ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ମାଛଚାଷ

କେନ୍ଦ୍ରାପଡା ଅଫିସ, ୮।୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ ା ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ ା ଫଳରେ ଜିଲାର ଯୁବ ମାନବସମ୍ବଳ ବିଦେଶମୁହଁା ହେଉଥିବା ବେଳେ ମହିଳାମାନେ ମାଛଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ା ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଜିଲା ମତ୍ସ୍ୟ ବିଭାଗ ସହାୟତାରେ ମାଛ ଚାଷରୁ ଆୟ କରି ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ଭାଗିଦାର ହୋଇଛନ୍ତି।
ଜିଲାର ୩୮୯ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୪ ହଜାର ସଦସ୍ୟା ଏହି ଚାଷରେ ମନୋନିବେଶ କରି ମାସକୁ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର ପାଇଁ ସକ୍ଷମ ହେଉଛନ୍ତି ା ଏ ସମ୍ପର୍କରେ ରାଜକନିକା ବ୍ଲକ ପେଗରପଡ଼ା ଗ୍ରାମର ଅଞ୍ଜଳୀ ସେଠୀ କୁହନ୍ତି, ନଦୀନାଳରୁ ଧରା ହୋଇ ଆସୁଥିବା ମାଛକୁ ବିକିବା ପ୍ରାଥମିକ ବେଉସା ଥିଲା ା ବିଭିନ୍ନ ସମୟରେ ଏହି ପ୍ରାକୃତିକ ଉତ୍ସରୁ ମାଛ ସଂଗ୍ରହ ହୋଇ ନ ପାରିଲେ ପରିବାର ସଦସ୍ୟଙ୍କ ଭରଣପୋଷଣରେ ସମସ୍ୟା ହେଉଥିଲା ା ଗତ ୨ ବର୍ଷ ପୂର୍ବେ ବାବା ଜଳେଶ୍ୱର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ ସହିତ ପଞ୍ଚାୟତ ଓ ସ୍ଥାନୀୟ ୨ଟି ପୋଖରୀକୁ ମାଛ ଚାଷ ପାଇଁ ଲିଜ୍‌ ନିଆଯାଇଥିଲା ା ଏହି ୧୦ ଜଣିଆ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟା ପୋଖରୀ ନିକଟକୁ ଯିବା, ମାଛ ଓ ପୋଖରୀର ତତ୍ତ୍ୱାବଧାନରେ ପ୍ରଥମ ବର୍ଷର ଆୟ ଆମକୁ ଏହି ଚାଷ ପାଇଁ ଉତ୍ସାହିତ କରିଥିଲା ା ଗତବର୍ଷର ଆୟକୁ ଦେଖି ଗୋଷ୍ଠୀ ସଦସ୍ୟାଙ୍କ ସଂଖ୍ୟା ବୃଦ୍ଧି ସହିତ ଆଖପାଖ ୧୨ଟି ପୋଖରୀକୁ ଲିଜ୍‌ ନିଆଯାଇଥିବା ଗୋଷ୍ଠୀର ସମ୍ପାଦିକା ସେଠୀ ପ୍ରକାଶ କରିଛନ୍ତି ା ଗରଦପୁର ବ୍ଲକ ଏନ୍ତାଳପୁରର ସିଦ୍ଧ ମହାବୀର ଏସ୍‌ଏସ୍‌ଜି ସମ୍ପାଦିକା ଲକ୍ଷ୍ମୀପ୍ରିୟା ମଲ୍ଲିକ କହିଛନ୍ତି, କରୋନା ସଂକ୍ରମଣ ସମୟରେ ମାଛଚାଷ ବଞ୍ଚତ୍ବାର ନୂଆ ରାହା ଦେଖାଇଛି ା ଗରିବ ପରିବାର ପାଇଁ ଏହି ଚାଷ ବେଶ୍‌ ଉପଯୋଗୀ ା ଗ୍ରାମରେ ଥିବା ପୋଖରୀକୁ ବ୍ୟବହାର କରି ମାସକୁ ୫ ହଜାରରୁ ଅଧିକ ଟଙ୍କା ରୋଜଗାର ହୋଇପାରୁଛି ା ରାଜନଗର ବ୍ଲକ ବସନ୍ତପୁର ଗ୍ରାମର ଜୟନ୍ତୀ ରାଉତ କୁହନ୍ତି, ଅଲିଭରିଡ୍‌ଲେ କଇଁଛଙ୍କ ପ୍ରଜନନ ପାଇଁ ବର୍ଷକରେ ୭ ମାସ ସାମୁଦ୍ରିକ ମାଛଧରା କଟକଣା ରହୁଛି ା ଏହି ସମୟରେ ପରିବାର ସଦସ୍ୟମାନେ ସମୁଦ୍ରକୁ ଯାଇ ପାରୁ ନ ଥିବାରୁ ବହୁ ସମୟରେ ଭୋକ ଉପାସରେ ରହିବାକୁ ପଡୁଥିଲା ା ତେବେ ଜିଲା ମତ୍ସ୍ୟ ବିଭାଗ ପ୍ରୋତ୍ସାହନ ପରେ ଆମ ମହିଳା ଗୋଷ୍ଠୀ ମାଛ ଚାଷ ପାଇଁ ମନ ବଳାଇଥିଲେ ା ଏଥିରେ ପରିବାରର ସମସ୍ତ ଆବଶ୍ୟକତା ପୂରଣ ହୋଇ ପାରୁ ନ ଥିଲେ ମଧ୍ୟ ପିଲାଙ୍କ ମୁହଁରେ ଗଣ୍ଡେ ଖାଇବାକୁ ଦେଇହେଉଛି ା ଏହା କେବଳ ମାଛ ଚାଷ ଯୋଗୁ ସମ୍ଭବ ହୋଇଥିବା ସେ ପ୍ରକାଶ କରିଛନ୍ତି ା ଏହି ବ୍ଲକ ଭେକ୍ଟାକୋଲାର ଶ୍ରୀଶମ୍ଭୁ ମହିଳା ଗୋଷ୍ଠୀ ସଦସ୍ୟା ମମତାରାଣୀ ସାମଲ କହିଛନ୍ତି, ସେମାନେ ରୋହି, ଭାକୁର, ମୀରକାଳି ଆଦି ମାଛଚାଷ କରୁଛନ୍ତି ା ବ୍ୟବସାୟୀମାନେ ପୋଖରୀ ନିକଟରୁ ମାଛ ନେଇ ଟଙ୍କା ଦେଉଛନ୍ତି ା ନଗଦ ଟଙ୍କା ମିଳୁ ଥିବାରୁ ମାଛ ଚାଷରୁ ଲାଭ ହେଉଥିବା ସେ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରିଣୀ ମମତା ମହାପାତ୍ର କହିଛନ୍ତି, ଜିଲାର ବିଭିନ୍ନ ଗୋଷ୍ଠୀ ଦ୍ୱାରା ପ୍ରାୟ ୧୬୦ ହେକ୍ଟର ପୋଖରୀ ଅଞ୍ଚଳରେ ମାଛ ଚାଷ ହେଉଛି ା ପ୍ରତି ଗୋଷ୍ଠୀକୁ ୬୦ ପ୍ରତିଶତ ରିହାତିରେ ହେକ୍ଟର ପ୍ରତି ୯୦ ହଜାର ଟଙ୍କାର ଋଣ ସହାୟତା ବିଭାଗ ପକ୍ଷରୁ ଦିଆଯାଉଛି ା ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳରେ ମାଛ ଚାଷକୁ ଗୁରୁତ୍ୱ ଦିଆଯାଉଥିବା ସେ ମତ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri