ଅଟୋକୁ ଧକ୍କା ଦେଲା ହାଇଓ୍ବା: ୩ ମୃତ, ଜଣେ ଗୁରୁତର

ଆନନ୍ଦପୁର,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡ଼ପଡ଼ା ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚିପ୍ସ ବୋଝେଇ ହାଇଓ୍ବା ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି। ଅନ୍ୟ ଜଣେ ଆହତଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ମୃତକହେଲେ ହାଟଡିହୀ ବ୍ଲକ ଜାବିନପୁର ଗ୍ରାମର ଟୁକୁନା ମୁଣ୍ଡା(୪୫), ସନା ମୁଣ୍ଡା(୪୭) ଓ ଆଚି ମୁଣ୍ଡା(୩୮)। ଗୁରୁତର ସୋମବାରି ମୁଣ୍ଡା(୪୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଜଳସରପୁର ଗ୍ରାମର ଅଟୋ ଚାଳକ ଓକିଲ ଯେନା (୩୬) ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ମୟୂରଭଞ୍ଜର ସାତକୋଶିଆ ଅଞ୍ଚଳରୁ ୪ ଜଣ ଯାତ୍ରୀଙ୍କୁ ନେଇ ଏକ ଅଟୋ ହାଟଡିହୀ ବ୍ଲକ ଜାବିନପୁର ଅଞ୍ଚଳକୁ ଆସୁଥିଲ। ଏହି ସମୟରେ ଆନନ୍ଦପୁର ଥାନା ଅଧୀନ କୋଡପଡା ଛକରେ ଚିପ୍ସ ବୋଝେଇ ହାଇଓ୍ବା ଅଟୋକୁ ଧକ୍କା ଦେଇଥିଲା। ଖବରପାଇ ଘଟଣାସ୍ଥଳରେ ଆନନ୍ଦପୁର ଅଗ୍ନିଶମ ବିଭାଗ ଅଧିକାରୀ ପ୍ରତାପ ସିଂହଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚ ଆହତଙ୍କୁ ଉଦ୍ଧାର କରିଥିଲେ। ଆନନ୍ଦପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ବାଣ୍ଟିଲେ ଖଇରା ଥାନା ଆଇଆଇସି

ଖଇରା, ୩।୪(ଡି.ଏନ.ଏ.)-ଖଇରା ଥାନା ଆଇଆଇସି ସୁବ୍ରତ ବେହେରା ଗୁରୁବାର ବିଭିନ୍ନ ଗ୍ରାମକୁ ଯାଇ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି ା ନନ୍ଦୁର ଗ୍ରମ ଆଦିବାସୀ...

ପୋଲିସ ଗୁଳି ଫେଲ୍‌

ଗଞ୍ଜାମ ଜିଲାରେ ଅପରାଧ କମୁନି। ବ୍ରହ୍ମପୁର ଏବଂ ଗଞ୍ଜାମ ଦୁଇଟି ପୋଲିସ ଜିଲାରେ ଦୁଇଜଣ ଏସ୍‌ପି ଏବଂ ମାଳମାଳ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରାଟ ଟିମ୍‌...

ବନ୍ୟାଜଳରେ ବନ୍ୟଜନ୍ତୁ: ଟାପୁରେ ଫସିିଛନ୍ତି ହରିଣ

ମାଲକାନଗିରି,୧୮ା୭ (ଡି.ଏନ୍‌.ଏ.): ପ୍ରବଳ ବର୍ଷା ଯୋଗୁ ଗତ ୬ଦିନ ଧରି ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶ ବନ୍ୟାରେ ପ୍ରଭାବିତ ହୋଇଛି। ଏହି ବନ୍ୟାରେ ଅନେକ ଘରଦ୍ୱାର,...

କୋଭିଡ୍‌ ଫଣ୍ଡକୁ ଅଙ୍ଗନୱାଡ଼ି କର୍ମୀଙ୍କ ସହାୟତା

ବୁଗୁଡ଼ା,୧୦ା୫(ଡି.ଏନ.ଏ.)- ବୁଗୁଡ଼ା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଏନ୍‌ଏସିର ସେକ୍ଟର ତରଫରୁ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଏବଂ ଆତ୍ମ ସହାୟିକା...

ଓଡ଼ିଶା ଫେରାଇ ଆଣିବାକୁ ତାମିଲନାଡୁରୁ ପ୍ରବାସୀଙ୍କ ନିବେଦନ

ବାମରା,୯।୫,(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ନୂଆଡ଼ିହି ଗ୍ରାମର ଲିଲିମା କୁଜୁର ଓ ଜମନକିରା ବ୍ଲକ ଟିକଲିପଡା ପଞ୍ଚାୟତ ବରହାମୁଣ୍ଡି ଗ୍ରାମର ଶୁକ୍ରା...

କିଡ଼୍‌ନୀ ରୋଗ୍‌ ବହପିବାର ଘଟନା:ପିତବାସପୁରରେ ପୁହୁଁଚିଲା ଡାକ୍‌ତରି ଦଲ

କୋକସରା, ୯ା୭ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡ଼ୁଗଁା ପଁଚେତ୍‌ ପିତବାସପୁରରେ ଗଲା ବଛ୍‌ରେ ହେଲା କିଡ଼୍‌ନୀ ରୋଗ୍‌ ବହପିବାରେ ଲାଗିଛେ। କିଡ଼୍‌ନୀ ରୋଗ୍‌ରେ...

ଜଳସେଚନ ବିଭାଗ ଶୁଣିଲାନି, କେନାଲ ସଫେଇ କଲେ ଗ୍ରାମବାସୀ

କର୍ଲାମୁଣ୍ଡା,୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ପାଣି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆସିଥିବା ଡୁକେରମାଲ କେନାଲ (ସବ୍‌ମାଇନର -୧)କୁ ରବିବାର ସ୍ବେଚ୍ଛାକୃତ ଭାବେ...

ବିଦ୍ୟୁତ୍‌ ଖୁଣ୍ଟ ଚୋରି ଉଦ୍ୟମ

ଓଡ଼ଗାଁ,୨୦।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସେସୁ କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସିନେମା ହଲ ଛକ ତଥା ରଙ୍ଗଣିପାଟଣା ଅଞ୍ଚଳରୁ କେତେକ ଅଦରକାରୀ ଲୁହା ବିଦ୍ୟୁତ୍‌ ଖୁଣ୍ଟ...

Advertisement
Archives

Model This Week