କନ୍ଧମାଳ

ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ, ମହିଳା ଅର୍ଦ୍ଧଦଗ୍ଧ

ଦିଗପହଣ୍ଡି,୫ା୧୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୂଆସାହିରେ ରନ୍ଧନ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡିଛି। ସେ ହେଲେ ସଙ୍ଗୀତା ବେହେରା। ବୁଧବାର ରାତିରେ ସଙ୍ଗୀତା ରୋଷେଇ କରୁଥିବା ବେଳେ...

୩୩ ଶିଶୁଙ୍କ ବିକୃତ ପାଦ ଅସ୍ତ୍ରୋପଚାର

ଫୁଲବାଣୀ ଅଫିସ, ୫ା୧୨- କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଜନ୍ମଗତ ପାଦ ବିକୃତ ଅସ୍ତ୍ରୋପଚାର ଶିବିର ଉଦ୍‌ଘାଟିତ ହୋଇଛି। ଜିଲାପାଳ ଡା. ବୃନ୍ଦା ଡି. ଏହାକୁ ଉଦ୍‌ଘାଟନ କରିଥିଲେ। କଟକ ଜିଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ...

ବାଲିଗୁଡ଼ା ପୋଲିସର ଅବକାରୀ ଧରପଗଡ଼:  ୫ ମଦବେପାରୀ, ୪ ନିଶାସକ୍ତ ଚାଳକ ଗିରଫ

ବାଲିଗୁଡା,୫ା୧୨(ଡି.ଏନ୍‌.ଏ.)-ବାଲିଗୁଡା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ମହୁଲି ମଦ କାରବାର କରୁଥିବା ୫ ଜଣକୁ ଗିରଫ କରିବା ସହ ୪ ନିଶାସକ୍ତ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ମଦ ବେପାରୀମାନେ ହେଲେ...

୨୬ କି.ମି. ଚାଲିଲେ ୫୪ ଛାତ୍ର

ତୁମୁଡିବନ୍ଧ,୫ା୧୨(ଡି.ଏନ୍‌.ଏ.)- ଦୀର୍ଘଦିନଧରି ଶିକ୍ଷକ ପଦବୀ ପୂରଣ ହେଲାନି, ପାଠ ପଢାରେ ବହୁ ଅସୁବିଧା ହେଲା, ଶେଷରେ ଛାତ୍ରମାନେ ପାହାଡ଼ ପର୍ବତ ଘେରା ୨୬ କି.ମି. ରାସ୍ତା ଚାଲିଚାଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରଶାସନକୁ ଗୁହାରି ଜଣାଇଲେ। ଏପରି ଏକ ଅଭାନୀୟ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ବସ୍‌ ଚାଳକ ଅଟକ

ଦାରିଙ୍ଗବାଡ଼ି,୫।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘରୋଇ ବସ୍‌ ଚାଳକଙ୍କ ଆକ୍ରମଣରେ ଗ୍ରାମର ମହାଦେବ ମାଝୀ ଗୁରୁତର ଆହତ ହୋଇଛନ୍ତି। ବୁଧବାର ପୂର୍ବାହ୍ନରେ ମହାଦେବ ତାଙ୍କ ୨ ଭାଇଙ୍କ ସହ ଦାରିଙ୍ଗବାଡ଼ି ଥାନାକୁ ଅଭିଯୋଗ କରିବାକୁ...

ମାଓବାଦୀ ନାଁରେ ଧମକପୂର୍ଣ୍ଣ ଚିଠି

ରାଇକିଆ,୪ା୧୨(ଡ଼ି.ଏନ.ଏ): ରାଇକିଆ ଥାନା ରଣବା ପଞ୍ଚାୟତରୁ ଢିମିରିପଲ୍ଲୀ ରାସ୍ତାରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ମାଓବାଦୀ ନାଁରେ ଏକ ଧମକପୂର୍ଣ୍ଣ ଚିଠି ମରାଯାଇଛି। ସେଥିରେ ଅଞ୍ଚଳର କେତେଜଣ ଠିକାଦାର ଓ ରାଜନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ରହିଛି। ଏହି ବ୍ୟକ୍ତିମାନେ...

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌: ଜଣେ ମୃତ, ୨ ଗୁରୁତର

ଫୁଲବାଣୀ ଅଫିସ,୪।୧୨: କନ୍ଧମାଳ ଜିଲା ଫୁଲବାଣୀ ଏଫ୍‌ସିଆଇ ଛକର ନିଶ୍ୱାସ କଲେଜ ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ କାର୍‌ (ଓଆର୍‌୦୫ଏଲ୍‌ ୯୧୯୧) ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା...

ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ: ତୁରନ୍ତ ନିଯୁକ୍ତି ଦାବିରେ ୨୬ କିମି ଚାଲିଲେ ଛାତ୍ର

ତୁମୁଡ଼ିବନ୍ଧ,୪।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀର ୫୪ଜଣ ଛାତ୍ର ଶିକ୍ଷକ ଦାବିରେ ୨୬ କିମି ବାଟ ଚାଲିଛନ୍ତି। ମଙ୍ଗଳବାର ରାତି ୩ଟାରେ ବିଦ୍ୟାଳୟ ହଷ୍ଟେଲରୁ ବାହାରି ଛାତ୍ରମାନେ...

ଦାରିଙ୍ଗବାଡିରେ ଚଳିତମାସର ପହିଲି ଶୀତ, ଖସିଲା ପାରଦ

ଦାରିଙ୍ଗବାଡି,(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ପୁଣି ଶୀତ ଫେରିଛି। ଚଳିତ ମାସର ଏହା ପ୍ରଥମ ଶୀତ ହୋଇଥିବାବେଳେ ତାପମାତ୍ରା ୧୨ଡିଗ୍ରୀରୁ ଖସି ଆସି ବୁଧବାର ସକାଳ ୮ଟା ସୁଦ୍ଧା ୯.୫ଡିଗ୍ରୀରେ ପହଞ୍ଚିଛି। ପାଗ ମେଘୁଆ ଥିବାରୁ ଗତ କିଛି...

ଦୁର୍ଗମ ଅଞ୍ଚଳକୁ ରାସ୍ତା କାମ ଶୁଭାରମ୍ଭ

ଖଜୁରିପଡ଼ା,୪ା୧୨-କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ଜାଣମେଣି, କାଳିଆମ୍ବା ଓ ଦୁର୍ଗମ ଅଞ୍ଚଳ ଗ୍ରାମବାସୀଙ୍କ ଦୀର୍ଘବର୍ଷର ଅଭିଯୋଗ ପରେ ରାସ୍ତା କାମ ଆରମ୍ଭ ହୋଇଛି। ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ବର୍ଷେ ତଳେ ଦେଇଥିବା ପ୍ରତିଶ୍ରୁତି ପାଳନ...

ପ୍ରଧାନଶିକ୍ଷକଙ୍କ ବିରୋଧରେ ବିଇଓଙ୍କୁ ଅଭିଯୋଗ

ଫିରିଙ୍ଗିଆ,୪ା୧୨: ଫିରିଙ୍ଗିଆ ବ୍ଲକ ଗେରୁପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କୁଲ ପରିଚାଳନା କମିଟିକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ା ପରିଚାଳନା କମିଟିର ସଦସ୍ୟମାନେ ଏ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ...

୨ ଅଟୋ ସହ ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ,୪ା୧୨: ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ୨ଟି ଅଟୋକୁ ଫିରିଙ୍ଗିଆ ପୋଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଏଥିରେ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି।...

ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଜିଲାପାଳ

ଦାରିଙ୍ଗବାଡ଼ି,୪।୧୨(ଡି.ଏନ.ଏ)-କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ମଙ୍ଗଳବାର ଦାରିଙ୍ଗବାଡ଼ି ଗସ୍ତ କରିଛନ୍ତ। ପ୍ରଥମେ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରିବା ସହ ତହସିଲଦାର ନୀତିଶ ତ୍ରୀପାଠିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଚାଲିଥିବା...

ପରିବାରର ବୋଝ ନୁହନ୍ତି ଦିବ୍ୟାଙ୍ଗ

ଫୁଲବାଣୀ ଅଫିସ,୪ା୧୨-ଦିବ୍ୟାଙ୍ଗମାନେ ପରିବାର କିମ୍ବା ସମାଜର ବୋଝ ନୁହଁନ୍ତି ବୋଲି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପ୍ରକାଶ କରଛନ୍ତି। ଫୁଲବାଣୀସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ...

ଶିକ୍ଷା, ସ୍ବାସ୍ଥ୍ୟ ଅଧିକାର ଦାବିରେ ରାଲି

ଫୁଲବାଣୀ ଅଫିସ, ୩ା୧୨: ଶିକ୍ଷା, ସ୍ବାସ୍ଥ୍ୟ ଆମ ଅଧିକାର ଦାବି ନେଇ ଫୁଲବାଣୀରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ଏକ ରାଲି ସୋମବାର ମାଦିକୁନ୍ଦା ଛକରୁ ରାଲି ବାହାରି ସହର ପରିକ୍ରମା କରିଥିଲା। ୨୦୧୦ରୁ...

ଜି.ଉଦୟଗିରିରେ ମୋଟରଯାନ ଯାଞ୍ଚ କଡ଼ାକଡ଼ି: ୨୨,୫୦୦ ଟଙ୍କା ଜରିମାନା ଆଦାୟ

ଜି.ଉଦୟଗିରି,୩ା୧୨(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ପକ୍ଷରୁ ଆଇଆଇସି ଧୀରେନ ଲେଙ୍କାଙ୍କ ତତ୍ତ୍ବାବଧାନରେ ରବିବାରରୁ ମଟର ଯାନ ଯାଞ୍ଚ କଡ଼ାକଡ଼ି କରାଯାଉଛି। ସହରର ବନ୍ଧଛକ, ଶ୍ରୀରାମପଦା, ଗାନ୍ଧିଛକ, ବରାଳିନି ମାର୍କେଟ ଆଦି ସ୍ଥାନରେ ସମୂଦାୟ ୭୦ ଗାଡ଼ି ପୋଲିସ ଯାଞ୍ଚ କରିି ବିନା ହେଲମେଟ,...

କୃଷ୍ଣ ବଗର୍ତ୍ତି ହତ୍ୟା ଘଟଣା ଆଉ ଜଣେ ଗିରଫ

ଫିରିଙ୍ଗିଆ/କେଳାପଡା, ୩ା୧୨: ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗେରୁପଡ଼ାରେ କୃଷ୍ଣଚନ୍ଦ୍ର ବଗର୍ତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ସୋମବାର ଆଉ ଜଣଙ୍କୁ ଗିରଫ କରିଛି। ସେ ହେଲେ ପାଙ୍ଗା ଅଞ୍ଚଳ ତମତିଙ୍ଗିଆର ହରିଶ୍ଚନ୍ଦ୍ର କହଁର ା ରବିବାର ବେହେଙ୍ଗିଆର ସିମନ କହଁରଙ୍କୁ...

କୁର୍କୁନପାଲିରେ ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁଷ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩ା୧୨-କନ୍ଧମାଳ ଜିଲାରେ ମିଶନ ଇନ୍ଦ୍ରଧନୁଷ୍‌ ୨.୦ କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି ା ଫିରିଙ୍ଗିଆର କୁର୍କୁନପାଲି ଗ୍ରାମରେ ଅନୁଷ୍ଠିତ ଜିଲାସ୍ତରୀୟ ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲାପାଳ ଡା.ବୃନ୍ଦା ଡି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ...