ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କୁ ମିଳୁନି ଶୁଦ୍ଧ ପାନୀୟ ଜଳ, ବଣଭୋଜି ପାଇଁ ଆସି ହେଉଛନ୍ତି ହଟହଟା

ଦାରିଙ୍ଗବାଡ଼ି,୧୦ା୧୧(ଅରୁଣ ସାହୁ): ଆସିଲା ପର୍ଯ୍ୟଟନ ଋତୁ। ଦୈନିକ ଶହ ଶହ ପର୍ଯ୍ୟଟକ  ପରିବାର ସାଙ୍ଗସାଥୀ ସହ ଆସି ଦାରିଙ୍ଗବାଡ଼ି ବୁଲିବା ସହ ବଣଭୋଜି କରି ମଜା ନିଅନ୍ତି। ଦାରିଙ୍ଗବାଡ଼ିର ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଥିବା ବେଳେ କିସୁବାଡ଼ି ଜଳପ୍ରପାତ, ଡୁଲୁରୀ ପାଇନବଣ ଏବଂ ମିଡିୟୁବାନ୍ଦା ଜଳପ୍ରପାତରେ ଅଧିକ ପର୍ଯ୍ୟଟକ ବଣଭୋଜି କରି ମଜାନେବା ନଜିର ରହିଛି। କିନ୍ତୁ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି।

ଏହି ସବୁ ପର୍ଯ୍ୟଟନକ୍ଷେତ୍ରରେ ପିଇବା ପାଣି ପାଇଁ ପର୍ଯ୍ୟଟକ ହଇରାଣ ଭୋଗୁଛନ୍ତି। ସର୍ବାଧିକ ଡୁଲୁରୀ ପାଇନ ବଣରେ ବଣଭୋଜି କରି ମଜାନେଉଥିବା ବେଳେ ମାତ୍ର ୨ ଟି ନଳକୂପ ରହିଛି। ଏବଂ ଉକ୍ତ ନଳକୂପରୁ ଆଇରନଯୁକ୍ତ ପାଣି ସହ ଗୋଳିପାଣି ବାହାରୁଛି। ଯାହାକି ପିଇବା ଓ ଭୋଜି ରାନ୍ଧିବା ପାଇଁ କାର୍ଯ୍ୟରେ ଲାଗୁନାହିଁ। ପର୍ଯ୍ୟଟକମାନେ ଏଥିପାଇଁ ଅସନ୍ତୋଷ ହେବା ସହ ବାହାର ଦୋକାନରୁ ଉଚ୍ଚ ଦରରେ ପାଣି କିଣି ଖର୍ଚ୍ଚାନ୍ତ ହେଉଛନ୍ତି। ପାଣି ଗୋଟିଏ ଲିଟର ବୋତଲ ୫୦ଟଙ୍କା ବଦଳରେ କଳାବଜାରରେ ୨ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଫଳରେ ପର୍ଯ୍ୟଟକ ଅସନ୍ତୋଷ ହେଉଛନ୍ତି।

ଏନେଇ ଉକ୍ତ ଡୁଲୁରୀ ପାଇନବଣ ରହିଥିବା ପ୍ଳିହେରୀ ସରପଞ୍ଚ ପାଉଲ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ଅଞ୍ଚଳରେ ବର୍ଷା ଲାଗିରହିଥିଲା। ତେଣୁ ପର୍ଯ୍ୟଟକ ଆସୁ ନ ଥିଲେ। ଫଳରେ ନଳକୂପଗୁଡିକ ବ୍ୟବହାର ହେଉ ନ ଥିଲା। ତେଣୁ ଏବେ ବ୍ୟବହାର କରାଗଲେ ଭଲ ପାଣି ଆସିବ। ଯଦି ନ ଆସେ ତେବେ ମରାମତି କରିବୁ ବୋଲି ସେ କହିଛନ୍ତି। ଏଥିସହ ଶୌଚାଳୟ ଖୋଲୁ ନ ଥିବା ସମ୍ପର୍କରେ ସରପଞ୍ଚ କହିଛନ୍ତି, ବିଦ୍ୟୁତ ସଂଯୋଗ ହୋଇ ନ ଥିବାରୁ ଟାଙ୍କିକୁ ପାଣି ଯୋଗାଣ ହୋଇପାରନି। ବିଦ୍ୟୁତ୍‌ ସଂଯୋଗ ପରେ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?