ମୁଖ୍ୟ ଜୀବିକାରେ ବାଧକ ଜଳସେଚନ

କେନ୍ଦ୍ରାପଡ଼ା ଅଫିସ, ୫।୩: କେନ୍ଦ୍ରାପଡ଼ା ଜିଲାର ୬୯ ପ୍ରତିଶତ ଅଧିବାସୀ କୃଷି ଉପରେ ନିର୍ଭରଶୀଳ ା ପରିବାର ପ୍ରତିପୋଷଣ ପାଇଁ ସେମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥିବା ବେଳେ ଚାଷ ଜମିର ଜଳସେଚନ ଓ ନିଷ୍କାସନ ପରିଚାଳନା ବାଧକ ହୋଇଛି ା ଏହି ଜିଲାରେ ୭ ନଦୀ ଓ ୨୭ ଶାଖା ନଦୀଦେଇ ମଧୁର ଜଳ ସମୁଦ୍ରକୁ ଯାଇଥାଏ ା କେନ୍ଦ୍ରାପଡ଼ା କେନାଲ, ପଟ୍ଟାମୁଣ୍ଡାଇ କେନାଲ, ଗୋବରୀ କେନାଲ ଆଦି ସହ ନିକଟରେ ମହାନଦୀ ଚିତ୍ରୋପତ୍ଳା ଜଳ ପ୍ରକଳ୍ପ ମାଧ୍ୟମରେ ଏକ ବୃହତ୍‌ କେନାଲ ଖୋଳାଯାଇଛି ା ଏହାସତ୍ତ୍ୱେ ଜିଲାର ଅଧାରୁ ଅଧିକ ଚାଷ ଜମିକୁ ଫସଲ ସମୟରେ ପାଣି ପହଞ୍ଚୁ ନାହିଁ ା ସେହିପରି ବର୍ଷାଦିନେ ବନ୍ୟା,ବାତ୍ୟାର ଉଦ୍‌ବୃତ୍ତ ଜଳ ନିଷ୍କାସନ ସମସ୍ୟା ଗୁରୁତର ହୋଇଛି ା ଜିଲାର ୯ ବ୍ଲକ ମଧ୍ୟରୁ ଆଳି, ରାଜନଗର ଓ ରାଜକନିକାରେ ଆଦୌ କେନାଲ ନାହିଁ ା ଜଳ ସମ୍ପଦ ବିଭାଗ, କୃଷି ବିଭାଗ, ପଞ୍ଚାୟତରାଜ ବିଭାଗ, ଉଠା ଜଳସେଚନ ବିଭାଗ ଏହି ଜିଲାରେ କାମ କରୁଛିି ା ସରକାରଙ୍କ ଘୋଷଣା ମୁତାବକ ପ୍ରତି ବ୍ଲକର ଅନୂ୍ୟନ ୩୫ ପ୍ରତିଶତ କ୍ଷେତକୁ ପାଣି ଯୋଜନା କାର୍ଯ୍ୟକାରୀ ପ୍ରତି ବିଭାଗଗୁଡିକ ପକ୍ଷରୁ ତପତ୍ରତା ନାହିଁ ା ରାଜକନିକା ବ୍ଲକ ଅଞ୍ଚଳରେ ଉଠା ଜଳସେଚନ ମାଧ୍ୟମରେ ୩୩.୬୨ ପ୍ରତିଶତ କ୍ଷେତକୁ ପାଣି ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି ା
ତଥ୍ୟ ଅନୁଯାୟୀ, ମହାକାଳପଡ଼ା ବ୍ଲକର ମୋଟ ୨୮,୦୭୦ ହେକ୍ଟର ଚାଷ ଜମି ମଧ୍ୟରୁ ମାତ୍ର ୬୮୨୩ ହେକ୍ଟର ଅର୍ଥାତ୍‌ ୨୪.୩୧ ପ୍ରତିଶତ କ୍ଷେତକୁ ପାଣି ମିଳୁଛି ା ସେହିପରି ରାଜନଗରର ମୋଟ ୨୫୮୯୫ ହେକ୍ଟର ଜମିରୁ ମାତ୍ର ୧୯.୧୬ ପ୍ରତିଶତ ଜମି ଜଳସେଚିତ ା ଅପରପକ୍ଷେ ପ୍ରତିବର୍ଷ ଜିଲାରେ ୧ଲକ୍ଷ ୫୪ ହଜାର ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଜିଲା କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ହେଉଛି ା ଏଥିପାଇଁ ବିହନ, ସାର, ଔଷଧ, ବୈଷୟିକ ଜ୍ଞାନକୌଶଳ ଆଦି ପାଇଁ ଯୋଜନା ମୁତାବକ ଅର୍ଥ ବ୍ୟୟ ହେଉଛି ା ଜଳ ପରିଚାଳନା ସମସ୍ୟା ପାଇଁ ଏହି ଯୋଜନା ଅର୍ଥ ଚାଷୀଙ୍କ କାର୍ଯ୍ୟକୁ ଆସୁନାହିଁ ା ବହୁ ଚାଷୀ ଚାଷ କାର୍ଯ୍ୟ ଛାଡି ପରିବାର ପ୍ରତିପୋଷଣ ପାଇଁ ଜିଲା ବାହାରକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ୧ ଲକ୍ଷ ୫୪ ହଜାର ହେକ୍ଟର ମଧ୍ୟରୁ ମାତ୍ର ୪୭,୭୨୭ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ଜଳସେଚନ ହେଉଥିବା ଜିଲା କୃଷି ବିଭାଗ ତଥ୍ୟରୁ ଜଣାପଡିଛି ା ଲିଫ୍ଟ ଇରିଗେଶନ ପଏଣ୍ଟ, ସ୍ୟାଲୋ ଟ୍ୟୁବ୍‌ୱେଲ ଆଦି ମାଧ୍ୟମରେ ଜିଲାର ମୋଟ ୩୦୭୮୧ ହେକ୍ଟରକୁ ଜଳସେଚନ ହେଉଥିବା ବେଳେ ଅନ୍ୟାନ୍ୟ ଜଳ ଉତ୍ସରୁ ୧୦୬୨୪ ହେକ୍ଟର କ୍ଷେତକୁ ପାଣି ଯାଉଥିବା ତଥ୍ୟରେ ଉଲ୍ଲେଖ ଅଛି ା ତେବେ ତୃଣମୂଳସ୍ତରରେ ଯାଞ୍ଚ କରିବା ସମୟରେ ଏହି ସରକାରୀ ତଥ୍ୟ ଅବାସ୍ତବ ବୋଲି ଚାଷୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି ା
ଏସମ୍ପର୍କରେ କେନ୍ଦ୍ରାପଡା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡ଼ା, ରାଜକନିକା ବ୍ଲକ ବାରାହାଦୋମୁଣ୍ଡା ଗ୍ରାମର ସୁଶାନ୍ତ ନାୟକ, ରାଜନଗର ବ୍ଲକ ହାତିଆ ଗ୍ରାମର ଟୁଲୁ ପ୍ରଧାନ, ମହାକାଳପଡ଼ା ବ୍ଲକର ସୁନୀଲ କୁମାର ଗନ୍ତାୟତ ପ୍ରମୁଖ କହିଛନ୍ତି, କେନାଲଗୁଡିକରେ ଦଳ ଭର୍ତ୍ତି ଯୋଗୁ ଶେଷମୁଣ୍ଡରେ ପାଣି ପହଞ୍ଚୁ ନାହିଁ ା ଉନ୍ନତୀକରଣ ନାମରେ କେତେକ କେନାଲ ଓ ଶାଖା କେନାଲରେ କେବଳ ଅଳିଆ କାଢ଼ି ଉନ୍ନୟନ ଅର୍ଥ ହଡପ ହେଉଛି ା ସେହିପରି କେନାଲ ଶଯ୍ୟାକୁ ଗଭୀର ଭାବେ ଖୋଳି ନେବା ପରେ ଶେଷ ପର୍ଯ୍ୟନ୍ତ ପାଣି ଉଠୁନାହିଁ ା ଉଠା ଜଳସେଚନ ବିଭାଗ ପକ୍ଷରୁ ଗଠନ ହୋଇଥିବା ପାଣି ପଞ୍ଚାୟତ ଏବେ ପ୍ରହସନ ପାଲଟିଛି ା ସଭ୍ୟାସଭ୍ୟଙ୍କ ଅଜାଣତରେ କର୍ମକର୍ତ୍ତାମାନେ ସରକାରୀ ଅନୁଦାନକୁ ଠିକାଦାରି ଆଳରେ ଅର୍ଥ ହଡପ କରୁଛନ୍ତି ା ଉଠା ଜଳସେଚନ ପ୍ରକଳ୍ପ ଏବେ ବିଭିନ୍ନ କାରଣରୁ ଉପଯୋଗୀ ହୋଇ ନାହିଁ ା ବିଦ୍ୟୁତ୍‌ ଦେୟ ବାକି ସହିତ ମୋଟର ପୋଡିବା ପରେ ଏହାର ବଦଳ ହେଉ ନ ଥିବାରୁ ଚାଷୀଙ୍କୁ ଫସଲ ପାଇଁ ପାଣି ମିଳୁନାହିଁ ା ସେହିପରି ପ୍ରତିବର୍ଷ ବନ୍ୟା ଓ ବର୍ଷାରେ ଫସଲ ନଷ୍ଟ ହେଉଛି ା ବାତ୍ୟା ମଧ୍ୟ ଚାଷକୁ କ୍ଷତି ପହଞ୍ଚାଉଛି ା ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇ ପାରୁନାହିଁ ା ବିଭିନ୍ନ ନଦୀ ଓ କେନାଲର ଜଳକୁ ବ୍ୟାରେଜ, କ୍ରିକ୍‌ ବନ୍ଧ ଦ୍ୱାରା ଅଟକାଇ କ୍ଷେତକୁ ଜଳ ପରିଚାଳନା ଆବଶ୍ୟକ ପଡୁଛି ା ଏହା ବ୍ୟତୀତ ସମୁଦ୍ରକୁ ବହି ଯାଉଥିବା ଜଳକୁ ଉପକୂଳ କେନାଲ ଖୋଳାଯାଇ ସଂଯୋଗୀକରଣ କରାଗଲେ ଚାଷ ଜମି ସୁଫଳା ହେବ ବୋଲି ସେମାନେ ମତ ଦେଇଛନ୍ତି ା ଏସମ୍ପର୍କରେ ଜଳସେଚନ ନିର୍ବାହୀ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀ କହିଛନ୍ତି, ଜିଲାର କେନାଲ ଜଳସେଚନକୁ ଗୁରୁତ୍ୱ ଦିଆଯାଇଛି ା ଖୁବ୍‌ଶୀଘ୍ର ଏହାର ସୁଫଳ ଜିଲାବାସୀଙ୍କୁ ମିଳିବ ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri