ଜାତୀୟ ପୁରସ୍କାର ପାଇବେ ଦମୟନ୍ତୀ

କେନ୍ଦୁଝର,୭।୬(ସ୍ବ.ପ୍ର.) ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅଧୀନ ଗାୈଣିଘଷା ସ୍ବାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌) ଦମୟନ୍ତୀ ରାଉତ ଜାତୀୟ ସ୍ତରରେ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି। ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ନର୍ସ ସମ୍ମାନ-୨୦୨୧ ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି (ନଂ.୧୧୧୬୨/୨୧।୫।୨୦୨୨)ରୁ ଏହି ସୂଚନା ମିଳିଛି।
ଯେ, ଦମୟନ୍ତୀ ଦୀର୍ଘ ୧୯ ବର୍ଷ ହେଲା ହରିଚନ୍ଦନପୁର ବ୍ଲକର ଦୁର୍ଗମ ଗାୈଣିଘଷା ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ କାମ କରି ଲୋକଙ୍କ ସେବା କରିଆସୁଛନ୍ତି। ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରେ ୫୫୦୦ ଆଦିବାସୀ ଲୋକ ନିର୍ଭର କରିଥାନ୍ତି। ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଚାଲି ଚାଲି କିମ୍ବା ସାଇକେଲରେ ଯାତାୟାତ କରି ସେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ବିଶେଷ କରି ଘର ଘର ବୁଲି ଗର୍ଭବତୀଙ୍କ ଅବସ୍ଥା ଓ ଶିଶୁମାନଙ୍କ ଯତ୍ନ ତଦାରଖ କରିବା ସହ ଛୋଟ ଛୋଟ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ, ମହିଳା ଓ ପୁରୁଷ ବନ୍ଧ୍ୟାକରଣ, ସୁରକ୍ଷିତ ମାତୃତ୍ୱ, ପରିବାର ନିୟୋଜନ, ସ୍ବଚ୍ଛ ଭାରତ ଅଭିଯାନ ଆଦି କାର୍ଯ୍ୟକ୍ରମ ତଥା କରୋନା ମହାମାରୀ ସମୟରେ ଲୋକଙ୍କୁ ସଚେତନ କରିବା ଆଦି କାର୍ଯ୍ୟ ସୁଚାରୁରୂପେ କରିଆସିଛନ୍ତି। ଏପରିକି ବର୍ଷା ଦିନରେ କେତେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲେ ମଧ୍ୟ ସେ ସ୍ଥାନୀୟ ଆଶାକର୍ମୀ ତଥା ସ୍ବେଚ୍ଛାସେବୀଙ୍କ ସହାୟତାରେ ଟିକାକରଣ ଓ ଅନ୍ୟାନ୍ୟ ସରକାରୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପହଞ୍ଚାଇଥାନ୍ତି। ତାଙ୍କ ସମୟରେ ୯୭ ପ୍ରତିଶତ ଟିକାକରଣ ଏବଂ ଜଣେ ମଧ୍ୟ ଗର୍ଭବତୀ ମା’ ଓ ଶିଶୁଙ୍କର ମୃତ୍ୟୁ ନ ହେବା ପ୍ରମୁଖ ଉପଲବ୍ଧି ବୋଲି କୁହାଯାଏ। ଏହି ପୁରସ୍କାର ପାଇବା ପାଇଁ ତାଙ୍କୁ ଚୟନ କରାଯାଇଥିବାରୁ ସେ ବହୁତ ଖୁସି। ଏହା ତାଙ୍କୁ କାମ କରିବାକୁ ଅଧିକ ଉତ୍ସାହିତ କରିବ ବୋଲି ସେ କହିଛନ୍ତି।
ଘଷିପୁରା ବ୍ଲକର ତରିମୂଳ ଗ୍ରାମରେ ୧୯୬୮ରେ ଜନ୍ମଗ୍ରହଣ କରିଥିଲେ। ଏଏନ୍‌ଏମ୍‌ ପାଠ ପଢି ପ୍ରଥମେ ଅନୁଗୋଳ ଜିଲା ଖମାରରେ ମହିଳା ସ୍ବାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌) ଭାବେ କାମ ଆରମ୍ଭ କରିଥିଲେ। ପରେ ସେ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ କାଶିଆ ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ପରେ ୨୦୦୩ରେ ହରିଚନ୍ଦନପୁର ଗୌଣିଘଷା ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ବଦଳି ହୋଇ ଗରିବ, ନିରକ୍ଷର ତଥା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କାମ କରି ଆସୁଛନ୍ତି। ଜାତୀୟ ପୁରସ୍କାର ପାଇଁ ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁୁ ଶୁଭେଚ୍ଛା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷର ଶିଶୁଙ୍କୁ ଛାଡିଲାନି କରୋନା: ରାଜ୍ୟରେ ନେଲା ଆଉ ୭ ମୁଣ୍ଡ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଏକ ୫ ବର୍ଷର ଶିଶୁ ସମେତ ୭ ଜଣଙ୍କ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ...

ଏନ୍‌ଏଚ୍‌ ନିର୍ମାଣ,ମରାମତି ପୂର୍ବରୁ ରାଜ୍ୟର ପରାମର୍ଶ ନିଆଯାଉ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ(ଏନ୍‌ଏଚ୍‌)ଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ନେଇ ବିଧାନସଭା ପୂର୍ତ୍ତ ବିଭାଗ ସ୍ଥାୟୀ କମିଟିରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଶେଷ...

ପୁଅର ମୃତଦେହ ଦେଖି ଟଳି ପଡ଼ିଲେ ବାପା

ବଲାଙ୍ଗୀର ଅଫିସ,୧୫ା୧: ପୁଅର ମୃତଦେହ ଦେଖି ଟଳି ପଡିଲେ ବାପା। ଦୁଇ ଜଣଙ୍କୁ ହରାଇବାର ଦୁଃଖରେ କାନ୍ଦ ବୋବାଳିରେ ଫାଟି ପଡିଲା ଘର। ଏଭଳି ଅଭାବନୀୟ...

୨୦ ଖଣି ନିଲାମ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପାଇଁ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । ସେଥି ମଧ୍ୟରୁ ଶୁକ୍ରବାର ଇସ୍ପାତ ଓ...

କାଦୋ ସରସର ଖାଲଢ଼ିପ ରାସ୍‌ତା: ପଲ୍‌ହା ରୁଇ ପରତିବାଦ ଜନାଲେ ଗଁ।ର ମହିଲା

  ବିନିକା,୨୦।୮(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ ତିଲେଇମାଲ ଗଁ। ର ମହିଲାମାନେ କାଦୋ ସରସର ରାସ୍‌ତାରେ ପଲ୍‌ହା ରୁଇ ଥାନୀୟ...

ଶହୀଦନଗର ପ୍ରାଣୀ ଚିକିତ୍ସାଳୟରେ ମିଳିବ ୨୪ଘଣ୍ଟିଆ ସେବା

ଭୁବନେଶ୍ୱର, ୩ା୩(ବ୍ୟୁରୋ) :ରାଜ୍ୟ ସରକାରଙ୍କ ୫-ଟି ଅଧୀନ ‘ମୋ ସରକାର’ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସୋମବାରଠାରୁ ସାମିଲ ହୋଇଛି। ସରକାରୀ...

ବଦଳିଲା ନିଷ୍ପତ୍ତି, ୨୫ରୁ ଧାନକିଣା

ବରଗଡ଼ ଅଫିସ୍‌,୨୭।୧୦: ବରଗଡ଼ ଜିଲାରେ ଆସନ୍ତା ଡିସେମ୍ବର ୧ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା ।...

ନୂତନ ଥାନା, ଫାଣ୍ଡି ଦାବିରେ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି। ଏଥିସହିତ ରାଜ୍ୟରେ ପୋଲିସ କର୍ମଚାରୀଙ୍କ ଅଭାବ ରହିଛି। ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳ...

Advertisement
Archives

Model This Week