କଟକଣା ମାନୁନାହାନ୍ତି ମତ୍ସ୍ୟଜୀବୀ

କେନ୍ଦ୍ରାପଡ଼ା ଅଫିସ,୨୮ା୧୧: ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୨ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ ରଖାଯାଇଛି। ତେବେ ମତ୍ସ୍ୟଜୀବୀ ଏହି କଟକଣାକୁ ମାନୁନାହାନ୍ତି। ଗତ ୨୬ ଦିନ ମଧ୍ୟରେ ୭ଟି ଟ୍ରଲର କଟକଣାକୁ ଅଣଦେଖା କରି ନିଷିଦ୍ଧାଞ୍ଚଳରେ ପ୍ରବେଶ କରିଛନ୍ତି। ବନ ବିଭାଗ ପକ୍ଷରୁ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କୁ ଗିରଫ ସହିତ ସେମାନେ ବ୍ୟବହାର କରୁଥିବା ବୋଟ୍‌ ଓ ମାଛମରା ସାମଗ୍ରୀକୁ ଜବତ କରାଯାଇଛି। ସେହିପରି ଆସନ୍ତା ଡିସେମ୍ବରରୁ ରାଜନଗର ବ୍ଲକ ପେଣ୍ଠ ସମୁଦ୍ର ତଟାଞ୍ଚଳରେ ଇକୋ ରିଟ୍ରିଟ୍‌ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି  ଏହି ଉତ୍ସବର ବର୍ଜ୍ୟବସ୍ତୁ ଗହୀରମଥା ସାମୁଦ୍ରିକ ଅଞ୍ଚଳ ପରିବେଶକୁ କ୍ଷତି କରିବାର ସମ୍ଭାବନା ରହିଛି। ଏହାବ୍ୟତୀତ ଅଲିଭ ରିଡ୍‌ଲେଙ୍କ ପ୍ରଜନନ ସ୍ଥଳ ଭାବେ ପରିଚିତ ଅଗରନାଶୀ, ବାବୁବାଲି, ସାତଭାୟା ଆଦି ଅଞ୍ଚଳର ତଟକ୍ଷୟ ସମସ୍ୟା ବଢ଼ାଇଛି। ଶିକାରୀଙ୍କ ଲୋଭ ଏହି ବିରଳ ଜୀବଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ପରିବେଶବିତ୍‌ ଦୋଳଗୋବିନ୍ଦ ଜେନା କହିଛନ୍ତି, ନିଷିଦ୍ଧାଞ୍ଚଳରେ ମାଛଧରା ବ୍ୟବସାୟ ସମ୍ପ୍ରତି ଅନୁପ୍ରବେଶକାରୀଙ୍କ ଅକ୍ତିଆରକୁ ଚାଲିଯାଇଛି। ଗତ ମାସକ ମଧ୍ୟରେ ଧରାପଡ଼ିଥିବା ବୋଟ୍‌ ଓ ଟ୍ରଲରଗୁଡିକ ମଧ୍ୟରୁ ୮୦% ବାଲେଶ୍ୱର ଓ ଭଦ୍ରକ ଜିଲାର। କଟକଣା ଜାରି ବେଳେ ମାଛମାନେ ପ୍ରଜନନ କରିଥା’ନ୍ତି। ଫଳରେ ମାଛସଂଖ୍ୟା ଆଶାତୀତ ବୃଦ୍ଧି ପାଇଥାଏ। ଅଧିକ ମାଛ ଧରିବା ଲୋଭରେ ଅନୁପ୍ରବେଶକାରୀମାନେ ନିଷିଦ୍ଧାଞ୍ଚଳକୁ ପ୍ରବେଶ କରୁଛନ୍ତି। ଅଶୋକ କୁମାର ସ୍ବାଇଁ କହିଛନ୍ତି, ଗହୀରମଥାର ପରିବେଶ ଏବେ ବିଗିଡି ଯାଇଛି। ତଟକ୍ଷୟ ସମସ୍ୟାର ସମାଧାନ ପ୍ରତି କାହାରି ନଜର ରହୁନାହିଁ। ସେହିପରି ଏହି ଅଞ୍ଚଳରେ ଏବେ ବନ୍ୟ ଓ ସାମୁଦ୍ରିକ ଜୀବ ଶିକାରୀଙ୍କ ସଂଖ୍ୟା ଅଧିକ ହୋଇଛି, ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଆଗାମୀ ମାସରେ ଗହୀରମଥାରେ ଅଲିଭ୍‌ ରିଡ୍‌ଲେ ପ୍ରଜନନ ପାଇଁ ଠୁଳ ହେବେ। ଏହି ସମୟରେ କଇଁଛ ମାଂସ ଓ ଅଣ୍ଡାର ଚୋରା ଚାଲାଣକାରୀ ଅଧିକ ସକ୍ରିୟ ହେବା ସମ୍ଭାବନା ଅଛି। ଏଥିପ୍ରତି ବନ ବିଭାଗ, ସାମୁଦ୍ରିକ ଥାନା ଓ ତଟରକ୍ଷା ବାହିନୀ ସତର୍କ ହେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ୨୦୨୦ରେ ପେଣ୍ଠଠାରେ ସାଗରବେଳା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନା ବାହାରି ସମୁଦ୍ରକୁ ଯାଇଥିଲା। ପ୍ଲାଷ୍ଟିକରେ ଥିବା ଖାଦ୍ୟ ଆଗନ୍ତୁକ ଅଲିଭ ରିଡ୍‌ଲେଙ୍କ ଜୀବନ ନାଶର କାରଣ ହେବ। ଇକୋ ରିଟ୍ରିଟ୍‌ ସ୍ଥାନ ବଦଳାଇବା ପାଇଁ ସେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। କଇଁଛଙ୍କ ସୁରକ୍ଷା ସମ୍ପର୍କରେ ରେଞ୍ଜର ଦେବାଶିଷ ଭୋଇ କହିଛନ୍ତି, ନିଷିଦ୍ଧାଞ୍ଚଳ କଟକଣାକୁ ଚଳିତବର୍ଷ କଡାକଡି କରାଯାଇଛି। ସୂଚନାଯୋଗ୍ୟ, ବିଶ୍ୱରେ ଅଲିଭ୍‌ ରିଡ୍‌ଲେଙ୍କ ସଂଖ୍ୟା କମ୍‌ ଥିବାରୁ ଆଇୟୁସିଏନ୍‌ର ରେଡ୍‌ ଡାଟା ବୁକ୍‌ରେ ଏହି ଜୀବ ସ୍ଥାନ ପାଇଛି। ଏହାର ସୁରକ୍ଷା ପାଇଁ ୧୯୭୨ ବନ୍ୟଜନ୍ତୁ ସଂରକ୍ଷଣ ଆଇନ, ଓଡିଶା ମେରାଇନ ଫିଶର ରେଗୁଲେଶନ ଆକ୍ଟ ୧୯୮୨ରେ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବୋଟ ଓ ଟ୍ରଲର ଚଳାଚଳ ଉପରେ କଟକଣା ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri