କେନ୍ଦୁଝର

ପତ୍ନୀହନ୍ତା ସ୍ବାମୀ ଗିରଫ

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣିଘାଟି ପଞ୍ଚାୟତ ଜାମୁଳେଇ ବେଡା ଗ୍ରାମର ପତ୍ନୀହନ୍ତା ସ୍ବାମୀଙ୍କୁ ଘଟଗାଁ ପୋଲିସ ଗିରଫ କରିଛି। ଏହାପରେ ଉକ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଜାମୁଳେଇ ବେଡା ଗ୍ରାମରେ…

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ

ବଡବିଲ,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳରେ ଏକ ଲଜ୍ଜାକର ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କେନ୍ଦୁଝର ପଠାଯାଇଛି। ଏନେଇ ଥାନାରେ କୌଣସି…

୬ ସ୍କୁଲ ବସକୁ ଜରିମାନା

ପାଟଣା,୨୩।୪(ସ୍ବ.ପ୍ର.): ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସ୍କୁଲ ବସ୍‌ଗୁଡ଼ିକର ଯାଞ୍ଚ କରାଯାଉଛି। କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପାଟଣାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ଜାଭିୟର ପବ୍ଲିକ ସ୍କୁଲର ୬ଟି ବସ୍‌ରୁ ୭୬ ହଜାର ୫୬୩ ଟଙ୍କାର ଚାଲାଣ…

‘୨୦୨୩ ଡିସେମ୍ବରରେ ସରିବ କାନପୁର ଡ୍ୟାମ୍‌ କାମ’

ଯୋଡ଼ା/କେନ୍ଦୁଝର,୨୩।୪ (ଡି.ଏନ.ଏ./ସ୍ବ.ପ୍ର.) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲାର କାନ୍‌ପୁର ଜଳସେଚନ ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା କେନାଲ ମାଧ୍ୟମରେ…

କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ

ବଡ଼ବିଲ,୨୪।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଗସ୍ତରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଅନୁ ଗର୍ଗ ଯାଇଛନ୍ତିି। ସକାଳେ ଚମ୍ପୁଆ, ଚିମଳାଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ…

କାଳବୈଶାଖୀରେ ଉଡ଼ିଗଲା ହଷ୍ଟେଲ ଛପର

ପାଟଣା/ଢେଙ୍କିକୋଟ, ୨୨।୪(ସ୍ବ.ପ୍ର./ଡି.ଏନ.ଏ.) କେନ୍ଦୁଝର ଜିଲା ପାଟଣା ଓ ଢେଙ୍କିକୋଟ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଝଡ଼ବର୍ଷା ସାଙ୍ଗକୁ ପବନରେ ପାଟଣା ବ୍ଲକରେ ବାଉଁଶୁଳି ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସର ଆଜବେଷ୍ଟସ ଛପର ଉଡ଼ିଯାଇଛି। ଛାତ୍ରାବାସରେ ଥିବା ୨୨…

ଅଟୋକୁ ଧକ୍କା ଦେଲା ହାଇଓ୍ବା: ୩ ମୃତ, ଜଣେ ଗୁରୁତର

ଆନନ୍ଦପୁର,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡ଼ପଡ଼ା ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚିପ୍ସ ବୋଝେଇ ହାଇଓ୍ବା ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା…

ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡିରେ ଆଣି ମାନବିକତା ଦେଖାଇଲେ ବିଡିଓ

ଚମ୍ପୁଆ, ୨୧।୪(ଡି.ଏନ୍‌.ଏ.): ଅଫିସ କାର୍ଯ୍ୟରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡିରେ ଆଣି ମାନବିକତାର ନିଦର୍ଶନ ଦେଖାଇଛନ୍ତି ଚମ୍ପୁଆ ବିଡିଓ ଜ୍ୟୋତ୍ସ୍ନା ନାଏକ। ଖୁବ୍‌କମ୍‌ ଦିନ ଭିତରେ ଚମ୍ପୁଆ ବ୍ଲକର ଦାୟିତ୍ୱ ନେଇଥିବା ଜ୍ୟୋତ୍ସ୍ନାଙ୍କ ମାନବିକତା ପାଇଁ ତାଙ୍କୁ ଜନସାଧାରଣ ସାଧୁବାଦ…

ବୈତରଣୀରୁ ବାଲି ଚୋରାଚାଲାଣ

କେନ୍ଦୁଝର,୨୦ା୪(ସ୍ବ.ପ୍ର.): ପାଟଣା ଓ ସାହାରପଡ଼ା ତହସିଲ ଅଞ୍ଚଳ ଦେଇଯାଇଥିବା ବୈତରଣୀ ନଦୀପଠାରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ଚାଲିଥିବା ଜଣାପଡ଼ିଛି। ଏବେ ମଧ୍ୟ କିଆପଡ଼ା ଓ ପାଟନାଳି ଗ୍ରାମ ନିକଟରେ ବହୁ ପରିମାଣରେ ବାଲି ଗଛିତ ରହିଛି। ଏନେଇ ଧରପଗଡ଼ କରି…

କୁକୁଡ଼ା ଫାର୍ମରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ହାଟଡିହୀ,୨୦ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ବଡ଼ରମ୍ପାସ ଗ୍ରାମଠାରୁ ଅନତି ଦୂରରେ ଅବସ୍ଥିତ କେନାଲ ନିକଟ ଏକ କୁକୁଡ଼ା ଫାର୍ମରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି l ମୃତକଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ ବୋଲି ଅନୁମାନ…

ବଡ଼ବିଲରେ ଫାଙ୍କା ଗୁଳିଚାଳନା: ୨.୭ ଲକ୍ଷ ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର

ବଡବିଲ,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଠାକୁରାଣୀସ୍ଥିତ ଲୌହ ଖଣିର ମୁଖ୍ୟ ଫାଟକ ନିକଟରେ ଥିବା ଏକ ଖଣିଜ ପରିବହନକାରୀ ସଂସ୍ଥାର ଅସ୍ଥାୟୀ କାର୍ଯ୍ୟାଳୟରୁ ସୋମବାର ପୂର୍ବାହ୍ନରେ ଲୁଟ୍‌ ହୋଇଛି। ସୂଚନାନୁଯାୟୀ, ପୂର୍ବାହ୍ନରେ ଏକ କଳାରଙ୍ଗର ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ…

କମିଶନଙ୍କଠାରେ ହାଜର ହେବେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୧୮।୪(ସ୍ବ.ପ୍ର.), ୧୮।୪: ଜାତୀୟ ଜନଜାତି କମିଶନଙ୍କଠାରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ହାଜର ହେବେ। ତେବେ ଜିଲାପାଳଙ୍କୁ ହାଜର କରାଇବାକୁ ପୋଲିସ ଡିଜି ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କେନ୍ଦୁଝର ଆଦିବାସୀ ସଂଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?