ରାସ୍ତାକଡରେ ମୁକୁଳା ପଡ଼ିଛି ଟ୍ରାନ୍ସଫରମର
ପଟ୍ଟାମୁଣ୍ଡାଇ,୫।୩(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟାଳୟ ନିକଟ ମଙ୍ଗଳା ମଣ୍ଡପ ପାଖ ବଜାରରେ ରହିଛି ୫୦୦ କେଭି ବିଶିଷ୍ଟ ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସସଫର୍ମରରୁ ବଜାର ସମେତ ଆଖପାଖ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଟ୍ରାନ୍ସଫର୍ମରଟି ବଜାରରେ ଥିବା ମଣ୍ଡପ ଘର ଆରଡି…
ମୁଖ୍ୟ ଜୀବିକାରେ ବାଧକ ଜଳସେଚନ
କେନ୍ଦ୍ରାପଡ଼ା ଅଫିସ, ୫।୩: କେନ୍ଦ୍ରାପଡ଼ା ଜିଲାର ୬୯ ପ୍ରତିଶତ ଅଧିବାସୀ କୃଷି ଉପରେ ନିର୍ଭରଶୀଳ ା ପରିବାର ପ୍ରତିପୋଷଣ ପାଇଁ ସେମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥିବା ବେଳେ ଚାଷ ଜମିର ଜଳସେଚନ ଓ ନିଷ୍କାସନ ପରିଚାଳନା ବାଧକ ହୋଇଛି ା…
ନଦୀବନ୍ଧରୁ ୫ ଫୁଟ ମାଟି ନେଇ ରାସ୍ତା ନିର୍ମାଣ
ପଟ୍ଟାମୁଣ୍ଡାଇ,୪ା୩(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବାଇପାସ ପାଖରୁ ବାହାରିଥିବା ପଟ୍ଟାମୁଣ୍ଡାଇ-ରାଜନଗର ଉତିକଣ ଘେରି ବନ୍ଧ ପୁରୁଣା ରାସ୍ତା ଅଞ୍ଚଳବାସୀଙ୍କ ପାଇଁ ଗୁରୁତ୍ୱ ବହନ କରେ। ରାସ୍ତା ନିର୍ମାଣ ଶେଷ ହୋଇ ନ ଥିବା ବେଳେ ପିଚୁ ଉଠି ଯାଉଛି। କୋଟି କୋଟି ଟଙ୍କାର ରାସ୍ତା…
ଅଣୁ, କ୍ଷୁଦ୍ର ଉଦ୍ୟୋଗକୁ ଅନୁମୋଦନ ମିଳୁଛି, ଋଣ ମିଳୁନି
ପଟ୍ଟାମୁଣ୍ଡାଇ, ୪ା୩ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଉଦ୍ୟୋଗ ଭଳି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ଅଗ୍ରଣୀ ହୋଇପାରିନାହିଁ। ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସାମଗ୍ରୀକ ଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ ମିଳିପାରୁନାହିଁ।…
ହଜାରେ ଅଣ୍ଡାରୁ ଗୋଟିଏକୁ ପୂର୍ଣ୍ଣ ଜୀବନ
କେନ୍ଦ୍ରାପଡା ଅଫିସ, ୪ା୩: ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଗହୀରମଥା ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ୍ରିଡ୍ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ପୂର୍ଣ୍ଣିମା ତିଥି ମଧ୍ୟରେ ଅନୂକୂଳ ପବନ ଆସିଲେ ଗହୀରମଥା ନିଷିଦ୍ଧାଞ୍ଚଳରେ ସାମୂହିକ…
ରାସ୍ତାକୁ ଦୁର୍ଘଟଣାପ୍ରବଣ ଘୋଷଣା ପାଇଁ କେନ୍ଦ୍ରାପଡ଼ା ଆର୍ଟିଓଙ୍କୁ ଚିଠି
ଆଳି,୩ା୩ (ଡି.ଏନ.ଏ.): କଟକ-ଚାନ୍ଦବାଲି ରାସ୍ତାର ଆଳି ଥାନା ଅନ୍ତର୍ଗତ ସିଙ୍ଗିରି କଟବନ୍ଧ ଛକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବାରୁ ଓ ଆଇନ ଶୃଙ୍ଖଳା ବ୍ୟାହତ ହେଉଥିବାରୁ ପୋଲିସ ମୁଣ୍ଡ ବ୍ୟଥାର କାରଣ ପାଲଟୁଛି। ଏହି ସ୍ଥାନକୁ…
ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ବେଣାଗଛ
ପଟ୍ଟାମୁଣ୍ଡାଇ,୩ା୩(ସ୍ବ.ପ୍ର .): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଉର୍ବର ଚାଷ ଜମିରେ ବେଣାଗଛ ହେବା ଯୋଗୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଫଳରେ ଚାଷକାର୍ଯ୍ୟ କରିବାରେ ବେଣାଗଛ ବାଧକ ସାଜିଛି। ଏଥିଯୋଗୁ ଶତାଧିକ ଏକର ଉର୍ବର ଚାଷ ଜମି ପଡ଼ିଆ ପଡ଼ିବା…
ଅଶୃଙ୍ଖଳା ପାଟନାଳୀ ସ୍ଲୁଇସ୍ ଗେଟ୍ ପାଇଁ ବିଶୃଙ୍ଖଳା
କେନ୍ଦ୍ରାପଡା ଅଫିସ,୩ା୩: ଜଳ ନିଷ୍କାସନ ପାଇଁ ସ୍ଲୁଇସ ଗେଟ ଉପରକୁ ଟେକିଲେ ପାଣିକୁ ଦଳ ରୋକୁଛି। ଜଳସେଚନ ପାଇଁ ଗେଟ ତଳକୁ କଲେ କବାଟର ଉପରି ଭାଗ ଅଞ୍ଚଳରେ ଜଳକୁ ରୋକି ହେଉନି। କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ ବିଭାଗ ଅନ୍ତର୍ଗତ ମାର୍ଶାଘାଇ…
ପଟ୍ଟାମୁଣ୍ଡାଇ ବ୍ଲକରେ ଜଳ କଷ୍ଟ
ପଟ୍ଟାମୁଣ୍ଡାଇ,୨ା୩ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ମାର୍ଗ ବାହାରି ପାରୁନି। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ କରାଯାଇ ଥିବା ପାନୀୟଜଳ ପ୍ରକଳ୍ପର ଓଭରହେଡ୍ ଟାଙ୍କି କାମରେ ଲାଗୁ…
ସୂର୍ଯ୍ୟମୁଖୀ ଚାଷକୁ ମିଳୁନି ପ୍ରୋତ୍ସାହନ
କେନ୍ଦ୍ରାପଡ଼ା ଅଫିସ,୨ା୩: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁରର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ଏହି ଚାଷ ସେମାନଙ୍କ ପାଇଁ ଦ୍ୱିତୀୟ ବର୍ଷ। ପ୍ରଥମ ବର୍ଷର ଅଭିଜ୍ଞତା ସେମାନଙ୍କୁ ପରିପକ୍ୱ…
ବିପଦରେ ଆର୍ଦ୍ରଭୂମି ଭିତରକନିକାର ଫିଶିଂ କ୍ୟାଟ୍
କେନ୍ଦ୍ରାପଡ଼ା ଅଫିସ, ୧ା୩: ଓଡ଼ିଶାର ଚିଲିକା ଓ ଭିତରକନିକାରେ ଫିଶିଂ କ୍ୟାଟ୍ ଦେଖାଯାଇଥା’ନ୍ତି। ଚିଲିକାରେ ଏହି ବିରଳ ଓ ବିଲୁପ୍ତପ୍ରାୟ ଜୀବଙ୍କ ସଂଖ୍ୟା ଅଧିକ ଥିବା ବେଳେ ଦୁଇବର୍ଷିଆ ସଂରକ୍ଷଣ ସତ୍ତ୍ୱେ ଭିତରକନିକାରେ ଆଶାନୁରୂପ ସଂଖ୍ୟା ବଢ଼ୁନାହିଁ। ଏହି ପ୍ରାଣୀଙ୍କ ଶିକାର…
ବିଶୁଦ୍ଧ ପାନୀୟ ଜଳ ନାମରେ ଠକେଇ
ପଟ୍ଟାମୁଣ୍ଡାଇ ୧।୩(ସ୍ବ.ପ୍ର.): ଆଗକୁ ଖରାଦିନ ଆସୁଛି। ଯେଉଁଭଳି ଭାବେ ପାଣିପାଗରେ ଅସ୍ବାଭାବିକ ପରିବତ୍ତର୍ର୍ନ ଦେଖାଦେଉଛି, ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଫେବୃୟାରୀରୁ ଅସହ୍ୟ ଗରମ ଯୋଗୁ ଲୋକେ ଯେତେ କାମ ଥିଲେ ବି ମଧ୍ୟାହ୍ନରୁ ବାହାରକୁ…
Archives


