ପାଇପ୍‌ଲାଇନ୍‌ ପାଇଁ ଗଛ ବଳି

କେନ୍ଦୁଝର,୫।୬: କେନ୍ଦୁଝର ଜିଲାରେ ଖଣିଖାଦାନ ଯୋଗୁ ଜଙ୍ଗଲ ନଷ୍ଟ ହୋଇଛି। ବନ୍ଧ, କେନାଲ, ଖଣି, କାରଖାନା ନିର୍ମାଣ ତଥା ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କଟା ଚାଲିଛି। ଏହାର କୁପ୍ରଭାବ ଜିଲାବାସୀ ଭୋଗୁଛନ୍ତି। ପରିବେଶ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବା ସହ ଜଳବାୟୁ ପ୍ରଦୂଷିତ ହେଉଛି।
ଲୁହାପଥର ପରିବହନ ପାଇଁ ରାସ୍ତା ସମ୍ପ୍ରସାରଣ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଏବେ ପରିବହନ ପାଇଁ ସ୍ଲରି ପାଇପ ଲାଇନ ବିଛାଇବା କାମ ଆରମ୍ଭ ହୋଇଛି। ଏଣୁ ଏହି ବଡ଼ ବଡ଼ ପାଇପ ବିଛାଇବା ପାଇଁ ରାସ୍ତା ପାର୍ଶ୍ୱରୁ ପୁଣି ଚାଲିଛି ଗଛ କଟା ା ଯାହାକୁ ନେଇ ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯୋଡ଼ା ଖଣି ଅଞ୍ଚଳରୁ କେନ୍ଦୁଝର ଦେଇ ଏନ୍‌ଏଚ୍‌ ୨୦ରେ ଯାଜପୁର ଜିଲାକୁ ପାଇପ୍‌ ବିଛାଇବା କାମ ଚାଲିଛି। ଏଥିପାଇଁ କେନ୍ଦୁଝର ଜିଲାର ପାଖାପାଖି ୩୪୮୦ ଗଛ କଟାଯାଇଛି। ପ୍ରକୃତ ପକ୍ଷେ ବହୁ ଛୋଟ ଛୋଟ ଗଛ ଗଣନା ହୋଇ ନ ଥିବା ଅଭିଯୋଗ ହେଉଛି। ସେସବୁକୁ ହିସାବ କଲେ ଏହି ସଂଖ୍ୟା ବହୁ ଅଧିକ ହେବ ବୋଲି ମତପ୍ରକାଶ ପାଉଛି। ତଦନ୍ତ ହେଲେ ପ୍ରକୃତ ସଂଖ୍ୟା ଜଣାପଡିବ ବୋଲି ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି। ସେହିପରି ଅନ୍ୟ ଏକ କମ୍ପାନୀ ବାଂଶପାଳ ବ୍ଲକ ଦେଇ ଅନୁଗୋଳକୁ ପାଇପ ବିଛାଇବା କାମ କରୁଥିବା ଜଣାପଡ଼ିଛି।
ଜିଲାର ଏନ୍‌ଏଚ ୨୧୫ ଓ ୪୯ ସଂପ୍ରସାରଣ ବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ଗଛ ନଷ୍ଟ ହୋଇଥିଲା। ଖଣି ସଂପ୍ରସାରଣ, ନୂତନ ଖଣି ଖନନ ଆଦି ଯୋଗୁ ବହୁ ପରିମାଣର ଜଙ୍ଗଲ ନଷ୍ଟ ହୋଇଛି। ବହୁ ମୂଲ୍ୟବାନ ଶାଳ, ନିମ୍ବ, କେନ୍ଦୁ, ବର, ଜାମୁ, ଆମ୍ବ ଆଦି ବିଭିନ୍ନ କିସମର ଗଛ କଟାଯାଇଛି। ରାସ୍ତା ସଂପ୍ରସାରଣ ପାଇଁ ଗଛ କଟାଯାଇଛି, କିନ୍ତୁ ଅଦ୍ୟାବଧି ରାସ୍ତା କଡ଼ରେ ଗଛ ଲଗାଯାଇ ପାରିନାହିଁ। କେବଳ କେତେକ ସ୍ଥାନରେ ଫୁଲ ଓ ସାୈଖୀନ ଗଛ ଲଗାଇ ବନୀକରଣ କାମ କରାଯାଇଥିବାରୁ ପରିବେଶର ସୁରକ୍ଷା ହୋଇ ପାରୁ ନ ଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସହର ଗଛ ଶୂନ୍ୟ ହୋଇ ପଡିଥିବା ବେଳେ ଆଗରୁ ଏହି ଗଛ ଗୁଡ଼ିକରେ ବସବାସ କରୁଥିବା ଅସଂଖ୍ୟ କାଉ, ବଗ, ଚଟିଆ, ବଣି ଆଦି ଚଢେଇ ବାସହରା ହୋଇ ଅନ୍ୟତ୍ର ପଳାୟନ କରିଛନ୍ତି ା ଲୋକେ ଛାଇ ଟିକେ ନ ପାଇ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ କଂକ୍ରିଟ ଜଙ୍ଗଲ ସୃଷ୍ଟି କରିବାରେ ପ୍ରଶାସନ ବ୍ୟସ୍ତ ରହୁଛି।
ନଷ୍ଟ ହେବା କାରଣରୁ ପ୍ରବଳ ଗରମ ସହିତ ଗୁଳୁଗୁଳି, ଅଦିନିଆ ବର୍ଷା, କାଳବୈଶାଖୀ ଭଳି ଦୈବଦୁର୍ବିପାକ ଘଟୁଛି। ଯେତିକି ଜଙ୍ଗଲ କ୍ଷତିଗ୍ରସ୍ତ ହେଉଛି ସେତିକି ଜଙ୍ଗଲ ସୃଷ୍ଟି ହେଉନାହିଁ। ଅନ୍ୟପକ୍ଷରେ ଯେତିକି ସଂଖ୍ୟାରେ ଗଛ କଟାଯାଉଛି ତାଠାରୁ କମ ଦର୍ଶାଯାଉଥିବା ଅଭିଯୋଗ ହେଉଛି ା ଫଳରେ ଦ୍ରୁତ ଗତିରେ ଜଙ୍ଗଲ ଅବକ୍ଷୟ ହେବାକୁ ଲାଗିଛି। ସେହିପରି ହେଉଥିବା ବନୀକରଣର ମାତ୍ର ପ୍ରାୟ ୧୦ ପ୍ରତିଶତ ସଫଳ ହେଉଥିବା ଏବଂ ନଷ୍ଟ ହେଉଥିବା କିସମ ବଦଳରେ ଅନ୍ୟ ଚାରା ରୋପଣ ହେଉଥିବାରୁ ଜଙ୍ଗଲର ଭରଣା ହୋଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି। ଏସମ୍ପର୍କରେ କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ.ଡି କହିଛନ୍ତି, ଅନୁମତି ନ ନେଇ ଗଛ କାଟିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ା
ସେହିପରି ନର୍ସରୀ କରି ପ୍ରତ୍ୟେକ ବର୍ଷ ଲକ୍ଷାଧିକ ବିଭିନ୍ନ କିସମର ଚାରା ରୋପଣ କରାଯାଇ ବିଭିନ୍ନ ସ୍ଥାନରେ ବନୀକରଣ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପକାମୁଡ଼ା ପରେ ବି ପରୀକ୍ଷା ଦେବାକୁ ଗଲେ ଛାତ୍ରୀ

ଆନନ୍ଦପୁର, ୨୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ମହାବିଦ୍ୟାଳୟର ଜଣେ ଯୁକ୍ତ ୨ ଛାତ୍ରୀ ସାପ କାମୁଡ଼ାର ଶିକାର ହେବା ପରେ ମଧ୍ୟ ପରୀକ୍ଷା ଦେବାକୁ କେନ୍ଦ୍ରକୁ...

ମହିଳା ଆଇନଜୀବୀଙ୍କୁ ଜେଲରଙ୍କ ଦୁର୍ବ୍ୟବହାର, ଥାନାରେ ପହଞ୍ଚିଲା ମାମଲା

କେନ୍ଦୁଝର,୪ା୧(ସ୍ବ.ପ୍ର.): ବୁଧବାର ଆଇନଜୀବୀ ଜଗଜିତା ଦାଶ ଓ ଅନ୍ୟ ଜଣେ ଜେଲକୁ ତାଙ୍କର ଜଣେ ମହକିଲଙ୍କୁ ଦେଖା କରିବା ପାଇଁ ଯାଇଥିବାବେଳେ ଜେଲର ମନସ୍ବିନୀ ନାୟକ...

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଆନନ୍ଦପୁର,୭।୭(ସ୍ବ.ପ୍ର.): ତୈଳଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର କଂଗ୍ରେସ ପକ୍ଷରୁ...

ବେଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

କେନ୍ଦୁଝର, ୨୬।୫ (ସ୍ବ.ପ୍ର.): କିଛି ଦିନ ତଳେ ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବତୀଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଜିଲା ବାଂଶପାଳ...

ଲୁନାକୁ ଧକ୍କା ଦେଲା ବାଇକ୍‌: ଜଣେ ମୃତ

ପାଟଣା,୧୨।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ମଲ୍ଲାରପଦା ଗ୍ରାମ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଲୁନାକୁ ଏକ ବାଇକ୍‌ ଧକ୍କା ଦେବାରୁ ୬୫ ବର୍ଷୀୟ ଜଣେ...

ଭାଜପା ପକ୍ଷରୁ ଅସହାୟଙ୍କୁ ସହାୟତା

କେନ୍ଦୁଝର, ୨ା୫ (ସ୍ବ.ପ୍ର.) କେନ୍ଦୁଝର ଜିଲା ଭାଜପା ପକ୍ଷରୁ କରୋନା ଉପଲକ୍ଷେ ବିଭିନ୍ନ ବର୍ଗର ପରିବାରଙ୍କୁ ସମୁଦାୟ ୩୬ ହଜାର ୫୮୫ ରନ୍ଧା ଖାଦ୍ୟ ପୁଡିଆ...

ପାଟଣା, ଝୁମ୍ପୁରାର ଦୁଃଖ ‘ନେଉଳିଯୋଡ଼ି’

ପାଟଣା,୧୯।୧୦(ଡି.ଏନ୍.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଷ୍ଟ୍ର ଓ ରାଜ୍ୟର ଦ୍ରୁତ ବିକାଶ କଥା କହୁଛନ୍ତି। ଅନେକ କୋଟି ଖର୍ଚ୍ଚ କରି ଯୋଜନା ପ୍ରଣୟନ...

କାଟୁ କଲାନି ପ୍ରଶାସନର କଟକଣା: ଏନ୍‌ଏଚ୍‌ରେ ପୁଣି ଖୋଲିଲା ଗ୍ୟାରେଜ

ଘସିପୁରା,୨୦।୧୨(ଡି.ଏନ.ଏ.)-୨୦ନମ୍ବର ଜାତୀୟ ରାଜପଥ ଶାଳପଡ଼ା ଘସିପୁରା ଓ ଶୈଲଙ୍ଗ ରାସ୍ତା ଉପରେ ପୁଣିଥରେ ଗ୍ୟାରେଜ ଖୋଲିବାକୁ କେନ୍ଦ୍ରକରି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଜାତୀୟ...

Advertisement
Archives

Model This Week