ହୁକିଟୋଲାରେ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି

ମହାକାଳପଡ଼ା,୬ା୧ (ଡି.ଏନ.ଏ.): ପର୍ଯ୍ୟଟନ ଋତୁ ଆସିଲେ ବଣଭୋଜି କରିବାକୁ ଆଖିଆଗରେ ହୁକିଟୋଲା କଥା ପଡେ। ଚତୁଃପାର୍ଶ୍ୱରେ ନୀଳ ଜଳରାଶି ମଝିରେ ଏହି ଦ୍ୱୀପ। ଘଞ୍ଚ ସବୁଜ ବନାନୀ ନଦୀର ଉଭୟପାର୍ଶ୍ୱରେ ବିସ୍ତୀର୍ଣ୍ଣ ହେନ୍ତାଳ ଜଙ୍ଗଲ ପ୍ରକୃତିର ଅନନ୍ୟ ସୃଷ୍ଟି। ଯେଉଁଠି ଲୁଣି ପାଣି ହେନ୍ତାଳ ଜଙ୍ଗଲ ରହିଛି। ସୂର୍ଯ୍ୟ ଉଇଁବା ମାତ୍ରେ ହେନ୍ତାଳ ଜଙ୍ଗଲରୁ ଦେଶୀ ବିଦେଶୀ ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦ ଭାସି ଆସେ। ପ୍ରକୃତିର ମନଲୋଭା ସୁନ୍ଦର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆନମନା କରୁଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ଅଞ୍ଚଳ ହୁକିଟୋଲା ଦ୍ୱୀପରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ଏହି ନିର୍ଜନ ଦ୍ୱୀପରେ ବ୍ରିଟିଶ ଗୋରା ସାହେବମାନେ ୧୮୬୫-୬୬ରେ ତତ୍କାଳୀନ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ହୁକିୱାଲା ସାହେବଙ୍କ ତତ୍ତ୍ୱାବଧାନରେ ନଅଙ୍କ ଦୁର୍ଭିକ୍ଷ ସମୟର ମୁକାବିଲା ଓ ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଖାଦ୍ୟ ସାମଗ୍ରୀ ସମୁଦ୍ର ପଥରେ ଆଣି ଗଚ୍ଛିତ ରଖିବା ପାଇଁ ବ୍ରିଟିଶ ସରକାର ଏହି ଦ୍ୱୀପରେ ନିର୍ମାଣ କରିଥିଲେ ଏକ ବିଶାଳ ଗୋଦାମ ଗୃହ। ୭ ହଜାର ବର୍ଗ ଫୁଟ୍‌ର ଏହି ବୃହତ ଅଟ୍ଟାଳିକା ୟୁରୋପୀୟ ରେନାସଁା ସ୍ଥାପତ୍ୟ ଶୈଳୀର ରୂପରେଖ ବହନ କରେ। କଟକର ବାରବାଟୀ ଦୁର୍ଗ ଓ ବାରଙ୍ଗ ଚୁଡଙ୍ଗ ଗଡ଼ରୁ ନଦୀପଥରେ ବଡ ବଡ ଶିଳା ଖଣ୍ଡ ଆଣି ଗୋଦାମ ଗୃହ ଏଠାରେ ନିର୍ମାଣ କରାଯାଇଥିଲା। ଏହି ଅଟ୍ଟାଳିକା ସାମୁଦ୍ରିକ ଜଳପଥ ପରିବହନ ପଣ୍ୟାଗାରର ପେଣ୍ଠସ୍ଥଳୀ ଥିଲା। ବିଦେଶରୁ ଜାହାଜ ଯୋଗେ ଆସୁଥିବା ଖାଦ୍ୟ ସାମଗ୍ରୀ ଯଥା ଚାଉଳ, ଗହମ, ଚୁଡ଼ା, ଗୁଡ଼, ନଡ଼ିଆ, ମହମବତି, କିରୋସିନ, ଚିନି, ଔଷଧ ଆଦି ଏହି ଗୋଦାମ ଗୃହରେ ଗଚ୍ଛିତ କରାଯାଉଥିଲା। ପରବର୍ତ୍ତୀ ସମୟରେ ଜଳପଥରେ ଷ୍ଟିମର ଯୋଗେ ଓଡ଼ିଶାର ଦୁର୍ଭିକ୍ଷ ପଡ଼ିଥିବା ବିଭିନ୍ନ ଅଞ୍ଚଳ କଟକ, ଚାନ୍ଦବାଲି, ବାଲେଶ୍ୱର, କୁଜଙ୍ଗ, ପୁରୀ ଆଦି ଅଞ୍ଚଳକୁ ଯୋଗାଣ କରାଯାଉଥିଲା। ଏହି ଐତିହାସିକ ପ୍ରାଚୀନ କୀର୍ତ୍ତିରାଜି ବାଣିଜ୍ୟ କେନ୍ଦ୍ର ହୁକିଟୋଲା ସରକାରଙ୍କ ଅବହେଳା ପାଇଁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇପାରିନାହିଁ। ଉକ୍ତ ସ୍ଥାନରେ ପାନୀୟ ଜଳ, ଶୌଚାଳୟ, ସ୍ବତନ୍ତ୍ର ସୋଲାର ଲାଇଟ୍‌ ବ୍ୟବସ୍ଥା, ପର୍ଯ୍ୟଟକମାନଙ୍କ ରହଣି ପାଇଁ ସ୍ବତନ୍ତ୍ର କୋଠରି, ଯାତାୟାତ ପାଇଁ ସ୍ବତନ୍ତ୍ର ଲଞ୍ଚ ସିଷ୍ଟମ୍‌ କରିବା ପାଇଁ ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ, ଲକ୍ଷ୍ମୀକାନ୍ତ ସ୍ବାଇଁ, ନାଥ କୁମାର ଭୋଳ ପ୍ରମୁଖ ଦାବି କରିଛନ୍ତି। ଅପରପକ୍ଷରେ ଏହି ଦ୍ୱୀପକୁ ଯିବାକୁ ହେଲେ ଜମ୍ବୁ ଜେଠିରୁ ନଦୀପଥରେ ବୋଟ ଯୋଗେ ୮ କିମି ଦୂର ଜଳଯାତ୍ରା କଲା ପରେ ହୁକିଟୋଲାରେ ପହଞ୍ଚତ୍ବାକୁ ପଡେ। ଏଠାକୁ ଯିବାକୁ ହେଲେ ସମୁଦ୍ର ଜୁଆର ଉପରେ ନିର୍ଭର କରିବାକୁ ପଡ଼େ। ଶାନ୍ତ ଶୀତୁଆ ପରିବେଶରେ ପର୍ଯ୍ୟଟକମାନେ ନଦୀପଥରେ ବୋଟିଂ ମଜା ଉଠାଇବା ସହ ହେନ୍ତାଳ ଜଙ୍ଗଲ ଭିତରେ ହରିଣ, ବାର୍‌ହା ଓ ବଉଳା କୁମ୍ଭୀରଙ୍କୁ ଦେଖିବାକୁ ପାଇବେ। ସେଠାରେ ପହଞ୍ଚତ୍ବା ପରେ ଅଲିଭ୍‌ରିଡ୍‌ଲେ କଇଁଛ, ନୀଳରକ୍ତ କଙ୍କଡା, ନାଲି କଙ୍କଡା, ହର୍ଲି କଙ୍କଡା ଓ ବିଭିନ୍ନ ପ୍ରଜାତିର ହେନ୍ତାଳ ଜଙ୍ଗଲ ସହ ସାମୁଦ୍ରିକ ଜୀବ ଡଲଫିନ ଆଦି ଦେଖିବାକୁ ମିଳେ। ଏ ସମ୍ପର୍କରେ ପର୍ଯ୍ୟଟକ ଅଧ୍ୟାପକ ଅଭିଜିତ ବୋଷ କୁହନ୍ତି, ଏହି ଆଇଲ୍ୟାଣ୍ଡରେ ବ୍ରିଟିଶମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ପ୍ରାଚୀନ କୀର୍ତ୍ତିରାଜି ଦେଖିବାକୁ ମିଳିଲା। ଏହାର ଗଠନ ପ୍ରଣାଳୀ ଖୁବ୍‌ ସୁନ୍ଦର ଓ ମନୋମୁଗ୍ଧକର। ଏହି ସ୍ଥାନକୁ ଯିଏ ଥରେ ଆସିଛି କାରୁକାର୍ଯ୍ୟ ଦେଖି ଅଭିଭୂତ ହେବ। ଏ ସମ୍ପର୍କରେ ପ୍ରାଣୀବିଜ୍ଞାନୀ ଡା. ଗୋକୁଳାନନ୍ଦ ଭୁଜବଳ କୁହନ୍ତି, ହୁକିଟୋଲାର ଚତୁଃପାଶର୍‌ବରେ ଲୁଣା ଓ ହେନ୍ତାଳ ଜଙ୍ଗଲ, ବିଭିନ୍ନ ପ୍ରକାରର ସାମୁଦ୍ରିକ ଜୀବ ଦେଖିବାକୁ ମିଳୁଛି। ଏହା ପ୍ରାଣୀ ଓ ଜୀବବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ପାଇଁ ଷ୍ଟଡି ଟୁର୍‌ ଲାଗି ଉତ୍ତମ ପରିବେଶ। ପ୍ରକୃତିପ୍ରେମୀମାନଙ୍କ ପାଇଁ ଖୁବ୍‌ ସୁନ୍ଦର ସ୍ଥାନ। ଏହା ଜୈବ ବିବିଧତା ଭରପୂର ରହିଥିବା ଏହି ସ୍ଥାନଟି ଗବେଷଣା ପାଇଁ ଅନେକ ତଥ୍ୟ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?