ଲକ୍ଷେ ଲୋକଙ୍କ ପାଇଁ ୫ ଡାକ୍ତର

କେନ୍ଦ୍ରାପଡ଼ା ଅଫିସ,୨୬ା୧୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ନୂଆ ଡାକ୍ତରଙ୍କ ପୋଷ୍ଟିଂ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ଦେଖିଲେ କେନ୍ଦ୍ରାପଡ଼ା ଜିଲାରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ୨୦୧୧ ଜନଗଣନା ଅନୁଯାୟୀ, ଜିଲାର ଲୋକସଂଖ୍ୟା ସାଢ଼େ ୧୪ ଲକ୍ଷ ଥିଲା। ଏବେ ସେହି ସଂଖ୍ୟା ୧୬ ଲକ୍ଷ ଟପିଛି। ଲକ୍ଷେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅନୂ୍ୟନ ୫୦ଜଣ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୫ ଜଣ। ସେହିପରି ଜିଲାରେ ଏମ୍ପ୍ଲୟିଜ ଷ୍ଟେଟ ଇନ୍ସୁରାନ୍ସ (ଇଏସ୍‌ଆଇ) ମେଡିକାଲ ନ ଥିବାରୁ ଉଚ୍ଚ ସ୍ୱାସ୍ଥ୍ୟସେବାରୁ ଶ୍ରମିକମାନେ ବଞ୍ଚତ୍ତ ହେଉଛନ୍ତି। ଉପାନ୍ତ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସ୍ଥାନୀୟ କ୍ୱାକ୍‌ଙ୍କୁ ରୋଜଗାର କରିବାର ସୁଯୋଗ ଦେଉଥିବା ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ଏ ସମ୍ପର୍କରେ ସାମାଜିକ କର୍ମୀ ଦେବାଶିଷ ସାମଲ କୁହନ୍ତି, ଗତ ୨୦ ବର୍ଷ ମଧ୍ୟରେ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରାଯାଇଥିବା ଉଲ୍ଲେଖ କରାଯାଉଛି। ତେବେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳର ୬୪୭ ଗ୍ରାମକୁ ବର୍ଷାଦିନେ ସିଧାସଳଖ ଯିବା ସମ୍ଭବ ନୁହେଁ। ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ୧୦୮ ଓ ୧୦୨ ବୋଟ୍‌ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଥିଲେ ବି ଦୁର୍ଗମ ରାସ୍ତା ଏଥିରେ ବାଧକ ସାଜିଛି। ସେହିପରି ତୃଣମୂଳସ୍ତରର ସ୍ବାସ୍ଥ୍ୟସେବା ପାଇଁ ଜିଲାରେ ୨୨୬ ସବ୍‌ସେଣ୍ଟର ଅଛି। ସେଥିରୁ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ସବ୍‌ସେଣ୍ଟରରେ ଏଏନ୍‌ଏମ୍‌ଙ୍କ ପୋଷ୍ଟିଂ ନାହିଁ। ଜିଲାର ସ୍ବାସ୍ଥ୍ୟସେବା ପାଇଁ ୧୭୧ଟି ପଦବୀ ସୃଷ୍ଟି ହୋଇଥିଲେ ମଧ୍ୟ ୯୨ଜଣ ଡାକ୍ତରଙ୍କ ପୋଷ୍ଟିଂ ହୋଇନାହିଁ। ବିଶେଷକରି ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କୁହନ୍ତି, କରୋନା ସଂକ୍ରମଣ ପରେ ଜିଲା ସ୍ବାସ୍ଥ୍ୟସେବା ଏକ ପ୍ରକାର ଅଚଳ ହୋଇଯାଇଛି। ଅଧିକାଂଶ ରୋଗୀଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଉଛି। ଆଇସିୟୁ ପରି ଜରୁରିକାଳୀନ କୋଠରି ବ୍ୟବସ୍ଥା ଏଠାରେ ନାହିଁ। ସେହିପରି ଏହି ଜିଲାର ସରକାରୀ କର୍ମଚାରୀଙ୍କ ସହିତ କେତେକ ସମବାୟ ଅନୁଷ୍ଠାନ, ନର୍ସିଂହୋମ, ବେସରକାରୀ କର୍ମଚାରୀଙ୍କୁ ଇଏସ୍‌ଆଇରେ ସାମିଲ କରାଯାଇଛି। ସରକାରୀ ନିୟମ ଅନୁଯାୟୀ, କର୍ମଚାରୀଙ୍କ ଦରମାରୁ ୦.୭୫ ପ୍ରତିଶତ ଅର୍ଥ ସହ ନିଯୁକ୍ତିଦାତାଙ୍କ ପକ୍ଷରୁ ୩.୨୫ ପ୍ରତିଶତ ଅର୍ଥ ଇଏସ୍‌ଆଇ ପାଇଁ ପଇଠ ହେଉଛି। ଏହାସତ୍ତ୍ୱେ ଜିଲାରେ ଶ୍ରମିକଙ୍କ ପାଇଁ ହସ୍ପିଟାଲ ନ ଥିବାରୁ ଏହାର ଫାଇଦା ମିଳୁନାହିଁ। ସାଧାରଣ ଚିକିତ୍ସା କେନ୍ଦ୍ରରୁ ରେଫର ହେଉଥିବା ଶ୍ରମିକଙ୍କୁ ଉନ୍ନତ ସେବା ମିଳୁ ନ ଥିବାରୁ ତାହା ଏକ ଠକେଇ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଗର୍ଭବତୀ ଓ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀ ଉପାନ୍ତ ଅଞ୍ଚଳରୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜୁଛନ୍ତି। ସେହିପରି ଗ୍ରାମାଞ୍ଚଳରେ ଡାକ୍ତର ନ ଥିବାରୁ ବହୁ ରୋଗୀ ବାଧ୍ୟ ହୋଇ କ୍ୱାକ୍‌ଙ୍କ ସହଯୋଗ ଲୋଡୁଛନ୍ତି। ଜିଲାରେ ୨୦୦ରୁ ଊର୍ଦ୍ଧ୍ୱ କ୍ୱାକ୍‌ ଏଲୋପାଥିକ ମେଡିସିନ ଦୋକାନ ଖୋଲିଥିବା ସାମାଜିକ କର୍ମୀ ଗନ୍ତାୟତ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ନିକଟରେ ଜିଲାରେ କେତେଜଣ ନୂତନ ଡାକ୍ତରଙ୍କ ପୋଷ୍ଟିଂ ହୋଇଛି। ସ୍ବାସ୍ଥ୍ୟସେବା ପରିଚାଳନା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ନିର୍ଭର କରାଯାଉଛି। ବିଭିନ୍ନ ପଦବୀ ପୂରଣ ପାଇଁ ପ୍ରତିମାସରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ; ମରଣାତ୍ମକ ଆକ୍ରମଣରେ ୪ରୁ ଅଧିକ ଗୁରୁତର

ସୁନ୍ଦରଗଡ଼,୪।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିରି ଥାନା ଅନ୍ତର୍ଗତ ଗର୍ଜନବାହାଲ କୋଇଲା ଖଣିରେ ଗୁରୁବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗାଡ଼ି ଧାଡ଼ିରେ…

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର: ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ଲୋଇସିଂହା, ୩ା୯ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଉପରବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri