ମୁଖ୍ୟ ଜୀବିକାରେ ବାଧକ ଜଳସେଚନ

କେନ୍ଦ୍ରାପଡ଼ା ଅଫିସ, ୫।୩: କେନ୍ଦ୍ରାପଡ଼ା ଜିଲାର ୬୯ ପ୍ରତିଶତ ଅଧିବାସୀ କୃଷି ଉପରେ ନିର୍ଭରଶୀଳ ା ପରିବାର ପ୍ରତିପୋଷଣ ପାଇଁ ସେମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥିବା ବେଳେ ଚାଷ ଜମିର ଜଳସେଚନ ଓ ନିଷ୍କାସନ ପରିଚାଳନା ବାଧକ ହୋଇଛି ା ଏହି ଜିଲାରେ ୭ ନଦୀ ଓ ୨୭ ଶାଖା ନଦୀଦେଇ ମଧୁର ଜଳ ସମୁଦ୍ରକୁ ଯାଇଥାଏ ା କେନ୍ଦ୍ରାପଡ଼ା କେନାଲ, ପଟ୍ଟାମୁଣ୍ଡାଇ କେନାଲ, ଗୋବରୀ କେନାଲ ଆଦି ସହ ନିକଟରେ ମହାନଦୀ ଚିତ୍ରୋପତ୍ଳା ଜଳ ପ୍ରକଳ୍ପ ମାଧ୍ୟମରେ ଏକ ବୃହତ୍‌ କେନାଲ ଖୋଳାଯାଇଛି ା ଏହାସତ୍ତ୍ୱେ ଜିଲାର ଅଧାରୁ ଅଧିକ ଚାଷ ଜମିକୁ ଫସଲ ସମୟରେ ପାଣି ପହଞ୍ଚୁ ନାହିଁ ା ସେହିପରି ବର୍ଷାଦିନେ ବନ୍ୟା,ବାତ୍ୟାର ଉଦ୍‌ବୃତ୍ତ ଜଳ ନିଷ୍କାସନ ସମସ୍ୟା ଗୁରୁତର ହୋଇଛି ା ଜିଲାର ୯ ବ୍ଲକ ମଧ୍ୟରୁ ଆଳି, ରାଜନଗର ଓ ରାଜକନିକାରେ ଆଦୌ କେନାଲ ନାହିଁ ା ଜଳ ସମ୍ପଦ ବିଭାଗ, କୃଷି ବିଭାଗ, ପଞ୍ଚାୟତରାଜ ବିଭାଗ, ଉଠା ଜଳସେଚନ ବିଭାଗ ଏହି ଜିଲାରେ କାମ କରୁଛିି ା ସରକାରଙ୍କ ଘୋଷଣା ମୁତାବକ ପ୍ରତି ବ୍ଲକର ଅନୂ୍ୟନ ୩୫ ପ୍ରତିଶତ କ୍ଷେତକୁ ପାଣି ଯୋଜନା କାର୍ଯ୍ୟକାରୀ ପ୍ରତି ବିଭାଗଗୁଡିକ ପକ୍ଷରୁ ତପତ୍ରତା ନାହିଁ ା ରାଜକନିକା ବ୍ଲକ ଅଞ୍ଚଳରେ ଉଠା ଜଳସେଚନ ମାଧ୍ୟମରେ ୩୩.୬୨ ପ୍ରତିଶତ କ୍ଷେତକୁ ପାଣି ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି ା
ତଥ୍ୟ ଅନୁଯାୟୀ, ମହାକାଳପଡ଼ା ବ୍ଲକର ମୋଟ ୨୮,୦୭୦ ହେକ୍ଟର ଚାଷ ଜମି ମଧ୍ୟରୁ ମାତ୍ର ୬୮୨୩ ହେକ୍ଟର ଅର୍ଥାତ୍‌ ୨୪.୩୧ ପ୍ରତିଶତ କ୍ଷେତକୁ ପାଣି ମିଳୁଛି ା ସେହିପରି ରାଜନଗରର ମୋଟ ୨୫୮୯୫ ହେକ୍ଟର ଜମିରୁ ମାତ୍ର ୧୯.୧୬ ପ୍ରତିଶତ ଜମି ଜଳସେଚିତ ା ଅପରପକ୍ଷେ ପ୍ରତିବର୍ଷ ଜିଲାରେ ୧ଲକ୍ଷ ୫୪ ହଜାର ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଜିଲା କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ହେଉଛି ା ଏଥିପାଇଁ ବିହନ, ସାର, ଔଷଧ, ବୈଷୟିକ ଜ୍ଞାନକୌଶଳ ଆଦି ପାଇଁ ଯୋଜନା ମୁତାବକ ଅର୍ଥ ବ୍ୟୟ ହେଉଛି ା ଜଳ ପରିଚାଳନା ସମସ୍ୟା ପାଇଁ ଏହି ଯୋଜନା ଅର୍ଥ ଚାଷୀଙ୍କ କାର୍ଯ୍ୟକୁ ଆସୁନାହିଁ ା ବହୁ ଚାଷୀ ଚାଷ କାର୍ଯ୍ୟ ଛାଡି ପରିବାର ପ୍ରତିପୋଷଣ ପାଇଁ ଜିଲା ବାହାରକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ୧ ଲକ୍ଷ ୫୪ ହଜାର ହେକ୍ଟର ମଧ୍ୟରୁ ମାତ୍ର ୪୭,୭୨୭ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ଜଳସେଚନ ହେଉଥିବା ଜିଲା କୃଷି ବିଭାଗ ତଥ୍ୟରୁ ଜଣାପଡିଛି ା ଲିଫ୍ଟ ଇରିଗେଶନ ପଏଣ୍ଟ, ସ୍ୟାଲୋ ଟ୍ୟୁବ୍‌ୱେଲ ଆଦି ମାଧ୍ୟମରେ ଜିଲାର ମୋଟ ୩୦୭୮୧ ହେକ୍ଟରକୁ ଜଳସେଚନ ହେଉଥିବା ବେଳେ ଅନ୍ୟାନ୍ୟ ଜଳ ଉତ୍ସରୁ ୧୦୬୨୪ ହେକ୍ଟର କ୍ଷେତକୁ ପାଣି ଯାଉଥିବା ତଥ୍ୟରେ ଉଲ୍ଲେଖ ଅଛି ା ତେବେ ତୃଣମୂଳସ୍ତରରେ ଯାଞ୍ଚ କରିବା ସମୟରେ ଏହି ସରକାରୀ ତଥ୍ୟ ଅବାସ୍ତବ ବୋଲି ଚାଷୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି ା
ଏସମ୍ପର୍କରେ କେନ୍ଦ୍ରାପଡା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡ଼ା, ରାଜକନିକା ବ୍ଲକ ବାରାହାଦୋମୁଣ୍ଡା ଗ୍ରାମର ସୁଶାନ୍ତ ନାୟକ, ରାଜନଗର ବ୍ଲକ ହାତିଆ ଗ୍ରାମର ଟୁଲୁ ପ୍ରଧାନ, ମହାକାଳପଡ଼ା ବ୍ଲକର ସୁନୀଲ କୁମାର ଗନ୍ତାୟତ ପ୍ରମୁଖ କହିଛନ୍ତି, କେନାଲଗୁଡିକରେ ଦଳ ଭର୍ତ୍ତି ଯୋଗୁ ଶେଷମୁଣ୍ଡରେ ପାଣି ପହଞ୍ଚୁ ନାହିଁ ା ଉନ୍ନତୀକରଣ ନାମରେ କେତେକ କେନାଲ ଓ ଶାଖା କେନାଲରେ କେବଳ ଅଳିଆ କାଢ଼ି ଉନ୍ନୟନ ଅର୍ଥ ହଡପ ହେଉଛି ା ସେହିପରି କେନାଲ ଶଯ୍ୟାକୁ ଗଭୀର ଭାବେ ଖୋଳି ନେବା ପରେ ଶେଷ ପର୍ଯ୍ୟନ୍ତ ପାଣି ଉଠୁନାହିଁ ା ଉଠା ଜଳସେଚନ ବିଭାଗ ପକ୍ଷରୁ ଗଠନ ହୋଇଥିବା ପାଣି ପଞ୍ଚାୟତ ଏବେ ପ୍ରହସନ ପାଲଟିଛି ା ସଭ୍ୟାସଭ୍ୟଙ୍କ ଅଜାଣତରେ କର୍ମକର୍ତ୍ତାମାନେ ସରକାରୀ ଅନୁଦାନକୁ ଠିକାଦାରି ଆଳରେ ଅର୍ଥ ହଡପ କରୁଛନ୍ତି ା ଉଠା ଜଳସେଚନ ପ୍ରକଳ୍ପ ଏବେ ବିଭିନ୍ନ କାରଣରୁ ଉପଯୋଗୀ ହୋଇ ନାହିଁ ା ବିଦ୍ୟୁତ୍‌ ଦେୟ ବାକି ସହିତ ମୋଟର ପୋଡିବା ପରେ ଏହାର ବଦଳ ହେଉ ନ ଥିବାରୁ ଚାଷୀଙ୍କୁ ଫସଲ ପାଇଁ ପାଣି ମିଳୁନାହିଁ ା ସେହିପରି ପ୍ରତିବର୍ଷ ବନ୍ୟା ଓ ବର୍ଷାରେ ଫସଲ ନଷ୍ଟ ହେଉଛି ା ବାତ୍ୟା ମଧ୍ୟ ଚାଷକୁ କ୍ଷତି ପହଞ୍ଚାଉଛି ା ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇ ପାରୁନାହିଁ ା ବିଭିନ୍ନ ନଦୀ ଓ କେନାଲର ଜଳକୁ ବ୍ୟାରେଜ, କ୍ରିକ୍‌ ବନ୍ଧ ଦ୍ୱାରା ଅଟକାଇ କ୍ଷେତକୁ ଜଳ ପରିଚାଳନା ଆବଶ୍ୟକ ପଡୁଛି ା ଏହା ବ୍ୟତୀତ ସମୁଦ୍ରକୁ ବହି ଯାଉଥିବା ଜଳକୁ ଉପକୂଳ କେନାଲ ଖୋଳାଯାଇ ସଂଯୋଗୀକରଣ କରାଗଲେ ଚାଷ ଜମି ସୁଫଳା ହେବ ବୋଲି ସେମାନେ ମତ ଦେଇଛନ୍ତି ା ଏସମ୍ପର୍କରେ ଜଳସେଚନ ନିର୍ବାହୀ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀ କହିଛନ୍ତି, ଜିଲାର କେନାଲ ଜଳସେଚନକୁ ଗୁରୁତ୍ୱ ଦିଆଯାଇଛି ା ଖୁବ୍‌ଶୀଘ୍ର ଏହାର ସୁଫଳ ଜିଲାବାସୀଙ୍କୁ ମିଳିବ ା


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?