ଅଶୃଙ୍ଖଳା ପାଟନାଳୀ ସ୍ଲୁଇସ୍‌ ଗେଟ୍‌ ପାଇଁ ବିଶୃଙ୍ଖଳା

କେନ୍ଦ୍ରାପଡା ଅଫିସ,୩ା୩: ଜଳ ନିଷ୍କାସନ ପାଇଁ ସ୍ଲୁଇସ ଗେଟ ଉପରକୁ ଟେକିଲେ ପାଣିକୁ ଦଳ ରୋକୁଛି। ଜଳସେଚନ ପାଇଁ ଗେଟ ତଳକୁ କଲେ କବାଟର ଉପରି ଭାଗ ଅଞ୍ଚଳରେ ଜଳକୁ ରୋକି ହେଉନି। କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ ବିଭାଗ ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ନଚ୍ଛିପଡ଼ାସ୍ଥିତ ଅଶୃଙ୍ଖଳା ପାଟନାଳୀ ଉପରେ ଥିବା ସ୍ଲୁଇସ ଗେଟ୍‌ ବିଶୃଙ୍ଖଳା ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏହି ପ୍ରକଳ୍ପ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ନିକଟସ୍ଥ ୨ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଫସଲ ଉପତ୍ାଦନ କରିବା କଷ୍ଟକର ହୋଇପଡିଛି। ଚାଷ ଓ ଚାଷୀଙ୍କ ଏହି ସମସ୍ୟାର ନିରାକରଣ ପାଇଁ ବିଭାଗୀୟ ପଦସ୍ଥ କର୍ମଚାରୀଙ୍କ ଦୃଷ୍ଟିଗୋଚରକୁ ବାରମ୍ବାର ଅଣାଯାଉଛି। ତେବେ ଏହାର ସୁଫଳ ମିଳୁ ନ ଥିବା ସ୍ଥାନୀୟ ଅଞ୍ଚଳର ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପ୍ରମୋଦ ସ୍ବାଇଁ, ଗଗନ ଗୋଚ୍ଛାୟତ, ପ୍ରଶାନ୍ତ ସ୍ବାଇଁ, ଯଦୁମଣି ପରିଡା, ସୁଶାନ୍ତ କୁମାର ପରିଡା ପ୍ରମୁଖ କହିଛନ୍ତି, ସ୍ଲୁଇସ ଗେଟ ପାଇଁ ସ୍ଥାନୀୟ ଅଞ୍ଚଳର ୧ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଚାଷ କରି ଆର୍ଥିକ ପରିସ୍ଥିତି ସୁଧାରିବା ଏକ ସ୍ବପ୍ନ ପାଲଟିଛି। ଅଶୃଙ୍ଖଳା ପାଟନାଳୀର ଜଳ ପରିଚାଳନା ପାଇଁ ବହୁ ଚାଷୀ ଚାଷଜମିକୁ ପଡ଼ିଆ ପକାଉଥିଲେ। ସମସ୍ୟାର ନିରାକରଣ ପାଇଁ ୨୬ ନଂ. ଜୋନର ପୂର୍ବତନ ଜିଲା ପରିଷଦଙ୍କ ଉଦ୍ୟମ ପରେ ଏହି ସ୍ଲୁଇସ ଗେଟ ନିର୍ମାଣ ହେଲା। ଏଥିରେ ଥିବା ବନ୍ଧ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ସହ ଉତ୍ପାଦିତ ଫସଲର ପରିବହନ ସୁଯୋଗ ମିଳିଲା। ତେବେ ସ୍ଲୁଇସ ଗେଟ୍‌ର ନିର୍ମାଣଗତ ତ୍ରୁଟି ଯୋଗୁ ପାଟନାଳୀର ଜଳ ପରିଚାଳନା ହୋଇ ପାରୁନାହଁି। ପାଣି ରୋକିବାକୁ ଗେଟ ପାଇଁ ଲାଗିଥିବା କବାଟକୁ ତଳକୁ କଲେ ପାଟନାଳୀ ଶଯ୍ୟାର ପ୍ରାୟ ୨ ଫୁଟ ଉପରକୁ ରହୁଛି। ସେହିପରି ଜଳ ନିଷ୍କାସନ ପାଇଁ କବାଟକୁ ଉପରକୁ ଟେକିଲେ ନାଳରେ ଥିବା ଦଳ ଜଳକୁ ରୋକୁଛି। ଫଳରେ ଚାଷ ପାଇଁ ଆବଶ୍ୟକ ଜଳ ମିଳୁନାହିଁ ଓ ଉଦ୍‌ବୃତ୍ତ ଜଳକୁ ନିଷ୍କାସନ କରି ହେଉନାହିଁ। ଫସଲ ପାଇଁ ଆବଶ୍ୟକ ମୁତାବକ ପାଣି ଯୋଗାଇ ହେଉ ନ ଥିବାରୁ ଆଶାନୁରୂପକ ଆମଦାନୀ ହେଉନାହିଁ। ଏ ସମ୍ପର୍କରେ ଡ୍ରେନେଜ ବିଭାଗର ଦୃଷ୍ଟିଆକର୍ଷଣ ସତ୍ତ୍ୱେ ନିରାକରଣ ହେଉ ନ ଥିବାରୁ ଆଗାମୀଦିନରେ ସ୍ଥାନୀୟ ଅଞ୍ଚଳର ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି। ଏ ସମ୍ପର୍କରେ ନିର୍ବାହୀଯନ୍ତ୍ରୀ ବାଙ୍କବିହାରୀ ସାମଲଙ୍କୁ ପଚାରିବାରେ ମେକାନିକାଲ ସେକ୍ସନରେ ତ୍ରୁଟି ଅଛି। ଏ ନେଇ ସେକ୍ସନକୁ ଅବଗତ କରାଯିବ। ଆସନ୍ତା ବର୍ଷାଦିନ ପୂର୍ବରୁ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri