କେନ୍ଦ୍ରାପଡ଼ା

ଡିସେମ୍ବର ୧ରୁ ଇକୋ ରିଟ୍ରିଟ୍‌

ରାଜନଗର, ୩୦ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ପେଣ୍ଠଠାରେ ଚଳିତବର୍ଷ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେଉଛି। ଇକୋ ରିଟ୍ରିଟ୍‌ ଯେପରି ସଫଳ ହେବ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଭିତରକନିକାର ଇକୋ ରିଟ୍ରିଟ୍‌କୁ ଆସିବାକୁ ବୁକିଂ କରିଥିବା ଓ ଇଚ୍ଛା…

ମଜୁରି ନ ଦେବା ଦିନେଶଙ୍କ ପାଇଁ କାଳ ହେଲା

ମହାକାଳପଡ଼ା,୩୦ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ଖରିନାସୀ ମୁଖ୍ୟ ରାସ୍ତାପାଶର୍‌ବ ମା’ମନସା ଜ୍ୟୋତି ବୈଦ୍ୟ ଫ୍ଲାଏ ଆଶ୍‌ ଇଟା ଫ୍ୟାକ୍ଟ୍ରି ମାଲିକ ଦିନେଶ ବୈଦ (୩୪)ଙ୍କୁ ରବିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିଲା। ଏହି…

ଅବାଧ ବାଲି ଚାଲାଣ: ନଦୀବନ୍ଧ ଦୁର୍ବଳ

ଆଳି,୨୯ା୧୧(ଡି.ଏନ୍‌.ଏ.): ରାଜ୍ୟ ସରକାର ନଦୀ ଗ୍ରାସରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ତଟବନ୍ଧ ବିଭାଗ ପକ୍ଷରୁ ଅର୍ଥ ଖର୍ଚ୍ଚକରି ନଦୀବନ୍ଧ ସୁଦୃଢ଼ କରାଯାଉଛି। ବାଲି ବ୍ୟବସାୟୀମାନେ ବନ୍ଧ କାଟି ନଦୀରୁ ଅହରହ ବାଲି ବୋଝେଇ ଗାଡ଼ି ନେଉଛନ୍ତି। ଫଳରେ ନଦୀବନ୍ଧ…

ପାଗଳା ବିଲୁଆ ଆକ୍ରମଣରେ ୬ ଆହତ, ଜଣେ ଗୁରୁତର

ରାଜନଗର,୨୯ା୧୧(ଡି.ଏନ.ଏ.): ପାଗଳା ବିଲୁଆ ଆକ୍ରମଣରେ ୬ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣଙ୍କର ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିସତ୍ାଳୟ ଓ ପରେ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ,…

ଇଟାଭାଟି ମାଲିକଙ୍କୁ ନିର୍ମମ ହତ୍ୟା

ମହାକାଳପଡ଼ା,୨୮ା୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଖରିନାସୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ଦିନେଶ ବୈଦ(୩୫)। ତାଙ୍କ ଘର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ପଞ୍ଚାୟତର ପିତାପାଟ…

ଲୁଣାନଦୀ ବନ୍ଧର ସ୍ଥିତି ପରଖିଲେ ସର୍ବୋଚ୍ଚ ଯନ୍ତ୍ରୀ

ଡେରାବିଶ,୨୮ା୧୧(ସ୍ବ.ପ୍ର.): ଲୁଣା-କରାଣ୍ଡିଆ ଦ୍ୱିପାଞ୍ଚଳର ମାର୍ଶାଘାଇ ବ୍ଲକ ପକ୍ଷୋଟ ଠାରେ ଲୁଣାନନୀ ବନ୍ଧ ଭୁଶୁଡ଼ିବା ଘଟଣାରେ ରବିବାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଭକ୍ତ ରଞ୍ଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ ଇଂ. ସାଗର ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ପୂର୍ଣ୍ଣଚନ୍ଦ୍ର ରଥ ଘଟଣା…

ଭିତରକନିକାର ୮୭୧ ପର୍ଯ୍ୟଟକ

ରାଜନଗର,୨୮ା୧୧(ଡି.ଏନ.ଏ.): ରବିବାର ଗୋଟିଏ ଦିନରେ ଭିତରକନିକାକୁ ୮୭୧ ପର୍ଯ୍ୟଟକ ପରିଭ୍ରମଣରେ ଆସିଥିଲେ। ୭୯ ବୋଟରେ ପର୍ଯ୍ୟଟକମାନେ ଭିତରକନିକାର ଶୋଭା ଉପଭୋଗ କରୁଛନ୍ତି। ସ୍ଥଳପଥରେ ୩୨୭ ପର୍ଯ୍ୟଟକ ଭିତରକନିକା ପରିଭ୍ରମଣରେ ଆସିଥିଲେ। ସ୍ଥଳପଥରେ ଆସିଥିବା ୩୨୭ ପର୍ଯ୍ୟଟକ ଡାଙ୍ଗମାଳଠାରେ ଥିବା ଶବ୍ଦବିହୀନ ୧୭ଟି…

୩ ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଛି ପୋଲିସ

ଡେରାବିଶ,୨୮ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବୁଧବାର ସନ୍ଧ୍ୟାରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ଶୋଭାଯାତ୍ରାରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ୯୬ ଘଣ୍ଟା ବିତିଛି। ୪୦ରୁ ଊର୍ଦ୍ଧ୍ୱ ଆହାତଙ୍କ ମଧ୍ୟରୁ ରବିବାର ସନ୍ଧ୍ୟା ଯାଏ ୩୩ ଜଣ କଟକ…

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଜଣେ, ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

କେନ୍ଦ୍ରାପଡ଼ା ଅଫିସ,୨୮ା୧୧: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣିରେ ଗତ ବୁଧବାର ବାଣ ବିସ୍ଫୋରଣ ଘଟି ଶତାଧିକ ଆହତ ହୋଇଥିଲେ। ଏହି ଆହତମାନଙ୍କ ମଧ୍ୟରେ ୩୬ ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।…

ଓଡ଼ିଶାର ୫ ମଧ୍ୟରୁ ଅଛି କେନ୍ଦ୍ରାପଡ଼ା ରସାବଳି

କେନ୍ଦ୍ରାପଡ଼ା ଅଫିସ, ୨୭।୧୧: ଚେନ୍ନାଇଠାରେ ଆସନ୍ତା ଡିସେମ୍ବରରେ ସ୍ଥାନୀୟ ଭୌଗଳିକ ସଙ୍କେତ ବା ଜିଓ ଗ୍ରାଫିକାଲ ଇଣ୍ଡିକେଶନ (ଜିଆଆଇ) ରେଜେଷ୍ଟ୍ରି ସମ୍ମିଳନୀ ଅନୁଷ୍ଠିତ ହେବ। ଚଳିତଥର ଓଡ଼ିଶାରୁ ୫ଟି ଦାବି ମଧ୍ୟରୁ କେନ୍ଦ୍ରାପଡ଼ା ରସାବଳୀ ରହିଥିବା ସୂଚନା ମିଳିଛି। ଗଜପତି ଜିଲାର…

ବାଲିଆ ବାଣ ବିସ୍ଫୋରଣ ମାମଲା, ସଙ୍କଟାପନ୍ନ ଅବସ୍ଥାରେ ୧୨ ଜଣ, ଗୁରୁତରଙ୍କ ମଧ୍ୟରେ ଡେରାବିଶର ୬ ଜଣ…

ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ବାଲିଆ ବଜାରରେ ଗତ ବୁଧବାର ରାତିରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣି ଉତ୍ସବର ବାଣ ବିସ୍ଫୋରଣରେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକ ଗୁରୁତର ଥିବା ୩୪ ଜଣ…

ଭୁଶୁଡ଼ିଲା ଭିତରକନିକା ଖୋଳା ପର୍ଯ୍ୟଟନ ଜେଟି

ରାଜନଗର, ୨୬ା୧୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଖୋଳା ଏଣ୍ଟ୍ରି ପଏଣ୍ଟ ନିକଟରେ ଥିବା ଜେଟି ଶୁକ୍ରବାର ସନ୍ଧ୍ୟାରେ ସନ୍ଧ୍ୟାରେ ଭୁଶୁଡି ପଡିଛି। ପ୍ରାୟ ୨୦ ଫୁଟ ଚଉଡାର ମାଟି ଅତଡା ଧସିବା ସହ ଜେଟିର ନଦୀ ପଟରେ ଥିବା ପିଲାର ଦବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?