ଲକ୍ଷେ ଲୋକଙ୍କ ପାଇଁ ୫ ଡାକ୍ତର

କେନ୍ଦ୍ରାପଡ଼ା ଅଫିସ,୨୬ା୧୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ନୂଆ ଡାକ୍ତରଙ୍କ ପୋଷ୍ଟିଂ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ଦେଖିଲେ କେନ୍ଦ୍ରାପଡ଼ା ଜିଲାରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ୨୦୧୧ ଜନଗଣନା ଅନୁଯାୟୀ, ଜିଲାର ଲୋକସଂଖ୍ୟା ସାଢ଼େ ୧୪ ଲକ୍ଷ ଥିଲା। ଏବେ ସେହି ସଂଖ୍ୟା ୧୬ ଲକ୍ଷ ଟପିଛି। ଲକ୍ଷେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅନୂ୍ୟନ ୫୦ଜଣ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୫ ଜଣ। ସେହିପରି ଜିଲାରେ ଏମ୍ପ୍ଲୟିଜ ଷ୍ଟେଟ ଇନ୍ସୁରାନ୍ସ (ଇଏସ୍‌ଆଇ) ମେଡିକାଲ ନ ଥିବାରୁ ଉଚ୍ଚ ସ୍ୱାସ୍ଥ୍ୟସେବାରୁ ଶ୍ରମିକମାନେ ବଞ୍ଚତ୍ତ ହେଉଛନ୍ତି। ଉପାନ୍ତ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସ୍ଥାନୀୟ କ୍ୱାକ୍‌ଙ୍କୁ ରୋଜଗାର କରିବାର ସୁଯୋଗ ଦେଉଥିବା ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ଏ ସମ୍ପର୍କରେ ସାମାଜିକ କର୍ମୀ ଦେବାଶିଷ ସାମଲ କୁହନ୍ତି, ଗତ ୨୦ ବର୍ଷ ମଧ୍ୟରେ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରାଯାଇଥିବା ଉଲ୍ଲେଖ କରାଯାଉଛି। ତେବେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳର ୬୪୭ ଗ୍ରାମକୁ ବର୍ଷାଦିନେ ସିଧାସଳଖ ଯିବା ସମ୍ଭବ ନୁହେଁ। ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ୧୦୮ ଓ ୧୦୨ ବୋଟ୍‌ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଥିଲେ ବି ଦୁର୍ଗମ ରାସ୍ତା ଏଥିରେ ବାଧକ ସାଜିଛି। ସେହିପରି ତୃଣମୂଳସ୍ତରର ସ୍ବାସ୍ଥ୍ୟସେବା ପାଇଁ ଜିଲାରେ ୨୨୬ ସବ୍‌ସେଣ୍ଟର ଅଛି। ସେଥିରୁ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ସବ୍‌ସେଣ୍ଟରରେ ଏଏନ୍‌ଏମ୍‌ଙ୍କ ପୋଷ୍ଟିଂ ନାହିଁ। ଜିଲାର ସ୍ବାସ୍ଥ୍ୟସେବା ପାଇଁ ୧୭୧ଟି ପଦବୀ ସୃଷ୍ଟି ହୋଇଥିଲେ ମଧ୍ୟ ୯୨ଜଣ ଡାକ୍ତରଙ୍କ ପୋଷ୍ଟିଂ ହୋଇନାହିଁ। ବିଶେଷକରି ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କୁହନ୍ତି, କରୋନା ସଂକ୍ରମଣ ପରେ ଜିଲା ସ୍ବାସ୍ଥ୍ୟସେବା ଏକ ପ୍ରକାର ଅଚଳ ହୋଇଯାଇଛି। ଅଧିକାଂଶ ରୋଗୀଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଉଛି। ଆଇସିୟୁ ପରି ଜରୁରିକାଳୀନ କୋଠରି ବ୍ୟବସ୍ଥା ଏଠାରେ ନାହିଁ। ସେହିପରି ଏହି ଜିଲାର ସରକାରୀ କର୍ମଚାରୀଙ୍କ ସହିତ କେତେକ ସମବାୟ ଅନୁଷ୍ଠାନ, ନର୍ସିଂହୋମ, ବେସରକାରୀ କର୍ମଚାରୀଙ୍କୁ ଇଏସ୍‌ଆଇରେ ସାମିଲ କରାଯାଇଛି। ସରକାରୀ ନିୟମ ଅନୁଯାୟୀ, କର୍ମଚାରୀଙ୍କ ଦରମାରୁ ୦.୭୫ ପ୍ରତିଶତ ଅର୍ଥ ସହ ନିଯୁକ୍ତିଦାତାଙ୍କ ପକ୍ଷରୁ ୩.୨୫ ପ୍ରତିଶତ ଅର୍ଥ ଇଏସ୍‌ଆଇ ପାଇଁ ପଇଠ ହେଉଛି। ଏହାସତ୍ତ୍ୱେ ଜିଲାରେ ଶ୍ରମିକଙ୍କ ପାଇଁ ହସ୍ପିଟାଲ ନ ଥିବାରୁ ଏହାର ଫାଇଦା ମିଳୁନାହିଁ। ସାଧାରଣ ଚିକିତ୍ସା କେନ୍ଦ୍ରରୁ ରେଫର ହେଉଥିବା ଶ୍ରମିକଙ୍କୁ ଉନ୍ନତ ସେବା ମିଳୁ ନ ଥିବାରୁ ତାହା ଏକ ଠକେଇ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଗର୍ଭବତୀ ଓ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀ ଉପାନ୍ତ ଅଞ୍ଚଳରୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜୁଛନ୍ତି। ସେହିପରି ଗ୍ରାମାଞ୍ଚଳରେ ଡାକ୍ତର ନ ଥିବାରୁ ବହୁ ରୋଗୀ ବାଧ୍ୟ ହୋଇ କ୍ୱାକ୍‌ଙ୍କ ସହଯୋଗ ଲୋଡୁଛନ୍ତି। ଜିଲାରେ ୨୦୦ରୁ ଊର୍ଦ୍ଧ୍ୱ କ୍ୱାକ୍‌ ଏଲୋପାଥିକ ମେଡିସିନ ଦୋକାନ ଖୋଲିଥିବା ସାମାଜିକ କର୍ମୀ ଗନ୍ତାୟତ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ନିକଟରେ ଜିଲାରେ କେତେଜଣ ନୂତନ ଡାକ୍ତରଙ୍କ ପୋଷ୍ଟିଂ ହୋଇଛି। ସ୍ବାସ୍ଥ୍ୟସେବା ପରିଚାଳନା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ନିର୍ଭର କରାଯାଉଛି। ବିଭିନ୍ନ ପଦବୀ ପୂରଣ ପାଇଁ ପ୍ରତିମାସରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?