ନଦୀବନ୍ଧରୁ ୫ ଫୁଟ ମାଟି ନେଇ ରାସ୍ତା ନିର୍ମାଣ

ପଟ୍ଟାମୁଣ୍ଡାଇ,୪ା୩(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବାଇପାସ ପାଖରୁ ବାହାରିଥିବା ପଟ୍ଟାମୁଣ୍ଡାଇ-ରାଜନଗର ଉତିକଣ ଘେରି ବନ୍ଧ ପୁରୁଣା ରାସ୍ତା ଅଞ୍ଚଳବାସୀଙ୍କ ପାଇଁ ଗୁରୁତ୍ୱ ବହନ କରେ। ରାସ୍ତା ନିର୍ମାଣ ଶେଷ ହୋଇ ନ ଥିବା ବେଳେ ପିଚୁ ଉଠି ଯାଉଛି। କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାର୍ଯ୍ୟରେ ଜାଲିଆତିର ଗନ୍ଧ ବାରି ହୋଇପଡିଛି। କାମ ଆରମ୍ଭରୁ ବିଭ୍ରାଟ ଦେଖାଦେଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ଆସୁଛି। ଏବେ ନଦୀବନ୍ଧରୁ ୫ ଫୁଟ ମାଟି କାଟି ନେଇ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି। ଏହି ବନ୍ଧ କାର୍ଯ୍ୟ ୨ ବର୍ଷ ତଳେ କରାଯାଇଥିଲା। ଏ ନେଇ କାମ ବନ୍ଦ ଆନ୍ଦୋଳନ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆଦି ଅନୁଷ୍ଠିତ ହୋଇସାରିଛି। ତେବେ ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ କାର୍ଯ୍ୟ ଠିକ୍‌ ଭାବେ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେଇ ଆସୁଥିଲେ ହେଁ ତାହା ପାଳନ କରାଯାଉନାହିଁ।
ଉତିକଣ ସଂଗ୍ରାମ ପରିଷଦର ଆବାହକ ପ୍ରଶାନ୍ତ ମହାନ୍ତି, ବିଚିତ୍ର ସେନାପତି, ଅର୍ଜ୍ଜୁନ ସାହୁ, ରଞ୍ଜିତ ସେନାପତି, ରମାକାନ୍ତ ଦାସ, ବୁଟୁନା ପଣ୍ଡା, ପ୍ରଦୀପ ପଣ୍ଡା, ନିରଞ୍ଜନ ଦାସ, ବୃନ୍ଦାବନ ପରିଡା, ସର୍ବେଶ୍ୱର ସେଠୀ, ପ୍ରଶାନ୍ତ ସାହୁ ପ୍ରମୁଖ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନ ପକ୍ଷରୁ ପଟ୍ଟାମୁଣ୍ଡାଇଠାରୁ ମଦନପୁର ପର୍ଯ୍ୟନ୍ତ ୧୫ କିମି ରାସ୍ତା ୨୧,୧୭, ୭୯,୪୨୩ ଟଙ୍କାରେ କାର୍ଯ୍ୟ କରାଯାଇଛି। ତେବେ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣି ଉତିକଣ ସଂଗ୍ରାମ ପରିଷଦ ପକ୍ଷରୁ ବର୍ଷେ ହେବ ଆନ୍ଦୋଳନ ଚାଲିଛି। ନିର୍ମାଣାଧୀନ ରାସ୍ତା କାର୍ଯ୍ୟ ଶେଷ ହେବା ପୂର୍ବରୁ ପିଚୁ ଉଠିଯାଇଛି। କେନ୍ଦ୍ରାପଡ଼ାର ଏକ ଠିକା ସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ନେବା ପରେ କାର୍ଯ୍ୟ କରିଥିଲା। ସମ୍ପୃକ୍ତ ଠିକା ସଂସ୍ଥା ପୁରୁଣା ରାସ୍ତା ଉପରେ ପିଚୁ ମିଶା ବଜୁରି ପକାଇ ରୋଲିଂ କରି ଛାଡି ଦେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବିଭିନ୍ନ ସ୍ଥାନରୁ ପିଚୁ ଉଠିଯିବାରୁ ସଂଗ୍ରାମ ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏ ସମ୍ପର୍କରେ ପଦକ୍ଷେପ ନିଆ ନ ଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଉତିକଣ ସଂଗ୍ରାମ ପରିଷଦ ଓ ଜନସାଧାରଣ ଚେତାବନୀ ଦେଇଛନ୍ତି। ରାସ୍ତା ଦାଢରେ ଥିବା ବହୁ ମୂଲ୍ୟବାନ ଗଛକୁ କଟା ଯାଇଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ସୂଚନା ରହିନାହିଁ। ଏପଟେ ସରକାରଙ୍କ ବନୀକରଣ ଚାଲିଥିବା ବେଳେ ସେପଟେ କଞ୍ଚାଗଛ ଧ୍ୱଂସ ପାଉଛି। ନିମପୁରଠାରୁ ମଦନପୁର ପର୍ଯ୍ୟନ୍ତ କୌଣସିଠାରେ ଖରାଦିନେ ଆଶ୍ରୟ ନେବାକୁ ଗଛ ରହିନାହିଁ। ଏହି କାର୍ଯ୍ୟକୁ ଠିକ୍‌ ଭାବେ କରିବାକୁ ନିକଟରେ ରାଜନଗର ବିଧାୟକ ଧ୍ରୁବ ସାହୁ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ଓ ଖବରଦାତାମାନଙ୍କୁ ଡାକି ଏକ ତଦାରଖ କମିଟି ଗଠନ କରାଇଥିଲେ। ଏହାସତ୍ତ୍ୱେ ବି ନିମ୍ନମାନର କାର୍ଯ୍ୟ ଚାଲିଛି। ଏହି କାମ ପାଇଁ ଗାର୍ଡୱାଲ ଭୁଶୁଡି ପଡିବ। ରାସ୍ତା ମଧ୍ୟ ପିଚୁରେ ଗାଡି ଦବିଯିବା, ଫୁଟ୍‌ପାଥ ନିର୍ମାଣ ନ କରିବା, ରାସ୍ତାରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଅପସାରଣ କରା ନ ଯିବା ଆଦି ଅଭିଯୋଗ ହୋଇଥିଲା। ଏବେ ଏହାସହ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି। ୨୦୧୮ ମସିହାରେ ନାବାଡ଼ ଅନୁଦାନରେ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ପକ୍ଷରୁ ଅଳଭାଠାରୁ ମଦନପୁର ପର୍ଯ୍ୟନ୍ତ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଉତିକଣ ବନ୍ୟା ବନ୍ଧ ବାମପାର୍ଶ୍ୱକୁ ଉଚ୍ଚା କରାଯାଇଥିଲା। ଏହି ବନ୍ଧର ଉନ୍ନତୀକରଣ କାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ବ୍ରାହ୍ମଣୀ ବନ୍ୟା ବନ୍ଧ ପ୍ରଶସ୍ତୀକରଣ ଓ ସୁଦୃଢୀକରଣ କାର୍ଯ୍ୟ କରୁଥିବା ଠିକାଦାର ୨ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ଉତିକଣ ବନ୍ୟା ବନ୍ଧ ପାର୍ଶ୍ୱରୁ ୫ ଫୁଟ ଓସାରରେ ଜେସିବି ଲଗାଇ ମାଟି ତାଡ଼ି ନିଆଯାଉଛି। ସେହିପରି ଜଳସମ୍ପଦ ବିଭାଗ ଅଧୀନରେ ଥିବା ଅଳଭା କେନାଲ ବନ୍ଧରୁ ମଧ୍ୟ ଠିକାଦାର ଜେସିବି ଲଗାଇ ମାଟି ତାଡ଼ି ନେଇଥିବା ଅଭଯୋଗ କରାଯାଇଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀ ମନୋରଞ୍ଜନ ସାହୁଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଚିଠି କରାଯାଇଛି, ହେଲେ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହଁି। ଏହି ବନ୍ଧର ଦକ୍ଷିଣ ପାର୍ଶ୍ୱରେ ଫୁଟପାଥ ପାଇଁ ପ୍ରଶସ୍ତୀକରଣ କାମ ଚାଲିଛି। ଏହାର ଦାୟିତ୍ୱରେ ଥିବା ଠିକାଦାର ବାହାରୁ ମାଟି ଆଣି ରାସ୍ତାପାର୍ଶ୍ୱରେ ନ ପକାଇ ବନ୍ୟା ବନ୍ଧକୁ ତାଡ଼ି ନେଉଛନ୍ତି। ଫଳରେ ନଦୀବନ୍ଧ ଦୁର୍ବଳ ହୋଇପଡୁଥିବାରୁ ଉତିକଣ ଅଞ୍ଚଳର ଲୋକ ଭୟଭୀତ ହୋଇପଡ଼ିଛନ୍ତି। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ ଜେନାଙ୍କୁ ପଚାରିବାରୁ ବିଆର୍‌ଏଫ୍‌ଇ ରାସ୍ତା କାମ ଚାଲିଛି। ଯେଉଁଠି ଖରାପ ହୋଇଥିବା ଅଭିଯୋଗ ହେଉଛି ତାହାକୁ ପୁଣି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?