‘୨୦୨୩ ଡିସେମ୍ବରରେ ସରିବ କାନପୁର ଡ୍ୟାମ୍‌ କାମ’

ଯୋଡ଼ା/କେନ୍ଦୁଝର,୨୩।୪ (ଡି.ଏନ.ଏ./ସ୍ବ.ପ୍ର.) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲାର କାନ୍‌ପୁର ଜଳସେଚନ ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା କେନାଲ ମାଧ୍ୟମରେ ପ୍ରାୟ ୩୦ହଜାର ହେକ୍ଟର ଏବଂ ପାଇପ୍‌ ଯୋଗେ ଉଠାଜଳସେଚନ ଦ୍ୱାରା ପ୍ରାୟ ୧୦ହଜାର ହେକ୍ଟର ଏହିପରି ସମୁଦାୟ ୪୦ହଜାର ହେକ୍ଟର ଜମି ଜଳସେଚିତ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦୁଝର ଗସ୍ତ ଅବସରରେ ସୂଚନା ଦେଇଛନ୍ତି।
ଶାସନ ସଚିବ ମହାପାତ୍ରଙ୍କ ସହ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ ଅନୁ ଗର୍ଗ ଏବଂ ୫-ଟି ଶାସନ ସଚିବ ଭି.କେ. ପାଣ୍ଡିଆନ୍‌ ଚମ୍ପୁଆର ଚିମଳାଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ସେଠାରୁ ସଡ଼କ ପଥରେ ବାସୁଦେବପୁରଠାରେ ନିର୍ମାଣାଧୀନ କାନ୍‌ପୁର ଡ୍ୟାମ୍‌ ଅଞ୍ଚଳକୁ ଯାଇ ପରିଦର୍ଶନ କରିଥିଲେ। ପରେ ସ୍ଥାନୀୟ ହିଲ୍‌ଟପ୍‌ ଗେଷ୍ଟହାଉସ୍‌ଠାରେ ସମ୍ପୃୃକ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀ ଏବଂ ଡ୍ୟାମ୍‌ ନିର୍ମାଣରେ ନିୟୋଜିତ ଯନ୍ତ୍ରୀମାନଙ୍କ ସହ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ କାର୍ଯ୍ୟାନ୍ବୟନ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡ୍ୟାମ୍‌ ନିକଟରେ ନିର୍ମାଣାଧିନ ଜାତୀୟ ରାଜପଥ ପୋଲ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ କରିବା ପାଇଁ ଜାତୀୟ ରାଜପଥ ଯନ୍ତ୍ରୀମାନଙ୍କୁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବୈଠକ ପରେ ଏହି ଟିମ୍‌ ସ୍ଥାନୀୟ ବାସୁଦେବପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସହ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର ସୁଫଳ ବିଷୟରେ ସିଧାସଳଖ ଆଲୋଚନା କରିଥିଲେ। ଏହି ସମୟରେ ଟିମ୍‌ ମଧ୍ୟ ମଧ୍ୟାହ୍ନ ଭୋଜନର ଗୁଣାତ୍ମକମାନ ପରଖିବା ସହ ଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ। କ୍ରୀଡ଼ା ଭିତ୍ତିଭୂମି ମଧ୍ୟ ଯାଞ୍ଚ କରିଥିଲେ।
ସମୟରେ ମୁଖ୍ୟ ଶାସନ ସଚିବ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଯୋଡା ବ୍ଲକ୍‌ର ବାସୁଦେବପୁରଠାରେ ବୈତରଣୀ ନଦୀ ଉପରେ ନିର୍ମାଣ ହେଉଥିବା ଏହି ଡ୍ୟାମ୍‌ ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଏବଂ ଯୋଡା ବ୍ଲକ୍‌ ଅଧୀନ ୨୪୪ଟି ଗ୍ରାମର ଅଧିବାସୀମାନେ ଉପକୃତ ହେବେ। ଜିଲାର ପ୍ରତି ଘରକୁ ପାଇପ୍‌ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି ା ୨୦୨୩ ମାର୍ଚ୍ଚ ସୁଦ୍ଧା ସମସ୍ତ ଘରକୁ ପାଇପ୍‌ ଯୋଗେ ଜଳଯୋଗାଣ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ବାସୁଦେବପୁରସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି ବୋଲି ମହାପାତ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଆଶିଷ ଠାକରେ, ପୋଲିସ୍‌ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚଯନ୍ତ୍ରୀ ବିଜୟ କୁମାର ମିଶ୍ର, ଓଡ଼ିଶା ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଭୂତିଭୂଷଣ ଦାଶ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌.ଡି., କାନପୁର ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି, ଚମ୍ପୁଆ ଉପଜିଲାପାଳଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri