ତୁହାକୁତୁହା ବର୍ଷା, ଚାଷୀ ଆଖିରେ ଲୁହ

କେନ୍ଦ୍ରାପଡ଼ା ଅଫିସ,୬ା୧୨: କେନ୍ଦ୍ରାପଡ଼ା ଜିଲାରେ ଗତ ଦୁଇଦିନ ଧରି ଝିପିଝିପି ବର୍ଷା ହେଉଥିଲା। ରବିବାର ସକାଳଠାରୁ ବାତ୍ୟା ଜଓ୍ବାଦ ପ୍ରଭାବରେ ତୁହାକୁ ତୁହା ବର୍ଷା ହେଉଛି। ସକାଳ ୮ଟା ସୁଦ୍ଧା ଜିଲାରେ ମୋଟ ୪୩୪ ମିଲିମିଟର ବର୍ଷା ହୋଇଛି; ଯାହା ଚାଷୀଙ୍କ ଖରିଫ ଧାନ ଓ ପନିପରିବା ଚାଷ ପ୍ରତି ବିପଦ ସାଜିଛି। ବାତ୍ୟା ପ୍ରଭାବରୁ ସମୁଦ୍ର ଜୁଆର ପାଣି ଲୁଣା ତଟବନ୍ଧ ଡେଇଁ ଜିଲାର ବିଭିନ୍ନ ସ୍ଥାନରେ କ୍ଷେତରେ ଜମି ଓ ଗ୍ରାମକୁ ମାଡି ଆସିଛି। ଜଳ ନିଷ୍କାସନ ସମସ୍ୟାରେ ଚାଷୀ ଥିବା ବେଳେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ବାତ୍ୟା ପୂର୍ବରୁ ଫସଲ ଅମଳକୁ ନେଇ ଚାଷୀମାନଙ୍କୁ ସଚେତନ କରାଯାଇଥିଲା। ଆସନ୍ତା ୭ ଦିନ ମଧ୍ୟରେ ଚାଷ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଏସ୍‌ଆରସିଙ୍କୁ ପ୍ରଦାନ କରାଯିବ। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ ଶନିବାର ସକାଳ ସୁଦ୍ଧା ଜିଲାରେ ହାରାହାରି ୧୨.୫୬ ମି.ମି. ବର୍ଷା ହୋଇଥିଲା। ଜିଲାର ଗରଦପୁର ବ୍ଲକ ଅଞ୍ଚଳରେ ବର୍ଷା ହୋଇ ନ ଥିବା ବେଳେ ମହାକାଳପଡା ବ୍ଲକରେ ସର୍ବାଧିକ ୨୫ ମି.ମି. ବର୍ଷା ହୋଇଥିଲା। ଶନିବାର ସକାଳ ସୁଦ୍ଧା ଜିଲାର ୯ ବ୍ଲକରେ ମୋଟ ୧୧୩ ମି.ମି. ବର୍ଷା ହୋଇଥିଲା। ସେହିପରି ରବିବାର ସକାଳ ୮ଟା ସୁଦ୍ଧା ସର୍ବାଧିକ ୬୫ ମି.ମି. ବର୍ଷା ରାଜନଗର ବ୍ଲକ ଅଞ୍ଚଳରେ ହୋଇଛି। ଏହି ସମୟରେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ୩୨୧ ମି.ମି. ବର୍ଷା ହୋଇଛି।

ମହାକାଳପଡ଼ାର ସୁନୀଲ ଗନ୍ତାୟତ କହିଛନ୍ତି, ଏହି ବାତ୍ୟା ଚାଷୀଙ୍କ ଆଖିରେ ଲୁହ ଆଣିଛି। ଲଗାଣ ବର୍ଷାରେ ଧାନ କ୍ଷେତରେ ପ୍ରାୟ ୨ ଫୁଟ ଉଚ୍ଚତାର ପାଣି ଜମିଗଲାଣି। ପାଚିଲା ଧାନ କ୍ଷେତରେ ଶୋଇ ପଡିବାରୁ ଗଜା ହେବା ସମ୍ଭାବନା ଅଧିକ ହୋଇଛି। ବର୍ଷା ପବନରେ ଧାନ ଝଡିଯାଇଛି। ଜଳ ନିଷ୍କାସନ କୃଷି ଭିତ୍ତିଭୂମି ପାଇଁ ବାଧକ ହୋଇଥିଲେ ମଧ୍ୟ କୌଣସି ରାଜନେତା ଅଥବା ପ୍ରଶାସକ ଏ ନେଇ ଚିନ୍ତା