କଳାହାଣ୍ଡି

ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ: ଫଳାଫଳ ଘୋଷଣା ଉପରେ ରହିତାଦେଶ

କର୍ଲାମୁଣ୍ଡା, ୧ା୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ପୂର୍ବ କାର୍ଯ୍ୟସୂଚୀ ଅନୁଯାଇ ମଙ୍ଗଳବାର ମଧ୍ୟାହ୍ନରେ ଭୋଟ ଗ୍ରହଣ କରାଯାଇଥିଲା। ହେଲେ ଅଧ୍ୟକ୍ଷା ହାଇକୋର୍ଟରୁ...

ଭିଜିଲାନ୍ସ ଜାଲରେ ଡିଆର୍‌ଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି

ଭବାନୀପାଟଣା, ୩୧।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମୁଖ୍ୟ କିରାଣି ହରପ୍ରସାଦ ଆଚାର୍ଯ୍ୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି। ଭବାନୀପାଟଣାସ୍ଥିତ ରାମନଗର ପଡା, ମନ୍ଦାରବଗିଚା ପଡା...

ମହିଳା ଖବରଦାତାଙ୍କୁ ଆକ୍ରମଣ ପ୍ରତିବାଦ: ଭବାନୀପାଟଣାସ୍ଥିତ ଗାନ୍ଧୀଛକଠାରେ ବିକ୍ଷୋଭ

ଭବାନୀପାଟଣା, ୩୦।୧୨(ଡି.ଏନ୍‌.ଏ.): ଭୁବନେଶ୍ୱରର ରସୁଲଗଡ଼ଠାରେ ଥିବା ଏସ୍‌ପ୍ଲାନେଡ୍‌ ମଲ୍‌ରେ ମହିଳା ଖବରଦାତାଙ୍କୁ ଆକ୍ରମଣ ଏବଂ ଅସଦାଚରଣ ଘଟଣାକୁ ନେଇ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଏହି ଘଟଣାରେ କଳାହାଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ...

କଳାହାଣ୍ଡି ପୋଲିସ ବିଭାଗରେ ଅଦଳବଦଳ

ଭବାନୀପାଟଣା, ୩୦।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପୋଲିସ ବିଭାଗରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଗୋଲାମୁଣ୍ଡା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କୁ ଜୟପାଟଣା ଥାନାକୁ ବଦଳି କରାଯାଇଥିବା ବେଳେ ଭବାନୀପାଟଣା ଟାଉନ ଥାନା ଆଇଆଇସି ବାସୁଦେବ ଛତ୍ରିଆଙ୍କୁ କୋକସରା ଆଇଆଇସି ଭାବେ ନିଯୁକ୍ତି...

ଧାନ ଉଠାଣ ବିଳମ୍ବ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ: ଧାନ ବସ୍ତା ରଖି ରାସ୍ତା ଅବରୋଧ

ଧର୍ମଗଡ଼, ୩୦।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ କୁଟୁରୁ ମଣ୍ଡିରେ ଧାନ ଉଠାଣ ଅବ୍ୟବସ୍ଥାକୁ ନେଇ ଚଷୀମାନେ ସୋମବାର ୨୬ନଂ. ଜାତୀୟ ରାଜପଥର କୁଟୁରୁ ଛକଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଉକ୍ତ ମଣ୍ଡିରେ ପାତରଅନ୍ତର ଓ ବ୍ୟାପକ...

ଭିଜିଲାନ୍ସ ଜାଲରେ ରେଞ୍ଜର

ଧର୍ମଗଡ,୩୦।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବନ ବିଭାଗ ରେଞ୍ଜର ଲକ୍ଷ୍ମଣ ଶବରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଲକ୍ଷ୍ମଣଙ୍କ ପୈତୃକ ଘର ଲଡୁଗାଁ, ଶ୍ୱଶୁର ଘର ତୁନଗାଁରେ ଏକକାଳୀନ ଚଢାଉ ଜାରି ରହିଥିବାବେଳେ ଜୁନାଗଡ ରେଞ୍ଜ ଅଫିସରେ ଗୋଟିଏ ଟିମ୍‌...

ଦାଦାବଟି ଲାଗି ମାଡ଼ ମାରିବା ଘଟଣା: ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଭବାନୀପାଟଣା,୨୯।୧୨(ଡି.ଏନ୍‌.ଏ.): କଳାହଣ୍ଡି ଜିଲା ଜୟପାଟଣା ଥାନା ବଡ଼କୁଟରୁ ଫାଣ୍ଡି ଅନ୍ତର୍ଗତ ବର୍ଚ୍ଛି ଛକ ନିକଟରେ ଦାଦାବଟି ଲାଗି ବିହାରୀ ଶ୍ରମିକଙ୍କୁ ସ୍ଥାନୀୟ ଯୁବକମାନେ ଗତ ୨୪ ତାରିଖ ରାତିରେ ଦଳଗତ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ ୫ ଜଣ...

୩ ସମବାୟ ସମିତି ଜରିଆରେ ୧ ଲକ୍ଷ ୩୦ ହଜାର ୮୮୫ କ୍ୱିଣ୍ଟାଲ ଧାନ କ୍ରୟ

କର୍ଲାମୁଣ୍ଡା,୨୯।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସମବାୟ ସମିତି ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହି ବ୍ଲକର କର୍ଲାମୁଣ୍ଡା ସମବାୟ ସମିତି, ଯୋରାଡବ୍ରା ସମବାୟ ସମିତି ଓ ଜୟ ମା’ ଦୁର୍ଗା ସ୍ବୟଂ ସହାୟକ...

ଜାନୁୟାରୀ ୧୧ରେ ନବୋଦୟ ପରୀକ୍ଷା

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟର ଶ୍ରେଣୀ ଚୟନ ପରୀକ୍ଷା ଆସନ୍ତା ୧୧ ତାରିଖ ଶନିବାର ଅନୁଷ୍ଠିତ ହେବ। ଏ ନେଇ ବିଦ୍ୟାଳୟ ଅଧ୍ୟକ୍ଷା ଏଲ୍‌. ମୀନା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।...

ଅଦିନିଆ ବର୍ଷା: ଖୋଲା ଆକାଶ ତଳେ ପଡ଼ିରହିଛି ଧାନ, ଚିନ୍ତାରେ ଚାଷୀ

ଭବାନୀପାଟଣା,୨୭।୧୨(ଡି.ଏନ୍‌.ଏ.): କୋହଲା ପାଗ ସାଙ୍ଗକୁ ଗତ ୨୫ତାରିଖ ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷ ଲାଗିରହିଛି। ଫଳରେ ଖୋଲା ଆକାଶ ତଳେ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନବସ୍ତା ପଡ଼ିରହିଛି। ଧାନ ଉଠାଣରେ ମିଲର୍ସଙ୍କ ଅବହେଳା ଯୋଗୁ...

ଜାନୁୟାରୀ ୮ରେ ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ହେବ ଧର୍ମଘଟ

ଭବାନୀପାଟଣା,୨୭।୧୨(ଡି.ଏନ୍‌.ଏ.) : କେନ୍ଦ୍ର ସରକାରଙ୍କ ଦରଦାମ୍‌ ବୃଦ୍ଧି ବନ୍ଦ, ଶ୍ରମିକମାନଙ୍କୁ ମାସିକ ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା ପ୍ରଦାନ, ସମାନ କାମକୁ ସମାନ ଦରମା, ମାସିକ ପେନ୍‌ସନ୧୦ ହଜାର ଟଙ୍କା ପ୍ରଦାନ ଆଦି ଦାବି ନେଇ ଆସନ୍ତା ଜାନୁଆରୀ...

ସୌଭାଗ୍ୟ ଯୋଜନା ବାଟବନା: ବିଦ୍ୟୁତ୍‌ ସଂଯୋଗରୁ ବଁଚିତ୍‌ ସିର୍ଲିଗୁଡ଼ାବାସୀ

କୋକସରା, ୨୬।୧୨(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଫୁଫଗାଁ ପଁଚେତ୍‌ ସିର୍ଲିଗୁଡ଼ା ଗାଁବାସୀକୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ଯୁଗେଇ ଦେବାର ଲାଗି କାମ୍‌ ମୂଲ ହେଇଛେ। ହେଲେ କାମ୍‌ ମୂଲ ହେବାର ଅନେକ ବଛର ବିତିଯାଇଥିଲେ ବି ଗାଁବାସୀ...

ସ୍ବଚ୍ଛ ଭାରତ ମିଶନ ବାଟବନା: ପାଇଖାନାରେ ରହୁଛନ୍‌ ଛେଲ୍‌, କୁକ୍‌ରା

ଲାଞ୍ଜିଗଡ଼, ୨୬।୧୨ (ଡି.ଏନ୍‌.ଏ.)- ସ୍ବଚ୍ଛ ଭାରତ ମିଶନ ତରଫୁ ସବୁ ପରିବାରକେ ପାଇଖାନା ତିଆର କରବାର ଲାଗି ଟଁକା ଦିଆଯାଉଛେ। ସେନ୍‌ତା ଲୁକ୍‌କୁ ପାଇଖାନା ବେଭାର କରବାକେ ସଚେତନ କରବାର ଲାଗି ସବୁ ପଁଚେତ୍‌ରେ ୩ରୁ ୪ ଝନ୍‌ ତାଲିମ...

ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ: ଲୁଟେରାଙ୍କୁ କାବୁ କଲେ ଲୋକେ

ଭବାନୀପାଟଣା,୨୫।୧୨(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କୋକସରାସ୍ଥିତ ମୁଖ୍ୟ ବସ୍‌ଷ୍ଟାଣ୍ଡ ନିକଟରେ ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଉଥିବା ଆନ୍ଧ୍ରପ୍ରଦେଶର ଆଉଲୁ ଗୋପୀ (୫୦)ଙ୍କୁ କିଛି ଯୁବକ କାବୁ କରି କୋକସରା ପୋଲିସ...

ସରକାରୀ ଜମି ଜବରଦଖଲ: ଉଚ୍ଛେଦ ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା,୨୫।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଳ ପଞ୍ଚାୟତ କାନ୍ଦୁଲଝର ଗାଁର କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରାୟ ୫ ଏକର ସରକାରୀ ଜମିକୁ ଜବରଦଖଲ କରି ଅକ୍ତିଆର କରିଛନ୍ତି। ଏ ନେଇ ଗ୍ରାମବାସୀ ବୋର୍ଡା ଫାଣ୍ଡିରେ ଅଭିଯୋଗ କରିବା...

ଉର୍ବଶୀକଁର ଘରେ ପୁହୁଁଚିଲା ଡାକ୍‌ତରୀ ଦଲ

  ପର୍ଲା, ୨୪।୧୨ (ଡି.ଏନ୍‌.ଏ.)- ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚିକିଛା ଲାଗି ଟଁକା ଅଭାବ, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀକଁର ନିରଦେଶରେ ଡା.ଲଲିତ...

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି: ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା

ଭବାନୀପାଟଣା,୨୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସର ଶେଷ ସୋମବାର ସମସ୍ତ କୋର୍ଟ ବର୍ଜନ କରାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥାଏ। ମାତ୍ର ଚଳିତ ମାସ ଶେଷ ସୋମବାର ଓକିଲ ସଂଘ...

ଓଏଚ୍‌ପିସି ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି

ଧର୍ମଗଡ଼,୨୩।୧୩(ଡି.ଏନ.ଏ.):କଳାହାଣ୍ଡି ଜିଲା ମୁଖିଗୁଡା ଇନ୍ଦ୍ରାବତୀ ଓଏଚ୍‌ପିସିରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ଗତ ୧୭ ତାରିଖରୁ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ମୁଖିଗୁଡା ଏୟାରଟେଲ ଟାୱାର ନିକଟ ବୁଦା ଆଡୁଆଳରୁ ଠାବ ହୋଇଛି। ବୁଦା ମୂଳରୁ ଦୁର୍ଗନ୍ଧ...