ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ମାଛଚାଷ

କେନ୍ଦ୍ରାପଡା ଅଫିସ, ୮।୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ ା ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ ା ଫଳରେ ଜିଲାର ଯୁବ ମାନବସମ୍ବଳ ବିଦେଶମୁହଁା ହେଉଥିବା ବେଳେ ମହିଳାମାନେ ମାଛଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ା ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଜିଲା ମତ୍ସ୍ୟ ବିଭାଗ ସହାୟତାରେ ମାଛ ଚାଷରୁ ଆୟ କରି ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ଭାଗିଦାର ହୋଇଛନ୍ତି।
ଜିଲାର ୩୮୯ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୪ ହଜାର ସଦସ୍ୟା ଏହି ଚାଷରେ ମନୋନିବେଶ କରି ମାସକୁ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର ପାଇଁ ସକ୍ଷମ ହେଉଛନ୍ତି ା ଏ ସମ୍ପର୍କରେ ରାଜକନିକା ବ୍ଲକ ପେଗରପଡ଼ା ଗ୍ରାମର ଅଞ୍ଜଳୀ ସେଠୀ କୁହନ୍ତି, ନଦୀନାଳରୁ ଧରା ହୋଇ ଆସୁଥିବା ମାଛକୁ ବିକିବା ପ୍ରାଥମିକ ବେଉସା ଥିଲା ା ବିଭିନ୍ନ ସମୟରେ ଏହି ପ୍ରାକୃତିକ ଉତ୍ସରୁ ମାଛ ସଂଗ୍ରହ ହୋଇ ନ ପାରିଲେ ପରିବାର ସଦସ୍ୟଙ୍କ ଭରଣପୋଷଣରେ ସମସ୍ୟା ହେଉଥିଲା ା ଗତ ୨ ବର୍ଷ ପୂର୍ବେ ବାବା ଜଳେଶ୍ୱର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ ସହିତ ପଞ୍ଚାୟତ ଓ ସ୍ଥାନୀୟ ୨ଟି ପୋଖରୀକୁ ମାଛ ଚାଷ ପାଇଁ ଲିଜ୍‌ ନିଆଯାଇଥିଲା ା ଏହି ୧୦ ଜଣିଆ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟା ପୋଖରୀ ନିକଟକୁ ଯିବା, ମାଛ ଓ ପୋଖରୀର ତତ୍ତ୍ୱାବଧାନରେ ପ୍ରଥମ ବର୍ଷର ଆୟ ଆମକୁ ଏହି ଚାଷ ପାଇଁ ଉତ୍ସାହିତ କରିଥିଲା ା ଗତବର୍ଷର ଆୟକୁ ଦେଖି ଗୋଷ୍ଠୀ ସଦସ୍ୟାଙ୍କ ସଂଖ୍ୟା ବୃଦ୍ଧି ସହିତ ଆଖପାଖ ୧୨ଟି ପୋଖରୀକୁ ଲିଜ୍‌ ନିଆଯାଇଥିବା ଗୋଷ୍ଠୀର ସମ୍ପାଦିକା ସେଠୀ ପ୍ରକାଶ କରିଛନ୍ତି ା ଗରଦପୁର ବ୍ଲକ ଏନ୍ତାଳପୁରର ସିଦ୍ଧ ମହାବୀର ଏସ୍‌ଏସ୍‌ଜି ସମ୍ପାଦିକା ଲକ୍ଷ୍ମୀପ୍ରିୟା ମଲ୍ଲିକ କହିଛନ୍ତି, କରୋନା ସଂକ୍ରମଣ ସମୟରେ ମାଛଚାଷ ବଞ୍ଚତ୍ବାର ନୂଆ ରାହା ଦେଖାଇଛି ା ଗରିବ ପରିବାର ପାଇଁ ଏହି ଚାଷ ବେଶ୍‌ ଉପଯୋଗୀ ା ଗ୍ରାମରେ ଥିବା ପୋଖରୀକୁ ବ୍ୟବହାର କରି ମାସକୁ ୫ ହଜାରରୁ ଅଧିକ ଟଙ୍କା ରୋଜଗାର ହୋଇପାରୁଛି ା ରାଜନଗର ବ୍ଲକ ବସନ୍ତପୁର ଗ୍ରାମର ଜୟନ୍ତୀ ରାଉତ କୁହନ୍ତି, ଅଲିଭରିଡ୍‌ଲେ କଇଁଛଙ୍କ ପ୍ରଜନନ ପାଇଁ ବର୍ଷକରେ ୭ ମାସ ସାମୁଦ୍ରିକ ମାଛଧରା କଟକଣା ରହୁଛି ା ଏହି ସମୟରେ ପରିବାର ସଦସ୍ୟମାନେ ସମୁଦ୍ରକୁ ଯାଇ ପାରୁ ନ ଥିବାରୁ ବହୁ ସମୟରେ ଭୋକ ଉପାସରେ ରହିବାକୁ ପଡୁଥିଲା ା ତେବେ ଜିଲା ମତ୍ସ୍ୟ ବିଭାଗ ପ୍ରୋତ୍ସାହନ ପରେ ଆମ ମହିଳା ଗୋଷ୍ଠୀ ମାଛ ଚାଷ ପାଇଁ ମନ ବଳାଇଥିଲେ ା ଏଥିରେ ପରିବାରର ସମସ୍ତ ଆବଶ୍ୟକତା ପୂରଣ ହୋଇ ପାରୁ ନ ଥିଲେ ମଧ୍ୟ ପିଲାଙ୍କ ମୁହଁରେ ଗଣ୍ଡେ ଖାଇବାକୁ ଦେଇହେଉଛି ା ଏହା କେବଳ ମାଛ ଚାଷ ଯୋଗୁ ସମ୍ଭବ ହୋଇଥିବା ସେ ପ୍ରକାଶ କରିଛନ୍ତି ା ଏହି ବ୍ଲକ ଭେକ୍ଟାକୋଲାର ଶ୍ରୀଶମ୍ଭୁ ମହିଳା ଗୋଷ୍ଠୀ ସଦସ୍ୟା ମମତାରାଣୀ ସାମଲ କହିଛନ୍ତି, ସେମାନେ ରୋହି, ଭାକୁର, ମୀରକାଳି ଆଦି ମାଛଚାଷ କରୁଛନ୍ତି ା ବ୍ୟବସାୟୀମାନେ ପୋଖରୀ ନିକଟରୁ ମାଛ ନେଇ ଟଙ୍କା ଦେଉଛନ୍ତି ା ନଗଦ ଟଙ୍କା ମିଳୁ ଥିବାରୁ ମାଛ ଚାଷରୁ ଲାଭ ହେଉଥିବା ସେ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରିଣୀ ମମତା ମହାପାତ୍ର କହିଛନ୍ତି, ଜିଲାର ବିଭିନ୍ନ ଗୋଷ୍ଠୀ ଦ୍ୱାରା ପ୍ରାୟ ୧୬୦ ହେକ୍ଟର ପୋଖରୀ ଅଞ୍ଚଳରେ ମାଛ ଚାଷ ହେଉଛି ା ପ୍ରତି ଗୋଷ୍ଠୀକୁ ୬୦ ପ୍ରତିଶତ ରିହାତିରେ ହେକ୍ଟର ପ୍ରତି ୯୦ ହଜାର ଟଙ୍କାର ଋଣ ସହାୟତା ବିଭାଗ ପକ୍ଷରୁ ଦିଆଯାଉଛି ା ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳରେ ମାଛ ଚାଷକୁ ଗୁରୁତ୍ୱ ଦିଆଯାଉଥିବା ସେ ମତ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?