ଜିଲାରେ ଚାଲିଛି ବିପଜ୍ଜନକ ନୌପରିବହନ

କେନ୍ଦ୍ରାପଡ଼ା ଅଫିସ,୨୭।୧୧: ରାଜ୍ୟ ପର୍ଯ୍ୟଟନ ବିଭାଗ ଆସନ୍ତା ଡିସେମ୍ବରରେ ରାଜନଗର ବ୍ଲକ ପେଣ୍ଠଠାରେ ଭିତରକନିକା ଇକୋ ରିଟ୍ରିଟ ଆରମ୍ଭ କରିବ। ଭିତରକନିକାର ପ୍ରାକୃତିକ ବିଭବ ସହିତ ହୁକିଟୋଲା, ହାବେଳିଖଟି, ବତିଘର ଆଦି ପର୍ଯ୍ୟଟକଙ୍କ ଆକର୍ଷଣ ରହିବ। ଏହି ପର୍ଯ୍ୟଟନ କ୍ଷେତ୍ରକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଦେଶୀ ଡଙ୍ଗା ଅଥବା ବୋଟ୍‌ର ସାହାରା ନେବାକୁ ପଡିବ। ତେବେ ଦେଶୀ ଡଙ୍ଗାରେ ବହୁ ସମୟରେ ପର୍ଯ୍ୟଟକଙ୍କୁ ଭାରି ପଡୁଛି। କ୍ଷମତାରୁ ଅଧିକ ଯାତ୍ରୀ ଡଙ୍ଗାରେ ରହୁଥିବାରୁ ବାରମ୍ବାର ଓଲଟି ପଡୁଛି। ବିଭିନ୍ନ ସମୟରେ ହେଉଥିବା ଦୁର୍ଘଟଣା ସତ୍ତ୍ୱେ ପ୍ରଶାସନର ଏଥିରେ ନିଘା ନାହିଁ। ୨୦୦୪ର ବୋଟ୍‌ ରୁଲ୍‌ କାର୍ଯ୍ୟକାରୀ ହେଉନାହିଁ। ଏପରି କି ଜିଲାର ୨୪୯ରୁ ୧୭ ପଞ୍ଚାୟତକୁ ସେତୁ ନ ଥିବାରୁ ବିପଜ୍ଜନକ ନୌପରିବହନ ପାଇଁ ଡଙ୍ଗା ଭରସା ବୋଲି ସ୍ଥାନୀୟ ଜିଲାବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ମହାକାଳପଡାର ବିଭୂତି ଭୂଷଣ ରାଉତ କୁହନ୍ତି, ଗତବର୍ଷ ପିତାପାଟଠାରେ ଡଙ୍ଗା ଓଲଟି ୫ ଜଣ ଶ୍ରମିକଙ୍କ ଜୀବନହାନି ଆଶଙ୍କା ସୃଷ୍ଟି କରିଥିଲା। ଏହି ସ୍ଥାନରେ ୨୦୧୩ ମାର୍ଚ୍ଚ ୧ରେ ଡଙ୍ଗା ବୁଡିଯାଇ ଜଗତ୍‌ସିଂହପୁର ଜିଲାର ୧୩ ଜଣ କିଶୋର କ୍ରିକେଟ ଖେଳାଳିଙ୍କ ଜୀବନହାନି ହୋଇଥିଲା। ସେହିପରି ୨୦୧୯ ଜାନୁୟାରୀ ୨ରେ ହୁକିଟୋଲା ପର୍ଯ୍ୟଟନ କ୍ଷେତ୍ରକୁ ଆସିଥିବା ୧୦ ଜଣ ମହିଳା ଓ ଶିଶୁଙ୍କ ନିପାଣିଆଠାରେ ଡଙ୍ଗା ବୁଡି ଯୋଗୁ ମୃତ୍ୟୁ ହୋଇଥିଲା। ଏଥିସହ ଉପାନ୍ତ ଅଞ୍ଚଳରେ ଡଙ୍ଗା ବୁଡିବା ଘଟଣା ପ୍ରତିବର୍ଷ ୧୦ରୁ ଅଧିକ ହେଉଛି। ଅଧିକ ଯାତ୍ରୀ ପରିବହନ ଓ ଅନଭିଜ୍ଞ ନୌଚାଳନା ଏହାର କାରଣ ସାଜିଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ମହାକାଳପଡା ୟୁଥ କ୍ଲବର ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ପଦନୀପାଳ, ଏକମାଣିଆ, ସିଂହଗଁା, ବତିଘର ସମେତ ୧୭ଟି ପଞ୍ଚାୟତକୁ ଗମନାଗମନ ପାଇଁ ସେତୁ ନାହିଁ। ଏଥିପାଇଁ ପଞ୍ଚାୟତବାସୀ ଦେଶୀ ଡଙ୍ଗା ଅଥବା ନୌକାର ସାହାରା ନେଉଛନ୍ତି। ତେବେ ନୌଚାଳନାକାରୀମାନେ ୨୦୦୪ର ବୋଟ୍‌ ରୁଲ୍‌କୁ କାର୍ଯ୍ୟକାରୀ କରୁନାହାନ୍ତି। ଜିଲାରେ ଥିବା ଅଧିକାଂଶ ବୋଟ ଓ ଡଙ୍ଗା ବୀମା ପରିସରକୁ ଆସିନାହିଁ। ଏପରି କି ବୋଟ୍‌ ଚାଳନା ପାଇଁ ଆବଶ୍ୟକ ଲାଇସେନ୍ସ ନାହିଁ। ବୋଟ୍‌ ଓ ଡଙ୍ଗାର ଫିଟନେସ ନ ଥିଲେ ମଧ୍ୟ ପର୍ଯ୍ୟଟକ ଓ ଯାତ୍ରୀ ବିପଜ୍ଜନକ ଭାବେ ନଦୀପଥରେ ଯାତାୟାତ କରୁଛନ୍ତି। କୌଣସି କାରଣରୁ ଦୁର୍ଘଟଣା ହେଲେ ମୃତାହତଙ୍କୁ କ୍ଷତିପୂରଣ ମିଳିବା ଅସମ୍ଭବ ବୋଲି ତ୍ରିପାଠୀ ପ୍ରକାଶ କରିଛନ୍ତି। ରାଜନଗର ବ୍ଲକ ଗୁପ୍ତିର ସୁରେନ୍ଦ୍ର ସାହୁ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକାରେ ୪୦ରୁ ଊର୍ଦ୍ଧ୍ୱ ବୋଟ୍‌ ବିନା ଫିଟ୍‌ନେସରେ ଚାଲୁଛି। ଏ ନେଇ ବନ ବିଭାଗ ଦୃଷ୍ଟି ଦେଉ ନାହିଁ। ଜାତୀୟ ଉଦ୍ୟାନ ମଧ୍ୟରେ ୧୭୦୦ରୁ ଊର୍ଦ୍ଧ୍ୱ ଲୁଣା କୁମ୍ଭୀର ଅଛନ୍ତି। ଏହି କୁମ୍ଭୀର ପ୍ରବଣ ଅଞ୍ଚଳ ମଧ୍ୟ ଦେଇ ଗୁପ୍ତି, ଚାନ୍ଦବାଲି, ଖୋଳା, ଜୟନଗର, ଖରିନାସୀ, ବାହାକୁଦ, ଜମ୍ବୁ ଆଦି ଅଞ୍ଚଳରୁ ଡଙ୍ଗା ଓ ବୋଟ ଚଳାଚଳ କରୁଛି। ବୋଟ ଓ ଡଙ୍ଗା ଚାଳକଙ୍କ ମଧ୍ୟରୁ କେତେକ ନାବାଳକ ଓ ଅନଭିଜ୍ଞଙ୍କୁ ଦେଖିବାକୁ ମିଳୁଛି। ବୋଟରେ ଲାଇଫ ସପୋର୍ଟ ଜ୍ୟାକେଟ କେହି ପିନ୍ଧୁନାହାନ୍ତି। ଏ ନେଇ ସତର୍କତା ଅବଲମ୍ବନ ନ କଲେ ଇକୋ ରିଟ୍ରିଟ୍‌ ଜିଲା ପ୍ରଶାସନ ପାଇଁ ମହଙ୍ଗା ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ରାଜନଗର ଡିଏଫ୍‌ଓ ଯଜ୍ଞଦତ୍ତ ପତି କହିଛନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବୋଟ ଓ ଡଙ୍ଗାର ବୀମା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣାଙ୍କୁ ପଚାରିବାରେ ଆଳି, ରାଜକନିକା, ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ନଦୀ ଉପରେ ସେତୁ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଏହାବ୍ୟତୀତ ଯାତ୍ରୀ ପରିବହନ କ୍ଷେତ୍ରରେ ନିୟୋଜିତ ଦେଶୀ ଡଙ୍ଗା ଓ ବୋଟ ଚାଳକ ନିୟମ ବହିର୍ଭୂତ ଯାତାୟାତ କଲେ ଜିଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri