ଅଶୃଖୋଳାର ପୁନରୁଦ୍ଧାର ହେଉନି, ଜଳ ସଙ୍କଟ ଆଶଙ୍କା

ପାଟକୁରା, ୭ା୧ (ଡି.ଏନ.ଏ.): କଟକ ସଦର, ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଅଶୃଖୋଳା ନାମକ ଏକ ପ୍ରାକୃତିକ ଜଳାଶୟ ପୁରାତନ କାଳରୁ ପ୍ରବାହିତ ହେଉଥିବା ଦେଖାଯାଏ। ପୁରାତନ କାଳରେ ଯେତେବେଳେ ଗଁା ଗଣ୍ଡାରେ କୂଅ, ପୋଖରୀ ଓ ନଳକୂପ ନ ଥିଲା, ସେତେବେଳେ ଏହି ଅଶୃଖୋଳାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକେ ଦୈନନ୍ଦିନ ନିତ୍ୟକର୍ମ, ଗାଧୋଇବା, ପାନୀୟ ଜଳ ଭାବେ ବ୍ୟବହାର କରିବା, ଶୁଦ୍ଧି କ୍ରିୟାକର୍ମଠାରୁ ଆରମ୍ଭ କରି ଲୁଗା ସଫା କରିବା, ତେଣ୍ଡା ସାହାଯ୍ୟରେ ଜମିକୁ ପାଣି ମଡ଼ାଇ ଚାଷ କରିବା, ଗୃହପାଳିତ ଗାଈ, ମଇଁଷି ଆଦିଙ୍କୁ ଗାଧୋଇ ଦେବା ଆଦି କାର୍ଯ୍ୟ ଏଠାରେ କରାଯାଉଥିଲା। ବର୍ତ୍ତମାନ ଏହି ଅଶୃଖୋଳା ଦଳ ସହ ପଙ୍କରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ଏହାର ପାଣି ବିଷାକ୍ତ ହୋଇଯିବା ସହ ଦଳ ଯୋଗୁ ମଶା, ବିଷଧର ସାପଙ୍କ ବାସସ୍ଥଳି ପାଲଟିଛି। ଏହାର ପାଣି ବିଷାକ୍ତ ହୋଇଯିବା ଫଳରେ ମାଛ ମରିଯାଉଥିବା ବେଳେ ଗାଧୋଇଲେ ଦେହ ହାତ ସବୁ ଫଳି ଯାଉଛି। ମହାନଦୀରେ ଖରାଦିନେ ପାଣି ଆସୁ ନ ଥିବାରୁ ଶୁଖିଲା ପଡୁଛି। ତେଣୁ ଅଶୃଖୋଳାର ଦଳ ସମ୍ପୂର୍ଣ୍ଣ ଭାବେ ସଫେଇ ଓ ଏହାର ପଙ୍କ ଉଦ୍ଧାର କରା ନ ଗଲେ ନଳକୂପର ଜଳସ୍ଥର କମି ଯାଉଥିବାରୁ ନିକଟ ଭବିଷ୍ୟତରେ ସ୍ଥାନୀୟ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେବାର ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି। ଏସବୁକୁ ଦୃଷ୍ଟିରେ ରଖି କଟକ ସଦର, ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ହଜାର ହଜାର ଲୋକ ଏକାଠି ହୋଇ ପ୍ରାୟ ୨ ବର୍ଷରୁ ଊର୍ଦ୍ଧ୍ୱ ହେଲା ଅଶୃଖୋଳାର ପୁନରୁଦ୍ଧାର ପାଇଁ ଦାବି କରିଆସୁଛନ୍ତି। ଏହିସବୁ ଅଞ୍ଚଳର ସାଧାରଣ ଲୋକ, ବୁଦ୍ଧିଜୀବୀ ଓ ଜନ ପ୍ରତିନିଧିମାନେ ଏଥିରେ ସାମିଲ ହୋଇଛନ୍ତି। ଅଶୃଖୋଳା ଆମ ଜୀବନ ଧାରା, ଏହାର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ। ଅଞ୍ଚଳର ଉତ୍ସାହୀ ଯୁବକ, ଜନପ୍ରତିନିଧି, ବୁଦ୍ଧିଜୀବୀଙ୍କୁ ନେଇ ଅଶୃଖୋଳା ଉନ୍ନୟନ ପରିଷଦ ନାମରେ ଏକ ସଙ୍ଗଠନ ମଧ୍ୟ ଗଢ଼ି ଉଠିଛି। ଜିଲା ପ୍ରଶାସନ, ୩ ବିଧାୟକ, ୨ ଏମ୍‌ପି, ଜଳ ନିକାସ ବିଭାଗ, ଜଳ ସମ୍ପଦ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ଫଳରେ ଏହାର ପୁନରୁଦ୍ଧାର ପାଇଁ ଜଳ ନିକାସ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଏକାଧିକ ଥର କ୍ଷେତ୍ର ପରିଦର୍ଶନ କରି ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଫଳରେ ଅଶୃଖୋଳାର ପୁନରୁଦ୍ଧାର ପାଇଁ ୨୪ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି କେନ୍ଦ୍ର ଜଳ ସମ୍ପଦ ବିଭାଗ ପକ୍ଷରୁ ୪୫ କୋଟି ମଞ୍ଜୁର କରାଯାଇଥିବାବେଳେ ଡ୍ରେନେଜ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଏଥିଯୋଗୁ ୩ଟି ନିର୍ବାଚନମଣ୍ଡଳୀର ଲୋକଙ୍କୁ ଜଳ ସଙ୍କଟ ଆଡ଼କୁ ଠେଲି ଦିଆଯାଉଛି।
ଏସବୁକୁ ଦେଖି ଅଶୃଖୋଳା ଉନ୍ନୟନ ପରିଷଦର ଆହ୍ବାନରେ ଆଳିଜଙ୍ଗାଠାରେ ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷାବିତ୍‌ ମନମୋହନ କାନୁନ୍‌ଗୋ ଅଧ୍ୟକ୍ଷତା କରିଥିଲେ। ଏଥିରେ ସିଫାର ଅବସରପ୍ରାପ୍ତ ବୈଜ୍ଞାନିକ ଡ. ଅମରେନ୍ଦ୍ରନାଥ ମହାନ୍ତି, ଡ. ଅବଦୁଲ ହଲିମ ଖଁା, ପ୍ରଫେସର ଡ. ସରୋଜ କୁମାର ମହାନ୍ତି, ଆଇନଜୀବୀ ହୃଦୟନିଧି ମହାନ୍ତି, ଖବରଦାତା ଦୀପ୍ତିରଞ୍ଜନ କାନୁନ୍‌ଗୋ, ରବୀନ୍ଦ୍ରନାଥ ମହାନ୍ତି, ନୃସିଂହ ବେହେରା, ସୟଦ ଜମିଲ ଅଖତର, ଅମୀୟ କୁମାର ପତି, ଇଂ. ଦିଲୀପ କୁମାର ବେହେରା, ସରୋଜ କୁମାର ବେଉରା, ପ୍ରତାପ ଚନ୍ଦ୍ର ବେହେରା, ଗୋକୁଳ ଚନ୍ଦ୍ର ମହାନ୍ତି, ଆଲୋକ ବେହେରା, କୈଳାସ ଚନ୍ଦ୍ର ସ୍ବାଇଁ, ଶ୍ରୀକାନ୍ତ କୁମାର ସେନାପତି, ଶତ୍ରୁଘ୍ନ ମଲିକ, ଅଶୋକ କୁମାର ବାରିକ, ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ଶତାଧିକ ଯୁବକ, ବୁଦ୍ଧିଜୀବୀ ଉପସ୍ଥିତ ହୋଇ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଡ୍ରେନେଜ ବିଭାଗର ମନମାନି ବିରୋଧରେ ଜନ ଆନ୍ଦୋଳନ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ୨୦ ତାରିଖରେ ଡ୍ରେନେଜ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ତୁରନ୍ତ ଅଶୃଖୋଳାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରା ନ ଗଲେ ୩ଟି ନିର୍ବାଚନମଣ୍ଡଳୀର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri