ତୁହାକୁତୁହା ବର୍ଷା, ଚାଷୀ ଆଖିରେ ଲୁହ

କେନ୍ଦ୍ରାପଡ଼ା ଅଫିସ,୬ା୧୨: କେନ୍ଦ୍ରାପଡ଼ା ଜିଲାରେ ଗତ ଦୁଇଦିନ ଧରି ଝିପିଝିପି ବର୍ଷା ହେଉଥିଲା। ରବିବାର ସକାଳଠାରୁ ବାତ୍ୟା ଜଓ୍ବାଦ ପ୍ରଭାବରେ ତୁହାକୁ ତୁହା ବର୍ଷା ହେଉଛି। ସକାଳ ୮ଟା ସୁଦ୍ଧା ଜିଲାରେ ମୋଟ ୪୩୪ ମିଲିମିଟର ବର୍ଷା ହୋଇଛି; ଯାହା ଚାଷୀଙ୍କ ଖରିଫ ଧାନ ଓ ପନିପରିବା ଚାଷ ପ୍ରତି ବିପଦ ସାଜିଛି। ବାତ୍ୟା ପ୍ରଭାବରୁ ସମୁଦ୍ର ଜୁଆର ପାଣି ଲୁଣା ତଟବନ୍ଧ ଡେଇଁ ଜିଲାର ବିଭିନ୍ନ ସ୍ଥାନରେ କ୍ଷେତରେ ଜମି ଓ ଗ୍ରାମକୁ ମାଡି ଆସିଛି। ଜଳ ନିଷ୍କାସନ ସମସ୍ୟାରେ ଚାଷୀ ଥିବା ବେଳେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ବାତ୍ୟା ପୂର୍ବରୁ ଫସଲ ଅମଳକୁ ନେଇ ଚାଷୀମାନଙ୍କୁ ସଚେତନ କରାଯାଇଥିଲା। ଆସନ୍ତା ୭ ଦିନ ମଧ୍ୟରେ ଚାଷ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଏସ୍‌ଆରସିଙ୍କୁ ପ୍ରଦାନ କରାଯିବ। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ ଶନିବାର ସକାଳ ସୁଦ୍ଧା ଜିଲାରେ ହାରାହାରି ୧୨.୫୬ ମି.ମି. ବର୍ଷା ହୋଇଥିଲା। ଜିଲାର ଗରଦପୁର ବ୍ଲକ ଅଞ୍ଚଳରେ ବର୍ଷା ହୋଇ ନ ଥିବା ବେଳେ ମହାକାଳପଡା ବ୍ଲକରେ ସର୍ବାଧିକ ୨୫ ମି.ମି. ବର୍ଷା ହୋଇଥିଲା। ଶନିବାର ସକାଳ ସୁଦ୍ଧା ଜିଲାର ୯ ବ୍ଲକରେ ମୋଟ ୧୧୩ ମି.ମି. ବର୍ଷା ହୋଇଥିଲା। ସେହିପରି ରବିବାର ସକାଳ ୮ଟା ସୁଦ୍ଧା ସର୍ବାଧିକ ୬୫ ମି.ମି. ବର୍ଷା ରାଜନଗର ବ୍ଲକ ଅଞ୍ଚଳରେ ହୋଇଛି। ଏହି ସମୟରେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ୩୨୧ ମି.ମି. ବର୍ଷା ହୋଇଛି।

ମହାକାଳପଡ଼ାର ସୁନୀଲ ଗନ୍ତାୟତ କହିଛନ୍ତି, ଏହି ବାତ୍ୟା ଚାଷୀଙ୍କ ଆଖିରେ ଲୁହ ଆଣିଛି। ଲଗାଣ ବର୍ଷାରେ ଧାନ କ୍ଷେତରେ ପ୍ରାୟ ୨ ଫୁଟ ଉଚ୍ଚତାର ପାଣି ଜମିଗଲାଣି। ପାଚିଲା ଧାନ କ୍ଷେତରେ ଶୋଇ ପଡିବାରୁ ଗଜା ହେବା ସମ୍ଭାବନା ଅଧିକ ହୋଇଛି। ବର୍ଷା ପବନରେ ଧାନ ଝଡିଯାଇଛି। ଜଳ ନିଷ୍କାସନ କୃଷି ଭିତ୍ତିଭୂମି ପାଇଁ ବାଧକ ହୋଇଥିଲେ ମଧ୍ୟ କୌଣସି ରାଜନେତା ଅଥବା ପ୍ରଶାସକ ଏ ନେଇ ଚିନ୍ତା କରିନାହାନ୍ତି। ଯାହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଉଛି। ବାତ୍ୟା ଜିଲାର ଜନଜୀବନକୁ ବ୍ୟତିବ୍ୟସ୍ତ କରିଦେଇଛି। ଏ ନେଇ ମହାକାଳପଡ଼ାର ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ଜିଲାର ଅଧିକାଂଶ ଚାଷ ସମବାୟ ସମିତିର ଋଣ ଉପରେ ନିର୍ଭରଶୀଳ। ତେବେ କୃଷି ଭିତ୍ତିଭୂମି ବିକାଶ ପାଇଁ କୌଣସି ଯୋଜନା ନାହିଁ। ଚଳିତବର୍ଷ ଜିଲାର ୨ ଲକ୍ଷ ୧୭ ହଜାରରୁ ଅଧିକ ଚାଷୀ କୃଷି ସମବାୟ ସମିତିରୁ ଋଣ ଆଣି ଖରିଫ ଧାନ ଚାଷ କରିଛନ୍ତି। ଗତ ସେପ୍ଟେମ୍ବରରେ ଲଗାଣ ବର୍ଷା ଫଳରେ ଦୀର୍ଘଦିନ ଧରି କ୍ଷେତରେ ପାଣି ଜମି ରହି ଚାଷ ଆରମ୍ଭରୁ ଧାନ ତଳି ନଷ୍ଟ କରିଥିଲା। କୌଣସି ପ୍ରକାର ଏହି କ୍ଷେତରେ ପୁନର୍ବାର ଚାଷ କରିଥିବା ବେଳେ ଅମଳ ସମୟରେ ଆସିଥିବା ବାତ୍ୟା ଧାନ ଓ ପନିପରିବା ଫସଲକୁ ନଷ୍ଟ କରିଛି। ଏବେ ଋଣ ଶୁଝିବା ନେଇ ଚିନ୍ତା ବଢ଼ିଛି। ରାଜନଗର ବ୍ଲକ ବସନ୍ତ କୁମାର ହାତୀ କହିଛନ୍ତି, ବାତ୍ୟା ସାମୁଦ୍ରିକ ଜୁଆରକୁ ଉତ୍ତାଳ କରିଛି। ସମୁଦ୍ର ତଟ ଅଞ୍ଚଳ ନିକଟବର୍ତ୍ତୀ ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ତଟବନ୍ଧକୁ ଭାଙ୍ଗି ବିଭିନ୍ନ ଗ୍ରାମ ଓ କ୍ଷେତକୁ ଲୁଣି ପାଣି ପଶିଯାଇଛି। ତାଳଚୁଆ, ଖରିନାସୀ, କନ୍ଦରାପାଟିଆ, ବତିଘର, ବଡଟୁବି, ସାନ ଟୁବି, ଅଜଗରପାଟିଆ, ଜମ୍ବୁ ଆଦି ଗ୍ରାମରେ ସମୁଦ୍ରର ଲୁଣି ପାଣି ନଦୀ, ନାଳ ମାଧ୍ୟମରେ ମାଡି ଯାଇଛି। ଜଳ ପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ଆଳି ତଟବନ୍ଧ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଛି। ତେବେ କାର୍ଯ୍ୟାଳୟ ପ୍ରତିଷ୍ଠାଠାରୁ ଅଦ୍ୟାବଧି ତଟବନ୍ଧକୁ ଅଧିକ ସୁଦୃଢ଼ କରାଯାଇନାହିଁ। ପ୍ରତିବର୍ଷ ମରାମତି ନାମରେ ଅର୍ଥ ହରିଲୁଟ ହେଉଛି। ବାତ୍ୟା ବା ଲଗାଣ ବର୍ଷାରେ ତଟବନ୍ଧକୁ ଡେଇଁ କ୍ଷେତରେ ଲୁଣି ପାଣି ପଶୁଛି। ଫଳରେ ଚାଷ କ୍ଷତି ଦର୍ଶାଇ ଯୁବବର୍ଗ କର୍ମନିଯୁକ୍ତି ନିମନ୍ତେ ବାହାରକୁ ଯାଉଛନ୍ତି। ଚଳିତ ବାତ୍ୟାରେ ଅଧିକ ପବନ ନ ଥାଇ ମଧ୍ୟ କାହିଁକି ଚାଷରେ କ୍ଷତି ହେଲା, ତାହାର ତର୍ଜମାର ଆବଶ୍ୟକତା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri