ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥାନରେ ଶୌଚାଳୟ ନିର୍ମାଣ

କେନ୍ଦୁଝର,୩ା୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଲାଗି ପ୍ରସ୍ତାବିତ ସ୍ଥାନରେ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ସର୍ବସାଧାରଣ ଶୌଚାଳୟ ଏବଂ ପରିସ୍ରାଗାର ନିର୍ମାଣ କରାଯିବା ଘଟଣାକୁ ବିରୋଧ କରାଯାଇଛି। ଏନେଇ ସାମାଜିକ ସଂଗଠନ ଆଦିବାସୀ ହୋ ସମାଜ ମହାସଭାର କର୍ମକର୍ତ୍ତା ଜିଲାପାଳ ଆଶୀଷ ଠାକରେଙ୍କୁ ଭେଟିିଛନ୍ତି। ଶୌଚାଳୟ ନିର୍ମାଣ କାମ ତୁରନ୍ତ ବନ୍ଦ କରିବା ସହ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ର୍ତ୍ତିି ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି।
  ଯେ, ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ର୍ତ୍ତିି ସ୍ଥାପନ ପାଇଁ ଚମ୍ପୁଆ ତହସିଲ ପକ୍ଷରୁ ଚିଠି ସଂଖ୍ୟା ୨୭୩୮/୧୦ା୭ା୨୦୨୩ରେ ଚମ୍ପୁଆ ମୌଜାର ଖାତା ନଂ.୫୪୬, ପ୍ଲଟ୍‌ ନଂ.୯୬୭(ଘରବାରି ଏକ)ର ଏ ୦.୦୧୫ ଡେସିମିଲ ଜମି ଯୋଗାଇ ଦିଆଯାଇଛି। ତେବେ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) କର୍ତ୍ତୃପକ୍ଷ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ  ନୋ-ଅବଜେକସନ ସାର୍ଟିଫିକେଟ (ଏନ୍‌ଓସି) ଦେବା ବଦଳରେ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରାଯାଉଥିବା ଆଦିବାସୀ ହୋ ସମାଜ ମହାସଭାର ଜିଲା ସଭାପତି ଗୌରଚନ୍ଦ୍ର ମୁଣ୍ଡା ଅଭିଯୋଗ କରିଛନ୍ତି।  ପ୍ରତିମୂର୍ତ୍ତି ସ୍ଥାପନ ପରେ ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଉନ୍ମୋଚନ କରାଯିବା ଲାଗି  କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୧୫ରେ ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ପାଳନ ଦିନକୁ ‘ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ’ ରୂପେ ପାଳନ କରାଯାଇ ଆସୁଛି। ତେବେ ଜୟନ୍ତୀ ପାଳନ ପୂର୍ବରୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ସରକାରୀ ଛୁଟି ଥିବା ସୁଯୋଗରେ ତରବରିଆ ଭାବେ ଉକ୍ତ ସ୍ଥାନରେ ଚମ୍ପୁଆ ଏନ୍‌ଏସି ପକ୍ଷରୁ ବିନା ସୂଚନା ଫଳକରେ ‘ସର୍ବସାଧାରଣ ଶୌଚାଳୟ ଏବଂ ପରିସ୍ରାଗାର’ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ରବିବାର ଆଦିବାସୀ ହୋ ସମାଜ ମହାସଭାର ଜରୁରୀ ବୈଠକ ବସି ଶୌଚାଳୟ ନିର୍ମାଣକୁ ବିରୋଧ କରାଯାଇଥିଲା। ଏନ୍‌ଏସି ପ୍ରଶାସନର  ଏଭଳି  କାର୍ଯ୍ୟକଳାପ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତି ଅପମାନ ସଦୃଶ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲାତେଣୁ ତୁରନ୍ତ ବିନା ସୂଚନା ଫଳକରେ ଶୌଚାଳୟ ଏବଂ ପରିସ୍ରାଗାର ନିର୍ମାଣକୁ ବନ୍ଦ କରାଯାଉ ବୋଲି  ଆଦିବାସୀ ହୋ ସମାଜ ମହାସଭା ଦାବି କରିଛି। ଏନେଇ ଚମ୍ପୁଆ ଏନ୍‌ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁଙ୍କୁ ପଚାରିବାରୁ ଉକ୍ତ ଜମି ନିକଟରେ ପାଇଖାନା ଟାଙ୍କିି ରହିଛି। ସେଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସୁବିଧା ନାହିଁ। ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବଜାର ଉପରେ ଜମି ଦିଆଯିବ ବୋଲି କୁହାଯାଇଛି।  ଏନ୍‌ଏସି ଅଞ୍ଚଳରେ ତହସିଲଦାର କିଭଳି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜମି ଦେଲେ ସେ ବିୟରେ ଜଣାନାହିଁ ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?