ଯୋଡ଼ା ଡାକଘରେ ଇଣ୍ଟରନେଟ୍‌ ସେବା ଠପ୍‌

ଯୋଡ଼ା, ୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ଥିବା ମୁଖ୍ୟ ଡାକ ଘରେ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଛି। ଏଥିପାଇଁ ଗ୍ରାହକ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଖବର ନେବାରୁ ଜଣା ପଡ଼ିଛି ଯେ, ଆଜକୁ ପାଞ୍ଚ ଦିନ ହେବ ଉକ୍ତ ଡାକ ଘରେ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଛି। ଯୋଡ଼ା ସହରର ମୁଖ୍ୟ ରାସ୍ତା ପାଶର୍‌ବରେ ଡାକ ଘରଟି ଥିବାରୁ ସ୍ଲରୀ ପାଇପ ଲାଇନ ପାଇଁ ଗାତ ଖୋଳା ହୋଇଥିଲା। ଏହି ଗାତ ଖୋଳିବା ସମୟ ରେ ଡାକ ଘରକୁ ଯାଇଥିବା ସର୍ଭର ତାର ଗୁଡ଼ିକ ନଷ୍ଟ ହୋଇଯାଇଛି। ଯାହାଫଳରେ ନେଟ୍‌ ସେବା ବିଚ୍ଛିନ୍ନ ହୋଇ ଯାଇଛି। ଏହାର ମରାମତି ନ ହେବାରୁ ଗ୍ରାହକମାନେ ଡାକ ଘରକୁ ଯାଇ ନିରାଶ ହୋଇ ଫେରଛନ୍ତି। ତେବେ ବିଭାଗୀୟ କର୍ମଚାରୀଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ବୁଧବାର ଭୁବନେଶ୍ୱରରୁ ଯନ୍ତ୍ରୀ ଆସି ମରାମତି କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଦିବ୍ୟାଙ୍ଗ ସାର୍ଟିଫିକେଟ୍ ନାଁରେ ଚାଲିଛି ମୋଟା ଅଙ୍କର ଠକେଇ! ଶିବିରରେ ଉତ୍ତେଜନା

ହାଟଡ଼ିହୀ/ଛେନାପଦୀ,୧୩।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଆୟୋଜିତ ହୋଇଥିବା ଭୀମଭୋଇ ଭିନ୍ନକ୍ଷମ ଶିବିରରେ ଦଲାଲଙ୍କ ପ୍ରାଦୁର୍ଭାବ ଦେଖାଯାଇଥିଲା। ଅଧିକ ପ୍ରତିଶତର…

ହାଟଡିହୀରେ ବିରୋଧୀଙ୍କୁ ଶକ୍ତ ଝଟକା: ଭାଜପାରେ ମିଶିଲେ…

ହାଟଡିହୀ,୧୩।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ମରୈଗାଁ ପଞ୍ଚାୟତ ବେତିରା ଗ୍ରାମର ୬୦ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ଦଳ ଛାଡି…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ଖରାରେ ସିଝିଲେ, ବର୍ଷାରେ ଭିଜିଲେ ଭିନ୍ନକ୍ଷମ

ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।…

ଧର୍ମଘଟ: କେନ୍ଦୁଝରରେ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଭାବିତ

କେନ୍ଦୁଝର,୧୧।୯(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ସ ଆହ୍ବାନରେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଇଛି। କେନ୍ଦୁଝର ଜିଲାରେ ମଧ୍ୟ ଏହାର ପ୍ରଭାବ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?