ଉପକୂଳ ଜଗିଛି ୧୦ ସୁନାମି ଆଲର୍ଟ ଟାୱାର

ମହାକାଳପଡ଼ା,୫ା୧୨(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବାତ୍ୟା ଭୟ ଲାଗି ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଉଠି କୂଳ ଅଭିମୁଖେ ମାଡ଼ି ଆସିବ। ତେବେ ବ୍ଲକର ସମୁଦ୍ର ଉପକୂଳ ଅଞ୍ଚଳରେ ୧୦ଟି ସୁନାମୀ ଟାୱାର ଆଲର୍ଟ କେନ୍ଦ୍ର ୨୦୧୮ରେ ସ୍ଥାପନ କରାଯାଇଛି। ତନ୍ତିଆପାଳ, ଶାସନ, ରଟପଙ୍କ, ନରସିଂହପୁର, କଣ୍ଡରାପାଟିଆ, ଉତ୍ତର ଜମ୍ବୁ, ଜମ୍ବୁ ଲକ୍‌ ମତ୍ସ୍ୟଜେଟି ନିକଟ, ବତୀଘର ପଞ୍ଚାୟତର ବଡଟୁବି, ଦକ୍ଷିଣ ବରକୋଳିଖୋଳା, କଜଳପାତିଆ ସହିତ ବ୍ଲକର ମୂଖ୍ୟ କାର୍ଯ୍ୟାଳୟ ପରିସରରେ ସୁନାମୀ ସତର୍କ ସୂଚନା କେନ୍ଦ୍ର ରହିଛି। ସମୁଦ୍ରରେ ଉଚ୍ଚ ଜୁଆର ବା ସୁନାମୀ ଆସିବାର ୪୫ ମିନିଟ୍‌ ପୂର୍ବରୁ ୨ କି.ମି.ଦୂରତା ପର୍ଯ୍ୟନ୍ତ ସାଇରନ ବାଜିବ। ଏହି ସତର୍କ ସୂଚନା ମିଳିବା ପରେ ସ୍ଥାନୀୟ ଲୋକମାନେ ଉଚ୍ଚ ସ୍ଥାନକୁ ଯାଇ ଜୀବନ ରକ୍ଷା କରିପାରିବେ।
ଅନ୍ୟପକ୍ଷେ ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ମୁତୟନ କରାଯାଇଛି। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ରୋଗୀ, ଗର୍ଭବତୀ, ଶିଶୁ, ଅସହାୟ ମହିଳା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧଙ୍କୁ ଥଇଥାନ କରିବାକୁ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ପାଇଁ କୁହାଯାଇଛି। ବିଶେଷ କରି ବ୍ଲକର କଣ୍ଡରାପାଟିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏ ସମ୍ପର୍କରେ ବିଡ଼ିଓ ଦେବାଶିଷ ରାଉତ କହିଛନ୍ତି, ସାମ୍ଭବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। କେହି ଯେମିତି ମୃତାହତ ନ ହୁଅନ୍ତି ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିମହାକାଳପଡ଼ା,୫ା୧୨(ଡି.ଏନ୍‌.ଏ.)
ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବାତ୍ୟା ଭୟ ଲାଗି ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଉଠି କୂଳ ଅଭିମୁଖେ ମାଡ଼ି ଆସିବ। ତେବେ ବ୍ଲକର ସମୁଦ୍ର ଉପକୂଳ ଅଞ୍ଚଳରେ ୧୦ଟି ସୁନାମୀ ଟାୱାର ଆଲର୍ଟ କେନ୍ଦ୍ର ୨୦୧୮ରେ ସ୍ଥାପନ କରାଯାଇଛି। ତନ୍ତିଆପାଳ, ଶାସନ, ରଟପଙ୍କ, ନରସିଂହପୁର, କଣ୍ଡରାପାଟିଆ, ଉତ୍ତର ଜମ୍ବୁ, ଜମ୍ବୁ ଲକ୍‌ ମତ୍ସ୍ୟଜେଟି ନିକଟ, ବତୀଘର ପଞ୍ଚାୟତର ବଡଟୁବି, ଦକ୍ଷିଣ ବରକୋଳିଖୋଳା, କଜଳପାତିଆ ସହିତ ବ୍ଲକର ମୂଖ୍ୟ କାର୍ଯ୍ୟାଳୟ ପରିସରରେ ସୁନାମୀ ସତର୍କ ସୂଚନା କେନ୍ଦ୍ର ରହିଛି। ସମୁଦ୍ରରେ ଉଚ୍ଚ ଜୁଆର ବା ସୁନାମୀ ଆସିବାର ୪୫ ମିନିଟ୍‌ ପୂର୍ବରୁ ୨ କି.ମି.ଦୂରତା ପର୍ଯ୍ୟନ୍ତ ସାଇରନ ବାଜିବ। ଏହି ସତର୍କ ସୂଚନା ମିଳିବା ପରେ ସ୍ଥାନୀୟ ଲୋକମାନେ ଉଚ୍ଚ ସ୍ଥାନକୁ ଯାଇ ଜୀବନ ରକ୍ଷା କରିପାରିବେ।
ଅନ୍ୟପକ୍ଷେ ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ମୁତୟନ କରାଯାଇଛି। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ରୋଗୀ, ଗର୍ଭବତୀ, ଶିଶୁ, ଅସହାୟ ମହିଳା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧଙ୍କୁ ଥଇଥାନ କରିବାକୁ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ପାଇଁ କୁହାଯାଇଛି। ବିଶେଷ କରି ବ୍ଲକର କଣ୍ଡରାପାଟିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏ ସମ୍ପର୍କରେ ବିଡ଼ିଓ ଦେବାଶିଷ ରାଉତ କହିଛନ୍ତି, ସାମ୍ଭବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। କେହି ଯେମିତି ମୃତାହତ ନ ହୁଅନ୍ତି ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?