ଜିଲାରେ ଚାଲିଛି ବିପଜ୍ଜନକ ନୌପରିବହନ

କେନ୍ଦ୍ରାପଡ଼ା ଅଫିସ,୨୭।୧୧: ରାଜ୍ୟ ପର୍ଯ୍ୟଟନ ବିଭାଗ ଆସନ୍ତା ଡିସେମ୍ବରରେ ରାଜନଗର ବ୍ଲକ ପେଣ୍ଠଠାରେ ଭିତରକନିକା ଇକୋ ରିଟ୍ରିଟ ଆରମ୍ଭ କରିବ। ଭିତରକନିକାର ପ୍ରାକୃତିକ ବିଭବ ସହିତ ହୁକିଟୋଲା, ହାବେଳିଖଟି, ବତିଘର ଆଦି ପର୍ଯ୍ୟଟକଙ୍କ ଆକର୍ଷଣ ରହିବ। ଏହି ପର୍ଯ୍ୟଟନ କ୍ଷେତ୍ରକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଦେଶୀ ଡଙ୍ଗା ଅଥବା ବୋଟ୍‌ର ସାହାରା ନେବାକୁ ପଡିବ। ତେବେ ଦେଶୀ ଡଙ୍ଗାରେ ବହୁ ସମୟରେ ପର୍ଯ୍ୟଟକଙ୍କୁ ଭାରି ପଡୁଛି। କ୍ଷମତାରୁ ଅଧିକ ଯାତ୍ରୀ ଡଙ୍ଗାରେ ରହୁଥିବାରୁ ବାରମ୍ବାର ଓଲଟି ପଡୁଛି। ବିଭିନ୍ନ ସମୟରେ ହେଉଥିବା ଦୁର୍ଘଟଣା ସତ୍ତ୍ୱେ ପ୍ରଶାସନର ଏଥିରେ ନିଘା ନାହିଁ। ୨୦୦୪ର ବୋଟ୍‌ ରୁଲ୍‌ କାର୍ଯ୍ୟକାରୀ ହେଉନାହିଁ। ଏପରି କି ଜିଲାର ୨୪୯ରୁ ୧୭ ପଞ୍ଚାୟତକୁ ସେତୁ ନ ଥିବାରୁ ବିପଜ୍ଜନକ ନୌପରିବହନ ପାଇଁ ଡଙ୍ଗା ଭରସା ବୋଲି ସ୍ଥାନୀୟ ଜିଲାବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ମହାକାଳପଡାର ବିଭୂତି ଭୂଷଣ ରାଉତ କୁହନ୍ତି, ଗତବର୍ଷ ପିତାପାଟଠାରେ ଡଙ୍ଗା ଓଲଟି ୫ ଜଣ ଶ୍ରମିକଙ୍କ ଜୀବନହାନି ଆଶଙ୍କା ସୃଷ୍ଟି କରିଥିଲା। ଏହି ସ୍ଥାନରେ ୨୦୧୩ ମାର୍ଚ୍ଚ ୧ରେ ଡଙ୍ଗା ବୁଡିଯାଇ ଜଗତ୍‌ସିଂହପୁର ଜିଲାର ୧୩ ଜଣ କିଶୋର କ୍ରିକେଟ ଖେଳାଳିଙ୍କ ଜୀବନହାନି ହୋଇଥିଲା। ସେହିପରି ୨୦୧୯ ଜାନୁୟାରୀ ୨ରେ ହୁକିଟୋଲା ପର୍ଯ୍ୟଟନ କ୍ଷେତ୍ରକୁ ଆସିଥିବା ୧୦ ଜଣ ମହିଳା ଓ ଶିଶୁଙ୍କ ନିପାଣିଆଠାରେ ଡଙ୍ଗା ବୁଡି ଯୋଗୁ ମୃତ୍ୟୁ ହୋଇଥିଲା। ଏଥିସହ ଉପାନ୍ତ ଅଞ୍ଚଳରେ ଡଙ୍ଗା ବୁଡିବା ଘଟଣା ପ୍ରତିବର୍ଷ ୧୦ରୁ ଅଧିକ ହେଉଛି। ଅଧିକ ଯାତ୍ରୀ ପରିବହନ ଓ ଅନଭିଜ୍ଞ ନୌଚାଳନା ଏହାର କାରଣ ସାଜିଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ମହାକାଳପଡା ୟୁଥ କ୍ଲବର ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ପଦନୀପାଳ, ଏକମାଣିଆ, ସିଂହଗଁା, ବତିଘର ସମେତ ୧୭ଟି ପଞ୍ଚାୟତକୁ ଗମନାଗମନ ପାଇଁ ସେତୁ ନାହିଁ। ଏଥିପାଇଁ ପଞ୍ଚାୟତବାସୀ ଦେଶୀ ଡଙ୍ଗା ଅଥବା ନୌକାର ସାହାରା ନେଉଛନ୍ତି। ତେବେ ନୌଚାଳନାକାରୀମାନେ ୨୦୦୪ର ବୋଟ୍‌ ରୁଲ୍‌କୁ କାର୍ଯ୍ୟକାରୀ କରୁନାହାନ୍ତି। ଜିଲାରେ ଥିବା ଅଧିକାଂଶ ବୋଟ ଓ ଡଙ୍ଗା ବୀମା ପରିସରକୁ ଆସିନାହିଁ। ଏପରି କି ବୋଟ୍‌ ଚାଳନା ପାଇଁ ଆବଶ୍ୟକ ଲାଇସେନ୍ସ ନାହିଁ। ବୋଟ୍‌ ଓ ଡଙ୍ଗାର ଫିଟନେସ ନ ଥିଲେ ମଧ୍ୟ ପର୍ଯ୍ୟଟକ ଓ ଯାତ୍ରୀ ବିପଜ୍ଜନକ ଭାବେ ନଦୀପଥରେ ଯାତାୟାତ କରୁଛନ୍ତି। କୌଣସି କାରଣରୁ ଦୁର୍ଘଟଣା ହେଲେ ମୃତାହତଙ୍କୁ କ୍ଷତିପୂରଣ ମିଳିବା ଅସମ୍ଭବ ବୋଲି ତ୍ରିପାଠୀ ପ୍ରକାଶ କରିଛନ୍ତି। ରାଜନଗର ବ୍ଲକ ଗୁପ୍ତିର ସୁରେନ୍ଦ୍ର ସାହୁ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକାରେ ୪୦ରୁ ଊର୍ଦ୍ଧ୍ୱ ବୋଟ୍‌ ବିନା ଫିଟ୍‌ନେସରେ ଚାଲୁଛି। ଏ ନେଇ ବନ ବିଭାଗ ଦୃଷ୍ଟି ଦେଉ ନାହିଁ। ଜାତୀୟ ଉଦ୍ୟାନ ମଧ୍ୟରେ ୧୭୦୦ରୁ ଊର୍ଦ୍ଧ୍ୱ ଲୁଣା କୁମ୍ଭୀର ଅଛନ୍ତି। ଏହି କୁମ୍ଭୀର ପ୍ରବଣ ଅଞ୍ଚଳ ମଧ୍ୟ ଦେଇ ଗୁପ୍ତି, ଚାନ୍ଦବାଲି, ଖୋଳା, ଜୟନଗର, ଖରିନାସୀ, ବାହାକୁଦ, ଜମ୍ବୁ ଆଦି ଅଞ୍ଚଳରୁ ଡଙ୍ଗା ଓ ବୋଟ ଚଳାଚଳ କରୁଛି। ବୋଟ ଓ ଡଙ୍ଗା ଚାଳକଙ୍କ ମଧ୍ୟରୁ କେତେକ ନାବାଳକ ଓ ଅନଭିଜ୍ଞଙ୍କୁ ଦେଖିବାକୁ ମିଳୁଛି। ବୋଟରେ ଲାଇଫ ସପୋର୍ଟ ଜ୍ୟାକେଟ କେହି ପିନ୍ଧୁନାହାନ୍ତି। ଏ ନେଇ ସତର୍କତା ଅବଲମ୍ବନ ନ କଲେ ଇକୋ ରିଟ୍ରିଟ୍‌ ଜିଲା ପ୍ରଶାସନ ପାଇଁ ମହଙ୍ଗା ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ରାଜନଗର ଡିଏଫ୍‌ଓ ଯଜ୍ଞଦତ୍ତ ପତି କହିଛନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବୋଟ ଓ ଡଙ୍ଗାର ବୀମା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣାଙ୍କୁ ପଚାରିବାରେ ଆଳି, ରାଜକନିକା, ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ନଦୀ ଉପରେ ସେତୁ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଏହାବ୍ୟତୀତ ଯାତ୍ରୀ ପରିବହନ କ୍ଷେତ୍ରରେ ନିୟୋଜିତ ଦେଶୀ ଡଙ୍ଗା ଓ ବୋଟ ଚାଳକ ନିୟମ ବହିର୍ଭୂତ ଯାତାୟାତ କଲେ ଜିଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?