ନଭେମ୍ବର ୯-୧୦ରେ ପାଳନ ହେବ ମାଣ୍ଡିଆ ଦିବସ

କେନ୍ଦୁଝର, ୭।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ) ମାଣ୍ଡିଆ ଅତ୍ୟନ୍ତ ପୁଷ୍ଟିକର ହୋଇଥିବାରୁ ଏହାକୁ ଅଧିକ ଲୋକପ୍ରିୟ କରାଇବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଗୁରତ୍ୱାରୋପ କରିଛନ୍ତି । ଚଳିତ ନଭେମ୍ବର ୯ ଓ ୧୦ରେ କେନ୍ଦୁଝର ଜିଲ୍ଲାରେ ମାଣ୍ଡିଆ ଦିବସ ପାଳନ ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ନରେ ଦରବାର ହଲ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ଜିଲ୍ଲାପାଳ ଶ୍ରୀ ଠାକରେ ମାଣ୍ଡିଆ ଜାତୀୟ ଖାଦ୍ୟର ଉପକାରିତା ସଂପର୍କରେ ଆଲୋକପାତ କରି ଏହାର ବହୁଳ ଉପଯୋଗ ପାଇଁ ଆହ୍ବାନ ଦେଇଛନ୍ତି । ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ ମିଳିତ ଜାତିସଂଘ ୨୦୨୩ ମସିହାକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ବିଭିନ୍ନ ମିଲେଟ ପ୍ରୋତ୍ସାହନ କାର୍ଯ୍ୟକ୍ରମକୁ
ରାଜ୍ୟରେ ଉତ୍ସବ ଭାବେ ପାଳନ କରାଯାଉଛି । ନଭେମ୍ବର ୧୦ ତାରିଖକୁ ମିଲେଟ ଦିବସ (ମାଣ୍ଡିଆ ଦିବସ) ଭାବରେ ପାଳନ କରାଯାଉଛି । ତଦନୁଯାୟୀ କେନ୍ଦୁଝର ଜିଲ୍ଲାରେ ଡି.ଏମ.ଏଫ. ସହଯୋଗରେ ନମ୍ବର ୯ ଓ ୧୦ ତାରିଖରେ ଧରଣୀଧର ବିଶ୍ବ ବିଦ୍ୟାଳୟ ପଡିଆରେ ଦୁଇଦିନିଆଁ ମାଣ୍ଡିଆ ଦିବସ ପାଳନ ଆୟୋଜନ କରାଯାଉଛି। ୧୦ତାରିଖରେ ମୁଖ୍ୟ ଅତିଥି ଭାବେ ଓଡିଶାର କ୍ରୀଡା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ମନ୍ତ୍ରୀ ତୁଷାକାନ୍ତ ବେହେରା, ସମ୍ମାନନୀୟ ଅତିଥ ଭାବେ ଜିଲାର ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୯ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଏସ.ପି. ଏବଂ ଡି.ଏଫ.ଓ.ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଶୁଦ୍ଧ ମିଲେଟ ସୁସ୍ଥ ଜୀବନ ଉପରେ ମିଲେଟ ଖାଦ୍ୟ ପ୍ରତିଯୋଗିତା, ମିଲେଟ ଆଧାରିତ ଖେଳ ଜୋନ, କୁଇଜ ପ୍ରତିଯୋଗିତା, ମାଣ୍ଡିଆ ଚାଷର ପ୍ରଦର୍ଶନୀ, ମିଲେଟ ଶକ୍ତି କାଫେର ପ୍ରତିକୃତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜିଲାବାସୀ ତଥା ପଡୋଶୀ ଜିଲାର ଅଧିବାସୀମାନେ ଉକ୍ତ କାର୍ଯ୍ୟକ୍ରମରେ ବହୁଳ ଭାବେ ଯୋଗଦାନ କରିବାକୁ ଜିଲ୍ଲାପାଳ ଠାକରେ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri