ପ୍ରଶାସନ-ଅଭିଯୋଗକାରୀଙ୍କ ଆଲୋଚନା, ୨୦ ସୁଦ୍ଧା ଫଳ

କେନ୍ଦ୍ରାପଡ଼ା ଅଫିସ, ୩ା୧୨: ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ ହାଇକୋର୍ଟ ହସ୍ତକ୍ଷେପ ପରେ ପ୍ରଥମଥର ପାଇଁ ରାଜ୍ୟ ପ୍ରଶାସନ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଗୁରୁବାର ଆଲୋଚନା ହୋଇଛି। ଅଭିଯୋଗକାରୀ ରାଜକନିକା ବ୍ଲକ ବଡରାଜାର ସୁକାନ୍ତ କୁମାର ଦାସ ସ୍ଥାନୀୟ ଅଞ୍ଚଳର ଜୀବନ, ଜୀବିକା ଓ ଭିତରକନିକା ଜୈବ ବିବିଧତା ସୁରକ୍ଷାକୁ ପ୍ରସଙ୍ଗ କରିଥିଲେ। ଅପରପକ୍ଷରେ ରାଜ୍ୟ ପ୍ରଶାସନ ସାଧାରଣ ଜନତାଙ୍କ ପାଇଁ ପବନ, ପଇବା ପାଣିି ପରେ ପରିବେଶ କଥା ଚିନ୍ତା କରାଯାଇ ପାରେ ବୋଲି ଯୁକ୍ତି ବାଢ଼ିଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହୋଇଥିବା ଏହି ଆଲୋଚନାର ଫଳାଫଳ ଆସନ୍ତା ୨୦ ତାରିଖ ସୁଦ୍ଧା ଜଣାପଡିବ।

କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଯାଇ ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍‌ଏସିକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟଠାରେ ନିର୍ମାଣ କରୁଛନ୍ତି। ତେବେ ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷ, ପିଇବା ପାଣି, ମତ୍ସ୍ୟଜୀବୀଙ୍କ କ୍ଷତି ହେବା ସହ ଭିତରକନିକାର ଜୈବ ବିବିଧତା ନଷ୍ଟ ହେବ। ଏଥିସହ ପ୍ରକଳ୍ପର ଦୁଇ ସ୍ଥାନ ବରୁଣାଡିହା ଓ ନୂଆହାଟ ଭିତରକନିକା ଇକୋ ସେନ୍ସିଟିଭ ଜୋନ ଅଧୀନରେ ଅଛି। ପ୍ରକଳ୍ପ ନିର୍ମାଣ ପୂର୍ବରୁ ଏ ନେଇ ସହମତି ହେବା କଥା। ଏ ନେଇ ଜନସଭା ହୋଇ ନ ଥିବା ବେଳେ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ଜଣେ ବ୍ୟକ୍ତିଙ୍କ ଜମି ଉପରେ ରହିଥିବା ନେଇ ସୁକାନ୍ତ ହାଇକୋର୍ଟରେ ଏକ ପିଆଇଏଲ (ନଂ.୨୬୫୧୪/୨୧) କରିଥିଲେ। ହାଇକୋର୍ଟ ମୁଖ୍ୟ ବିଚରପତି ଓ ଜଷ୍ଟିସ ବି.ପି. ରାୟ ଗତ ସେପ୍ଟେମ୍ବର ୧୭ରେ ଏହାର ଶୁଣାଣି କରିଥିଲେ। ଏଥିରେ ଅଭିଯୋଗକାରୀଙ୍କ ଆପତ୍ତି ସମ୍ପର୍କରେ ଆଲୋଚନା ପାଇଁ ପ୍ରତିପକ୍ଷ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ମୁତାବକ ଭୁବନେଶ୍ୱରସ୍ଥ ବିଭାଗୀୟ ଦପ୍ତରରେ ପ୍ରମୁଖ ସଚିବ ଅଶୋକ ମୀନା, ପାନୀୟ ଜଳ ଯୋଗାଣ ନିର୍ଦ୍ଦେଶକ ତଥା ସହକାରୀ ସଚିବ ପରମେଶ୍ୱରନ ବି. ଓ ପିସିସିଏଫ୍‌ର ବରିଷ୍ଠ ଅଧିକାରୀ ରାଜ୍ୟ ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ ଉପସ୍ଥିତ ଥିବାବେଳେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାପାଳଙ୍କ ସହ ଠିକା ସଂସ୍ଥାର କୌଣସି ଅଧିକାରୀ ନ ଥିଲେ। ସୁକାନ୍ତ ଓ ଆଇନଜୀବୀ ବୃନ୍ଦାବନ ରାଉତ ଏହି ପ୍ରକଳ୍ପରେ ଥିବା ବହୁ ଅନିୟମିତତାକୁ ଆଗକୁ ଆଣିଥିଲେ। ସେମାନେ ଦର୍ଶାଇଥିଲେ, ପ୍ରକଳ୍ପ ପାଇଁ ପରିବେଶ ଓ ସାମାଜିକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତକର୍ତ୍ତା ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଡ. ଶଶୀଧର ଅନୁଧ୍ୟାନ ପାଇଁ ନିଜେ କିମ୍ବା ଅନ୍ୟ କାହାଦ୍ୱାରା ତଦନ୍ତ କରାଇ ନ ଥିବା ରାଜକନିକାର ରାକେଶ ମହାନ୍ତି ଓ ସୂଚନା ଅଧିକାର କର୍ମୀ ମାର୍ଶାଘାଇ ବ୍ଲକ ତାଳସଙ୍ଗାର ପ୍ରତାପ କୁମାର ମହାନ୍ତିଙ୍କୁ ଜଣାଇଛନ୍ତି। ଏଥିସହ ଅଣମୌସୁମୀ ସମୟରେ ଖରସ୍ରୋତାର ପାଣି ସ୍ରୋତ ପ୍ରାୟ ୮୫ ପ୍ରତିଶତ କମି ଯାଉଛି। ଏଠାରୁ ପାଣି ଉଠାଗଲେ ଏହାର ପ୍ରଭାବ ତଳମୁଣ୍ଡରେ ପଡିବ, ପର୍ଯ୍ୟାପ୍ତ ପରିମାଣରେ ପାଣି ନ ଯିବା ସମ୍ଭାବନା ଥିବାରୁ ଭିତରକନିକା ଜୈବ ବିବିଧତା ନଷ୍ଟ ହେବ ବୋଲି ଦର୍ଶାଇ ଥିଲେ। ସେହିପରି ଖରସ୍ରୋତା ନଦୀରୁ ଉଠାଯିବାକୁ ଥିବା ପାଣି ପରିମାଣ, ଓଡ଼ିଶାର ଏକମାତ୍ର ଜଳସଙ୍କଟରେ ଥିବା କେନ୍ଦ୍ରାପଡ଼ା ଜିଲାରୁ ପାଣି ଉଠାଇବା, ବ୍ୟକ୍ତିଗତ ଜମିରେ ରାଜ୍ୟ ସରକାରଙ୍କ ପ୍ରକଳ୍ପ, ସ୍ଥାନୀୟ ଅଞ୍ଚଳରେ ପ୍ରକଳ୍ପ ପୂର୍ବରୁ ଜନସଭା ନ ହେବା, ପରିବେଶ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଥିବା ବିଭିନ୍ନ ଗାଇଡ ଲାଇନ ଓ ଆଇନ ଆଦିକୁ ଉଲ୍ଲଂଘନ କରିବା ଆଦିକୁ ପ୍ରସଙ୍ଗ କରିଥିଲେ। ସୂଚନାଯୋଗ୍ୟ, ଖରସ୍ରୋତା ପାଣି ବିବାଦକୁ ନେଇ ଦୁଇବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର: ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ଲୋଇସିଂହା, ୩ା୯ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଉପରବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ…

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri