କେନ୍ଦୁଝର

ଜବରଦଖଲ ଉଚ୍ଛେଦ

ଚମ୍ପୁଆ, ୮।୬(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଭୂଇଁପୁରଠାରେ ମଙ୍ଗଳବାର ରାଜସ୍ବ ବିଭାଗ ଦ୍ୱାରା ଜବରଦଖଲ ଉଚ୍ଛେଦ କରାଯାଇଛି। ଚମ୍ପୁଆ ତହସିଲଦାର ସାଇ ସସ୍ମିତା ହୋତାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାୟକ, ସୁପରଭାଇଜର ଶୁଭକାନ୍ତ କର, ଜ୍ୟୋତିପୁର…

ପାରିବାରିକ କଳହରୁ ମହିଳା ନେଲେ ଚରମ ନିଷ୍ପତ୍ତି

ପାଟଣା,୭।୬(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଦାଶରଥିପୁର ଗ୍ରାମର ପତଳା ସାହି ନିକଟ ବିଲ ମଝିରେ ଥିବା ଏକ ମହୁଲ ଗଛରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତ ମହିଳା ଜଣକ…

ଜାତୀୟ ପୁରସ୍କାର ପାଇବେ ଦମୟନ୍ତୀ

କେନ୍ଦୁଝର,୭।୬(ସ୍ବ.ପ୍ର.) ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅଧୀନ ଗାୈଣିଘଷା ସ୍ବାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌) ଦମୟନ୍ତୀ ରାଉତ ଜାତୀୟ ସ୍ତରରେ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି। ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ନର୍ସ ସମ୍ମାନ-୨୦୨୧…

କାମରେ ଲାଗୁନି ସୋଲାର ପ୍ୟାନେଲ

କେନ୍ଦୁଝର, ୭।୬ (ସ୍ବ.ପ୍ର.) ଅନ୍ଧାରରେ କେହି ରହିବେ ନାହିଁ। ଏଣୁ ସମସ୍ତ ଗ୍ରାମକୁ ବିଭିନ୍ନ ଯୋଜନାରେ ବିଦ୍ୟୁତ୍‌ ବ୍ୟବସ୍ଥା କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ଯେଉଁଠି ବିଦ୍ୟୁତ ଯୋଗାଣ ହୋଇ ପାରୁନାହିଁ ସେଠାରେ ସୋଲାର ଲାଇଟ ବ୍ୟବସ୍ଥା କରୁଛନ୍ତି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ…

ବିମୋହିତ କରୁଛି ‘କୁରୁସି’

କେନ୍ଦୁଝର, ୬।୬ କେନ୍ଦୁଝର ବଣ ପାହାଡ଼ରେ ବିଭିନ୍ନ ଜାତିର ଓ ରଙ୍ଗର ଫୁଲ ବିଭିନ୍ନ ଋତୁରେ ଶୋଭାବର୍ଦ୍ଧନ କରିଥାଏ। ସେଥିମଧ୍ୟରୁ କୁରୁସି ବା କୁରେଇ ଫୁଲ ଅନ୍ୟତମ। ବିଶେଷ କରି ଏହି ଋତୁରେ ଧଳା ରଙ୍ଗର ଏହି ଫୁଲ ସମସ୍ତଙ୍କୁ ବିମୋହିତ…

ଚୋରିକୁ ପ୍ରତିବାଦ କରିବାରୁ ହାଣିଦେଇ ଚାଲିଗଲେ

କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥପୁର ସାହିରେ ଶନିବାର ବିଳମ୍ବିତ ରାତିରେ ଭୁଜାଲି ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତର ଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବରପାଇ ସାହି ଲୋକ ଦୁର୍ବୃତ୍ତଙ୍କୁ…

ପାଇପ୍‌ଲାଇନ୍‌ ପାଇଁ ଗଛ ବଳି

କେନ୍ଦୁଝର,୫।୬: କେନ୍ଦୁଝର ଜିଲାରେ ଖଣିଖାଦାନ ଯୋଗୁ ଜଙ୍ଗଲ ନଷ୍ଟ ହୋଇଛି। ବନ୍ଧ, କେନାଲ, ଖଣି, କାରଖାନା ନିର୍ମାଣ ତଥା ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କଟା ଚାଲିଛି। ଏହାର କୁପ୍ରଭାବ ଜିଲାବାସୀ ଭୋଗୁଛନ୍ତି। ପରିବେଶ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବା ସହ…

ଯୁବତୀଙ୍କୁ ଅପରହଣ, ହତ୍ୟା ଧମକ: ଅଭିଯୁକ୍ତ ଗିରଫ

ବଡ଼ବିଲ,୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେଟ୍‌ବ୍ୟାଙ୍କ ନିକଟସ୍ଥ ଏକ ଜେରକ୍ସ ଦୋକାନରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ଟଣାଓଟରା ଏବଂ ଯୁବତୀଙ୍କୁ ଉଦ୍ଧାର କରିଥିବା ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଏବଂ ଜଣେ…

୫୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ

ଯୋଡ଼ା,୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଓ ପୌରପାଳିକା ଅଧୀନରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକରେ ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୫୬ ଛାତ୍ରୀଛାତ୍ର ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି। ଖବର ନେବାରୁ ଜଣାପଡିଛି ଯେ, ଯୋଡ଼ା ବ୍ଲକରୁ ୨୮୬ ଓ…

ଯୋଡ଼ା ଡାକଘରେ ଇଣ୍ଟରନେଟ୍‌ ସେବା ଠପ୍‌

ଯୋଡ଼ା, ୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ଥିବା ମୁଖ୍ୟ ଡାକ ଘରେ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଛି। ଏଥିପାଇଁ ଗ୍ରାହକ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଖବର ନେବାରୁ ଜଣା ପଡ଼ିଛି ଯେ, ଆଜକୁ ପାଞ୍ଚ ଦିନ ହେବ…

ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି: ଶିକ୍ଷକଙ୍କ ବିରୋଧରେ ମାମଲା

ପାଟଣା, ୨।୬( ସ୍ବ. ପ୍ର.): ଚାକିରିରେ ଜାଲ ବିଏଡ୍‌ ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇ ଥିବା ଜଣେ ପ୍ରଧାନଶିକ୍ଷକଙ୍କୁ ହରଡ଼ଘଣାରେ ପଡିବାକୁ ପଡିଛି। ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଶିକ୍ଷକ ହେଲେ…

ମିଳିଲା ଲୁଟ୍‌ ସୁନାଗହଣା: ଦୁଇ କୋର୍ଟ ଚାଲାଣ

ଆନନ୍ଦପୁର,୧ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ନାରଙ୍ଗପୁର ଛକଠାରୁ କିଛି ଦୂରରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଓ ଟଙ୍କା ଲୁଟ୍‌ ଘଟଣାରେ ଘସିପୁରା ପୋଲିସ ଦୁଇ ଜଣଙ୍କୁ କୋର୍ଟଚାଲାଣ କରିଛି। ନାରଙ୍ଗପୁର ଛକରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?