କରିନାହାନ୍ତି। ଯାହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଉଛି। ବାତ୍ୟା ଜିଲାର ଜନଜୀବନକୁ ବ୍ୟତିବ୍ୟସ୍ତ କରିଦେଇଛି। ଏ ନେଇ ମହାକାଳପଡ଼ାର ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ଜିଲାର ଅଧିକାଂଶ ଚାଷ ସମବାୟ ସମିତିର ଋଣ ଉପରେ ନିର୍ଭରଶୀଳ। ତେବେ କୃଷି ଭିତ୍ତିଭୂମି ବିକାଶ ପାଇଁ କୌଣସି ଯୋଜନା ନାହିଁ। ଚଳିତବର୍ଷ ଜିଲାର ୨ ଲକ୍ଷ ୧୭ ହଜାରରୁ ଅଧିକ ଚାଷୀ କୃଷି ସମବାୟ ସମିତିରୁ ଋଣ ଆଣି ଖରିଫ ଧାନ ଚାଷ କରିଛନ୍ତି। ଗତ ସେପ୍ଟେମ୍ବରରେ ଲଗାଣ ବର୍ଷା ଫଳରେ ଦୀର୍ଘଦିନ ଧରି କ୍ଷେତରେ ପାଣି ଜମି ରହି ଚାଷ ଆରମ୍ଭରୁ ଧାନ ତଳି ନଷ୍ଟ କରିଥିଲା। କୌଣସି ପ୍ରକାର ଏହି କ୍ଷେତରେ ପୁନର୍ବାର ଚାଷ କରିଥିବା ବେଳେ ଅମଳ ସମୟରେ ଆସିଥିବା ବାତ୍ୟା ଧାନ ଓ ପନିପରିବା ଫସଲକୁ ନଷ୍ଟ କରିଛି। ଏବେ ଋଣ ଶୁଝିବା ନେଇ ଚିନ୍ତା ବଢ଼ିଛି। ରାଜନଗର ବ୍ଲକ ବସନ୍ତ କୁମାର ହାତୀ କହିଛନ୍ତି, ବାତ୍ୟା ସାମୁଦ୍ରିକ ଜୁଆରକୁ ଉତ୍ତାଳ କରିଛି। ସମୁଦ୍ର ତଟ ଅଞ୍ଚଳ ନିକଟବର୍ତ୍ତୀ ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ତଟବନ୍ଧକୁ ଭାଙ୍ଗି ବିଭିନ୍ନ ଗ୍ରାମ ଓ କ୍ଷେତକୁ ଲୁଣି ପାଣି ପଶିଯାଇଛି। ତାଳଚୁଆ, ଖରିନାସୀ, କନ୍ଦରାପାଟିଆ, ବତିଘର, ବଡଟୁବି, ସାନ ଟୁବି, ଅଜଗରପାଟିଆ, ଜମ୍ବୁ ଆଦି ଗ୍ରାମରେ ସମୁଦ୍ରର ଲୁଣି ପାଣି ନଦୀ, ନାଳ ମାଧ୍ୟମରେ ମାଡି ଯାଇଛି। ଜଳ ପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ଆଳି ତଟବନ୍ଧ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଛି। ତେବେ କାର୍ଯ୍ୟାଳୟ ପ୍ରତିଷ୍ଠାଠାରୁ ଅଦ୍ୟାବଧି ତଟବନ୍ଧକୁ ଅଧିକ ସୁଦୃଢ଼ କରାଯାଇନାହିଁ। ପ୍ରତିବର୍ଷ ମରାମତି ନାମରେ ଅର୍ଥ ହରିଲୁଟ ହେଉଛି। ବାତ୍ୟା ବା ଲଗାଣ ବର୍ଷାରେ ତଟବନ୍ଧକୁ ଡେଇଁ କ୍ଷେତରେ ଲୁଣି ପାଣି ପଶୁଛି। ଫଳରେ ଚାଷ କ୍ଷତି ଦର୍ଶାଇ ଯୁବବର୍ଗ କର୍ମନିଯୁକ୍ତି ନିମନ୍ତେ ବାହାରକୁ ଯାଉଛନ୍ତି। ଚଳିତ ବାତ୍ୟାରେ ଅଧିକ ପବନ ନ ଥାଇ ମଧ୍ୟ କାହିଁକି ଚାଷରେ କ୍ଷତି ହେଲା, ତାହାର ତର୍ଜମାର ଆବଶ୍ୟକତା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri