‘ଗୋପାଳନ-ମତ୍ସ୍ୟପାଳନରେ ଗୁରୁତ୍ୱ ଦେବା ଜରୁରୀ’

କେସିଙ୍ଗା,୧୩ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ମିନି ଷ୍ଟାଡିୟମ ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୬ ସଭାର ସଭାପତି କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ବାଇଁଙ୍କ ସଭାପତିତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥିଙ୍କ ପ୍ରାରମ୍ଭିକ ସୂଚନା ପରିଚୟ ପ୍ରଦାନ କରିଥିଲେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଦେବାଶିଷ ପଟେଲ। ଏହି ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ, ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର, ସଚେତନତା ଓ ସଂକୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଗୋ’ ପାଳନ, ମତ୍ସ୍ୟଚାଷ,କୁକୁଡ଼ା ପାଳନ ଓ ପ୍ରାଣୀ ସମ୍ପଦ ବିକାଶ ଉପରେ ଅତିଥିମାନେ ଆଲୋଚନା କରିଥିଲେ। ୫ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କେସିଙ୍ଗା ବ୍ଲକର ସମସ୍ତ ପ୍ରାଣୀ ପାଳକ, ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ ଚାଷୀଙ୍କୁ ଅତିଥିମାନେ ଉତ୍ସାହିତ କରିଥିଲେ। ସରକାରଙ୍କ ବିଭିନ୍ନ ସବ୍‌ସିଡି ବିଷୟରେ ଆଲୋଚନା କରି ଚାଷୀଙ୍କୁ ଲାଭବାନ ହେବାକୁ ଅତିଥିମାନେ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୨ଟି ବିଭିନ୍ନ ଷ୍ଟଲ୍‌ରେ ଚାଷୀଙ୍କ ପାଇଁ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଏମ୍‌ପି ପ୍ରତିନିଧି ଖଗେନ୍ଦ୍ର ଭୋଇ, ବିଧାୟକଙ୍କ ପ୍ରତିନିଧି ରାମ କୁମାର ଜୈନ, ମୁଖ୍ୟ ବକ୍ତା ଭାବେ ଏସ୍‌ଡିଭି ଓ ଭବାନୀପାଟଣା ପ୍ରଭାବ କୁମାର ପରିଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର, ଡ. ଦୀପକ ବେଉରା,ଡ.ସନ୍ୟାସୀ ଶତପଥୀ, ଏଏଫ୍‌ ଓ କଳାହାଣ୍ଡି ଲିମନ ଚନ୍ଦ୍ର କାର, ମିଳିତ ମଲ୍ଲିକ, ଡ.ସୌମ୍ୟରଞ୍ଜନ ଦାଶ, ଭିଏଏସ୍‌ ପାଷ୍ଟିକୁଡି ପ୍ରିୟମ୍ବଦା ହୋତା ପ୍ରମୁଖ ଫିଟା କାଟି ମେଳାକୁ ଉଦ୍‌ଘାଟନ କରିଥିଲେ। ପ୍ରଥମେ ମା’ ମାଣିକେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରି ଆରମ୍ଭ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଡ.ପ୍ରିୟଙ୍କା ଜୈନ। ପରିଶେଷରେ ସମସ୍ତ ଅତିଥିଙ୍କ ସମେତ ଚାଷୀଙ୍କୁ ଖାଦ୍ୟପେୟର ବ୍ୟବସ୍ଥା କରି ସଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ଲାଞ୍ଜିଗଡ଼ର ଚାଷୀ ବୁଦ୍ରି ମାଝୀ

ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ…

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ପଶ୍ଚିମ ଓଡ଼ିଶା ଶାବଳ ବଂଶର ନୂଆଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି, ସଭାପତି ହେଲେ ପର୍ଶୁରାମ ସାହୁ

କେସିଙ୍ଗା,୧୨।୧୧(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବେଲଖଣ୍ଡି ଧବଳେଶ୍ୱର ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ଶାବଳ ବଂଶର ଏକ ନୂଆଖାଇ ଭେଟ ଘାଟ ପାଇଁ…

କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ: ୩୭ଟି ପ୍ରକଳ୍ପ ମାଧ୍ୟମରେ ପ୍ରତିଭା ଦେଖାଇଲେ ଛାତ୍ରୀ

କେସିଙ୍ଗା,୧୨।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଏକ ବାଲ୍…

କମ୍ପୁଛି କେସିଙ୍ଗା ସହର, ମା’କାଳୀଙ୍କ ଆଶୀର୍ବାଦ ନେବାକୁ ଛୁଟି ଆସୁଛନ୍ତି ଭକ୍ତ

କେସିଙ୍ଗା,୧୧ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଧୂମ୍‌ଧାମରେ ହେଉଛି ମା’ ଶ୍ୟାମାକାଳୀ ପୂଜୋତ୍ସବ। କେସିଙ୍ଗାର ମା’ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ସୋମବାରଠାରୁ ଆରମ୍ଭ ୫…

ମନର ସ୍ୱାସ୍ଥ୍ୟ ନେଇ ସ୍କୁଲରେ ବଡ଼ …

କେସିଙ୍ଗା, ୧୦।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବୋରିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ମଙ୍ଗଳବାର ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ ଉପରେ ଏକ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?