ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି

ଦାରିଙ୍ଗବାଡି, ୧୦।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିଛି। ରାଜ୍ୟରେ ସବୁଠାରୁ ଶୀତଳ ବ୍ଲକ ଭାବେ ପରିଚିତ ଦାରିଙ୍ଗବାଡିରେ ପ୍ରତିବର୍ଷ ଜାନୁୟାରୀରେ ଶୀତ ମହୋତ୍ସବ ପାଳନ ହେଉଛି। ତେବେ ୨୦୧୫ରେ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ପାଳିତ ହୋଇଥିଲା ତା’ପରଠାରୁ ଏହି ମହୋତ୍ସବ ରାଜ୍ୟ ସ୍ତରୀୟ ହେଉନଥିବା ବେଳେ ସ୍ଥାନୀୟ ଲୋକ ଓ ସ୍ଥାନୀୟ ପ୍ରଶାସନର ସହାୟତରେ ମହୋତ୍ସବ ପାଳନ କରାଯାଉଛି, ଯାହାକି ରାଜ୍ୟ ସ୍ତରୀୟ ଢାଞ୍ଚାରେ କରାଯାଉଛି।

ପ୍ରତ୍ୟେକ ବର୍ଷ ଭଳି ଆସନ୍ତା ୨୦୨୬ ଜାନୁୟାରୀରେ ମଧ୍ୟ ଏହି ମହୋତ୍ସବ ପାଳନ କରାଯିବ ଏଥିପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏହାକୁ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ କରାଯିବାକୁ ଜିଲାପାଳଙ୍କୁ ଅବଗତ କରାଯିବାକୁ ନିଷ୍ପତି ନିଆଯାଇଥିଲା। ଏହି ଅବସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ ଦାରିଙ୍ଗବାଡି ଶୀତ ମହୋତ୍ସବ ପାଳନ କମିଟି ପକ୍ଷରୁ ଜିଲାପାଳଙ୍କୁ ଲିଖିତ ଦାବି କରାଯାଇଛି। ଏଥିରେ ଜିଲାପାଳ ବେଦ ଭୂଷଣ ଅଭିଯୋଗ ପତ୍ର ଗ୍ରହଣ କରି ସରକାରଙ୍କୁ ଜଣାଇବି ବୋଲି ପ୍ରତିଶୃତି ଦେଇଛନ୍ତି। ଦାରିଙ୍ଗବାଡି ବରିଷ୍ଠ ନାଗରିକ ମଞ୍ଚର ସଭାପତି ରମେଶ ଚନ୍ଦ୍ର ସାହୁ, ଆଇନଜୀି ହରେନ ସାହୁ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଭାଲୁ ସାହୁ ପ୍ରମୁଖ ଏହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସି ପଡ଼ିଲେ ଧରା: ୧୦ ମାସ ହେଲା କେଟିଏମ୍‌ ଚଢ଼ି ବୁଲୁଥିଲେ, ଧରିପକାଇଲା… 

ଦିଗପହଣ୍ଡି,୯।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁ ଛକରୁ ଗତ ୨୦୨୫ ଜୁଲାଇ ୩୧ ତାରିଖରେ ଏକ କେଟିଏମ ବାଇକ ଚୋରି ଘଟଣାରେ…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଜିଏସଟି ସୁପରିଟେଣ୍ଡେଣ୍ଟ, ବାନ୍ଧିଲା CBI

ବାଲେଶ୍ବର,୯।୫ ବାଞ୍ଛାନିଧି ଦେ): ଲାଞ୍ଚ ନେଉଥିବାବେଳେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର (ସିଜିଏସଟି)ବିଭାଗର ବାଲେଶ୍ବର ଆଞ୍ଚଳିକ ଅଧୀକ୍ଷକ (ଟେକ୍ନିକାଲ  ସୁପରିଟେଣ୍ଡେଣ୍ଟ) ଓମ ପ୍ରକାଶ ନାୟକଙ୍କୁ ସିବିଆଇ ଟିମ…

ସୌମ୍ୟଙ୍କ ମୃତ୍ୟୁକୁ ନେଇ ସାଂଘାତିକ କଥା କହିଲେ ସାଙ୍ଗ ଓମ୍‌, ଯୁବତୀଙ୍କୁ ମାଡ଼ ମାରିଥିଲେ ହେଲେ…

ଭୁବନେଶ୍ୱର,୯।୫: GRP କନଷ୍ଟେବଲ ସୌମ୍ୟଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଖୁଲାସ କଲେ ସାଙ୍ଗ ଓମ ପ୍ରକାଶ। ଦୁଇ ଯୁବତୀ ଆଣିଥିବା ଅଭିଯୋଗକୁ ଓମ୍‌ ଖଣ୍ଡନ କରିଛନ୍ତି। ତେବେ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ଭୋଜି ଖାଇ ବର୍ତ୍ତିଆ ଗାଁରେ ଝାଡାବାନ୍ତି; ୮୦ରୁ ଅଧିକ ଆକ୍ରାନ୍ତ, ଗାଁରେ ଡାକ୍ତରୀ ଦଳ

ଖପ୍ରାଖୋଲ, ୯।୫(ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ବର୍ତ୍ତିଆ ଗାଁରେ ବାହା ଭୋଜି ଖାଇ ୮୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ଭାଜପା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ସୌଦାମିନୀ ଦେହୁରୀ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦେବଗଡ,୯।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଭାଜପାର ଜିଲା ମହିଳା ମୋର୍ଚ୍ଚା ସଭା ନେତ୍ରୀ ସୌଦାମିନୀ ଦେହୁରୀଙ୍କୁ ଦେବଗଡ଼ ଜିଲା ପାଇଁ ଦାୟିତ୍ୱ ମିଳିଛି। ଦାୟିତ୍ୱ ଦେଇ ଥିବାରୁ…

ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାଁ ଘୋଷଣା କଲା ଭାଜପା: ଭୋଳି ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାମ ଶୁକ୍ରବାର ଘୋଷଣା…

ଅବିନାଶ ନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ଯୁବ ମୋର୍ଚ୍ଚା ଜିଲା ସଭାପତିଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri