ରାସ୍ତାକଡରେ ମୁକୁଳା ପଡ଼ିଛି ଟ୍ରାନ୍ସଫରମର

ପଟ୍ଟାମୁଣ୍ଡାଇ,୫।୩(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟାଳୟ ନିକଟ ମଙ୍ଗଳା ମଣ୍ଡପ ପାଖ ବଜାରରେ ରହିଛି ୫୦୦ କେଭି ବିଶିଷ୍ଟ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସସଫର୍ମରରୁ ବଜାର ସମେତ ଆଖପାଖ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଟ୍ରାନ୍ସଫର୍ମରଟି ବଜାରରେ ଥିବା ମଣ୍ଡପ ଘର ଆରଡି ରାସ୍ତା ପାଖରେ ରହିଛି। ମାତ୍ର ଏହି ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ଏବେ ମୁକୁଳା ପଡ଼ିଛି। ଟ୍ରାନ୍ସଫର୍ମରଠାରୁ ଟାଟା ପାୱାର କାର୍ଯ୍ୟାଳୟ ୨ ଶହ ମିଟର ଦୂରରେ ରହିଛି ା ହେଲେ ଏଥିପ୍ରତି ବିଭାଗର ନିଘାନାହିଁ ବୋଲି ଅଭିଯୋଗ ହୋଇଛି ା
ନିୟମାନୁଯାୟୀ ଟ୍ରାନ୍ସଫର୍ମରଗୁଡିକ ଜନବସତିଠାରୁ ଦୂରରେ ବସାଇବା ସହିତ ଏହାର ଚତୁଃପାଶର୍‌ବ ଆବଦ୍ଧ କରାଯିବା ଦରକାର। ଫଳରେ ବାହାରର କୌଣସି ଜୀବଜନ୍ତୁ ସେହି ପରିସରକୁ ପ୍ରବେଶ କରିପାରିବେ ନାହିଁ। କିନ୍ତୁ ଏହି ଟ୍ରାନ୍ସଫର୍ମର ବଜାର ପାଖ ରାସ୍ତାପାଶର୍‌ବରୁ ମାତ୍ର ୪ରୁ ୫ଫୁଟ ଉଚ୍ଚରେ ରହିଥିବାବେଳେ କୌଣସି ବାଡ ଘେରାଯାଇନାହଁି । ଏହାମଧ୍ୟକୁ ଅନାୟସରେ ଗୃହପାଳିତ ପଶୁ, ବୁଲାକୁକୁର ଅବାଧରେ ପ୍ରବେଶ କରୁଛନ୍ତି ା ଏପରି କି ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ଅନେକ ପ୍ରାଣୀଙ୍କ ମୃତ୍ୟୁ ଘଟିଛି। କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। କେବଳ ପଟ୍ଟାମୁଣ୍ଡାଇ ପୌରପରିଷଦ ନିକଟ ବଜାରରେ ଥିବା ଏହି ଟ୍ରାନ୍ସଫରମର ନୁହେଁ ପୌରାଞ୍ଚଳର ୨୦ଟି ୱାର୍ଡରେ ଅଧିକାଂଶ ଟ୍ରାନ୍ସଫରମର ଖୋଲା ପଡିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଗ୍ରାମାଞ୍ଚଳ କଥା ନ କହିବା ଭଲ ା ଅଧିକାଂଶ ଗ୍ରାମରେ ଟା୍ରନ୍ସଫରମରଗୁଡିକ ମୁକୁଳା ପଡିଛି ା ସେପରି ଟ୍ରାନ୍ସଫର୍ମର ସଂସ୍ଫର୍ଶରେ ଆସି କେତେବେଳେ ଯେ କାହାର ଜୀବନ ଯିବ ତାହା କହି ହେବ ନାହିଁ। ବିଦ୍ୟୁତ୍‌ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଟ୍ରାନ୍ସଫର୍ମରଗୁଡିକର ରକ୍ଷାଣାବେକ୍ଷଣ ଠିକ୍‌ରେ ହେଉନାହିଁ। କେଉଁଠି ଟ୍ରାନ୍ସଫର୍ମରରେ ଗଛ ମାଡ଼ିଗଲାଣି ତ ଆଉ କେଉଁଠି କେଉଁଠି ଘେରା ଯାଇଥିବା କଣ୍ଟା ତାରରେ କଳଙ୍କି ଲାଗି ଭାଙ୍ଗି ଗଲାଣି। ତେଣୁ କମ ଉଚ୍ଚରେ ଥିବା ଟ୍ରାନ୍ସଫର୍ମର ଚତୁଃପାଶର୍‌ବରେ ତୁରନ୍ତ ପାଚେରୀ ନିର୍ମାଣ କରିବା ସହିତ ରକ୍ଷାଣବେକ୍ଷଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ସ୍ମୃତିରଞ୍ଜନ ରଥଙ୍କୁ ପଚାରିବାରେ ସେ କହିଥିଲେ, ପାଚେରି ନିର୍ମାଣ ହୋଇଥିଲା। ପଟ୍ଟାମୁଣ୍ଡାଇ-ତାତନା ଭାୟା ଆମ୍ବେର ନୂଆ ରାସ୍ତା ନିର୍ମାଣବେଳେ ତାହାକୁ ଗ୍ରାମଉନ୍ନୟନ ବିଭାଗ ଭାଙ୍ଗି ଦେଇଥିଲା। ପରେ ସେମାନେ କରିଦେବେ ବୋଲି କହିଥିଲେ। ହେଲେ କରିଲେ ନାହିଁ। ଏବେ ଆମେ ଆଲୋଚନା କରି ଏଦିଗରେ ପଦକ୍ଷେପ ନେବୁ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?