ନଦୀବନ୍ଧରୁ ୫ ଫୁଟ ମାଟି ନେଇ ରାସ୍ତା ନିର୍ମାଣ

ପଟ୍ଟାମୁଣ୍ଡାଇ,୪ା୩(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବାଇପାସ ପାଖରୁ ବାହାରିଥିବା ପଟ୍ଟାମୁଣ୍ଡାଇ-ରାଜନଗର ଉତିକଣ ଘେରି ବନ୍ଧ ପୁରୁଣା ରାସ୍ତା ଅଞ୍ଚଳବାସୀଙ୍କ ପାଇଁ ଗୁରୁତ୍ୱ ବହନ କରେ। ରାସ୍ତା ନିର୍ମାଣ ଶେଷ ହୋଇ ନ ଥିବା ବେଳେ ପିଚୁ ଉଠି ଯାଉଛି। କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାର୍ଯ୍ୟରେ ଜାଲିଆତିର ଗନ୍ଧ ବାରି ହୋଇପଡିଛି। କାମ ଆରମ୍ଭରୁ ବିଭ୍ରାଟ ଦେଖାଦେଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ଆସୁଛି। ଏବେ ନଦୀବନ୍ଧରୁ ୫ ଫୁଟ ମାଟି କାଟି ନେଇ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି। ଏହି ବନ୍ଧ କାର୍ଯ୍ୟ ୨ ବର୍ଷ ତଳେ କରାଯାଇଥିଲା। ଏ ନେଇ କାମ ବନ୍ଦ ଆନ୍ଦୋଳନ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆଦି ଅନୁଷ୍ଠିତ ହୋଇସାରିଛି। ତେବେ ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ କାର୍ଯ୍ୟ ଠିକ୍‌ ଭାବେ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେଇ ଆସୁଥିଲେ ହେଁ ତାହା ପାଳନ କରାଯାଉନାହିଁ।
ଉତିକଣ ସଂଗ୍ରାମ ପରିଷଦର ଆବାହକ ପ୍ରଶାନ୍ତ ମହାନ୍ତି, ବିଚିତ୍ର ସେନାପତି, ଅର୍ଜ୍ଜୁନ ସାହୁ, ରଞ୍ଜିତ ସେନାପତି, ରମାକାନ୍ତ ଦାସ, ବୁଟୁନା ପଣ୍ଡା, ପ୍ରଦୀପ ପଣ୍ଡା, ନିରଞ୍ଜନ ଦାସ, ବୃନ୍ଦାବନ ପରିଡା, ସର୍ବେଶ୍ୱର ସେଠୀ, ପ୍ରଶାନ୍ତ ସାହୁ ପ୍ରମୁଖ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନ ପକ୍ଷରୁ ପଟ୍ଟାମୁଣ୍ଡାଇଠାରୁ ମଦନପୁର ପର୍ଯ୍ୟନ୍ତ ୧୫ କିମି ରାସ୍ତା ୨୧,୧୭, ୭୯,୪୨୩ ଟଙ୍କାରେ କାର୍ଯ୍ୟ କରାଯାଇଛି। ତେବେ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣି ଉତିକଣ ସଂଗ୍ରାମ ପରିଷଦ ପକ୍ଷରୁ ବର୍ଷେ ହେବ ଆନ୍ଦୋଳନ ଚାଲିଛି। ନିର୍ମାଣାଧୀନ ରାସ୍ତା କାର୍ଯ୍ୟ ଶେଷ ହେବା ପୂର୍ବରୁ ପିଚୁ ଉଠିଯାଇଛି। କେନ୍ଦ୍ରାପଡ଼ାର ଏକ ଠିକା ସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ନେବା ପରେ କାର୍ଯ୍ୟ କରିଥିଲା। ସମ୍ପୃକ୍ତ ଠିକା ସଂସ୍ଥା ପୁରୁଣା ରାସ୍ତା ଉପରେ ପିଚୁ ମିଶା ବଜୁରି ପକାଇ ରୋଲିଂ କରି ଛାଡି ଦେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବିଭିନ୍ନ ସ୍ଥାନରୁ ପିଚୁ ଉଠିଯିବାରୁ ସଂଗ୍ରାମ ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏ ସମ୍ପର୍କରେ ପଦକ୍ଷେପ ନିଆ ନ ଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଉତିକଣ ସଂଗ୍ରାମ ପରିଷଦ ଓ ଜନସାଧାରଣ ଚେତାବନୀ ଦେଇଛନ୍ତି। ରାସ୍ତା ଦାଢରେ ଥିବା ବହୁ ମୂଲ୍ୟବାନ ଗଛକୁ କଟା ଯାଇଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ସୂଚନା ରହିନାହିଁ। ଏପଟେ ସରକାରଙ୍କ ବନୀକରଣ ଚାଲିଥିବା ବେଳେ ସେପଟେ କଞ୍ଚାଗଛ ଧ୍ୱଂସ ପାଉଛି। ନିମପୁରଠାରୁ ମଦନପୁର ପର୍ଯ୍ୟନ୍ତ କୌଣସିଠାରେ ଖରାଦିନେ ଆଶ୍ରୟ ନେବାକୁ ଗଛ ରହିନାହିଁ। ଏହି କାର୍ଯ୍ୟକୁ ଠିକ୍‌ ଭାବେ କରିବାକୁ ନିକଟରେ ରାଜନଗର ବିଧାୟକ ଧ୍ରୁବ ସାହୁ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ଓ ଖବରଦାତାମାନଙ୍କୁ ଡାକି ଏକ ତଦାରଖ କମିଟି ଗଠନ କରାଇଥିଲେ। ଏହାସତ୍ତ୍ୱେ ବି ନିମ୍ନମାନର କାର୍ଯ୍ୟ ଚାଲିଛି। ଏହି କାମ ପାଇଁ ଗାର୍ଡୱାଲ ଭୁଶୁଡି ପଡିବ। ରାସ୍ତା ମଧ୍ୟ ପିଚୁରେ ଗାଡି ଦବିଯିବା, ଫୁଟ୍‌ପାଥ ନିର୍ମାଣ ନ କରିବା, ରାସ୍ତାରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଅପସାରଣ କରା ନ ଯିବା ଆଦି ଅଭିଯୋଗ ହୋଇଥିଲା। ଏବେ ଏହାସହ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି। ୨୦୧୮ ମସିହାରେ ନାବାଡ଼ ଅନୁଦାନରେ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ପକ୍ଷରୁ ଅଳଭାଠାରୁ ମଦନପୁର ପର୍ଯ୍ୟନ୍ତ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଉତିକଣ ବନ୍ୟା ବନ୍ଧ ବାମପାର୍ଶ୍ୱକୁ ଉଚ୍ଚା କରାଯାଇଥିଲା। ଏହି ବନ୍ଧର ଉନ୍ନତୀକରଣ କାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ବ୍ରାହ୍ମଣୀ ବନ୍ୟା ବନ୍ଧ ପ୍ରଶସ୍ତୀକରଣ ଓ ସୁଦୃଢୀକରଣ କାର୍ଯ୍ୟ କରୁଥିବା ଠିକାଦାର ୨ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ଉତିକଣ ବନ୍ୟା ବନ୍ଧ ପାର୍ଶ୍ୱରୁ ୫ ଫୁଟ ଓସାରରେ ଜେସିବି ଲଗାଇ ମାଟି ତାଡ଼ି ନିଆଯାଉଛି। ସେହିପରି ଜଳସମ୍ପଦ ବିଭାଗ ଅଧୀନରେ ଥିବା ଅଳଭା କେନାଲ ବନ୍ଧରୁ ମଧ୍ୟ ଠିକାଦାର ଜେସିବି ଲଗାଇ ମାଟି ତାଡ଼ି ନେଇଥିବା ଅଭଯୋଗ କରାଯାଇଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀ ମନୋରଞ୍ଜନ ସାହୁଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଚିଠି କରାଯାଇଛି, ହେଲେ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହଁି। ଏହି ବନ୍ଧର ଦକ୍ଷିଣ ପାର୍ଶ୍ୱରେ ଫୁଟପାଥ ପାଇଁ ପ୍ରଶସ୍ତୀକରଣ କାମ ଚାଲିଛି। ଏହାର ଦାୟିତ୍ୱରେ ଥିବା ଠିକାଦାର ବାହାରୁ ମାଟି ଆଣି ରାସ୍ତାପାର୍ଶ୍ୱରେ ନ ପକାଇ ବନ୍ୟା ବନ୍ଧକୁ ତାଡ଼ି ନେଉଛନ୍ତି। ଫଳରେ ନଦୀବନ୍ଧ ଦୁର୍ବଳ ହୋଇପଡୁଥିବାରୁ ଉତିକଣ ଅଞ୍ଚଳର ଲୋକ ଭୟଭୀତ ହୋଇପଡ଼ିଛନ୍ତି। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ ଜେନାଙ୍କୁ ପଚାରିବାରୁ ବିଆର୍‌ଏଫ୍‌ଇ ରାସ୍ତା କାମ ଚାଲିଛି। ଯେଉଁଠି ଖରାପ ହୋଇଥିବା ଅଭିଯୋଗ ହେଉଛି ତାହାକୁ ପୁଣି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri