ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡିରେ ଆଣି ମାନବିକତା ଦେଖାଇଲେ ବିଡିଓ

ଚମ୍ପୁଆ, ୨୧।୪(ଡି.ଏନ୍‌.ଏ.): ଅଫିସ କାର୍ଯ୍ୟରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡିରେ ଆଣି ମାନବିକତାର ନିଦର୍ଶନ ଦେଖାଇଛନ୍ତି ଚମ୍ପୁଆ ବିଡିଓ ଜ୍ୟୋତ୍ସ୍ନା ନାଏକ। ଖୁବ୍‌କମ୍‌ ଦିନ ଭିତରେ ଚମ୍ପୁଆ ବ୍ଲକର ଦାୟିତ୍ୱ ନେଇଥିବା ଜ୍ୟୋତ୍ସ୍ନାଙ୍କ ମାନବିକତା ପାଇଁ ତାଙ୍କୁ ଜନସାଧାରଣ ସାଧୁବାଦ ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ବୁଧବାର କାଳିକାପ୍ରସାଦ ଡଙ୍ଗାକଟା ନାଳ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ବାଇକ୍‌ରେ ବିନୋଦ ଗିରି ଓ ତାଙ୍କ ଭଉଣୀ ଟୁରି ସାନନଈ ଯାଉଥିଲେ। ହଠାତ୍‌ ବ୍ରେକ୍‌ ମାରିବାରୁ ବାଇକ୍‌ରୁ ଉଭୟ ଛିଟିକି ପଡିଥିଲେ। ଫଳରେ ଟୁରି ଗିରିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସମାନ ଦିଗରୁ ଅଫିସ କାର୍ଯ୍ୟରୁ ଫେରୁଥିବା ବିଡିଓ ଏହା ଦେଖି ତୁରନ୍ତ ଟୁରିଙ୍କୁ ଉଦ୍ଧାର କରି ନିଜ ଗାଡିରେ ଚମ୍ପୁଆ ଡାକ୍ତରଖାନା ପହଞ୍ଚାଇବା ସହିତ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତର ଭୀଷ୍ମ ପରିଡାଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୬ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

ସରକାରୀ ସହାୟତା ଅପେକ୍ଷାରେ ୩ ଜୁଆଙ୍ଗ ଅନାଥ ଶିଶୁ

କେନ୍ଦୁଝର,୧୫ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ କୋଡ଼ିପଶା ପଞ୍ଚାୟତର ଦୁଆରଶୁଣି ଗ୍ରାମର କାହ୍ନୁ ଜୁଆଙ୍ଗଙ୍କ ବାପା ମା’ ଛେଉଣ୍ଡ ତିନି ସନ୍ତାନଙ୍କୁ ସହାୟତା ଦେବାକୁ ଦାବି…

ସାନକୁଣ୍ଡ ଜଳପ୍ରପାତରେ ଫସି ରହିଛନ୍ତି ବୃଦ୍ଧା, ପଥରଖଣ୍ଡକୁ ଧରି ଝୁଲି ରହି…

ପାଟଣା,୧୫ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଡୁମୁରିଆ ଆର୍‌ଆଇ ସର୍କଲ ଘାଟ ବାଲିଯୋଡ଼ି ସ୍ଥିତ ବୈତରଣୀ ନଦୀର ସାନକୁଣ୍ଡରେ ଶୁକ୍ରବାର ଜଣେ ବୃଦ୍ଧା ବିପଜ୍ଜନକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri