ତୁହାକୁତୁହା ବର୍ଷା, ଚାଷୀ ଆଖିରେ ଲୁହ
କେନ୍ଦ୍ରାପଡ଼ା ଅଫିସ,୬ା୧୨: କେନ୍ଦ୍ରାପଡ଼ା ଜିଲାରେ ଗତ ଦୁଇଦିନ ଧରି ଝିପିଝିପି ବର୍ଷା ହେଉଥିଲା। ରବିବାର ସକାଳଠାରୁ ବାତ୍ୟା ଜଓ୍ବାଦ ପ୍ରଭାବରେ ତୁହାକୁ ତୁହା ବର୍ଷା ହେଉଛି। ସକାଳ ୮ଟା ସୁଦ୍ଧା ଜିଲାରେ ମୋଟ ୪୩୪ ମିଲିମିଟର ବର୍ଷା ହୋଇଛି; ଯାହା ଚାଷୀଙ୍କ…
ଉପକୂଳ ଜଗିଛି ୧୦ ସୁନାମି ଆଲର୍ଟ ଟାୱାର
ମହାକାଳପଡ଼ା,୫ା୧୨(ଡି.ଏନ୍.ଏ.): ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବାତ୍ୟା ଭୟ ଲାଗି ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଉଠି କୂଳ ଅଭିମୁଖେ ମାଡ଼ି ଆସିବ। ତେବେ ବ୍ଲକର ସମୁଦ୍ର ଉପକୂଳ ଅଞ୍ଚଳରେ ୧୦ଟି ସୁନାମୀ ଟାୱାର…
ଫସଲ ନଷ୍ଟ ଆଶଙ୍କାରେ ଚାଷୀ
କେନ୍ଦ୍ରାପଡ଼ା ଅଫିସ, ୫ା୧୨: କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ଗତ ଶୁକ୍ରବାର ସନ୍ଧ୍ୟାରୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ହୋଇଛି। ତଟାଞ୍ଚଳରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି। ବାତ୍ୟାର ମୁକାବିଲା…
ଡରାଉଛି ସମ୍ଭାବ୍ୟ ବାତ୍ୟା
କେନ୍ଦ୍ରାପଡ଼ା ଅଫିସ,୪।୧୨: ସମ୍ଭାବ୍ୟ ବାତ୍ୟା ଜଓ୍ବାଦ ଶନିବାରରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇବ। ପାଣିପାଗ ବିଶେଷଜ୍ଞ ଓ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଏପରି ସୂଚନା ପରେ ଜିଲାବାସୀ ସମ୍ଭାବ୍ୟ ଜଓ୍ବାଦକୁ ନେଇ ଆତଙ୍କିତ ହୋଇଛନ୍ତି। ଖରିଫ ଫସଲ ଅମଳ ହୋଇ…
ପ୍ରଶାସନ-ଅଭିଯୋଗକାରୀଙ୍କ ଆଲୋଚନା, ୨୦ ସୁଦ୍ଧା ଫଳ
କେନ୍ଦ୍ରାପଡ଼ା ଅଫିସ, ୩ା୧୨: ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ ହାଇକୋର୍ଟ ହସ୍ତକ୍ଷେପ ପରେ ପ୍ରଥମଥର ପାଇଁ ରାଜ୍ୟ ପ୍ରଶାସନ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଗୁରୁବାର ଆଲୋଚନା ହୋଇଛି। ଅଭିଯୋଗକାରୀ ରାଜକନିକା ବ୍ଲକ ବଡରାଜାର ସୁକାନ୍ତ କୁମାର ଦାସ…
ମୌଳିକତା ହରାଇଛି ମୌଳିକ ବିଦ୍ୟାଳୟ
କେନ୍ଦ୍ରାପଡ଼ା ଅଫିସ, ୨।୧୨: ମାଧ୍ୟମିକସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଡ୍ରପ ଆଉଟ ରୋକିବାକୁ ରାଜ୍ୟର ସମସ୍ତ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ କରାଯିବ ବୋଲି ୨୦୧୬ରେ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ। ଇତିମଧ୍ୟରେ ୫ ବର୍ଷ ବିତିଛି। ହେଲେ ଆଜି…
ସମ୍ଭାବ୍ୟ ଝଡ଼, ଫସଲ ନଷ୍ଟ ଆଶଙ୍କାରେ ଚାଷୀ
କେନ୍ଦ୍ରାପଡ଼ା ଅଫିସ, ୧।୧୨: ସମ୍ଭାବ୍ୟ ସାମୁଦ୍ରିକ ଝଡକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳ ଅମୃତ ଋତୁରାଜ ଗଣମାଧ୍ୟମକୁ ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି,…
୬୫ ଟଙ୍କାରେ ୭ ଘଣ୍ଟା କାମ
କେନ୍ଦ୍ରାପଡ଼ା ଅଫିସ, ୨୯ା୧୧: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ୨୦୨୩ ସୁଦ୍ଧା ପ୍ରତି ଘରକୁ ଟ୍ୟାପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଯୋଜନା ପ୍ରଣୟନ କରିଛନ୍ତି। ତେବେ ତୃଣମୂଳରେ ଏହି…
ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ୩ ବର୍ଷର ଧଳା କୁମ୍ଭୀର
ରାଜନଗର, ୨୯ା୧୧(ଡି.ଏନ୍.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଧଳା କୁମ୍ଭୀର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଭିତରକନିକାକୁ ବୁଲିବାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଏହି…
କଟକଣା ମାନୁନାହାନ୍ତି ମତ୍ସ୍ୟଜୀବୀ
କେନ୍ଦ୍ରାପଡ଼ା ଅଫିସ,୨୮ା୧୧: ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୨ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ ରଖାଯାଇଛି। ତେବେ ମତ୍ସ୍ୟଜୀବୀ ଏହି କଟକଣାକୁ ମାନୁନାହାନ୍ତି। ଗତ ୨୬ ଦିନ ମଧ୍ୟରେ…
ଜିଲାରେ ଚାଲିଛି ବିପଜ୍ଜନକ ନୌପରିବହନ
କେନ୍ଦ୍ରାପଡ଼ା ଅଫିସ,୨୭।୧୧: ରାଜ୍ୟ ପର୍ଯ୍ୟଟନ ବିଭାଗ ଆସନ୍ତା ଡିସେମ୍ବରରେ ରାଜନଗର ବ୍ଲକ ପେଣ୍ଠଠାରେ ଭିତରକନିକା ଇକୋ ରିଟ୍ରିଟ ଆରମ୍ଭ କରିବ। ଭିତରକନିକାର ପ୍ରାକୃତିକ ବିଭବ ସହିତ ହୁକିଟୋଲା, ହାବେଳିଖଟି, ବତିଘର ଆଦି ପର୍ଯ୍ୟଟକଙ୍କ ଆକର୍ଷଣ ରହିବ। ଏହି ପର୍ଯ୍ୟଟନ କ୍ଷେତ୍ରକୁ ଯିବା…
ଲକ୍ଷେ ଲୋକଙ୍କ ପାଇଁ ୫ ଡାକ୍ତର
କେନ୍ଦ୍ରାପଡ଼ା ଅଫିସ,୨୬ା୧୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ନୂଆ ଡାକ୍ତରଙ୍କ ପୋଷ୍ଟିଂ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ଦେଖିଲେ କେନ୍ଦ୍ରାପଡ଼ା ଜିଲାରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।…
Archives


