ଅଶୃଙ୍ଖଳା ପାଟନାଳୀ ସ୍ଲୁଇସ୍‌ ଗେଟ୍‌ ପାଇଁ ବିଶୃଙ୍ଖଳା

କେନ୍ଦ୍ରାପଡା ଅଫିସ,୩ା୩: ଜଳ ନିଷ୍କାସନ ପାଇଁ ସ୍ଲୁଇସ ଗେଟ ଉପରକୁ ଟେକିଲେ ପାଣିକୁ ଦଳ ରୋକୁଛି। ଜଳସେଚନ ପାଇଁ ଗେଟ ତଳକୁ କଲେ କବାଟର ଉପରି ଭାଗ ଅଞ୍ଚଳରେ ଜଳକୁ ରୋକି ହେଉନି। କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ ବିଭାଗ ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ନଚ୍ଛିପଡ଼ାସ୍ଥିତ ଅଶୃଙ୍ଖଳା ପାଟନାଳୀ ଉପରେ ଥିବା ସ୍ଲୁଇସ ଗେଟ୍‌ ବିଶୃଙ୍ଖଳା ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏହି ପ୍ରକଳ୍ପ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ନିକଟସ୍ଥ ୨ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଫସଲ ଉପତ୍ାଦନ କରିବା କଷ୍ଟକର ହୋଇପଡିଛି। ଚାଷ ଓ ଚାଷୀଙ୍କ ଏହି ସମସ୍ୟାର ନିରାକରଣ ପାଇଁ ବିଭାଗୀୟ ପଦସ୍ଥ କର୍ମଚାରୀଙ୍କ ଦୃଷ୍ଟିଗୋଚରକୁ ବାରମ୍ବାର ଅଣାଯାଉଛି। ତେବେ ଏହାର ସୁଫଳ ମିଳୁ ନ ଥିବା ସ୍ଥାନୀୟ ଅଞ୍ଚଳର ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପ୍ରମୋଦ ସ୍ବାଇଁ, ଗଗନ ଗୋଚ୍ଛାୟତ, ପ୍ରଶାନ୍ତ ସ୍ବାଇଁ, ଯଦୁମଣି ପରିଡା, ସୁଶାନ୍ତ କୁମାର ପରିଡା ପ୍ରମୁଖ କହିଛନ୍ତି, ସ୍ଲୁଇସ ଗେଟ ପାଇଁ ସ୍ଥାନୀୟ ଅଞ୍ଚଳର ୧ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଚାଷ କରି ଆର୍ଥିକ ପରିସ୍ଥିତି ସୁଧାରିବା ଏକ ସ୍ବପ୍ନ ପାଲଟିଛି। ଅଶୃଙ୍ଖଳା ପାଟନାଳୀର ଜଳ ପରିଚାଳନା ପାଇଁ ବହୁ ଚାଷୀ ଚାଷଜମିକୁ ପଡ଼ିଆ ପକାଉଥିଲେ। ସମସ୍ୟାର ନିରାକରଣ ପାଇଁ ୨୬ ନଂ. ଜୋନର ପୂର୍ବତନ ଜିଲା ପରିଷଦଙ୍କ ଉଦ୍ୟମ ପରେ ଏହି ସ୍ଲୁଇସ ଗେଟ ନିର୍ମାଣ ହେଲା। ଏଥିରେ ଥିବା ବନ୍ଧ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ସହ ଉତ୍ପାଦିତ ଫସଲର ପରିବହନ ସୁଯୋଗ ମିଳିଲା। ତେବେ ସ୍ଲୁଇସ ଗେଟ୍‌ର ନିର୍ମାଣଗତ ତ୍ରୁଟି ଯୋଗୁ ପାଟନାଳୀର ଜଳ ପରିଚାଳନା ହୋଇ ପାରୁନାହଁି। ପାଣି ରୋକିବାକୁ ଗେଟ ପାଇଁ ଲାଗିଥିବା କବାଟକୁ ତଳକୁ କଲେ ପାଟନାଳୀ ଶଯ୍ୟାର ପ୍ରାୟ ୨ ଫୁଟ ଉପରକୁ ରହୁଛି। ସେହିପରି ଜଳ ନିଷ୍କାସନ ପାଇଁ କବାଟକୁ ଉପରକୁ ଟେକିଲେ ନାଳରେ ଥିବା ଦଳ ଜଳକୁ ରୋକୁଛି। ଫଳରେ ଚାଷ ପାଇଁ ଆବଶ୍ୟକ ଜଳ ମିଳୁନାହିଁ ଓ ଉଦ୍‌ବୃତ୍ତ ଜଳକୁ ନିଷ୍କାସନ କରି ହେଉନାହିଁ। ଫସଲ ପାଇଁ ଆବଶ୍ୟକ ମୁତାବକ ପାଣି ଯୋଗାଇ ହେଉ ନ ଥିବାରୁ ଆଶାନୁରୂପକ ଆମଦାନୀ ହେଉନାହିଁ। ଏ ସମ୍ପର୍କରେ ଡ୍ରେନେଜ ବିଭାଗର ଦୃଷ୍ଟିଆକର୍ଷଣ ସତ୍ତ୍ୱେ ନିରାକରଣ ହେଉ ନ ଥିବାରୁ ଆଗାମୀଦିନରେ ସ୍ଥାନୀୟ ଅଞ୍ଚଳର ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି। ଏ ସମ୍ପର୍କରେ ନିର୍ବାହୀଯନ୍ତ୍ରୀ ବାଙ୍କବିହାରୀ ସାମଲଙ୍କୁ ପଚାରିବାରେ ମେକାନିକାଲ ସେକ୍ସନରେ ତ୍ରୁଟି ଅଛି। ଏ ନେଇ ସେକ୍ସନକୁ ଅବଗତ କରାଯିବ। ଆସନ୍ତା ବର୍ଷାଦିନ ପୂର୍ବରୁ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri