ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡିରେ ଆଣି ମାନବିକତା ଦେଖାଇଲେ ବିଡିଓ

ଚମ୍ପୁଆ, ୨୧।୪(ଡି.ଏନ୍‌.ଏ.): ଅଫିସ କାର୍ଯ୍ୟରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡିରେ ଆଣି ମାନବିକତାର ନିଦର୍ଶନ ଦେଖାଇଛନ୍ତି ଚମ୍ପୁଆ ବିଡିଓ ଜ୍ୟୋତ୍ସ୍ନା ନାଏକ। ଖୁବ୍‌କମ୍‌ ଦିନ ଭିତରେ ଚମ୍ପୁଆ ବ୍ଲକର ଦାୟିତ୍ୱ ନେଇଥିବା ଜ୍ୟୋତ୍ସ୍ନାଙ୍କ ମାନବିକତା ପାଇଁ ତାଙ୍କୁ ଜନସାଧାରଣ ସାଧୁବାଦ ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ବୁଧବାର କାଳିକାପ୍ରସାଦ ଡଙ୍ଗାକଟା ନାଳ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ବାଇକ୍‌ରେ ବିନୋଦ ଗିରି ଓ ତାଙ୍କ ଭଉଣୀ ଟୁରି ସାନନଈ ଯାଉଥିଲେ। ହଠାତ୍‌ ବ୍ରେକ୍‌ ମାରିବାରୁ ବାଇକ୍‌ରୁ ଉଭୟ ଛିଟିକି ପଡିଥିଲେ। ଫଳରେ ଟୁରି ଗିରିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସମାନ ଦିଗରୁ ଅଫିସ କାର୍ଯ୍ୟରୁ ଫେରୁଥିବା ବିଡିଓ ଏହା ଦେଖି ତୁରନ୍ତ ଟୁରିଙ୍କୁ ଉଦ୍ଧାର କରି ନିଜ ଗାଡିରେ ଚମ୍ପୁଆ ଡାକ୍ତରଖାନା ପହଞ୍ଚାଇବା ସହିତ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତର ଭୀଷ୍ମ ପରିଡାଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ବୈତରଣୀ ଜଳସ୍ତର

ଆନନ୍ଦପୁର,୨୧ା୮(ସ୍ବ.ପ୍ର.): ବଙ୍ଗୋପସାଗରରେ ଲଘୁଚାପକୁ ଆଧର କରି କେନ୍ଦୁଝର ଜିଲାକୁ ରେଡ ଓ୍ବାର୍ନିଂ ତାଲିକା ଭୁକ୍ତ କରାଯାଇଥିଲା। ଆନନ୍ଦପୁର ଠାରେ ବର୍ଷାର ପ୍ରଭାବ କମ୍‌ ରହିଥିଲେ ସୁଦ୍ଧା...

ଗଛ ମୂଳେ ଆଶ୍ରୟ ନେବା ହେଲା କାଳ

ଆନନ୍ଦପୁର/ଘସିପୁରା,୨୭। ୬: ରବିବାର ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ...

ହଷ୍ଟେଲରେ ରାତ୍ରିଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର,୨୭।୨(ସ୍ବ.ପ୍ର.): ସଦର ବ୍ଲକ ତଳକୁସୁମିତା ଗ୍ରାମରେ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ବୁଧବାର ରାତ୍ରିଭୋଜନ ଖାଇ ଝାଡ଼ାବାନ୍ତିରେ ୯...

ଲ୍ୟାମ୍ପ କର୍ମଚାରୀଙ୍କୁ କାର୍ଯ୍ୟଳୟରେ ତାଲା ପକାଇ ଧାରଣାରେ ବସିଲେ ଚାଷୀ

ପାଟଣା,୨୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ସମବାୟ ସମିତି କେନ୍ଦେଇ ପଶି ଶାଖା ଅଧୀନର ୨୨ ଜଣ ଚାଷୀ ଧାନ ବିକ୍ରିକରି ନ ପାରିବାରୁ ଲ୍ୟାମ୍ସ...

୨ ସରକାରୀ ବସ୍‌କୁ ଅଟକ ରଖିଲେ ଡ୍ରାଇଭର ସଂଘ: ଯାତ୍ରୀ ହଇରାଣ

ପାଟଣା,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ସଂଘ ତରଫରୁ ବୁଧବାର ବନ୍ଦ ଡାକରା ଦିଆଯାଇଛି। ଡ୍ରାଇଭର ମହାସଂଘ ଡାକରାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ...

ସର୍ଭିସ ରୋଡ୍‌ରେ ବେଆଇନ ପାର୍କିଂ

କେନ୍ଦୁଝର,୨୬ା୮ (ସ୍ବ.ପ୍ର.): କେନ୍ଦୁଝର ସହର ନିକଟ ଏନ୍‌ଏଚ୍‌ ୪୯ର ଗଉଡୁଣିବେଡ଼ା-ଧ୍ରୂପଦା ସର୍ଭିସ ରୋଡରେ ବେଆଇନ ଗାଡ଼ି ପାର୍କିଂ ଯୋଗୁ ଏହି ରାସ୍ତା ଉପରେ ଚଳପ୍ରଚଳ କରୁଥିବା...

ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ

ଆନନ୍ଦପୁର,୨୩ା୧(ସ୍ବ.ପ୍ର.)  କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ବାଲି ସଇରାତର ଷ୍ଟାଟସ୍‌କୁ ଦେଖିଲେ ସ୍ପଷ୍ଟ ହୋଇଯିବ ଯେ, ଅଧିକାରୀଙ୍କ ଉଦାସୀନତା ପାଇଁ ସରକାର କୋଟି କୋଟି ଟଙ୍କାର...

ଦୁର୍ଘଟଣାରେ ଚାଲିଗଲା କେନ୍ଦ୍ରୀୟ ଅଧିକାରୀଙ୍କ ଜୀବନ

ଆନନ୍ଦପୁର,୩୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ ଦରଖଳାଠାରେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିବା...

Advertisement
Archives

Model This Week