ଭିତରକନିକାରେ ଡଲ୍‌ଫିନ୍‌ ସଂଖ୍ୟା ବୃଦ୍ଧି

ରାଜନଗର,୫ା୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ଡଲ୍‌ଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ଜଳାଶୟ ଅପେକ୍ଷା ସବୁଠୁ ଅଧିକ ଓ ବିଭିନ୍ନ ପ୍ରଜାତିର ଡଲଫିନ୍‌ ଗହୀରମଥା ଓ ଭିତରକନିକାରେ ରହିଥିବା ଦେଖିବାକୁ ମିଳିଛି। ଡିସେମ୍ବର ୨୧ରୁ ୨୩ ତାରିଖ ଯାଏ ଭିତରକନିକା ଜାତୀୟ ଉଦ୍ୟାନର ନଦୀ ଓ ଗହୀରମଥାର ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା କରାଯାଇଥିଲା। ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନେତୃତ୍ୱରେ ୯ଟି ଟିମ୍‌ ଡଲ୍‌ଫିନ୍‌ଙ୍କ ଗଣନା କରିଥିଲେ। ଆଉଟର ହୁଲଇରରୁ ଚିଞ୍ଚତ୍ରି ମାଉଥ, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜରୁ ମାଈପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍‌ ଭାୟା ନଳିତାପାଟିଆ, କାଳିଭଞ୍ଜିଡିଆ, ଜମ୍ବୁ ଖରନାସୀରୁ ହୁକିଟୋଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଁଣ ଯାଏ ୯ଟି ଟିମ୍‌ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ସମୁଦ୍ର ମଧ୍ୟରେ ୫ ଟିମ୍‌ ଓ ନଦୀ ଏବଂ କ୍ରିକ୍‌ରେ ୪ ଟିମ୍‌ ଗଣନା କରିଥିଲେ।

ସବୁଠୁ ବଡ଼କଥା ହେଲା ଡଲ୍‌ଫିନ୍‌ ଗଣନା ସମୟରେ ବଡ଼ ଡଲ୍‌ଫିନ୍‌ଙ୍କ ସହିତ ଶାବକ ଦେଖିବାକୁ ମିଳିଥିବାରୁ ଏହା ଭିତରକନିକା ଓ ଗହୀରମଥା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ଚଳିତବର୍ଷ ସାରା ରାଜ୍ୟରେ ୭୩୩ଟି ଡଲ୍‌ଫିନ୍‌ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ ଡଲ୍‌ଫିନ୍‌ ଅଛନ୍ତି। ଅର୍ଥାତ୍‌ ସାରା ଓଡ଼ିଶାର ୭୫ ପ୍ରତିଶତ ଡଲଫିନ୍‌ ଗହୀରମଥା ଓ ଭିତରକନିକାରେ ଚିହ୍ନଟ ହୋଇଛନ୍ତି। ଚଳିତବର୍ଷ କେବଳ ଗହୀରମଥା ରେଞ୍ଜରେ ୫୪୪ଟି ଡଲ୍‌ଫିନ ଚିହ୍ନଟ କରାଯାଇଥିବା ବେଳେ କନିକା ରେଞ୍ଜରେ ୪ ଓ ରାଜନଗର ରେଞ୍ଜରେ ୨ ଡଲ୍‌ଫିନ ଗଣନା ବେଳେ ଦେଖିବାକୁ ମିଳିଥିଲା। ଗହୀରମଥାରେ ହମ୍ପବ୍ୟାକ୍‌ର ସଉସା ପ୍ଲମ୍ବିଆ ପ୍ରଜାତିର ୨୦୮, ହମ୍ପବ୍ୟାକ୍‌ର ସଉସା ଚାଇନିଜ ପ୍ରଜାତିର ୨୮୧, ବଟଲନୋଜ ପ୍ରଜାତିର ୫୨, ସ୍ପିନର ପ୍ରଜାତିର ୩ ଡଲ୍‌ଫିନ ଗଣନା ବେଳେ ଦେଖିବାକୁ ମିଳିଛି। ସେହିପରି କନିକା ରେଞ୍ଜର ଖୋଳାରୁ କଣ୍ଟିଆଖାଇ ମଧ୍ୟରେ ୪ ଇରାୱାର୍ଡି ପ୍ରଜାତିର ଡଲ୍‌ଫିନ ଦେଖିବାକୁ ମିଳିଥିବା ବେଳେ ରାଜନଗର ରେଞ୍ଜରେ ୨ ଡଲଫିନ୍‌ ରହିଛନ୍ତି।

ଦୀର୍ଘ ବର୍ଷ ଧରି ଡଲ୍‌ଫିନ୍‌ଙ୍କ ଏନ୍ତୁଡିଶାଳ ଚିଲିକାକୁ କୁହାଯାଉଥିଲା। ସେଥିପାଇଁ କେବଳ ଚିଲିକାରେ ହିଁ ଡଲ୍‌ଫିନ୍‌ଙ୍କ ଗଣନା ହେଉଥିଲା। ୨୦୧୫ରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତିକ୍ରମେ ଭିତରକନିକା, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ଡଲ୍‌ଫିନ୍‌ ଗଣନା କରାଯାଉଛି। ଗତବର୍ଷ ରାଜ୍ୟରେ ୭୨୬ଟି ଡଲ୍‌ଫିନ୍‌ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୪୦ଟି ଡଲଫିନ୍‌ ଚିହ୍ନଟ ହୋଇଥିଲା। ଚଳିତବର୍ଷ ରାଜ୍ୟରେ ୭୩୩ ଡଲଫିନ୍‌ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ ଡଲ୍‌ଫିନ୍‌ ଚିହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ ରାଜ୍ୟରେ ଡଲ୍‌ଫିନ୍‌ ସଂଖ୍ୟା ୩ କମିଥିବା ବେଳେ ଭିତରକନିକା ଓ ଗହୀରମଥାରେ ଅଧିକ ୧୦ ଡଲ୍‌ଫିନ୍‌ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri