ପ୍ରଶାସନ-ଅଭିଯୋଗକାରୀଙ୍କ ଆଲୋଚନା, ୨୦ ସୁଦ୍ଧା ଫଳ

କେନ୍ଦ୍ରାପଡ଼ା ଅଫିସ, ୩ା୧୨: ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ ହାଇକୋର୍ଟ ହସ୍ତକ୍ଷେପ ପରେ ପ୍ରଥମଥର ପାଇଁ ରାଜ୍ୟ ପ୍ରଶାସନ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଗୁରୁବାର ଆଲୋଚନା ହୋଇଛି। ଅଭିଯୋଗକାରୀ ରାଜକନିକା ବ୍ଲକ ବଡରାଜାର ସୁକାନ୍ତ କୁମାର ଦାସ ସ୍ଥାନୀୟ ଅଞ୍ଚଳର ଜୀବନ, ଜୀବିକା ଓ ଭିତରକନିକା ଜୈବ ବିବିଧତା ସୁରକ୍ଷାକୁ ପ୍ରସଙ୍ଗ କରିଥିଲେ। ଅପରପକ୍ଷରେ ରାଜ୍ୟ ପ୍ରଶାସନ ସାଧାରଣ ଜନତାଙ୍କ ପାଇଁ ପବନ, ପଇବା ପାଣିି ପରେ ପରିବେଶ କଥା ଚିନ୍ତା କରାଯାଇ ପାରେ ବୋଲି ଯୁକ୍ତି ବାଢ଼ିଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହୋଇଥିବା ଏହି ଆଲୋଚନାର ଫଳାଫଳ ଆସନ୍ତା ୨୦ ତାରିଖ ସୁଦ୍ଧା ଜଣାପଡିବ।

କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଯାଇ ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍‌ଏସିକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟଠାରେ ନିର୍ମାଣ କରୁଛନ୍ତି। ତେବେ ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷ, ପିଇବା ପାଣି, ମତ୍ସ୍ୟଜୀବୀଙ୍କ କ୍ଷତି ହେବା ସହ ଭିତରକନିକାର ଜୈବ ବିବିଧତା ନଷ୍ଟ ହେବ। ଏଥିସହ ପ୍ରକଳ୍ପର ଦୁଇ ସ୍ଥାନ ବରୁଣାଡିହା ଓ ନୂଆହାଟ ଭିତରକନିକା ଇକୋ ସେନ୍ସିଟିଭ ଜୋନ ଅଧୀନରେ ଅଛି। ପ୍ରକଳ୍ପ ନିର୍ମାଣ ପୂର୍ବରୁ ଏ ନେଇ ସହମତି ହେବା କଥା। ଏ ନେଇ ଜନସଭା ହୋଇ ନ ଥିବା ବେଳେ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ଜଣେ ବ୍ୟକ୍ତିଙ୍କ ଜମି ଉପରେ ରହିଥିବା ନେଇ ସୁକାନ୍ତ ହାଇକୋର୍ଟରେ ଏକ ପିଆଇଏଲ (ନଂ.୨୬୫୧୪/୨୧) କରିଥିଲେ। ହାଇକୋର୍ଟ ମୁଖ୍ୟ ବିଚରପତି ଓ ଜଷ୍ଟିସ ବି.ପି. ରାୟ ଗତ ସେପ୍ଟେମ୍ବର ୧୭ରେ ଏହାର ଶୁଣାଣି କରିଥିଲେ। ଏଥିରେ ଅଭିଯୋଗକାରୀଙ୍କ ଆପତ୍ତି ସମ୍ପର୍କରେ ଆଲୋଚନା ପାଇଁ ପ୍ରତିପକ୍ଷ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ମୁତାବକ ଭୁବନେଶ୍ୱରସ୍ଥ ବିଭାଗୀୟ ଦପ୍ତରରେ ପ୍ରମୁଖ ସଚିବ ଅଶୋକ ମୀନା, ପାନୀୟ ଜଳ ଯୋଗାଣ ନିର୍ଦ୍ଦେଶକ ତଥା ସହକାରୀ ସଚିବ ପରମେଶ୍ୱରନ ବି. ଓ ପିସିସିଏଫ୍‌ର ବରିଷ୍ଠ ଅଧିକାରୀ ରାଜ୍ୟ ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ ଉପସ୍ଥିତ ଥିବାବେଳେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାପାଳଙ୍କ ସହ ଠିକା ସଂସ୍ଥାର କୌଣସି ଅଧିକାରୀ ନ ଥିଲେ। ସୁକାନ୍ତ ଓ ଆଇନଜୀବୀ ବୃନ୍ଦାବନ ରାଉତ ଏହି ପ୍ରକଳ୍ପରେ ଥିବା ବହୁ ଅନିୟମିତତାକୁ ଆଗକୁ ଆଣିଥିଲେ। ସେମାନେ ଦର୍ଶାଇଥିଲେ, ପ୍ରକଳ୍ପ ପାଇଁ ପରିବେଶ ଓ ସାମାଜିକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତକର୍ତ୍ତା ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଡ. ଶଶୀଧର ଅନୁଧ୍ୟାନ ପାଇଁ ନିଜେ କିମ୍ବା ଅନ୍ୟ କାହାଦ୍ୱାରା ତଦନ୍ତ କରାଇ ନ ଥିବା ରାଜକନିକାର ରାକେଶ ମହାନ୍ତି ଓ ସୂଚନା ଅଧିକାର କର୍ମୀ ମାର୍ଶାଘାଇ ବ୍ଲକ ତାଳସଙ୍ଗାର ପ୍ରତାପ କୁମାର ମହାନ୍ତିଙ୍କୁ ଜଣାଇଛନ୍ତି। ଏଥିସହ ଅଣମୌସୁମୀ ସମୟରେ ଖରସ୍ରୋତାର ପାଣି ସ୍ରୋତ ପ୍ରାୟ ୮୫ ପ୍ରତିଶତ କମି ଯାଉଛି। ଏଠାରୁ ପାଣି ଉଠାଗଲେ ଏହାର ପ୍ରଭାବ ତଳମୁଣ୍ଡରେ ପଡିବ, ପର୍ଯ୍ୟାପ୍ତ ପରିମାଣରେ ପାଣି ନ ଯିବା ସମ୍ଭାବନା ଥିବାରୁ ଭିତରକନିକା ଜୈବ ବିବିଧତା ନଷ୍ଟ ହେବ ବୋଲି ଦର୍ଶାଇ ଥିଲେ। ସେହିପରି ଖରସ୍ରୋତା ନଦୀରୁ ଉଠାଯିବାକୁ ଥିବା ପାଣି ପରିମାଣ, ଓଡ଼ିଶାର ଏକମାତ୍ର ଜଳସଙ୍କଟରେ ଥିବା କେନ୍ଦ୍ରାପଡ଼ା ଜିଲାରୁ ପାଣି ଉଠାଇବା, ବ୍ୟକ୍ତିଗତ ଜମିରେ ରାଜ୍ୟ ସରକାରଙ୍କ ପ୍ରକଳ୍ପ, ସ୍ଥାନୀୟ ଅଞ୍ଚଳରେ ପ୍ରକଳ୍ପ ପୂର୍ବରୁ ଜନସଭା ନ ହେବା, ପରିବେଶ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଥିବା ବିଭିନ୍ନ ଗାଇଡ ଲାଇନ ଓ ଆଇନ ଆଦିକୁ ଉଲ୍ଲଂଘନ କରିବା ଆଦିକୁ ପ୍ରସଙ୍ଗ କରିଥିଲେ। ସୂଚନାଯୋଗ୍ୟ, ଖରସ୍ରୋତା ପାଣି ବିବାଦକୁ ନେଇ ଦୁଇବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?