ଋଷମୁନି ପାହାଡ଼ରୁ ରତ୍ନପଥର ଲୁଟ: ଉଜୁଡ଼ୁଛି ମୂଲ୍ୟବାନ୍‌ ଜଙ୍ଗଲ,ନୀରବ ପ୍ରଶାସନ

ଅମରପାଲି, ୧୦ା୧୧ (ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମ ନିକଟସ୍ଥ ଋଷମୁନି ପାହାଡ଼ରୁ ଦୀର୍ଘ ୬ ମାସ ହେଲା ବେଆଇନ ଭାବେ ମୂଲ୍ୟବାନ୍‌ ରତ୍ନପଥର ଖନନ କରାଯାଇ ଚୋରା ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରତ୍ନପଥର ସହ ପାହାଡ଼ର ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହେଉଥିବାରୁ ପରିବେଶ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଏତେଦିନ ଧରି ଏଭଳି କାରବାର ଚାଲିଥିଲେ ମଧ୍ୟ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗ ଅନୁଯାୟୀ, ଗତବର୍ଷ ମଧ୍ୟ ଏହି ପାହାଡ଼ରୁ ରତ୍ନପଥର ଖନନ ପାଇଁ ଉଦ୍ୟମ ହୋଇଥିଲା। ସେତେବେଳେ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିବାରୁ ଖନନ ବନ୍ଦ ରହିଥିଲା। ମାତ୍ର ଚଳିତବର୍ଷ ପୁଣି ଥରେ ଏହି ବେଆଇନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତିଦିନ ଦଳଦଳ ହୋଇ ଲୋକେ ପାହାଡ଼କୁ ଯାଇ ଶାବଳ ଓ କୋଡ଼ି ସାହାଯ୍ୟରେ ରତ୍ନପଥର ଖୋଳୁଛନ୍ତି। ରତ୍ନପଥର ବ୍ୟବସାୟୀମାନେ ଶ୍ରମିକଙ୍କୁ ଦୈନିକ ମଜୁରି ଦେଇ ଅତି କମ୍‌ ମୂଲ୍ୟରେ ଏହି ପଥର ସଂଗ୍ରହ କରି ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଅନ୍ୟ କେତେକ ସ୍ଥାନରେ ଜେସିବି ଓ ଯନ୍ତ୍ରପାତି ଲଗାଇ ରତ୍ନପଥର ଖନନ ଘଟଣା ସାମ୍ନାକୁ ଆସିଥିଲା। ପରେ ଚଢ଼ାଉ ଭୟରେ ଏଠାରେ ଯନ୍ତ୍ରପାତି ବଦଳରେ ଶ୍ରମିକଙ୍କୁ ଲଗାଇ ଖନନ କରାଯାଉଥିବା ଗ୍ରାମବାସୀ କହିଛନ୍ତି। ତେଲିପାଲି ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଗୌରୀଶଙ୍କର ସାହୁ କହିଛନ୍ତି, ଋଷମୁନି ପାହାଡ଼ରେ ବହୁ ମୂଲ୍ୟବାନ ରତ୍ନପଥର ସହିତ ଶାଳ, ପିଆଶାଳ, ଶିଶୁ, ଶାଗୁଆନ ଓ ଔଷଧିୟ ଭଳି ଗଛ ରହିଛି। ଦିନଦ୍ୱିପ୍ରହରରେ ନିୟମିତ ଭାବେ ଏଠାରୁ ରତ୍ନପଥର ଖନନ କରି ନିଆଯାଉଛି। ଫଳରେ ଗଛଗୁଡ଼ିକ ଢଳି ପଡ଼ିବା ସହ ପରିବେଶ ନଷ୍ଟ ହେଉଛି। ଏ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି। ଗ୍ରାମବାସୀଙ୍କ ଉଦ୍ୟମରେ ସୁରକ୍ଷିତ ରହିଥିବା ଏହି ଜଙ୍ଗଲ ଏବେ ବେଆଇନ ଖନନ ଯୋଗୁ ବିପଦରେ ପଡ଼ିଛି। ଏହାଦ୍ୱାରା କେବଳ ଜଙ୍ଗଲ ସମ୍ପଦ ନୁହେଁ, ପାହାଡ଼ର ପ୍ରାକୃତିକ ସନ୍ତୁଳନ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି। ନାମ ଗୋପନ ରଖିବା ସର୍ତ୍ତରେ ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି, ଏଠାରୁ ମିଳୁଥିବା ରତ୍ନପଥରର ରାଜ୍ୟ ବାହାରେ ବେଶ ଚାହିଦା ରହିଛି। ବ୍ୟବସାୟୀମାନେ ଶ୍ରମିକଙ୍କଠାରୁ କମ ମୂଲ୍ୟରେ ରତ୍ନପଥର କିଣି କଣ୍ଟାବାଞ୍ଜି ଦେଇ ରାଜସ୍ଥାନର ଜୟପୁରକୁ ଚାଲାଣ କରୁଥିବା ସେ କହିଛନ୍ତି। ଏହି କାରବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାରୁ ଲୋକେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ବେଆଇନ ଖନନ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଥିବା ବେଳେ ପାହାଡ଼ର ପ୍ରାକୃତିକ ସମ୍ପଦ ଓ ସବୁଜିମା ବିପଦରେ ପଡ଼ିଛି। ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ସାହୁ, ସମ୍ପାଦକ ଅଚ୍ୟୁତାନନ୍ଦ ଭୁକ୍ତା, ସୁରେନ୍ଦ୍ର ବେହେରା, ନରେଶ ସାହୁ, ଦିଲୀପ ସାହୁ ଓ ସମାରୁ ଭୁକ୍ତାଙ୍କ ସମେତ ତେଲିପାଲି ଗ୍ରାମ୍ୟ ପରିଚାଳନା କମିଟି, ରଘୁନାଥ ନାଟ୍ୟ ସଂସଦ ଏବଂ ବନ ସଂରକ୍ଷଣ ସମିତିର ସଦସ୍ୟମାନେ ଏହାର ତୀବ୍ର ବିରୋଧ କରିଛନ୍ତି। ତୁରନ୍ତ ଘଟଣାସ୍ଥଳରେ ତଦନ୍ତ କରି ବେଆଇନ ଖନନ ବନ୍ଦ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବଲାଙ୍ଗୀର ସର୍କଲ ଖଣି ବିଭାଗର ଭାରପ୍ରାପ୍ତ ଡେପୁଟି ଡାଇରେକ୍ଟର ବୀରକିଶୋର ତୀର୍କିଙ୍କୁ ପଚାରିବାରେ ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ପଠାଯିବ। ରାଜସ୍ବ ବିଭାଗ ଓ ଖଣି ବିଭାଗର ମିଳିତ ଟିମ୍‌ ଖନନ ସ୍ଥଳରେ ଚଢ଼ାଉ କରି ତଦନ୍ତ କରିବେ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନିଷ୍ପତ୍ତିକୁ ନେଇ କେନ୍‌ ୱିଲିୟମସନ୍‌ଙ୍କ ବଡ଼ ଖୁଲାସା, ଦିନକ ପୂର୍ବରୁ ବିରାଟ କୋହଲିଙ୍କ ସହ ହୋଇଥିଲା….

ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲାଣ୍ଡର ଷ୍ଟାର୍‌ କ୍ରିକେଟର୍‌ କେନ୍‌ ୱିଲିୟମସନ୍‌ ନିଜ ଅବସର ନିଷ୍ପତ୍ତିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବାର…

କିଏ ଭାଙ୍ଗିବେ ସଚିନଙ୍କ ୧୦୦ ଶତକ ରେକର୍ଡ: ରେସ୍‌ରେ ସବୁଠୁ ଆଗରେ ଅଛନ୍ତି…

ନୂଆଦିଲ୍ଲୀ,୧୦।୧୧:କ୍ରିକେଟ ଜଗତରେ ଏବେ ପୁଣି ଚର୍ଚ୍ଚାରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ରେକର୍ଡ। ଗତ ୧୬ଟି ଦିନିକିଆ ଇନିଂସରେ ୪ଟି ଶତକ ହାସଲ କରିଛନ୍ତି କୋହଲି।…

IOAରେ ବଡ଼ ଓଲଟପାଲଟ: ପି.ଟି. ଉଷାଙ୍କୁ ଝଟକା, ସାଇନା ମାରିଲେ ବାଜି

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଅଲିମ୍ପିକ ସଂଘ (IOA)ର ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ପୋର୍ଟସପର୍ସନ ଅଫ ମେରିଟ (SOM) ନିର୍ବାଚନରେ IOA ଅଧ୍ୟକ୍ଷ ପି.ଟି. ଉଷା ନିର୍ବାଚିତ…

ଜର୍ମାନୀ ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ! ଆଇଗ୍ନର ହେବେ ଜର୍ମାନୀର ପ୍ରଥମ ମହିଳା ରାଷ୍ଟ୍ରପତି

ବର୍ଲିନ,୧୦ା୧୧: ଜର୍ମାନୀକୁ ପ୍ରଥମ ମହିଳା ରାଷ୍ଟ୍ରପତି ମିଳିବାକୁ ଯାଉଛି । ଚାନ୍ସେଲର ଫ୍ରିଡରିଚ୍‌ ମେର୍ଜଙ୍କ ପାର୍ଟି ପକ୍ଷରୁ ଦକ୍ଷିଣପନ୍ଥୀ ରାଜନେତା ଇଲ୍‌ସେ ଆଇଗ୍ନରଙ୍କୁ ଆସନ୍ତାବର୍ଷ ଦେଶର ସର୍ବୋଚ୍ଚ…

ଆଶ୍ଚର୍ଯ୍ୟ… ସମୁଦ୍ର ଭିତରେ କଇଁଛ-ପକ୍ଷୀ ଖାଇ ବଞ୍ଚିଲେ ୫, ୧୦୦ ଦିନ ଘଟିଲା….

ନୂଆଦିଲ୍ଲୀ,୧୦ା୧୧: ମୃତ୍ୟୁକୁ ମାତ୍‌ ଦେଇ ଫେରିଲେ ୫ ଜଣ । ପ୍ରଶାନ୍ତ ମହାସାଗରରେ ପ୍ରାୟ ୧୦୦ ଦିନ ଧରି ଏକ ଛୋଟ ଡଙ୍ଗାରେ ଭାସିବା ପରେ ୨…

ବଡ଼ ଘୋଷଣା କଲେ ଟ୍ରମ୍ପ; ‘ଇରାନ ସହ ଯୁଦ୍ଧ ପ୍ରାୟ ଶେଷ’, କହିଲେ ଏବେ….

ୱାଶିଂଟନ୍‌,୧୦।୧୧: ଇରାନ ସହ ଚାଲିଥିବା ଯୁଦ୍ଧ ପ୍ରାୟ ଶେଷ ହୋଇଯାଇଛି । ଏବେ ଆମେରିକା ପକ୍ଷରୁ ଆଉ ଆକ୍ରମଣ ଆରମ୍ଭ କରିବାର ବିଶେଷ ଆବଶ୍ୟକତା ନାହିଁ ।…

କଳାହାଣ୍ଡିରେ ଶୀତର ଲହରୀ; ୧୫ ଡିଗ୍ରୀ ଛୁଇଁଲା ରାତି ତାପମାତ୍ରା, ଆଗକୁ….

ଭବାନୀପାଟଣା,୧୦।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଶୀତର ଲହରୀ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି । ବିଶେଷ କରି ଜିଲାର ସଦର ମହକୁମା ଭବାନୀପାଟଣା ସହରରେ…

ଗାଦି ପାଇବେ କି ଗାଦି

ଗୋଟେ ମାସରୁ କମ୍‌ ସମୟ ମଧ୍ୟରେ ୪ଟି ଦେଶରେ ଗୁରୁତ୍ୱପୂର୍ଣ୍ଣ ୪ଟି ଘଟଣା ଦେଖିବାକୁ ମିଳିଛି। ସେହି ଦେଶଗୁଡ଼ିକ ହେଲା ଇସ୍ରାଏଲ୍‌, ଆମେରିକା, ସର୍ବିୟା ଓ ବ୍ରାଜିଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?