ପାଇପ୍‌ଲାଇନ୍‌ ପାଇଁ ଗଛ ବଳି

କେନ୍ଦୁଝର,୫।୬: କେନ୍ଦୁଝର ଜିଲାରେ ଖଣିଖାଦାନ ଯୋଗୁ ଜଙ୍ଗଲ ନଷ୍ଟ ହୋଇଛି। ବନ୍ଧ, କେନାଲ, ଖଣି, କାରଖାନା ନିର୍ମାଣ ତଥା ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କଟା ଚାଲିଛି। ଏହାର କୁପ୍ରଭାବ ଜିଲାବାସୀ ଭୋଗୁଛନ୍ତି। ପରିବେଶ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବା ସହ ଜଳବାୟୁ ପ୍ରଦୂଷିତ ହେଉଛି।
ଲୁହାପଥର ପରିବହନ ପାଇଁ ରାସ୍ତା ସମ୍ପ୍ରସାରଣ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଏବେ ପରିବହନ ପାଇଁ ସ୍ଲରି ପାଇପ ଲାଇନ ବିଛାଇବା କାମ ଆରମ୍ଭ ହୋଇଛି। ଏଣୁ ଏହି ବଡ଼ ବଡ଼ ପାଇପ ବିଛାଇବା ପାଇଁ ରାସ୍ତା ପାର୍ଶ୍ୱରୁ ପୁଣି ଚାଲିଛି ଗଛ କଟା ା ଯାହାକୁ ନେଇ ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯୋଡ଼ା ଖଣି ଅଞ୍ଚଳରୁ କେନ୍ଦୁଝର ଦେଇ ଏନ୍‌ଏଚ୍‌ ୨୦ରେ ଯାଜପୁର ଜିଲାକୁ ପାଇପ୍‌ ବିଛାଇବା କାମ ଚାଲିଛି। ଏଥିପାଇଁ କେନ୍ଦୁଝର ଜିଲାର ପାଖାପାଖି ୩୪୮୦ ଗଛ କଟାଯାଇଛି। ପ୍ରକୃତ ପକ୍ଷେ ବହୁ ଛୋଟ ଛୋଟ ଗଛ ଗଣନା ହୋଇ ନ ଥିବା ଅଭିଯୋଗ ହେଉଛି। ସେସବୁକୁ ହିସାବ କଲେ ଏହି ସଂଖ୍ୟା ବହୁ ଅଧିକ ହେବ ବୋଲି ମତପ୍ରକାଶ ପାଉଛି। ତଦନ୍ତ ହେଲେ ପ୍ରକୃତ ସଂଖ୍ୟା ଜଣାପଡିବ ବୋଲି ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି। ସେହିପରି ଅନ୍ୟ ଏକ କମ୍ପାନୀ ବାଂଶପାଳ ବ୍ଲକ ଦେଇ ଅନୁଗୋଳକୁ ପାଇପ ବିଛାଇବା କାମ କରୁଥିବା ଜଣାପଡ଼ିଛି।
ଜିଲାର ଏନ୍‌ଏଚ ୨୧୫ ଓ ୪୯ ସଂପ୍ରସାରଣ ବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ଗଛ ନଷ୍ଟ ହୋଇଥିଲା। ଖଣି ସଂପ୍ରସାରଣ, ନୂତନ ଖଣି ଖନନ ଆଦି ଯୋଗୁ ବହୁ ପରିମାଣର ଜଙ୍ଗଲ ନଷ୍ଟ ହୋଇଛି। ବହୁ ମୂଲ୍ୟବାନ ଶାଳ, ନିମ୍ବ, କେନ୍ଦୁ, ବର, ଜାମୁ, ଆମ୍ବ ଆଦି ବିଭିନ୍ନ କିସମର ଗଛ କଟାଯାଇଛି। ରାସ୍ତା ସଂପ୍ରସାରଣ ପାଇଁ ଗଛ କଟାଯାଇଛି, କିନ୍ତୁ ଅଦ୍ୟାବଧି ରାସ୍ତା କଡ଼ରେ ଗଛ ଲଗାଯାଇ ପାରିନାହିଁ। କେବଳ କେତେକ ସ୍ଥାନରେ ଫୁଲ ଓ ସାୈଖୀନ ଗଛ ଲଗାଇ ବନୀକରଣ କାମ କରାଯାଇଥିବାରୁ ପରିବେଶର ସୁରକ୍ଷା ହୋଇ ପାରୁ ନ ଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସହର ଗଛ ଶୂନ୍ୟ ହୋଇ ପଡିଥିବା ବେଳେ ଆଗରୁ ଏହି ଗଛ ଗୁଡ଼ିକରେ ବସବାସ କରୁଥିବା ଅସଂଖ୍ୟ କାଉ, ବଗ, ଚଟିଆ, ବଣି ଆଦି ଚଢେଇ ବାସହରା ହୋଇ ଅନ୍ୟତ୍ର ପଳାୟନ କରିଛନ୍ତି ା ଲୋକେ ଛାଇ ଟିକେ ନ ପାଇ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ କଂକ୍ରିଟ ଜଙ୍ଗଲ ସୃଷ୍ଟି କରିବାରେ ପ୍ରଶାସନ ବ୍ୟସ୍ତ ରହୁଛି।
ନଷ୍ଟ ହେବା କାରଣରୁ ପ୍ରବଳ ଗରମ ସହିତ ଗୁଳୁଗୁଳି, ଅଦିନିଆ ବର୍ଷା, କାଳବୈଶାଖୀ ଭଳି ଦୈବଦୁର୍ବିପାକ ଘଟୁଛି। ଯେତିକି ଜଙ୍ଗଲ କ୍ଷତିଗ୍ରସ୍ତ ହେଉଛି ସେତିକି ଜଙ୍ଗଲ ସୃଷ୍ଟି ହେଉନାହିଁ। ଅନ୍ୟପକ୍ଷରେ ଯେତିକି ସଂଖ୍ୟାରେ ଗଛ କଟାଯାଉଛି ତାଠାରୁ କମ ଦର୍ଶାଯାଉଥିବା ଅଭିଯୋଗ ହେଉଛି ା ଫଳରେ ଦ୍ରୁତ ଗତିରେ ଜଙ୍ଗଲ ଅବକ୍ଷୟ ହେବାକୁ ଲାଗିଛି। ସେହିପରି ହେଉଥିବା ବନୀକରଣର ମାତ୍ର ପ୍ରାୟ ୧୦ ପ୍ରତିଶତ ସଫଳ ହେଉଥିବା ଏବଂ ନଷ୍ଟ ହେଉଥିବା କିସମ ବଦଳରେ ଅନ୍ୟ ଚାରା ରୋପଣ ହେଉଥିବାରୁ ଜଙ୍ଗଲର ଭରଣା ହୋଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି। ଏସମ୍ପର୍କରେ କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ.ଡି କହିଛନ୍ତି, ଅନୁମତି ନ ନେଇ ଗଛ କାଟିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ା
ସେହିପରି ନର୍ସରୀ କରି ପ୍ରତ୍ୟେକ ବର୍ଷ ଲକ୍ଷାଧିକ ବିଭିନ୍ନ କିସମର ଚାରା ରୋପଣ କରାଯାଇ ବିଭିନ୍ନ ସ୍ଥାନରେ ବନୀକରଣ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?