କନ୍ଧମାଳ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି: ୨୨୯ଟି ଅଭିଯୋଗ ଶୁଣିଲେ…

ଦାରିଙ୍ଗବାଡି, ୧୦ ।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ସୋମବାର ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ଅଭିଯୋଗ ଶୁଣିଛନ୍ତି । ସେ ମୋଟ ୨୨୯ଟି ଅଭିଯୋଗ ଶୁଣିଛନ୍ତି। ସେଥିରେ ବ୍ୟକ୍ତିଗତ ୧୨୨ ଟି ଅଭିଯୋଗ ଶୁଣିଥିବା ବେଳେ ମୋଟ ୧୦୭ ଟି ସାମୂହିକ ଅଭିଯୋଗ ଶୁଣିଛନ୍ତି। ଏଥିରେ ରାସ୍ତା, ମୋବାଇଲ ନେଟୱର୍କ, ଷ୍ଟ୍ରିଟ ଆଲୁଅ, ଅନ୍ତଦୋୟ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ଅଗ୍ରିମ ଅନୁଦାନ ମିଳିନଥିବା, ଭଳି ଅଭିଯୋଗ ରହିଥିଲା। ସିମନବାଡି ଠାରୁ ସିକକେତା ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣରେ ବିଳମ୍ବ, ଲଷ୍ମୀବସ୍‌କୁ ବାଡାବାଙ୍ଗାରୁ ସିକନବାଡି ପର୍ଯ୍ୟନ୍ତ ନେବା ବ୍ୟବସ୍ଥା, ବିଭିନ୍ନ ପଞ୍ଚାୟତରେ ପିଇବା ପାଣି ସମସ୍ୟା, ରାଇପୁରଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଦାରିଙ୍ଗବାଡିଠାରୁ ସିମନବାଡି ଓ କ. ନୂଆଗାଁ ପର୍ଯ୍ୟନ୍ତ ସୋଲାର ଷ୍ଟ୍ରିଟ ଲାଇଟ୍‌ଗୁଡିକ ଚୋରି ହୋଇଥିବା ବେଳେ ତାକୁ ପୁନଃ ଆଲୁଅ ବ୍ୟବସ୍ଥା କରାଯିବା ଅଭିଯୋଗ ରହିଥିଲା। ସେହିପରି ପ୍ଳିହେରୀ ପଞ୍ଚାୟତରୁ ସର୍ବାଧିକ ଅନ୍ତୋଦ୍ୱୟ ଯୋଜନାରେ ଗତ ଜୁନ ମାସରୁ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ସେମାନଙ୍କୁ ଅଗ୍ରିମ ଅନୁଦାନ ପ୍ରଦାନ କରାଯାଇନଥିବା, ସରାମୁଳିରେ ବିଏସଏନଏଲ ଟାୱାର ରହିଥିଲେ ମଧ୍ୟ ଅଚଳ ରହିଥିବାବେଳେ ସେଠାରେ 4g କିମ୍ବା 5g ନେଟୱାର୍କ ସ୍ଥାପନ ପାଇଁ ଦାବି କରାଯାଇଛି। ସେହିପରି ପୋଖରୀ, ସ୍ବାସ୍ଥ୍ୟଜନିତ ବହୁ ଅଭିଯୋଗ ପହଞ୍ଚିଥିଲା। ଦାରିଙ୍ଗବାଡିରେ ଦୀର୍ଘ ଏକ ଦଶନ୍ଧି ଧରି ଶୀତ ମହୋତ୍ସବ ପାଳନ କରାଯାଉଥିବା ବେଳେ ୨୦୧୫ରେ ଏହି ମହୋତ୍ସବକୁ ସରକାର ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ କରିଥିଲେ। ତେଣୁ ଚଳିତ ବର୍ଷକୁ ଏହାକୁ ପୁନଃ ସରକାର ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ଭାବେ ଘୋଷଣା କରନ୍ତୁ ବୋଲି ଦାରିଙ୍ଗବାଡିର ବରିଷ୍ଠ ନାଗରିକ ସଙ୍ଘର ସଭାପତି ରମେଶ ଚନ୍ଦ୍ର ସାହୁ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ,ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ,ଆଇନଜୀବୀ ହରେନ କୁମାର ସାହୁ, ଭାଲୁ ସାହୁ ପ୍ରମୁଖ ଲିଖିତ ଅଭିଯୋଗ କରିଥିଲେ। ସେହିପରି ପ୍ଳିହେରୀ ସରପଞ୍ଚ ପାଉଲ ପ୍ରଧାନ, ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ,ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ, ସରାମୁଳିର ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ମୁଠାମାଝି, କୁମ୍ଭାତିଗାଁର ପୂର୍ବତନ ସରପଞ୍ଚ ସୁନାର ସିଂ ମାଝୀଙ୍କ ସମେତ ବହୁ ଲୋକପ୍ରତିନିଧି, ବୁଦ୍ଧିଜୀବୀ ଅଭିଯୋଗ କରିଥିଲେ । ତେବେ କିଛି ଅଭିଯୋଗର ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମାଧାନ ହୋଇପାରିନଥିବା ଯୋଗୁଁ ଜନ ଅସନ୍ତୋଷ ଦେଖାଯାଉଛି। ଏହି ଅଭିଯୋଗ ଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଏସପି ହରିଶ ବିଶି, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ବୁନାଥ ନନ୍ଦୀ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦାନ କରିଥିଲେ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?