କେନ୍ଦ୍ରାପଡ଼ା ଅଫିସ,୨ା୩: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁରର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ଏହି ଚାଷ ସେମାନଙ୍କ ପାଇଁ ଦ୍ୱିତୀୟ ବର୍ଷ। ପ୍ରଥମ ବର୍ଷର ଅଭିଜ୍ଞତା ସେମାନଙ୍କୁ ପରିପକ୍ୱ କରିବା ସହିତ ମାଆ ମଙ୍ଗଲ ଗୋଷ୍ଠୀର ସୂର୍ଯ୍ୟମୁଖୀ ତେଲ ସ୍ଥାନୀୟ ବଜାରରେ ଆଦୃତି ଲାଭ କରିଛି। ତେବେ ତାଲିମ ଓ ପ୍ରେତ୍ସାହନର ଅଭାବ ଯୋଗୁ ଏହି ଅର୍ଥକାରୀ ଫସଲ ପ୍ରତି ଜିଲାର ଚାଷୀମାନେ ବିଶେଷ ଆଗ୍ରହ ପ୍ରକାଶ କରିନାହାନ୍ତି। ରବି ଫସଲ ସମୟରେ ହେଉଥିବା ଏହି ଚାଷକୁ ଯୋଜନାବଦ୍ଧ ଭାବେ ପ୍ରୋତ୍ସାହିତ କଲେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ସହିତ ଜିଲା ଅର୍ଥନୀତି ବେଶ ପ୍ରଭାବିତ ହେବ ବୋଲି ଚାଷୀ ଓ ବୁଦ୍ଧଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି କହିଛନ୍ତି, ଦେଶରେ ଗତ କିଛିଦିନ ହେବ ଖାଇବା ତେଲର ଦାମ ଲଗାତର ବୃଦ୍ଧି ପାଇଛି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ପରେ ଖାଇବା ତେଲ ଦରକୁ ନେଇ ସାଧାରଣ ଲୋକେ ଚିନ୍ତରେ ପଡିଛନ୍ତି। ୟୁକ୍ରେନ ଓ ରୁଷିଆରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ ଏକ ପ୍ରକାର ବନ୍ଦ ପରେ ଭାରତ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ୍ ତେଲ ଆମଦାନୀକୁ ଗୁରୁତ୍ୱ ଦେଇଛି। ତେବେ ମାଲେସିଆ ସରକାର ପାମ୍ ତେଲ ଦର ବୃଦ୍ଧି କରିଥିବା ବେଳେ ଇଣ୍ଡୋନେସିଆ ତେଲ ରପ୍ତାନୀ ଉପରେ କଟକଣା କରିଛନ୍ତି। ଏହାର ନିରାକରଣ ପାଇଁ ୧୯୬୮ରେ ତତ୍କାଳିନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ସବୁଜ ବିପ୍ଲବ ପାଇଁ ଆହ୍ବାନ ଦେଇଥିଲେ। ଏହି ବିପ୍ଲବ ପାଇଁ ଭାରତ ଆଜି ଗହମ ରପ୍ତାନି କ୍ଷେତ୍ରରେ ଅଗ୍ରଗତି କରୁଛି। ତେଲ ଅଭାବର ମୁକାବିଲା ପାଇଁ ସୂର୍ଯ୍ୟମୁଖୀ ଚାଷକୁ ପ୍ରୋତ୍ସାହନ ଆବଶ୍ୟକ। କେନ୍ଦ୍ରାପଡ଼ା ଜିଲାରେ ଏଥିପାଇଁ ପାଣି, ପବନ ଓ ମାଟି ଥିବା ବେଳେ ତାଲିମ ଓ ସରକାରୀ ପ୍ରୋତ୍ସାହନର ଅଭାବ ଅଛି। ଗରଦପୁର ପଞ୍ଚାୟତ ପତିସାହିର ପବିତ୍ର କାପ କୁହନ୍ତି, ୨୦୧୫ରେ ଗରଦପୁର ବ୍ଲକର ୪ ପଞ୍ଚାୟତରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩୦ ହେକ୍ଟର ଜମିରେ ପରୀକ୍ଷାମୂଳକ ଭାବେ ସୂର୍ଯ୍ୟମୁଖୀ ଚାଷ ହୋଇଥିଲା। ଅମଳ ମଧ୍ୟ ଭଲ ହୋଇଥିଲା। ତେବେ ବଜାରର ଅଭାବ ଏହି ଚାଷ ପ୍ରତି ବିତୃଷ୍ଣା ଭାବ ସୃଷ୍ଟି କରିଛି। କୃଷକ ନେତା ରଶ୍ମୀରଞ୍ଜନ ଚୌଧୁରୀ କହିଛନ୍ତି, ଜିଲା ବାର୍ଷିକ ଯୋଜନାରେ ସିଂହ ଭାଗ ଅର୍ଥ କୃଷିକ୍ଷେତ୍ରରେ ନିୟୋଜିତ ହେବ ବୋଲି ଅଟକଳ କରାଯାଉଛି। ତେବେ ଏହା ବାସ୍ତବ କ୍ଷେତ୍ରରେ ଦେଖାଯାଉନାହିଁ। ଜଳ ପରିଚାଳନାକୁ ସୁଦୃଢ଼ କରି ପାରିଲେ ସୂର୍ଯ୍ୟମୁଖୀ ଚାଷ ପାଇଁ କେନ୍ଦ୍ରାପଡ଼ା ଜିଲା ଉଦାହରଣ ପାଲଟିବ। ଜିଲାରେ ଏହି ଚାଷ ପାଇଁ ପ୍ରାୟ ୪୦ ହଜାର ହେକ୍ଟର ଜମି ଉପଯୁକ୍ତ ଅଛି। ସୂର୍ଯ୍ୟମୁଖୀ ମଞ୍ଜିରେ ସାଧାରଣରେ ପ୍ରାୟ ୫୫ ପ୍ରତିଶତ ତେଲ ଆଦାୟ ହେବ। ଏହି ତେଲ ବାହାର କରିବା ପାଇଁ କ୍ଷୁଦ୍ର ଶିଳ୍ପ ଗଢ଼ି ଉଠିବ। ତେବେ ଏଥିପାଇଁ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ସ୍ଥାନୀୟ ଅଞ୍ଚଳର ରାଜନେତା, ପ୍ରଶାସକଙ୍କ ସହିତ ଏନ୍ଜିଓ, ପାଣି ପଞ୍ଚାୟତ, ଫାର୍ମର୍ସ କ୍ଲବ ଆଦିଙ୍କ ସହଯୋଗ ଆବଶ୍ୟକ। ଏସ୍ଏସ୍ଜି ସଦସ୍ୟାଙ୍କୁ ବହୁଳ ମାତ୍ରାରେ ନିୟୋଜନ ସୂର୍ଯ୍ୟମୁଖୀ ତେଲ ଉପତ୍ାଦନରେ ବିପ୍ଲବ ଆଣିପାରିବ। ସେହିପରି ଆତ୍ମା ମାଧ୍ୟମରେ ତାଲିମ ଓ ସରକାରୀ ଅନୁଦାନ ଏହି ଚାଷକୁ ଆଗକୁ ନେଇ ପାରିବ।
ଏ ସମ୍ପର୍କରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦେବଦାସ ଦତ୍ତ ଓ କେଭିକେ ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି, ସୂର୍ଯ୍ୟମୁଖୀ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି। ଆତ୍ମା ମାଧ୍ୟମରେ ତାଲିମ ସହ ରାଜ୍ୟର ୧୧୮ଟି ଗୋଦାମ ଗୃହ ନିର୍ମାଣ କରି ଏପରି ଫସଲ ସଂଗ୍ରହ କରିବାକୁ ଯୋଜନା ହୋଇଛି। ଚାଷୀ ଚଳିତ ବର୍ଷ ଏହାର ଫାଇଦା ପାଇ ପାରିବେ।
Posted inHome, Home Left, ଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

