କାଳବୈଶାଖୀରେ ଉଡ଼ିଗଲା ହଷ୍ଟେଲ ଛପର

ପାଟଣା/ଢେଙ୍କିକୋଟ, ୨୨।୪(ସ୍ବ.ପ୍ର./ଡି.ଏନ.ଏ.) କେନ୍ଦୁଝର ଜିଲା ପାଟଣା ଓ ଢେଙ୍କିକୋଟ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଝଡ଼ବର୍ଷା ସାଙ୍ଗକୁ ପବନରେ ପାଟଣା ବ୍ଲକରେ ବାଉଁଶୁଳି ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସର ଆଜବେଷ୍ଟସ ଛପର ଉଡ଼ିଯାଇଛି। ଛାତ୍ରାବାସରେ ଥିବା ୨୨ ଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେମାନଙ୍କୁ ଅନ୍ୟ ଏକ କକ୍ଷକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଯେ, ୪୦ ସଂଖ୍ୟକ ଛାତ୍ରଙ୍କୁ ନେଇ ଚାଲୁଥିବା ଉକ୍ତ ଛାତ୍ରାବାସର ଛପର ଦୁଇମାସ ତଳେ ବର୍ଷା ପବନରେ ଉଡ଼ିଯାଇଥିଲା। ଆଇଟିଡିଏ ପକ୍ଷରୁ ପୁନଃ ନିର୍ମାଣ କରାଯାଇଥିଲା। ନିମ୍ନମାନର ସରଞ୍ଜାମ ବ୍ୟବହୃତ ହେଉଥିବାରୁ ବାରମ୍ବାର ଛପର ଉଡ଼ିଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେମାନେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେହିପରି ପାଟଣା ବାଉଁଶୁଳି ରାସ୍ତାର ଶରଧାପୁର ନିକଟରେ ଏକ ପୁରୁଣା ଆମ୍ବଗଛ ପଡ଼ି ରାସ୍ତା ଅବରୋଧ ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗ୍ରାମର ଯୁବକମାନେ ରାସ୍ତା ସଫା କାର୍ଯ୍ୟ ଜାରି ରଖିଛନ୍ତି। ବିଭିନ୍ନ ସ୍ଥାନରେ ଗଛ ଆଉ ବାଉଁଶ ପଡ଼ିଥିବାରୁ ପାଟଣା ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା। ପରେ କେତେକ ସ୍ଥାନରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇଛି। ତେବେ କାଳବୈଶାଖୀ ପ୍ରଭାବରେ ହୋଇଥିବା ବୃଷ୍ଟିପାତ ଯୋଗୁ ଲୋକେ ଗୁଳୁଗୁଳିରୁ ଆଶ୍ୱସ୍ତି ପାଇଛନ୍ତି। ପବନ ସହ ସ୍ଥାନେ ସ୍ଥାନେ କୁଆପଥର ବର୍ଷା ହୋଇଛି।
ଢେଙ୍କିକୋଟ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ତୋଫାନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ଛତିଆ, ସାନ୍ତରାପୁର, ରାଇବଣ, ଢେଙ୍କିକୋଟ, ଖଣ୍ଟଘର ପ୍ରମୁଖ ଅଞ୍ଚଳରେ ପବନରେ ଘର ଛପର ଉଡ଼ିଯାଇଛି। ବଡ଼ ବଡ଼ ଗଛ ପଡ଼ି ତାର ଛିଣ୍ଡି ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଛି। ବର୍ଷା ମାଡ଼ରେ ଲୋକଙ୍କ ବାଡ଼ି ବଗିଚାରେ ଫସଲ ନଷ୍ଟ ହୋଇଯାଇଛି। ସରକାରୀ ସ୍ତରରେ ଏହାର ଉପଯୁକ୍ତ ତଦନ୍ତ କରି ସହାୟତା ପ୍ରଦାନ ପାଇଁ ଢେଙ୍କିକୋଟ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri