କେସିଙ୍ଗା,୧୨।୧୧(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବେଲଖଣ୍ଡି ଧବଳେଶ୍ୱର ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ଶାବଳ ବଂଶର ଏକ ନୂଆଖାଇ ଭେଟ ଘାଟ ପାଇଁ ଏକ ପ୍ରସ୍ତୁତି ଆରମ୍ଭ ହୋଇଛି । ବୈଠକ ଓ ନୂତନ କର୍ମକର୍ତ୍ତା ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲାର ସାହୁ ସମାଜର ଜିଲା ସଭାପତି ଅଶୋକ କୁମାର ସାହୁ ଅସ୍ଥାୟୀ ସଭାପତ୍ୱରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଶୋକ କୁମାର ସାହୁଙ୍କ ପ୍ରସ୍ତାବରେ ପର୍ଶୁରାମ ସାହୁଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବେ ଚୟନ କରାଯାଇଥିଲା।

ସେହିପରି ସମ୍ପାଦକ ଭାବେ ଧରଣୀ ସାହୁ, ଉପସଭାପତି ଭାବେ ରଜାପତି ସାହୁ ଓ ବିଶ୍ଵାମିତ୍ର ସାହୁ, ସହ ସମ୍ପାଦକ ଭାବେ ସୁନ୍ଦର ସାହୁ, କୋଷାଧ୍ୟକ୍ଷ ଭାବେ ଟୁପିଲାଲ ସାହୁଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଏହି ବୈଠକରେ କଳାହାଣ୍ଡି ଜିଲା ଏବଂ ବଲାଙ୍ଗୀର ଜିଲାସ୍ତରୀୟର ସମସ୍ତ ଗ୍ରାମାଞ୍ଚଳରୁ ପ୍ରାୟ ଶହ ଶହ ସଂଖ୍ୟାରେ ଯୋଗଦେଇଥିଲେ ।
କିପରି ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ଶାବଳ ବଂଶର ଉନ୍ନତି ଓ ଶିକ୍ଷା, ଜୀବନ ଜୀବିକା, ବୈବାହିକ, ଶାବଳ ବଂଶ ଆଦି ଉନ୍ନତି ଦିଗରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ସ୍ତରୀୟ ଏକ ବିରାଟ ନୂଆଖାଇ ଭେଟଘାଟ ପାଳନ କରାଯିବ ସେ ବିଷୟରେ ଆଲୋଚନା କରା ଯାଇଥିଲା। ଏହି ସଭାକୁ ଅରୁଣ ସାହୁ, ଫଟ ସାହୁ, କଂସାରି ସାହୁ, ଅନ୍ତର୍ଯ୍ୟାମୀ ସାହୁ, ଶୁକ୍ରୁ ସାହୁ, ସାଗର ସାହୁ ପ୍ରମୁଖ ସହ ଯୋଗାଯୋଗ କରିଥିଲେ ।

