କେନ୍ଦୁଝର

ପାଟଣା, ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ପଦ ଦଖଲ କଲା ବିଜେଡି

ପାଟଣା,୧୨ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ସୁକାନ୍ତି ନାଏକ ଓ ସାହାରପଡ଼ା ବ୍ଲକରେ ରୀନା ନାଏକ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବ୍ଲକ ଅଧ୍ୟକ୍ଷା ପଦବୀ ନିର୍ବାଚନ ଆରମ୍ଭ ହୋଇଥିଲା। ଉଭୟ...

ଚିକିତ୍ସାରେ ଅର୍ଥ ବାଧକ

ଚମ୍ପୁଆ, ୧୨ ।୩(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦଲକ ପଞ୍ଚାୟତର ମଙ୍ଗଳପୁର ମୁଣ୍ଡା ସାହିରେ ସୋନୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ଅସ୍ବାଭାବିକ ଭାବେ ତାଙ୍କର ଦୁଇ ଗୋଡ଼ ଫୁଲିଥିବାରୁ...

ନାଏବ ସରପଞ୍ଚ ନିର୍ବାଚନ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଣ୍ଡି ଅଧିକାରୀଙ୍କ ହାତ ଭାଙ୍ଗିଦେଲେ ମହିଳା

ପାଟଣା,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉପାନ୍ତ ଅଞ୍ଚଳ ରାଇଡିହା ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଫଳରେ ଉତ୍ତେଜନା ସୃଷ୍ଟି ହେବା ସହ ଏକ ଏକ ଗୋଷ୍ଠୀର ମହିଳାଙ୍କ...

କାମ କରୁନି ଅକ୍ସିଜେନ ଜେନେରେଟର ପ୍ଲାଣ୍ଟ

କେନ୍ଦୁଝର, ୧୧।୩ (ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବସିଥିବା ଅକ୍ସିଜେନ ଜେନେରେଟର କାମରେ ଲାଗୁନି। ଏହା କାର୍ଯ୍ୟକ୍ଷମ ହେବା ଦିନ ଠାରୁ ଅକ୍ସିଜେନ ଲିକ ହେଉଥିବାରୁ ବ୍ୟବହାର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ରୋଗୀ...

ମେଳା ଦେଖିବାକୁ ଯାଇ ନଦୀରେ ବୁଡିଗଲେ

ଆନନ୍ଦପୁର,୧୦।୩(ସ୍ବ.ପ୍ର.): ବାଲିଘାଟ ପାଇଁ ନଦୀଗର୍ଭରେ ସୃଷ୍ଟି ହୋଇଥିବା ଗର୍ତ୍ତରେ ଜଣେ ବ୍ୟକ୍ତି ବୁଡି ପ୍ରାଣ ହରାଇଛନ୍ତି। ଏଭଳି ଘଟଣା ଘସିପୁରା ଥାନା ଦେଓଗାଁ ସ୍ଥିତ କୁଶେଇ ନଦୀରେ ଦେଖିବାକୁ ମିଳିଛି। ମୃତକ ହେଉଛନ୍ତି ଦେଓଗାଁ ସୀମାନ୍ତ ଯାଜପୁର ଜିଲା ଟମକା...

ମରଣାନ୍ତକ ଆକ୍ରମଣ ମାମଲାରେ ୫ବର୍ଷ ଜେଲ

କେନ୍ଦୁଝର,୧୦ା୩ (ସ୍ବ.ପ୍ର.):  କେନ୍ଦୁଝର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଏକ ମରଣାନ୍ତକ ଆକ୍ରମଣ ଘଟଣାର ବୁଧବାର ରାୟ ଶୁଣାଇ ଅଭିଯୁକ୍ତ ଲଛମନ ପରିଡାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ...

ପଞ୍ଚାୟତ ଓ ପୌରପାଳିକା ଭୋଟର ତାଲିକାରେ ରହିଛି ନାଁ, ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ

କେନ୍ଦୁଝର,୯ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ନାମାଙ୍କନପତ୍ର ଯାଞ୍ଚ ବେଳେ କେନ୍ଦୁଝରଗଡ଼ ପୌରପରିଷଦ ପାଇଁ ନିର୍ବାଚନ ଲଢୁଥିବା ବିଜେଡିର ୧୨ ନମ୍ବର ଓ୍ବାର୍ଡର କାଉନସିଲର ପ୍ରାର୍ଥୀ କରୁଣାକର ମାରାଣ୍ଡିଙ୍କ...

ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର,୯ା୩(ସ୍ବ.ପ୍ର.): କେନ୍ଦୁଝର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଏକ ମରଣାନ୍ତ୍ରକ ଆକ୍ରମଣ ଘଟଣାର ବୁଧବାର ରାୟ ଶୁଣାଇ ଜଣେ ଅଭିଯୁକ୍ତ ଲଛମନ ପରିଡ଼ାଙ୍କୁ ୫ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ପ୍ରକାଶ, ୨୦୧୪ ମେ ୨୮ ଅପରାହ୍ନ ୧ଟାରେ ପଣ୍ଡାପଡ଼ା...

ପ୍ରାର୍ଥିତ୍ୱକୁ ନେଇ ବିବାଦ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଆନନ୍ଦପୁର,୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ନିର୍ବାଚନ ପାଇଁ ବୁଧବାର ଯାଞ୍ଚ ପ୍ରକ୍ରିୟା ରହିଥିଲା। ଯାଞ୍ଚ ପ୍ରକ୍ରିୟା ପରେ ୧୪ ନଂ ଓ୍ବାର୍ଡର ଭାଜପା ପ୍ରାର୍ଥୀଙ୍କ ନାମାଙ୍କନରେ ତ୍ରୁଟିଥିବା ଏବଂ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିବା ଦାବିରେ ବିଜେଡି କର୍ମୀମାନେ...

ସତ୍ୟପାଠରେ ତ୍ରୁଟି, ଦୁଇ ନାମାଙ୍କନ ନାକଚ

କେନ୍ଦୁଝର,୯ା୩(ସ୍ବ.ପ୍ର.):  ପୌର ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ କରାଯାଇଛି। କେନ୍ଦୁଝରଗଡ଼ ପୌରପାଳିକାରେ ଦୁଇ ଜଣ ପ୍ରାର୍ଥିନୀଙ୍କ ନାମାଙ୍କନପତ୍ର ନାକଚ ହୋଇଥିବା ଜଣାପଡ଼ିଛି। ସତ୍ୟପାଠରେ ତ୍ରୁଟି ଯୋଗୁ ନାକଚ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ୧୮ ନମ୍ବର ଓ୍ବାର୍ଡ ପାଇଁ...

ଦୃଷ୍ଟିହୀନଙ୍କୁ ଜୀବନସାଥୀ କଲେ ମହିଳା

ଚମ୍ପୁଆ,୯।୩(ଡି.ଏନ୍‌.ଏ): ବିଶ୍ୱ ମହିଳା ଦିବସ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ଚମ୍ପୁଆ କୋର୍ଟ ପରିସରରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ଦୃଷ୍ଟିଶକ୍ତି ହରାଇଥିବା ୪୨ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଜନୈକା ମହିଳା ଜୀବନସାଥୀ ବାଛିଛନ୍ତି। ବିବାହ ବନ୍ଧନରେ ଆବଦ୍ଧ...

ଏଥର ତ୍ରିମୁଖୀ ଲଢ଼େଇ

କେନ୍ଦୁଝର, ୮ା୩ (ସ୍ବ.ପ୍ର.) ପାୈରନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ସୋମବାର ଥିଲା ଶେଷ ଦିନ। ଚଳିତ ନିର୍ବାଚନରେ ପାୈରାଧ୍ୟକ୍ଷ ନିର୍ବାଚନ ବହୁ ବର୍ଷ ପରେ ସିଧାସଳଖ ହେବାକୁ ଯାଉଛି। ଏଣୁ ଏନେଇ ଉତ୍କଣ୍ଠା ପ୍ରକାଶ ପାଇଛି। କେନ୍ଦୁଝରଗଡ଼ ପାୈରପାଳିକାର ଅଧ୍ୟକ୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri