର ଏକପାଖିଆ ଭାବେ ଭୀମକୁଣ୍ଡକୁ ମୟୂରଭଞ୍ଜ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିଛନ୍ତି। ଫଳରେ କେନ୍ଦୁଝରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ପର୍ଯ୍ୟଟନସ୍ଥଳୀ ଭିତ୍ତିଭୂମିର ବିକାଶ ଆଦୌ ସନ୍ତୋଷଜନକ ନୁହେଁ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ସେଭଳି କୌଣସି ସୁବିଧା ନାହିଁ। ଫଳରେ ରାଜ୍ୟ ବାହାରେ ଏହାର ଯଥେଷ୍ଟ ପ୍ରଚାର ପ୍ରସାର ହୋଇପାରୁ ନାହିଁ।
ନଦୀ କେନ୍ଦୁଝର ଓ ମୟୁରଭଞ୍ଜ ଜିଲା ସୀମାର ଦନ୍ତୁରିତ ପ୍ରସ୍ତର ମାଳା ଦେଇ ପ୍ରବାହିତ ହେଉଛି। ପାଟଣା ତହସିଲ ଅନ୍ତର୍ଗତ ଡୁମୁରୀଆ ରାଜସ୍ବ ସର୍କଲ ଅଧୀନ ଘାଟ ବାଲିଯୋଡ଼ିଠାରେ ଦୁଇଟି ପାହାଡ଼ର ସଂକୀର୍ଣ୍ଣ ଫାଙ୍କ ଦେଇ ୩୦ ଫୁଟ୍‌ ଉପରୁ ବୈତରଣୀ କ୍ଷିପ୍ରଗତିରେ ଭୂଲମ୍ପ ଦେଉଛି। ଫଳରେ ସେଠାରେ ଦୁଇଟି ଜଳପ୍ରପାତ ସୃଷ୍ଟି ହୋଇଛି। ତାହା ସାନକୁଣ୍ଡ ଓ ବଡ଼କୁଣ୍ଡ ଭାବେ ପରିଚିତ। ଭୀମକୁଣ୍ଡର ଘର୍ଘର ଶବ୍ଦ ଆଉ ନିକଟସ୍ଥ ଅଟେଇ ସଂରକ୍ଷିତ ଘଞ୍ଚ ବନାନୀ ପ୍ରକୃତିର ପରିବେଶକୁ ଆହୁରି ମନୋରମ କରି ଗଢ଼ି ତୋଳିଛି।
ରମଣୀୟ ପରିବେଶ ପ୍ରକୃତି ପ୍ରେମୀଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ବଣଭୋଜି ପାଇଁ ଏହା ଏକ ସୁନ୍ଦର ସ୍ଥଳୀ ଭାବେ ଜଣାଶୁଣା। ଆଧ୍ୟାତ୍ମିକ ଦୃଷ୍ଟିରୁ ଏହି ଜଳପ୍ରପାତ ହିନ୍ଦୁ ମାନଙ୍କ ପାଇଁ ଏକ ପବିତ୍ରସ୍ଥାନ ଭାବେ ବିବେଚିତ ହୋଇଥାଏ। ଏଠାରେ ବୈତରଣୀ ନଦୀ ଦକ୍ଷିଣାବର୍ତ୍ତ ହୋଇଥିବାରୁ ପିତୃପୁରୁଷଙ୍କୁ ପିଣ୍ଡ ପ୍ରଦାନ ପାଇଁ ଏହା ଏକ ପ୍ରକୃଷ୍ଟ କ୍ଷେତ୍ର ଭାବେ ପ୍ରସିଦ୍ଧି ରହିଛି। ଏଠାରେ ମକର ସଂକ୍ରାନ୍ତିରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଥାନ୍ତି। ଏଠାରେ ମକରମେଳା ଓ ଟୁସୁ ବିସର୍ଜନ ମଧ୍ୟ ହୋଇଥାଏ। କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ବନବାସକାଳରେ କିଛିକାଳ ଏଠାରେ ଅବସ୍ଥାନ କରିଥିଲେ। ଅଜ୍ଞାତବାସ ସମୟରେ ଦ୍ୱିତୀୟ ପାଣ୍ଡବ ଭୀମସେନ ଏହି କୁଣ୍ଡରେ ସ୍ନାନ କରିଥିବାର ଲୋକଶ୍ରୂତି ରହିଛି। ଏଠାରେ ଥିବା ତୀର୍ଥେଶ୍ୱର ମହାଦେବ ମନ୍ଦିର, ଭୀମସେନଙ୍କ ସୁଉଚ୍ଚ ମୂର୍ତ୍ତି, ରୁଙ୍ଗଟା କମ୍ପାନୀ ତରଫରୁ ନିର୍ମିତ ଏକ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ସୁରମ୍ୟ ୱାଚ ଟାୱାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।

(ବୀର କିଶୋର ଦାଶ)


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?