ପଟ୍ଟାମୁଣ୍ଡାଇ ବ୍ଲକରେ ଜଳ କଷ୍ଟ

ପଟ୍ଟାମୁଣ୍ଡାଇ,୨ା୩ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ମାର୍ଗ ବାହାରି ପାରୁନି। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ କରାଯାଇ ଥିବା ପାନୀୟଜଳ ପ୍ରକଳ୍ପର ଓଭରହେଡ୍‌ ଟାଙ୍କି କାମରେ ଲାଗୁ ନାହିଁ। ଫଳରେ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଆକାଶକୁ ମଥାଟେକି ଗାଁ ମୁଣ୍ଡରେ ପାଣିଟାଙ୍କିଗୁଡିକ ଠିଆ ହୋଇଛି। ହେଲେ ସେଥିରୁ ଅଧିକାଂଶ ଅଚଳ ଅବସ୍ଥାରେ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ବିଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚତ୍ତ ହେଉଥିବା କହିଛନ୍ତି। ବୈଷୟିକ ତ୍ରୁଟି ପାଇଁ ପାନୀୟଜଳ ପ୍ରକଳ୍ପରୁ ଓଭରହେଡ ଟାଙ୍କିଗୁଡିକରେ ପାଣି ଭର୍ତ୍ତି ହୋଇ ନ ପାରିବା ଫଳରେ ଗାଁ ଶେଷମୁଣ୍ଡରେ ଥିବା ପରିବାର ନିକଟରେ ପାଇପ୍‌ ପାଣି ପହଞ୍ଚୁ ନାହିଁ। ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ଏବଂ ବ୍ଲକ୍‌ ଜଳ ଯୋଗାଣ ବିଭାଗ ଯନ୍ତ୍ରୀମାନେ ଏଥିପ୍ରତି ଆଦୌ ଧ୍ୟାନ ଦେଉ ନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।
ସୂଚନ ଅନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ୍‌ର ୩୧ ପଞ୍ଚାୟତରେ ୫୭ଟି ପାନୀୟ ଜଳ ପ୍ରକଳ୍ପ ନିର୍ମିତ ହୋଇଛି। ସେଥିମଧ୍ୟରୁ ୪୦ଟି ପାନୀୟଜଳ ପ୍ରକଳ୍ପର ଓଭରହେଡ୍‌ ଟାଙ୍କି ନିର୍ମାଣ ହୋଇଥିବା ବେଳେ ୧୭ ଟିରେ କେବଳ ମଟର ଦ୍ୱାରା ପାଇପରେ ପାଣି ଯାଉଛି। ୪୦ଟି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ତାହାର ଫାଇଦା ଲୋକମାନଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। କେବଳ ପାଣିପମ୍ପ ଯୋଗେ ପାଇପ୍‌ ଲାଇନରେ ପାଣି ଯୋଗାଇ ଦିଆଯାଉଛି। ହେଲେ ଏହି ପାଣି ଗ୍ରାମର ନିର୍ଦ୍ଧାରିତ ଲୋକମାନଙ୍କ ନିକଟରେ ପହଞ୍ଚୁ ନାହିଁ। ଗତ କିଛିଦିନ ତଳେ ଖଡିଅଣ୍ଟା ପଞ୍ଚାୟତର ଖଡିଅଣ୍ଟା ଓ ବାଇପଦା ଗ୍ରାମବାସୀ ପାଣି ପାଉ ନ ଥିବା ଦର୍ଶାଇ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ସେହି ସମସ୍ୟାର ସମାଧାନ ହୋଇପାରି ନାହଁି।ସେହିପରି ବ୍ଲକର ଅଳପୁଆ, ନରସିଂହପୁର, ଶ୍ରୀରାମପୁର, କଖାରୁଣୀ, ଅଣ୍ଢରା, ବଡ଼ମହନପୁର, ବଡ଼ପଡ଼ା, ସାନଜରିଆ ଆଦି ପଞ୍ଚାୟତରେ ଏଭଳି ପାଣି କଷ୍ଟ ଲାଗି ରହିଛି। ପଞ୍ଚାୟତର ଲୋକମାନଙ୍କୁ ପାଇପ ଯୋଗେ ସିଧାସଳଖ ପାଣି ଯୋଗାଇଦେବା ବ୍ୟବସ୍ଥା କରାଯାଇଥିବାରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ବ୍ୟତିକ୍ରମ ଘଟିଛି ବୋଲି ପଞ୍ଚାୟତବାସୀ କହିଛନ୍ତି।
ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ଯୋଗାଯୋଗ କରିବାକୁ ସେ କୌଣସି ପ୍ରଶ୍ନର ସଠିକ୍‌ ଉତ୍ତର ନ ଦେଇ ଏଡାଇ ଯାଇଥିଲେ। ବ୍ଲକ୍‌ ପାନୀୟଜଳ ଯୋଗାଣ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କୁ ଯୋଗାଯୋଗା କରିବାରୁ ସମସ୍ତ ଓଭରହେଡ୍‌ ଟାଙ୍କିରେ ପମ୍ପ ଯୋଗେ ପାଣି ଭର୍ତ୍ତି କରାଯାଉଛି। ସେହି ଟାଙ୍କିରୁ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି। ଏଭଳି ଅଭିଯୋଗ ଆମ ପାଖରେ ନାହିଁ । ତଥାପି ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ବୈଷୟିକ ତ୍ରୁଟି ପାଇଁ ଓଭରହେଡ ଟାଙ୍କିଗୁଡିକ କାର୍ଯ୍ୟକ୍ଷମ ହୋଇ ନ ପାରିବା ଘଟଣାର ଭିଜିଲାନ୍ସ ତଦନ୍ତ କରିବାକୁ କେନ୍ଦ୍ରାପଡ଼ା ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, ନରେଶ ଜେନା, ମାଗୁଣି ଲେଙ୍କା, ଯଦୁମଣୀ ଦାସ, ଦିଲ୍ଲୀପ ଜେନା, ନିମାଇ କର,ବିଜୟ ନାୟକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri