ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ବେଣାଗଛ

ପଟ୍ଟାମୁଣ୍ଡାଇ,୩ା୩(ସ୍ବ.ପ୍ର .): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଉର୍ବର ଚାଷ ଜମିରେ ବେଣାଗଛ ହେବା ଯୋଗୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଫଳରେ ଚାଷକାର୍ଯ୍ୟ କରିବାରେ ବେଣାଗଛ ବାଧକ ସାଜିଛି। ଏଥିଯୋଗୁ ଶତାଧିକ ଏକର ଉର୍ବର ଚାଷ ଜମି ପଡ଼ିଆ ପଡ଼ିବା ସାର ହୋଇଛି। ଏକଦା କେନ୍ଦ୍ରାପଡ଼ା ଜିଲାକୁ ସବୁଜ ପନିପରିବା ଯୋଗାଉଥିବା ଧୋୟାଞ୍ଚଳରେ ଆଉ ବିଭିନ୍ନ କିସମର ପରିବା ଚାଷ ହୋଇ ପାରୁନାହିଁ। ପନିପରିବା ଚାଷ କରି ଧୋୟାଞ୍ଚଳର ଚାଷୀମାନେ ନିଜର ଆର୍ଥତ୍କ ମେରୁଦଣ୍ଡକୁ ସୁଦୃଢ଼ କରୁଥିଲେ। ଏବେ ଚାଷୀମାନେ ଆଗଭଳି ଜମିରେ ପରିବା ଚାଷ କରିବାକୁ ମନ ବଳାଉନାହାନ୍ତି। କାରଣ ବେଣାଗଛ ମୂଳ ତାଡ଼ିବାରେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି।
୧୯୯୯ ବାତ୍ୟା ପରଠାରୁ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ଥିବା ଅଧିକାଂଶ ଚାଷ ଜମିରେ ବେଣା ଗଛ ସୃଷ୍ଟି ହେବାରେ ଲାଗିଲା। ଫଳରେ ବହୁ ଚାଷୀ ପରିବାରର ଯୁବକମାନେ ଚାଷ ପ୍ରତି ବିମୁଖ ହୋଇ ଗାଁ ଛାଡ଼ି ବିଦେଶରେ ରହି କାର୍ଯ୍ୟ କରିବାକୁ ପସନ୍ଦ କଲେ। ବେଣାଗଛ ଯୋଗୁ ଚାଷଜମିରେ ଫସଲ ଉପତ୍ାଦନ କରିବା ଆଉ ସମ୍ଭବ ହେଉନାହିଁ। ତନୁପୁର ଗାଁର ଚାଷୀ ଶରତ ନାୟକ, ରବୀନ୍ଦ୍ର ସାହୁ, ବାଲିପାଟଣା ଗାଁର ଭୂପତି ନାୟକ, ଅଭୟ ଜେନା, ବସନ୍ତ ସାହୁ, ଅଜୟ ଜେନା, ଅଜିତ ବିଶ୍ୱାଳ, କଷଣଅଣ୍ଟାା ଗାଁର ଫକୀର ସାମଲ, ଶ୍ରୀକାନ୍ତ ପ୍ରଧାନ, ରାଜେନ୍ଦ୍ର ପରିଡା, କାଳିଆ ବିଶ୍ୱାଳ ପ୍ରମୁଖ କୁହନ୍ତି, ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀ ଅବବାହିକାରେ ଥିବା କଷଣଅଣ୍ଟା, ତଳବାଲିପଡା, ବଳଦେବ ନଗର, ସିଦ୍ଧପାଟଣା, ବାଲିପଡ଼ା, ନୂଆଗାଁ, କାକୁଡିପଲ୍ଲୀ, ଅଳଭା, ତନୁପୁର, ନନ୍ଦିନୀନଗର, ଖଡ଼ିପାଳ, ଷଣ୍ଢପଲ୍ଲୀ, ନୀଳକଣ୍ଠପୁର, ବାଛରା, ମଣ୍ଡପଡ଼ା, ବାଲିପାଟଣା ଆଦି ଧୋୟାଞ୍ଚଳର ଚାଷଜମିରେ ପ୍ରତିବର୍ଷ ବନ୍ୟା ସମୟରେ ପଟୁ ପଡୁଥିଲା। ଫଳରେ ଚାଷଜମିର ଉର୍ବରତା ବୃଦ୍ଧି ପାଉଥିଲା। ଏଥିଯୋଗୁ ବିଭିନ୍ନ ପ୍ରକାର ପରିବା ଓ ରବି ଫସଲ ଉତ୍ପାଦନ କରାଯାଉଥିଲା। ଧୋୟାଞ୍ଚଳରେ ଥିବା ଚାଷଜମିରେ ବେଣାଗଛ ହଟାଇବାକୁ ରାଜ୍ୟ ସରକାର ଓ କୃଷି ବିଭାଗ ନିକଟରେ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଛି। ହେଲେ ଚାଷୀମାନଙ୍କ ଏହି ମୌଳିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ଧୋୟାଞ୍ଚଳରେ ବାଦାମ, ମୁଗ, ବିରି, କୋଳଥ, ମାଣ୍ଡିଆ, ଯଅ, ଫେସି, ଖସା, ମକା ଆଦି ଅର୍ଥକରୀ ଫସଲ ଚାଷୀମାନେ କରୁଥିଲେ। ଅନ୍ୟପକ୍ଷରେ ଅଞ୍ଚଳରେ ଆଳୁ, ବାଇଗଣ, ଟମାଟୋ, ଜହ୍ନି, ଭେଣ୍ଡି, ପୋଟଳ, କଲରା, ବିଟ, ପୋଇ, ମୂଳା, କଖାରୁ, ଝୁଡ଼ଙ୍ଗ, ବିମ, କୋବି, କାକୁଡି, ତରଭୁଜ, ଫୁଟି ଆଦି ବହୁଳ ପରିମାଣରେ ଚାଷ ହେଉଥିଲା। ଉତ୍ପାଦିତ ଫସଲକୁ ପଟ୍ଟାମୁଣ୍ଡାଇ ସହ କେନ୍ଦ୍ରାପଡ଼ା ଜିଲାର ଆଳି, ରାଜନଗର, ରାଜକନିକା, କେନ୍ଦ୍ରାପଡ଼ା, ମହାକାଳପଡ଼ା ବ୍ଲକକୁ ଯୋଗାଣ ହେଉଥିଲା। ଧୋୟାଞ୍ଚଳର ଚାଷୀମାନେ ପନିପରିବା ବିକ୍ରି କରି ବେସ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ। ଚାଷଜମିରେ ବେଣାଗଛ ସୃଷ୍ଟି ହେବା ପରେ ବିକଳ୍ପ ଭାବେ ଚାଷକୁ ବେଉସା କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷଜମିରୁ ବେଣାଗଛ ତାଡ଼ିବା ପାଇଁ ବହୁ ଅର୍ଥ ଖର୍ଚ୍ଚ ହେଉଥିବାରୁ ଗରିବ ଚାଷୀଙ୍କ ପକ୍ଷରେ ଏହା ସମ୍ଭବ ହେଉନାହିଁ। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଧୋୟାଞ୍ଚଳର ଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଚାଷଜମିରୁ ବେଣାଗଛ ହଟାଇବାକୁ ସେମାନେ କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ କୃଷି ଅଧିକାରୀ ଶରତ ଚନ୍ଦ୍ର ନାୟକଙ୍କୁ ପଚାରିବାରେ ଜମିରୁ ବେଣାଗଛ ହଟାଇ କିପରି ପୂର୍ବଭଳି ସବୁଜ ପନିପରିବା ଫସଲ ଉପତ୍ାଦନ ହୋଇପାରିବ, ସେଥିପ୍ରତି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri