ଜାତୀୟ ପୁରସ୍କାର ପାଇବେ ଦମୟନ୍ତୀ

କେନ୍ଦୁଝର,୭।୬(ସ୍ବ.ପ୍ର.) ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅଧୀନ ଗାୈଣିଘଷା ସ୍ବାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌) ଦମୟନ୍ତୀ ରାଉତ ଜାତୀୟ ସ୍ତରରେ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି। ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ନର୍ସ ସମ୍ମାନ-୨୦୨୧ ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି (ନଂ.୧୧୧୬୨/୨୧।୫।୨୦୨୨)ରୁ ଏହି ସୂଚନା ମିଳିଛି।
ଯେ, ଦମୟନ୍ତୀ ଦୀର୍ଘ ୧୯ ବର୍ଷ ହେଲା ହରିଚନ୍ଦନପୁର ବ୍ଲକର ଦୁର୍ଗମ ଗାୈଣିଘଷା ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ କାମ କରି ଲୋକଙ୍କ ସେବା କରିଆସୁଛନ୍ତି। ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରେ ୫୫୦୦ ଆଦିବାସୀ ଲୋକ ନିର୍ଭର କରିଥାନ୍ତି। ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଚାଲି ଚାଲି କିମ୍ବା ସାଇକେଲରେ ଯାତାୟାତ କରି ସେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ବିଶେଷ କରି ଘର ଘର ବୁଲି ଗର୍ଭବତୀଙ୍କ ଅବସ୍ଥା ଓ ଶିଶୁମାନଙ୍କ ଯତ୍ନ ତଦାରଖ କରିବା ସହ ଛୋଟ ଛୋଟ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ, ମହିଳା ଓ ପୁରୁଷ ବନ୍ଧ୍ୟାକରଣ, ସୁରକ୍ଷିତ ମାତୃତ୍ୱ, ପରିବାର ନିୟୋଜନ, ସ୍ବଚ୍ଛ ଭାରତ ଅଭିଯାନ ଆଦି କାର୍ଯ୍ୟକ୍ରମ ତଥା କରୋନା ମହାମାରୀ ସମୟରେ ଲୋକଙ୍କୁ ସଚେତନ କରିବା ଆଦି କାର୍ଯ୍ୟ ସୁଚାରୁରୂପେ କରିଆସିଛନ୍ତି। ଏପରିକି ବର୍ଷା ଦିନରେ କେତେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲେ ମଧ୍ୟ ସେ ସ୍ଥାନୀୟ ଆଶାକର୍ମୀ ତଥା ସ୍ବେଚ୍ଛାସେବୀଙ୍କ ସହାୟତାରେ ଟିକାକରଣ ଓ ଅନ୍ୟାନ୍ୟ ସରକାରୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପହଞ୍ଚାଇଥାନ୍ତି। ତାଙ୍କ ସମୟରେ ୯୭ ପ୍ରତିଶତ ଟିକାକରଣ ଏବଂ ଜଣେ ମଧ୍ୟ ଗର୍ଭବତୀ ମା’ ଓ ଶିଶୁଙ୍କର ମୃତ୍ୟୁ ନ ହେବା ପ୍ରମୁଖ ଉପଲବ୍ଧି ବୋଲି କୁହାଯାଏ। ଏହି ପୁରସ୍କାର ପାଇବା ପାଇଁ ତାଙ୍କୁ ଚୟନ କରାଯାଇଥିବାରୁ ସେ ବହୁତ ଖୁସି। ଏହା ତାଙ୍କୁ କାମ କରିବାକୁ ଅଧିକ ଉତ୍ସାହିତ କରିବ ବୋଲି ସେ କହିଛନ୍ତି।
ଘଷିପୁରା ବ୍ଲକର ତରିମୂଳ ଗ୍ରାମରେ ୧୯୬୮ରେ ଜନ୍ମଗ୍ରହଣ କରିଥିଲେ। ଏଏନ୍‌ଏମ୍‌ ପାଠ ପଢି ପ୍ରଥମେ ଅନୁଗୋଳ ଜିଲା ଖମାରରେ ମହିଳା ସ୍ବାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌) ଭାବେ କାମ ଆରମ୍ଭ କରିଥିଲେ। ପରେ ସେ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ କାଶିଆ ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ପରେ ୨୦୦୩ରେ ହରିଚନ୍ଦନପୁର ଗୌଣିଘଷା ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ବଦଳି ହୋଇ ଗରିବ, ନିରକ୍ଷର ତଥା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କାମ କରି ଆସୁଛନ୍ତି। ଜାତୀୟ ପୁରସ୍କାର ପାଇଁ ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁୁ ଶୁଭେଚ୍ଛା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri