ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ମନ୍ତ୍ରୀ

କେନ୍ଦୁଝର,୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କୁଡୁମୀ ଜାତିକୁ ୧୯୫୦ ସେପ୍ଟେମ୍ବର ୬ରୁ ଆଦିବାସୀ ତାଲିକାରୁ ବାଦ୍‌ ଦିଆଯାଇଥିଲା। ତେଣୁ  ପୁନର୍ବାର ଆଦିବାସୀ ମାନ୍ୟତା ଫେରି ପାଇବା ପାଇଁ ବିଭିନ୍ନ ଗଣଆନ୍ଦୋଳନ ଜାରି ରଖିଛି। କିନ୍ତୁ କିଛିଦିନ ପୂର୍ବରୁ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ କୁଡୁମୀ ଜାତି ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି। ସେ କହିଛନ୍ତି, କୁଡୁମୀ ଜାତି ବିଦେଶରୁ ଟଙ୍କା ଆଣି ହିଂସା ସୃଷ୍ଟି କରୁଛି ଏବଂ କୁଡୁମୀ ଜାତି ଦଲାଲଗିରି କରୁଛି। ଏପରି କୁଡୁମୀ ଜାତିକୁ ଅପମାନିତ କଲା ଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। ତାହାର ପ୍ରତିବାଦ ସ୍ବରୂପ ଶନିବାର କେନ୍ଦୁଝର ସହିଦ ସଦନଠାରୁ ଓଡ଼ିଶା କୁଡୁମୀ ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତଙ୍କ ନେତୃତ୍ୱରେ ଏକ ବିରାଟ କୁଡୁମୀ ରାଲି ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହି କୁଡୁମୀ ରାଲିର ନେତୃତ୍ୱ ନେଇଥିଲେ ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ୍‌ ମହାନ୍ତ, ଜିଲା ସଭାପତି ତ୍ରିଲୋଚନ ମହାନ୍ତ, ରାଜ୍ୟ ଉପଦେଷ୍ଟା ରତ୍ନାକର ମହାନ୍ତ, ବିନୋଦ ମହାନ୍ତ, ବୀରେନ୍ଦ୍ର ମହାନ୍ତ, ତ୍ରିନାଥ ମହାନ୍ତ। ବର୍ଷାକୁ ଖାତିର ନ କରି ଶହଶହ କୁଡୁମୀ ଭଉଣୀ-ଭାଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ବିଶେଶ୍ୱର ଟୁଡୁଙ୍କ ବିରୋଧରେ ପ୍ରତିବାଦ କରି ସଭା କରାଯାଇଥିଲା। ଶେଷରେ ବିଶେଶ୍ୱରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଅଭିରାମ ମହାନ୍ତ, ବିଶ୍ୱନାଥ ମହାନ୍ତ, ଗୁରୁଚରଣ ମହାନ୍ତ, ହାଡ଼ିବନ୍ଧୁ ମହାନ୍ତ , ତ୍ରିଲୋଚନ ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ମୁନା ମହାନ୍ତ, ନରେନ ମହାନ୍ତ, ରାମଚନ୍ଦ୍ର ମହାନ୍ତ, ଗୋବିନ୍ଦ ମହାନ୍ତ, କୁନ୍ତଳା ମହାନ୍ତ, ପଦ୍ମିନୀ ମହାନ୍ତ, ଚମ୍ପା ମହାନ୍ତ, ହେମଲତା ମହାନ୍ତ, ପୁଷ୍ପଲତା ମହାନ୍ତ ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

୨୩ OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୩୦।୬: ଆଗକୁ ବିଶ୍ୱ ପ୍ରସିଦ୍ଧ ପୁରୀରଥଯାତ୍ରା। ରଥଯାତ୍ରା ସୁପରିଚାଳନା ପାଇଁ ୨୩ OAS ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି…

ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି…

ପୋକ୍ସୋ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ; ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୩୦।୬: ଗଜପତି ଜିଲ୍ଲାର ଏକ ଚର୍ଚ୍ଚିତ ପୋକ୍ସୋ ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ହର ପ୍ରସାଦ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ଟ୍ରାକ୍ଟର ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ପରିବାରକୁ ମିଳିଲା ସରକାରୀ ସହାୟତା

ଦିଗପହଣ୍ଡି, ୩୦|୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ହସ୍ପିଟାଲ ଛକ ନିକଟ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri