ରାସ୍ତାକୁ ଦୁର୍ଘଟଣାପ୍ରବଣ ଘୋଷଣା ପାଇଁ କେନ୍ଦ୍ରାପଡ଼ା ଆର୍‌ଟିଓଙ୍କୁ ଚିଠି

ଆଳି,୩ା୩ (ଡି.ଏନ.ଏ.): କଟକ-ଚାନ୍ଦବାଲି ରାସ୍ତାର ଆଳି ଥାନା ଅନ୍ତର୍ଗତ ସିଙ୍ଗିରି କଟବନ୍ଧ ଛକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବାରୁ ଓ ଆଇନ ଶୃଙ୍ଖଳା ବ୍ୟାହତ ହେଉଥିବାରୁ ପୋଲିସ ମୁଣ୍ଡ ବ୍ୟଥାର କାରଣ ପାଲଟୁଛି। ଏହି ସ୍ଥାନକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରିବାକୁ ଆଳି ଥାନା ଆଇଆଇସି ଦିଲୀପ ସାହୁ କେନ୍ଦ୍ରାପଡ଼ା ପରିବହନ ବିଭାଗଙ୍କୁ ଚିଠି ଲେଖିଥିବା ଜଣାପଡିଛି। ଆଇଆଇସି ସାହୁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୩ ବର୍ଷ ମଧ୍ୟରେ କଟକ-ଚାନ୍ଦବାଲି ରାସ୍ତାର ସିଙ୍ଗିରି ନିକଟସ୍ଥ କଟ୍‌ବନ୍ଧଠାରେ ୮ ଟି ବଡ଼ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହୋଇଛି। ସେଥିପାଇଁ ବାରମ୍ବାର ରାସ୍ତାରୋକୋ କରାଯିବା ପୋଲିସ ଓ ପ୍ରଶାସନ ପାଇଁ ଅସୁବିଧା ସୃଷ୍ଟି କରୁଛି। ଗତ ୨୬ା୨ା୨୩ରେ ଚଣ୍ଡିଆଗଡ଼ି ଗଁାର ଦିଗମ୍ବର ଦାଶ ସିଙ୍ଗିରି ବଜାରରୁ ଫେରୁଥିବାବେଳେ କଟ୍‌ ବନ୍ଧଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ସେହି ସ୍ଥାନରେ ମୃତ୍ୟୁବରଣ କରିଥିଲେ। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଲୋକମାନେ ସଙ୍ଗେସଙ୍ଗେ ରାସ୍ତାରୋକୋ କରିଥିଲେ। ସେମାନେ ଏହି ସ୍ଥାନକୁ ବ୍ଲାକ ସ୍ପଟ୍‌ ଭାବେ ଘୋଷଣା କରିବାକୁ ଅଡ଼ି ବସିଥିଲେ। ଆଳି ତହସିଲଦାର ଓ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ଏହାର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। କେବଳ ଏହି ଗୋଟିଏ ଦୁର୍ଘଟଣା ନୁହେଁ ୨୦ା୨ା୨୩ରେ ପଟ୍ଟାମୁଣ୍ଡାଇ ବଡ଼ଗରା ଅଞ୍ଚଳର ମନୋଜ କୁମାର ରାଉତ, ଯାଜପୁର କଣ୍ଟିତରାର ବିଶ୍ୱଜିତ ବେହୁରିଆ। ୪ା୧ା୨୩ରେ ଏକ ଯାତ୍ରୀବାହୀ ବସ୍‌ ଏକ ହାଇୱାକୁ ଧକ୍କା ଦେଇ ଓଲଟି ପଡ଼ିବାରୁ ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ୩ା୨ା୨୨ରେ ରାଜକନିକା ରାଉତ ବର୍ତ୍ତନିର ଅଟୋ ଡ୍ରାଇଭର ରାଜେଶ କୁମାର ନାଥ, ୧୧ା୧୧ା୨୦ରେ ସିଙ୍ଗିରିର ବୈକୁଣ୍ଠ ପାତ୍ର, ୨୧ା୭ା୨୦ରେ ସଂସିଧା ମଙ୍ଗରାଜପୁର ଗଁାର ନିର୍ମଳ କୁମାର ସେଠୀ, ୨୫ାା୧ା୨୦ରେ ପଟ୍ଟାମୁଣ୍ଡାଇ ମଠସାହିର ସନ୍ତୋଷ କୁମାର ସାହୁ ଏହି ନିର୍ଦ୍ଧିଷ୍ଟ ସ୍ଥାନରେ ଦୁର୍ଘଟଣାର ଶିକାର ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସ୍ଥାନରେ ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ତୁରନ୍ତ ଏହାକୁ ଦୁର୍ଘଟଣା ପ୍ରବଣ ଘୋଷଣା କରିବାକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଆଶା ପୋଷଣ କରାଯାଇଛି। ଆଇଆଇସି ଏହି ଚିଠିର ଏକକିତା ନକଲ କେନ୍ଦ୍ରାପଡ଼ା ଜିଲାପାଳ, ଏସ୍‌ପି, ରାସ୍ତା ଓ ଗୃହ ନିର୍ମାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri