OSRTC ବସ୍ ଗାଡିଆପଡା ଘାଟିରେ ଦୁର୍ଘଟଣାଗ୍ରସ୍ତ: କଣ୍ଡକ୍ଟର ମୃତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଖଜୁରୀପଡ଼ା,୧୧।୧୦ ( ବିଦୁର ବେହେରା ): ଲାଞ୍ଜିଗଡରୁ କଟକକୁ ଯାତ୍ରା କରୁଥିବା ଯାତ୍ରୀବାହୀ ଓଆରଏସଟିସି ବସ୍ ଗାଡିଆପଡା ଘାଟିର ଏସ ବୁଲାନିରେ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କଣ୍ଡକ୍ଟର ସୌମ୍ୟ ରଞ୍ଜନ ଦାସ(୨୪)ମୃତ ହୋଇଥିବା ବେଳେ ବସ ଚାଳକ ଟୁଟୁ…
ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟାଭିଡ଼ିଲା କନ୍ଧମାଳ ପୋଲିସ: ବିଭିନ୍ନ ସ୍ଥାନରେ ଖୋଲିଲା ବିଏସଏଫ କ୍ୟାମ୍ପ
ଦାରିଙ୍ଗବାଡି, ୧୧/୧୦ (ଅରୁଣ ସାହୁ): ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟା ଭିଡିଛି କନ୍ଧମାଳ ପୋଲିସ। ଗତ କିଛି ଦିନ ହେଲା ମାଓବାଦୀ କନ୍ଧମାଳ ଜିଲା ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୁଣି ନିଜ ଉପସ୍ଥିତ ଜାହିର କରିଥିବା ପୋଲିସ ପାଇଁ…
ଦିଗହରା ଆଦି ସେବାକେନ୍ଦ୍ର: ଆରମ୍ଭରୁ ଯୋଜନାରେ ବିଭ୍ରାଟ
ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ): ଜନଜାତି ସାମ୍ପ୍ରଦାୟର ଜୀବନଜୀବିକା ସ୍ବାବଲମ୍ବୀ କରାଇବା ସହ ନିଜ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ସୁରକ୍ଷାକୁ ଶକ୍ତିଶାଳୀ କରିବା ଜନସଚେତନ କରି ନିଜ ଅଞ୍ଚଳକୁ ବିକାଶ ଦିଗରେ ଆଗଧାଡିରେ ରଖିବା ନିଜ ଅଞ୍ଚଳର ଉନ୍ନତି…
୨୫ ଦିନ ହେଲା କଳିଙ୍ଗା ଘାଟି ରାସ୍ତା ବନ୍ଦ: ଦୁର୍ଦ୍ଦିନରେ ବ୍ୟବସାୟୀ
ଜି.ଉଦୟଗିରି,୧୦ା୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ୧୫୭ ନଂ. ଜାତୀୟ ରାଜପଥ କଳିଙ୍ଗା ଘାଟିରେ ସେପ୍ଟେମ୍ବର ୧୬ରେ ଭୂସ୍ଖଳନ ହୋଇଥିଲା। ଫଳରେ ୨୫ ଦିନ ହେବ ରାଞ୍ଚି-ବିଜୟୱାଡା କରିଡର ବନ୍ଦ ରହିଛି। ଏହାକୁ ନେଇ କନ୍ଧମାଳ ଜିଲାବାସୀ ନାହିଁ ନ…
ବଜ୍ରପାତରେ ଗୁରୁତର ଛାତ୍ର ସୁସ୍ଥ ହୋଇ ଘରକୁ ଫେରିଲେ, ପରିବାରରେ ଖେଳିଗଲା ଆନନ୍ଦ
ଦାରିଙ୍ଗବାଡ଼ି,୧୦ା୧୦(ଅରୁଣ ସାହୁ): ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଏଭଳି ଉକ୍ତିକୁ ଯଦି ଦେଖିବା ତେବେ ବଜ୍ରପାତରେ ଗୁରୁତର ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ଗୁରୁତର ହୋଇ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତେବେ ସେ…
ବର୍ଷାରେ ବେହାଲ ରାସ୍ତା, ସାମାନ୍ୟ ବର୍ଷିଲେ ସୃଷ୍ଟି ହେଉଛି ବନ୍ୟାର ଭ୍ରମ
ଦାରିଙ୍ଗବାଡ଼ି,୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଗତ କିଛି ମାସ ହେଲା ବର୍ଷା ହେଉଥିବା ବେଳେ ୩ ତାରିଖଠାରୁ ନିୟମିତ ବର୍ଷା ହେଉଛି। ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେଉଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳରେ ଏହି ବର୍ଷା ଲୋକଙ୍କୁ ଦୁଃଖ…
ଦାରିଙ୍ଗବାଡ଼ିରେ ଦେବଗଡ଼ ଜିଲା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା, ସ୍ବାବଲମ୍ବୀ ହେବାକୁ ଖୋଜୁଛନ୍ତି ବାଟ
ଦାରିଙ୍ଗବାଡ଼ି,୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଦେବଗଡ଼ ଜିଲାରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୯ ଜଣିଆ ଟିମ୍ ଆସିଛନ୍ତି। ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ସ୍ବ ରୋଜଗାରକ୍ଷମ ହେବା ସହ ସଶକ୍ତ…
ମତ୍ସ୍ୟ ଚାଷ ପ୍ରତି ଆଗ୍ରହ ବୃଦ୍ଧି ଲକ୍ଷ୍ୟ: ମାଛ ବଞ୍ଚାଇବାର ଉପାୟ ଶିଖିଲେ ଚାଷୀ
ଦାରିଙ୍ଗବାଡି, ୯।୧୦ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବିଭିନ୍ନ ଚାଷ ସମ୍ପର୍କରେ ଚାଷୀର ଅନୁଭୂତି ରହିଥିଲେ ମଧ୍ୟ ମତ୍ସ ଚାଷୀଙ୍କ ଦକ୍ଷତା ବା ଅନୁଭୂତି ନ ଥିବାରୁ ଚାଷୀ ଏହି ଚାଷ କରିବାକୁ ଅମଙ୍ଗ ହେଉଛନ୍ତି। ଫଳରେ…
ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣା: ଦାରିଙ୍ଗବାଡ଼ି ଓକିଲ ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ
ଦାରିଙ୍ଗବାଡି, ୮।୧୦(ଅରୁଣ ସାହୁ ): ବ୍ରହ୍ମପୁରଠାରେ ବରିଷ୍ଠ ଓକିଲ ତଥା ଓକିଲ ସଙ୍ଘର ରାଜ୍ୟ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଏହାର ପ୍ରତିବାଦରେ ଦାରିଙ୍ଗବାଡି ଓକିଲ ସଙ୍ଘ ପକ୍ଷରୁ ବୁଧବାର କଲମ ଛାଡ଼ ଆନ୍ଦୋଳନ…
ମାନସିକ ଅନଗ୍ରସରଙ୍କୁ ଅପମାନିତ କଲେ ବିଏସଏସଓ: ବୁଦ୍ଧିଜୀବୀ ମହଲରେ ନିନ୍ଦା
ଦାରିଙ୍ଗବାଡି, ୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପରିସର ମଧ୍ୟରେ ବୁଧବାର ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଏକାଧିକ ତ୍ରୁଟିକୁ ନେଇ ଜନ ଅସନ୍ତୋଷ ଦେଖାଯାଇଥିଲା। ଦାରିଙ୍ଗବାଡିରେ ଏହି ଶିବିରକୁ ଶହ ଶହ…
ବିପଦ ପାଲଟିଛି ଗୁମାଡ଼ି ନଦୀ, ରାସ୍ତା ସମ୍ପ୍ରସାରଣ ଦାବି
ଦାରିଙ୍ଗବାଡ଼ି,୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବୁଡ଼ାଗୁଡ଼ାକୁ ସଂଯୋଗ କରୁଥିବା ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଅସ୍ଥାୟୀ ପୋଲ ଧୋଇ ହୋଇଯିବା ପରେ ବିକଳ୍ପ ରାସ୍ତା ଭାବେ ତିଲୋରୀଠାରୁ ଲକଟି ଗ୍ରାମ ଦେଇଯାଇଥିବା ୫୯ ନଂ ଜାତୀୟ ରାଜପଥକୁ…
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ଯୋଗଦେଲେ ଶତାଧିକ ରୋଗୀ
ଦାରିଙ୍ଗବାଡି,୮।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବିଭାଗର ଡାକ୍ତରୀ ଦଳ ପହଞ୍ଚି ରୋଗୀଙ୍କୁ ପରୀକ୍ଷା…

