ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ବେଣାଗଛ

ପଟ୍ଟାମୁଣ୍ଡାଇ,୩ା୩(ସ୍ବ.ପ୍ର .): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଉର୍ବର ଚାଷ ଜମିରେ ବେଣାଗଛ ହେବା ଯୋଗୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଫଳରେ ଚାଷକାର୍ଯ୍ୟ କରିବାରେ ବେଣାଗଛ ବାଧକ ସାଜିଛି। ଏଥିଯୋଗୁ ଶତାଧିକ ଏକର ଉର୍ବର ଚାଷ ଜମି ପଡ଼ିଆ ପଡ଼ିବା ସାର ହୋଇଛି। ଏକଦା କେନ୍ଦ୍ରାପଡ଼ା ଜିଲାକୁ ସବୁଜ ପନିପରିବା ଯୋଗାଉଥିବା ଧୋୟାଞ୍ଚଳରେ ଆଉ ବିଭିନ୍ନ କିସମର ପରିବା ଚାଷ ହୋଇ ପାରୁନାହିଁ। ପନିପରିବା ଚାଷ କରି ଧୋୟାଞ୍ଚଳର ଚାଷୀମାନେ ନିଜର ଆର୍ଥତ୍କ ମେରୁଦଣ୍ଡକୁ ସୁଦୃଢ଼ କରୁଥିଲେ। ଏବେ ଚାଷୀମାନେ ଆଗଭଳି ଜମିରେ ପରିବା ଚାଷ କରିବାକୁ ମନ ବଳାଉନାହାନ୍ତି। କାରଣ ବେଣାଗଛ ମୂଳ ତାଡ଼ିବାରେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି।
୧୯୯୯ ବାତ୍ୟା ପରଠାରୁ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ଥିବା ଅଧିକାଂଶ ଚାଷ ଜମିରେ ବେଣା ଗଛ ସୃଷ୍ଟି ହେବାରେ ଲାଗିଲା। ଫଳରେ ବହୁ ଚାଷୀ ପରିବାରର ଯୁବକମାନେ ଚାଷ ପ୍ରତି ବିମୁଖ ହୋଇ ଗାଁ ଛାଡ଼ି ବିଦେଶରେ ରହି କାର୍ଯ୍ୟ କରିବାକୁ ପସନ୍ଦ କଲେ। ବେଣାଗଛ ଯୋଗୁ ଚାଷଜମିରେ ଫସଲ ଉପତ୍ାଦନ କରିବା ଆଉ ସମ୍ଭବ ହେଉନାହିଁ। ତନୁପୁର ଗାଁର ଚାଷୀ ଶରତ ନାୟକ, ରବୀନ୍ଦ୍ର ସାହୁ, ବାଲିପାଟଣା ଗାଁର ଭୂପତି ନାୟକ, ଅଭୟ ଜେନା, ବସନ୍ତ ସାହୁ, ଅଜୟ ଜେନା, ଅଜିତ ବିଶ୍ୱାଳ, କଷଣଅଣ୍ଟାା ଗାଁର ଫକୀର ସାମଲ, ଶ୍ରୀକାନ୍ତ ପ୍ରଧାନ, ରାଜେନ୍ଦ୍ର ପରିଡା, କାଳିଆ ବିଶ୍ୱାଳ ପ୍ରମୁଖ କୁହନ୍ତି, ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀ ଅବବାହିକାରେ ଥିବା କଷଣଅଣ୍ଟା, ତଳବାଲିପଡା, ବଳଦେବ ନଗର, ସିଦ୍ଧପାଟଣା, ବାଲିପଡ଼ା, ନୂଆଗାଁ, କାକୁଡିପଲ୍ଲୀ, ଅଳଭା, ତନୁପୁର, ନନ୍ଦିନୀନଗର, ଖଡ଼ିପାଳ, ଷଣ୍ଢପଲ୍ଲୀ, ନୀଳକଣ୍ଠପୁର, ବାଛରା, ମଣ୍ଡପଡ଼ା, ବାଲିପାଟଣା ଆଦି ଧୋୟାଞ୍ଚଳର ଚାଷଜମିରେ ପ୍ରତିବର୍ଷ ବନ୍ୟା ସମୟରେ ପଟୁ ପଡୁଥିଲା। ଫଳରେ ଚାଷଜମିର ଉର୍ବରତା ବୃଦ୍ଧି ପାଉଥିଲା। ଏଥିଯୋଗୁ ବିଭିନ୍ନ ପ୍ରକାର ପରିବା ଓ ରବି ଫସଲ ଉତ୍ପାଦନ କରାଯାଉଥିଲା। ଧୋୟାଞ୍ଚଳରେ ଥିବା ଚାଷଜମିରେ ବେଣାଗଛ ହଟାଇବାକୁ ରାଜ୍ୟ ସରକାର ଓ କୃଷି ବିଭାଗ ନିକଟରେ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଛି। ହେଲେ ଚାଷୀମାନଙ୍କ ଏହି ମୌଳିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ଧୋୟାଞ୍ଚଳରେ ବାଦାମ, ମୁଗ, ବିରି, କୋଳଥ, ମାଣ୍ଡିଆ, ଯଅ, ଫେସି, ଖସା, ମକା ଆଦି ଅର୍ଥକରୀ ଫସଲ ଚାଷୀମାନେ କରୁଥିଲେ। ଅନ୍ୟପକ୍ଷରେ ଅଞ୍ଚଳରେ ଆଳୁ, ବାଇଗଣ, ଟମାଟୋ, ଜହ୍ନି, ଭେଣ୍ଡି, ପୋଟଳ, କଲରା, ବିଟ, ପୋଇ, ମୂଳା, କଖାରୁ, ଝୁଡ଼ଙ୍ଗ, ବିମ, କୋବି, କାକୁଡି, ତରଭୁଜ, ଫୁଟି ଆଦି ବହୁଳ ପରିମାଣରେ ଚାଷ ହେଉଥିଲା। ଉତ୍ପାଦିତ ଫସଲକୁ ପଟ୍ଟାମୁଣ୍ଡାଇ ସହ କେନ୍ଦ୍ରାପଡ଼ା ଜିଲାର ଆଳି, ରାଜନଗର, ରାଜକନିକା, କେନ୍ଦ୍ରାପଡ଼ା, ମହାକାଳପଡ଼ା ବ୍ଲକକୁ ଯୋଗାଣ ହେଉଥିଲା। ଧୋୟାଞ୍ଚଳର ଚାଷୀମାନେ ପନିପରିବା ବିକ୍ରି କରି ବେସ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ। ଚାଷଜମିରେ ବେଣାଗଛ ସୃଷ୍ଟି ହେବା ପରେ ବିକଳ୍ପ ଭାବେ ଚାଷକୁ ବେଉସା କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷଜମିରୁ ବେଣାଗଛ ତାଡ଼ିବା ପାଇଁ ବହୁ ଅର୍ଥ ଖର୍ଚ୍ଚ ହେଉଥିବାରୁ ଗରିବ ଚାଷୀଙ୍କ ପକ୍ଷରେ ଏହା ସମ୍ଭବ ହେଉନାହିଁ। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଧୋୟାଞ୍ଚଳର ଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଚାଷଜମିରୁ ବେଣାଗଛ ହଟାଇବାକୁ ସେମାନେ କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ କୃଷି ଅଧିକାରୀ ଶରତ ଚନ୍ଦ୍ର ନାୟକଙ୍କୁ ପଚାରିବାରେ ଜମିରୁ ବେଣାଗଛ ହଟାଇ କିପରି ପୂର୍ବଭଳି ସବୁଜ ପନିପରିବା ଫସଲ ଉପତ୍ାଦନ ହୋଇପାରିବ, ସେଥିପ୍ରତି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?