ହୁକିଟୋଲାରେ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି

ମହାକାଳପଡ଼ା,୬ା୧ (ଡି.ଏନ.ଏ.): ପର୍ଯ୍ୟଟନ ଋତୁ ଆସିଲେ ବଣଭୋଜି କରିବାକୁ ଆଖିଆଗରେ ହୁକିଟୋଲା କଥା ପଡେ। ଚତୁଃପାର୍ଶ୍ୱରେ ନୀଳ ଜଳରାଶି ମଝିରେ ଏହି ଦ୍ୱୀପ। ଘଞ୍ଚ ସବୁଜ ବନାନୀ ନଦୀର ଉଭୟପାର୍ଶ୍ୱରେ ବିସ୍ତୀର୍ଣ୍ଣ ହେନ୍ତାଳ ଜଙ୍ଗଲ ପ୍ରକୃତିର ଅନନ୍ୟ ସୃଷ୍ଟି। ଯେଉଁଠି ଲୁଣି ପାଣି ହେନ୍ତାଳ ଜଙ୍ଗଲ ରହିଛି। ସୂର୍ଯ୍ୟ ଉଇଁବା ମାତ୍ରେ ହେନ୍ତାଳ ଜଙ୍ଗଲରୁ ଦେଶୀ ବିଦେଶୀ ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦ ଭାସି ଆସେ। ପ୍ରକୃତିର ମନଲୋଭା ସୁନ୍ଦର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆନମନା କରୁଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ଅଞ୍ଚଳ ହୁକିଟୋଲା ଦ୍ୱୀପରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ଏହି ନିର୍ଜନ ଦ୍ୱୀପରେ ବ୍ରିଟିଶ ଗୋରା ସାହେବମାନେ ୧୮୬୫-୬୬ରେ ତତ୍କାଳୀନ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ହୁକିୱାଲା ସାହେବଙ୍କ ତତ୍ତ୍ୱାବଧାନରେ ନଅଙ୍କ ଦୁର୍ଭିକ୍ଷ ସମୟର ମୁକାବିଲା ଓ ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଖାଦ୍ୟ ସାମଗ୍ରୀ ସମୁଦ୍ର ପଥରେ ଆଣି ଗଚ୍ଛିତ ରଖିବା ପାଇଁ ବ୍ରିଟିଶ ସରକାର ଏହି ଦ୍ୱୀପରେ ନିର୍ମାଣ କରିଥିଲେ ଏକ ବିଶାଳ ଗୋଦାମ ଗୃହ। ୭ ହଜାର ବର୍ଗ ଫୁଟ୍‌ର ଏହି ବୃହତ ଅଟ୍ଟାଳିକା ୟୁରୋପୀୟ ରେନାସଁା ସ୍ଥାପତ୍ୟ ଶୈଳୀର ରୂପରେଖ ବହନ କରେ। କଟକର ବାରବାଟୀ ଦୁର୍ଗ ଓ ବାରଙ୍ଗ ଚୁଡଙ୍ଗ ଗଡ଼ରୁ ନଦୀପଥରେ ବଡ ବଡ ଶିଳା ଖଣ୍ଡ ଆଣି ଗୋଦାମ ଗୃହ ଏଠାରେ ନିର୍ମାଣ କରାଯାଇଥିଲା। ଏହି ଅଟ୍ଟାଳିକା ସାମୁଦ୍ରିକ ଜଳପଥ ପରିବହନ ପଣ୍ୟାଗାରର ପେଣ୍ଠସ୍ଥଳୀ ଥିଲା। ବିଦେଶରୁ ଜାହାଜ ଯୋଗେ ଆସୁଥିବା ଖାଦ୍ୟ ସାମଗ୍ରୀ ଯଥା ଚାଉଳ, ଗହମ, ଚୁଡ଼ା, ଗୁଡ଼, ନଡ଼ିଆ, ମହମବତି, କିରୋସିନ, ଚିନି, ଔଷଧ ଆଦି ଏହି ଗୋଦାମ ଗୃହରେ ଗଚ୍ଛିତ କରାଯାଉଥିଲା। ପରବର୍ତ୍ତୀ ସମୟରେ ଜଳପଥରେ ଷ୍ଟିମର ଯୋଗେ ଓଡ଼ିଶାର ଦୁର୍ଭିକ୍ଷ ପଡ଼ିଥିବା ବିଭିନ୍ନ ଅଞ୍ଚଳ କଟକ, ଚାନ୍ଦବାଲି, ବାଲେଶ୍ୱର, କୁଜଙ୍ଗ, ପୁରୀ ଆଦି ଅଞ୍ଚଳକୁ ଯୋଗାଣ କରାଯାଉଥିଲା। ଏହି ଐତିହାସିକ ପ୍ରାଚୀନ କୀର୍ତ୍ତିରାଜି ବାଣିଜ୍ୟ କେନ୍ଦ୍ର ହୁକିଟୋଲା ସରକାରଙ୍କ ଅବହେଳା ପାଇଁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇପାରିନାହିଁ। ଉକ୍ତ ସ୍ଥାନରେ ପାନୀୟ ଜଳ, ଶୌଚାଳୟ, ସ୍ବତନ୍ତ୍ର ସୋଲାର ଲାଇଟ୍‌ ବ୍ୟବସ୍ଥା, ପର୍ଯ୍ୟଟକମାନଙ୍କ ରହଣି ପାଇଁ ସ୍ବତନ୍ତ୍ର କୋଠରି, ଯାତାୟାତ ପାଇଁ ସ୍ବତନ୍ତ୍ର ଲଞ୍ଚ ସିଷ୍ଟମ୍‌ କରିବା ପାଇଁ ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ, ଲକ୍ଷ୍ମୀକାନ୍ତ ସ୍ବାଇଁ, ନାଥ କୁମାର ଭୋଳ ପ୍ରମୁଖ ଦାବି କରିଛନ୍ତି। ଅପରପକ୍ଷରେ ଏହି ଦ୍ୱୀପକୁ ଯିବାକୁ ହେଲେ ଜମ୍ବୁ ଜେଠିରୁ ନଦୀପଥରେ ବୋଟ ଯୋଗେ ୮ କିମି ଦୂର ଜଳଯାତ୍ରା କଲା ପରେ ହୁକିଟୋଲାରେ ପହଞ୍ଚତ୍ବାକୁ ପଡେ। ଏଠାକୁ ଯିବାକୁ ହେଲେ ସମୁଦ୍ର ଜୁଆର ଉପରେ ନିର୍ଭର କରିବାକୁ ପଡ଼େ। ଶାନ୍ତ ଶୀତୁଆ ପରିବେଶରେ ପର୍ଯ୍ୟଟକମାନେ ନଦୀପଥରେ ବୋଟିଂ ମଜା ଉଠାଇବା ସହ ହେନ୍ତାଳ ଜଙ୍ଗଲ ଭିତରେ ହରିଣ, ବାର୍‌ହା ଓ ବଉଳା କୁମ୍ଭୀରଙ୍କୁ ଦେଖିବାକୁ ପାଇବେ। ସେଠାରେ ପହଞ୍ଚତ୍ବା ପରେ ଅଲିଭ୍‌ରିଡ୍‌ଲେ କଇଁଛ, ନୀଳରକ୍ତ କଙ୍କଡା, ନାଲି କଙ୍କଡା, ହର୍ଲି କଙ୍କଡା ଓ ବିଭିନ୍ନ ପ୍ରଜାତିର ହେନ୍ତାଳ ଜଙ୍ଗଲ ସହ ସାମୁଦ୍ରିକ ଜୀବ ଡଲଫିନ ଆଦି ଦେଖିବାକୁ ମିଳେ। ଏ ସମ୍ପର୍କରେ ପର୍ଯ୍ୟଟକ ଅଧ୍ୟାପକ ଅଭିଜିତ ବୋଷ କୁହନ୍ତି, ଏହି ଆଇଲ୍ୟାଣ୍ଡରେ ବ୍ରିଟିଶମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ପ୍ରାଚୀନ କୀର୍ତ୍ତିରାଜି ଦେଖିବାକୁ ମିଳିଲା। ଏହାର ଗଠନ ପ୍ରଣାଳୀ ଖୁବ୍‌ ସୁନ୍ଦର ଓ ମନୋମୁଗ୍ଧକର। ଏହି ସ୍ଥାନକୁ ଯିଏ ଥରେ ଆସିଛି କାରୁକାର୍ଯ୍ୟ ଦେଖି ଅଭିଭୂତ ହେବ। ଏ ସମ୍ପର୍କରେ ପ୍ରାଣୀବିଜ୍ଞାନୀ ଡା. ଗୋକୁଳାନନ୍ଦ ଭୁଜବଳ କୁହନ୍ତି, ହୁକିଟୋଲାର ଚତୁଃପାଶର୍‌ବରେ ଲୁଣା ଓ ହେନ୍ତାଳ ଜଙ୍ଗଲ, ବିଭିନ୍ନ ପ୍ରକାରର ସାମୁଦ୍ରିକ ଜୀବ ଦେଖିବାକୁ ମିଳୁଛି। ଏହା ପ୍ରାଣୀ ଓ ଜୀବବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ପାଇଁ ଷ୍ଟଡି ଟୁର୍‌ ଲାଗି ଉତ୍ତମ ପରିବେଶ। ପ୍ରକୃତିପ୍ରେମୀମାନଙ୍କ ପାଇଁ ଖୁବ୍‌ ସୁନ୍ଦର ସ୍ଥାନ। ଏହା ଜୈବ ବିବିଧତା ଭରପୂର ରହିଥିବା ଏହି ସ୍ଥାନଟି ଗବେଷଣା ପାଇଁ ଅନେକ ତଥ୍ୟ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri