ପ୍ରାଣୀସମ୍ପଦର ଅଭିବୃଦ୍ଧି ପାଇଁ ପ୍ରୟାସ, ପ୍ରଥମଥର ନିଆଗଲା ଏମିତି…

ଦାରିଙ୍ଗବାଡ଼ି,୧୧ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ପାଇଁ ପ୍ରଥମଥର ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଚାଷ କରି ପ୍ରତିପୋଷଣ ହେଉଥିବା ଚାଷୀଙ୍କୁ ପ୍ରୋତ୍ସାହନ କରାଯିବା ସହ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ପାଇଁ ବ୍ଲକସ୍ତରୀୟ ମେଳାର ଆୟୋଜନ କରାଯାଇଛି। ଏହି ମେଳାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମତ୍ସ୍ୟ ଚାଷ ପ୍ରତି ରହିଥିବା ବିଭିନ୍ନ ଯୋଜନା ଓ ସହାୟତା ଋଣ ଓ ମତ୍ସ୍ୟକୁ ପାଳନ କରିବାର ଉପାୟ ସହ ପ୍ରାଣୀସମ୍ପଦର ସୁରକ୍ଷା ଓ ଏହି ଚାଷ ବିଶେଷ କରି ଛେଳି, ଗୋରୁ ପାଳନ ସହ ଘରେ କୁକୁଡ଼ା, ବତକ ଆଦି ପାଳନ କରି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ କୁହାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ଦିପ୍ତୀରଞ୍ଜନ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସଭାପତିତ୍ୱରେ ପ୍ରାଣୀଧନ ଚିକିତ୍ସକ ବନ୍ଦିତା ମିଶ୍ରଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁଚରଣ ପ୍ରଧାନ, ଜି. ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ପ୍ରମୋଦ ଦିଗାଲ, ଜିଲା ମୁଖ୍ୟ ପ୍ରାଣୀଧାନ ଚିକିତ୍ସକ ଭଗବତ ଘୋଷ, ଜିଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ ରୋଜାଲିନି ଦାସ, ୧୦ ନଂ ଜୋନ୍‌ ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ,୧୧ ନଂ ଜିଲାପରିଷଦ ସଦସ୍ୟା ଦୀପିକା ମୁଠାମାଝୀ ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ ମଞ୍ଚାସୀନ ରହି ଉପସ୍ଥିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଦାସକାଠିଆ ମାଧ୍ୟମରେ ଚାଷୀଙ୍କୁ ସଚେତନ କରିବା ସହ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲିକଙ୍କ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନ କରାଯାଇଥିଲା।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri