ମଧ୍ୟାହ୍ନଭୋଜନରେ ପୋକ, ଚୁଟି

ମହାକାଳପଡ଼ା,୬ା୧ (ଡି.ଏନ.ଏ.): ସଭିଁଏ ପଢ଼ିବେ ସଭିଁଏ ବଢ଼ିବେ ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ। ଘରୋଇ ବିଦ୍ୟାଳୟ ପ୍ରତି ମୋହ ତୁଟାଇ କିପରି ସରକାରୀ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ିବେ, ସେଥିପାଇଁ ତୃଣମୂଳ ସ୍ତରରେ ସରକାର ବିଦ୍ୟାଳୟକୁ ସରସ ସୁନ୍ଦର କରୁଛନ୍ତି। ୫-ଟି ମାଧ୍ୟମରେ ବିଦ୍ୟାଳୟକୁ ରୂପାନ୍ତରଣ କରାଯିବା ପରେ ଉପସ୍ଥାନ ବଢ଼ାଇବା ପାଇଁ ଶ୍ରେଣୀ ପ୍ରକୋଷ୍ଠଗୁଡ଼ିକୁ ଅତ୍ୟାଧୁନିକୀକରଣ ସହ ଡିଜିଟାଲାଇଜେଶନ କରାଯାଉଛି। ଶୈକ୍ଷିକ ଓ ଗୁଣାତ୍ମକ ଶିକ୍ଷା ପାଇଁ ଉତ୍ତମ ପରିବେଶ ଗଠନ ନିମନ୍ତେ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି। ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପ୍ରବେଶ ନିମନ୍ତେ ପୋଷାକ, ପାଠ୍ୟ ପୁସ୍ତକ, ମଧ୍ୟାହ୍ନଭୋଜନ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇଛି। ଏହାସତ୍ତ୍ୱେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରତି ମୋହ ତୁଟାଇ ଛାତ୍ରୀଛାତ୍ର ଘରେ ଖାଇ ପୁଣି ବିଦ୍ୟାଳୟକୁ ଯାଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରାମନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଗୁରୁବାର ପିଲାମାନେ ବିଦ୍ୟାଳୟରୁ ମଧ୍ୟାହ୍ନଭୋଜନ ନ ଖାଇ ଘରକୁ ଖାଇବା ପାଇଁ ଆସୁଥିବା ସାମ୍ନାକୁ ଆସିଛି। କାହିଁକି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ନ ଖାଇ ଘରକୁ ଆସିଛ ବୋଲି ପ୍ରିୟା ମଜୁମଦାର, ଆରାଧ୍ୟା ପାଇକ, ଗାୟତ୍ରୀ ସମଦାର, ମିଥୁନ ମଣ୍ଡଳ, ଶଙ୍କର ମଣ୍ଡଳ, ଶୁଭଜିତ ମଣ୍ଡଳ, ସ୍ନେହା ପାଇକ, ପାୟଲ ମାଝି ଓ ବ୍ରତତୀ ମଣ୍ଡଳ, ରଶ୍ମି ସମଦାର୍‌, ସୁପ୍ରିୟା ସମଦାର୍‌, ମନୋଜ ସାମନ୍ତଙ୍କୁ ପଚାରିବାରୁ ମଧ୍ୟାହ୍ନଭୋଜନ ଭାତରୁ ପୋକ, ଚୁଟି, ପୋଡ଼ି ଯାଇଥିବା ଭାତ ଓ ଅଲଣା ତରକାରି ପରଷା ଯାଉଛି ବୋଲି ଅଭିଯୋଗ କରିଛନ୍ତି। ସରକାରୀ ମଧ୍ୟାହ୍ନଭୋଜନ ନିୟମ ଅନୁସାରେ, ଭୋଜନ ପ୍ରସ୍ତୁତ ପରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ବା ଯାଞ୍ଚ କମିଟି ଖାଦ୍ୟର ମାନ ପରଖିବା କଥା। ହେଲେ ଏଠାରେ ସରକାରୀ ନିୟମକୁ ଅଣଦେଖା କରାଯାଉଛି।
ରାମନଗର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇଶହରୁ ଅଧିକ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟ ଦାୟିତ୍ୱରେ ପ୍ରଧାନଶିକ୍ଷକ ଦୀପଙ୍କର ଦାସ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରହିଲେଣି। ଦୀର୍ଘଦିନ ହେବ ପିଲାମାନେ ମଧ୍ୟାହ୍ନଭୋଜନ ନ ଖାଇ ଘରକୁ ଫେରୁଥିବାରୁ ବୁଦ୍ଧିଜୀବୀ ମହଲରେ ଏହାକୁ ନାପସନ୍ଦ କରାଯାଇଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଦାସଙ୍କ ମତାମତ ନେବାରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ କରି ନ ଥିଲେ। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେଉରାଙ୍କୁ ପଚାରିବାରେ ଏହି ଘଟଣାରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?