ସମ୍ଭାବ୍ୟ ଝଡ଼, ଫସଲ ନଷ୍ଟ ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧।୧୨: ସମ୍ଭାବ୍ୟ ସାମୁଦ୍ରିକ ଝଡକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳ ଅମୃତ ଋତୁରାଜ ଗଣମାଧ୍ୟମକୁ ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆସନ୍ତା ୨ ତାରିଖଠାରୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। ସେହିପରି ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀ ୨ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି। ଖରିଫ ଧାନ ଫସଲ ଅମଳକୁ ସେ ପ୍ରାଥମିକତା ଦେଇଛନ୍ତି। ସେହିପରି କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀଙ୍କୁ ଫସଲର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସମ୍ଭାବ୍ୟ ସାମୁଦ୍ରିକ ଝଡ ଜିଲାର ଚାଷୀଙ୍କୁ ଚିନ୍ତାରେ ପକାଇଛି। ଖରିଫ ଧାନ ଏବେ ଦର ପାଚିଲା ଅଛି। ଡିସେମ୍ବର ୨୦ରୁ ଏଠାରେ ଧାନ କଟା ଆରମ୍ଭ ହେଉଥିବା ବେଳେ ବର୍ଷା ପାଇଁ ଆବଶ୍ୟକ କୃଷି ଶ୍ରମିକ ନାହାନ୍ତି। ଧାନ କଟା ଓ ଅମଳ ମେଶିନ (ହାର୍ଭେଷ୍ଟର) ଜିଲାରେ ପର୍ଯ୍ୟାପ୍ତ ପରିମାଣରେ ନ ଥିବାରୁ ଅମଳ ସୀମିତ ସମୟ ମଧ୍ୟରେ କରାଯିବା ସମ୍ଭବ ନୁହେଁ ବୋଲି ବହୁ ଚାଷୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ନିକିରାଇର ରମାକାନ୍ତ ଜେନା କହିଛନ୍ତି, ଗଣମାଧ୍ୟମରୁ ସାମୁଦ୍ରିକ ଝଡ ଖବର ପାଇବା ପରେ ୨ ଦିନ ମଧ୍ୟରେ ପ୍ରାୟ ୪ ଏକର ଦର ପାଚିଲା ଧାନ କଟାଯାଇଛି। ସେଗୁଡିକୁ ଖଳାକୁ ଆଣି ରକ୍ଷଣାବେକ୍ଷଣ କରିବା ଏବେ କଷ୍ଟକର ହୋଇପଡିଛି। କୃଷି ଶ୍ରମିକ ମିଳୁନାହାନ୍ତି। ଏହି ଧାନ ବିଡାକୁ ଗଦା ମାରି ପଲିଥିନ ଘୋଡାଇବାକୁ ଅର୍ଥର ଅଭାବ ଅଛି। ଋଣ କରି ଚାଷ କରିଥିବା ବେଳେ ବର୍ଷା ଯୋଗୁ ଧାନ ନଷ୍ଟ ହେଲେ ଋଣ ଶୁଝିବା ଚିନ୍ତାରେ ଥିବା ସେ କହିଛନ୍ତି। ଭରତପୁର ଗ୍ରାମର ଭାଗଚାଷୀ ସନତ କୁମାର ଦାସ କହିଛନ୍ତି, ଡିସେମ୍ବର ଶେଷ ଆଡକୁ ଜିଲାରେ ଧାନ କଟା ଆରମ୍ଭ ହୋଇଥାଏ। ଦର ପାଚିଲା ଧାନ କାଟି ଆଣିଲେ ପୋକ ଲାଗିବା ଭୟ ଅଛି। ସେହିପରି ଉପଯୁକ୍ତ ପରିମାଣରେ ଫସଲ ଆଦାୟ ହୋଇପାରିବ ନାହିଁ। ଚଳିତ ବର୍ଷ ଫସଲ ଆରମ୍ଭରେ ସାମୁଦ୍ରିକ ଝଡ ଓ ଲଗାଣ ବର୍ଷା ଫସଲକୁ ନଷ୍ଟ କରିଥିଲା। କ୍ଷେତରେ ପୁଣି ଥରେ ରୁଆ ହୋଇଥିଲା। ଏବେ ଫସଲ ଅମଳ ପୂର୍ବରୁ ବର୍ଷା ହେଲେ ଧାନ ଫସଲ ନଷ୍ଟ ହେବ। କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡା କୁହନ୍ତି, ସମ୍ଭାବ୍ୟ ବର୍ଷା ଧାନ ଫସଲକୁ ନଷ୍ଟ କରିବ। ଲଗାତାର ଦୁଇଦିନ ବର୍ଷା ହେଲେ ଧାନ ଗଜା ହୋଇଯିବ। ଜିଲାରେ କୃଷି ଶ୍ରମିକ ମିଳୁ ନ ଥିବା ବେଳେ ହାର୍ଭେଷ୍ଟର ନାହିଁ। ଅଳ୍ପ ସମୟରେ ଧାନ ଅମଳରେ ଏହା ବାଧା ସୃଷ୍ଟି କରିଛି। ଚଳିତବର୍ଷ ପ୍ରାୟ ୧୫ ଏକର ଜମିରେ ସେ ଚାଷ କରିଥିବା ପ୍ରକାଶ କରିଛନ୍ତି। କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି, ଅନୂ୍ୟନ୍ୟ ୮୫ ପ୍ରତିଶତ ପାଚିଥିବା ଧାନକୁ କାଟି ସଂରକ୍ଷଣ କରିବା ଆବଶ୍ୟକ। ଅଧିକ ବର୍ଷା ହେଲେ ଚାଷୀ ମୁଗ ଓ ବିରି ଆଦି ଫସଲ ଥିବା ଚାଷ ଜମିର ପାଣି ନିଷ୍କାସନ କରିବା ଜରୁରୀ। ପନିପରିବା ଚାଷୀ କୀଟନାଶକ ସିଞ୍ଚନ ବନ୍ଦ କରିବା ସହ ବର୍ଷା ସମୟରେ ବାଇଗଣ, ବିଲାତି ବାଇଗଣ, ଫୁଲ କୋବି, ବନ୍ଧା କୋବି, ବ୍ରୋକେଲି, କ୍ୟାପସିଗମ ପ୍ରଭୃତି ଚାରା ଗଛକୁ ଘୋଡାଇଲେ କ୍ଷତି କମ୍‌ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri