ରାସ୍ତାକଡରେ ମୁକୁଳା ପଡ଼ିଛି ଟ୍ରାନ୍ସଫରମର

ପଟ୍ଟାମୁଣ୍ଡାଇ,୫।୩(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟାଳୟ ନିକଟ ମଙ୍ଗଳା ମଣ୍ଡପ ପାଖ ବଜାରରେ ରହିଛି ୫୦୦ କେଭି ବିଶିଷ୍ଟ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସସଫର୍ମରରୁ ବଜାର ସମେତ ଆଖପାଖ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଟ୍ରାନ୍ସଫର୍ମରଟି ବଜାରରେ ଥିବା ମଣ୍ଡପ ଘର ଆରଡି ରାସ୍ତା ପାଖରେ ରହିଛି। ମାତ୍ର ଏହି ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ଏବେ ମୁକୁଳା ପଡ଼ିଛି। ଟ୍ରାନ୍ସଫର୍ମରଠାରୁ ଟାଟା ପାୱାର କାର୍ଯ୍ୟାଳୟ ୨ ଶହ ମିଟର ଦୂରରେ ରହିଛି ା ହେଲେ ଏଥିପ୍ରତି ବିଭାଗର ନିଘାନାହିଁ ବୋଲି ଅଭିଯୋଗ ହୋଇଛି ା
ନିୟମାନୁଯାୟୀ ଟ୍ରାନ୍ସଫର୍ମରଗୁଡିକ ଜନବସତିଠାରୁ ଦୂରରେ ବସାଇବା ସହିତ ଏହାର ଚତୁଃପାଶର୍‌ବ ଆବଦ୍ଧ କରାଯିବା ଦରକାର। ଫଳରେ ବାହାରର କୌଣସି ଜୀବଜନ୍ତୁ ସେହି ପରିସରକୁ ପ୍ରବେଶ କରିପାରିବେ ନାହିଁ। କିନ୍ତୁ ଏହି ଟ୍ରାନ୍ସଫର୍ମର ବଜାର ପାଖ ରାସ୍ତାପାଶର୍‌ବରୁ ମାତ୍ର ୪ରୁ ୫ଫୁଟ ଉଚ୍ଚରେ ରହିଥିବାବେଳେ କୌଣସି ବାଡ ଘେରାଯାଇନାହଁି । ଏହାମଧ୍ୟକୁ ଅନାୟସରେ ଗୃହପାଳିତ ପଶୁ, ବୁଲାକୁକୁର ଅବାଧରେ ପ୍ରବେଶ କରୁଛନ୍ତି ା ଏପରି କି ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ଅନେକ ପ୍ରାଣୀଙ୍କ ମୃତ୍ୟୁ ଘଟିଛି। କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। କେବଳ ପଟ୍ଟାମୁଣ୍ଡାଇ ପୌରପରିଷଦ ନିକଟ ବଜାରରେ ଥିବା ଏହି ଟ୍ରାନ୍ସଫରମର ନୁହେଁ ପୌରାଞ୍ଚଳର ୨୦ଟି ୱାର୍ଡରେ ଅଧିକାଂଶ ଟ୍ରାନ୍ସଫରମର ଖୋଲା ପଡିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଗ୍ରାମାଞ୍ଚଳ କଥା ନ କହିବା ଭଲ ା ଅଧିକାଂଶ ଗ୍ରାମରେ ଟା୍ରନ୍ସଫରମରଗୁଡିକ ମୁକୁଳା ପଡିଛି ା ସେପରି ଟ୍ରାନ୍ସଫର୍ମର ସଂସ୍ଫର୍ଶରେ ଆସି କେତେବେଳେ ଯେ କାହାର ଜୀବନ ଯିବ ତାହା କହି ହେବ ନାହିଁ। ବିଦ୍ୟୁତ୍‌ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଟ୍ରାନ୍ସଫର୍ମରଗୁଡିକର ରକ୍ଷାଣାବେକ୍ଷଣ ଠିକ୍‌ରେ ହେଉନାହିଁ। କେଉଁଠି ଟ୍ରାନ୍ସଫର୍ମରରେ ଗଛ ମାଡ଼ିଗଲାଣି ତ ଆଉ କେଉଁଠି କେଉଁଠି ଘେରା ଯାଇଥିବା କଣ୍ଟା ତାରରେ କଳଙ୍କି ଲାଗି ଭାଙ୍ଗି ଗଲାଣି। ତେଣୁ କମ ଉଚ୍ଚରେ ଥିବା ଟ୍ରାନ୍ସଫର୍ମର ଚତୁଃପାଶର୍‌ବରେ ତୁରନ୍ତ ପାଚେରୀ ନିର୍ମାଣ କରିବା ସହିତ ରକ୍ଷାଣବେକ୍ଷଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ସ୍ମୃତିରଞ୍ଜନ ରଥଙ୍କୁ ପଚାରିବାରେ ସେ କହିଥିଲେ, ପାଚେରି ନିର୍ମାଣ ହୋଇଥିଲା। ପଟ୍ଟାମୁଣ୍ଡାଇ-ତାତନା ଭାୟା ଆମ୍ବେର ନୂଆ ରାସ୍ତା ନିର୍ମାଣବେଳେ ତାହାକୁ ଗ୍ରାମଉନ୍ନୟନ ବିଭାଗ ଭାଙ୍ଗି ଦେଇଥିଲା। ପରେ ସେମାନେ କରିଦେବେ ବୋଲି କହିଥିଲେ। ହେଲେ କରିଲେ ନାହିଁ। ଏବେ ଆମେ ଆଲୋଚନା କରି ଏଦିଗରେ ପଦକ୍ଷେପ ନେବୁ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri