ହଜାରେ ଅଣ୍ଡାରୁ ଗୋଟିଏକୁ ପୂର୍ଣ୍ଣ ଜୀବନ

କେନ୍ଦ୍ରାପଡା ଅଫିସ, ୪ା୩: ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଗହୀରମଥା ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ପୂର୍ଣ୍ଣିମା ତିଥି ମଧ୍ୟରେ ଅନୂକୂଳ ପବନ ଆସିଲେ ଗହୀରମଥା ନିଷିଦ୍ଧାଞ୍ଚଳରେ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ହେବ। ଆଇୟୁସିଏନ୍‌ ରେଡ ଡାଟା ଲିଷ୍ଟରେ ଥିବା ଏହି ବିରଳ ଜୀବ ଥରକେ ୮୦ରୁ ୧୨୦ ପର୍ଯ୍ୟନ୍ତ ଅଣ୍ଡାଦାନ କରିଥାନ୍ତି। ତେବେ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ହଜାରେ ଅଣ୍ଡାରୁ ମାତ୍ର ଗୋଟିଏ ଅଲିଭ୍‌ରିଡ୍‌ଲେ ୫୦ବର୍ଷରୁ ଊର୍ଦ୍ଧ୍ୱ ବଞ୍ଚତ୍ଥାଏ। ସେହିପରି ଏହି ସାମୁଦ୍ରିକ ପ୍ରାଣୀର ଜୀବନ ଚକ୍ର ଏବେ ବି ରହସ୍ୟାବୃତ ବୋଲି ସେମାନେ ମତ ଦେଇଥାନ୍ତି। ଏହି ଜୀବର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ବିଶେଷଜ୍ଞ ଅଧ୍ୟାପକ ଦେବୀପ୍ରସାଦ ସାହୁ, ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ହେନ୍ତାଳ ବଣ ଓ ସାମୁଦ୍ରିକ କଇଁଛ ସୁରକ୍ଷା ସମିତି ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍‌ ବିରଜା ପ୍ରସାଦ ପତି ପ୍ରମୁଖ କହିଛନ୍ତି, ଅଣ୍ଡା ନଷ୍ଟ ହେବା, ପାଣିପାଗ ପରିବର୍ତ୍ତନ, ସାମୁଦ୍ରିକ ଜୀବଜନ୍ତୁଙ୍କ ଶିକାର, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଉନ୍ନତୀକରଣ, ମନୁଷ୍ୟକୃତ ଅନ୍ୟ ବାଧା ପାଇଁ ଏମାନଙ୍କ ସଂଖ୍ୟା କମୁଛି। ଏହା ବ୍ୟତୀତ ଅଣ୍ଡା ଓ ଶାବକଙ୍କୁ କଙ୍କଡ଼ା, ପକ୍ଷୀ, ସରୀସୃପ, କୁକୁର ଓ ବନ୍ୟଜନ୍ତୁ ଭୟ ରହିଛି। ଶାବକ ସାଧାରଣରେ ଅଣ୍ଡାରୁ ବାହାରିବା ପରେ ଆଲୋକ ଦେଖି ସମୁଦ୍ରକୁ ଯାଇଥାନ୍ତି। ତଟବର୍ତ୍ତୀ ଅଞ୍ଚଳର ଗାଡ଼ି ମୋଟର ଆଲୋକ ଏମାନଙ୍କୁ ପଥଭ୍ରଷ୍ଟ କରେ। ସମୁଦ୍ର କୂଳରେ ଥିବା ପ୍ଲାଷ୍ଟିକ ବୋତଲ, ଛିଣ୍ଡା ଜାଲ, ବ୍ୟାଗ ଆଦି ସମୁଦ୍ରକୁ ଯିବାରେ ବାଧା ସୃଷ୍ଟି କରୁଥିବା ବେଳେ ଅଣ୍ଡା ଓ ଶାବକକୁ କେତେକ ବ୍ୟବସାୟ ଉଦ୍ଦେଶ୍ୟରେ ନେଇଥାନ୍ତି। ସମୁଦ୍ର ମଧ୍ୟରେ ମଧ୍ୟ ଏମାନଙ୍କ ଜୀବନ ସୁରକ୍ଷିତ ନୁହେଁ। ଜାଲରେ ପଡ଼ିବା, ସମୁଦ୍ରରେ ଭାସୁଥିବା ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁକୁ ଆହାର ଭାବେ ଗ୍ରହଣ କରିବା, କେତେକ ସ୍ଥାନରେ ସମୁଦ୍ରରେ ଭାସମାନ ତୈଳରେ ନିଃଶ୍ୱାସ ନେବା, ସାମୁଦ୍ରିକ ପକ୍ଷୀ ଓ ଜୀବଙ୍କ ଦ୍ୱାରା ଶିକାର ହେବା ଦ୍ୱାରା ଏମାନଙ୍କ ବଂଶ ବିସ୍ତାରରେ ବାଧା ସୃଷ୍ଟି ହୁଏ। ଏହି ବିରଳ ଜୀବଙ୍କ ଜୀବନଚକ୍ର ସମ୍ପର୍କରେ ଜାଣିବାକୁ ପିଠିରେ ସାଟେଲାଇଟ ଟ୍ରାନ୍ସମିଟର ଏବେ କେତେକଙ୍କଠାରେ ଲଗାଯାଉଛି। ଅଦ୍ୟାବଧି ଏମାନଙ୍କ ଜୀବନଚକ୍ର ରହସ୍ୟମୟ ହୋଇ ରହିଛି। ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ନଭେମ୍ବରରୁ ମେ’ ଶେଷ ଯାଏ ସାମୁଦ୍ରିକ କଟକଣା ରହୁଛି। ଏଥିସହ ସମୁଦ୍ରକୂଳରେ ବର୍ଜ୍ୟବସ୍ତୁ ନ ଫିଙ୍ଗିବା ଏକ ଉତ୍ତମ ଅଭ୍ୟାସ। ଅଣ୍ଡାଦାନ ସମୟରେ ଉଜ୍ଜ୍ୱଳ ଆଲୋକ ବ୍ୟବହାର ନ କରିବା, ଗଭୀର ସମୁଦ୍ରରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଅଲ୍‌ଟ୍ରା ଭାଓଲେଟ୍‌ ଡାୟୋଡ ଲାଇଟ୍‌ଯୁକ୍ତ ଜାଲ ବ୍ୟବହାର କଲେ ଏହି ବିରଳ ପ୍ରଜାତିର ବଂଶ ବିସ୍ତାର ହୋଇପାରିବ। ଭିତରକନିକା ଗହୀରମଥା ତଟାଞ୍ଚଳ କ୍ଷୟ ଏବେ ଏମାନଙ୍କ ପ୍ରଜନନସ୍ଥଳକୁ ସଂକ୍ଷିପ୍ତ କରୁଛି। ତଟାଞ୍ଚଳର ସୁରକ୍ଷା ପାଇଁ ହେନ୍ତାଳ ବଣର ଆବଶ୍ୟକତା ଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ରେଞ୍ଜ୍‌ ଅଫିସର ମାନସ କୁମାର ଦାସଙ୍କୁ ପଚାରିବାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷାକୁ ଚଳିତ ବର୍ଷ ପ୍ରାଧାନ୍ୟ ଦିଆଯାଇଛି। ସାମୁଦ୍ରିକ କଟକଣାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଦିବାରାତ୍ର ପାଟ୍ରୋଲିଂ ଚାଲିଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ଅଧିକ କର୍ମଚାରୀ ନିଯୁକ୍ତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?