ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଲୁଟ୍ ପାଇଁ ଗୁଳିମାଡ଼: ଟଙ୍କା ବଦଳରେ ଖାଲି ବାଗ୍ ନେଇ ଚମ୍ପଟ
ଚଣ୍ଡିଖୋଲ, ୧।୩ (ଡି.ଏନ୍.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବୈରୀ ଥାନା ଅଧୀନ ନେଳିଆ ଠାରେ ପେଟ୍ରୋଲ ପମ୍ପର କର୍ମଚାରୀମାନେ ବ୍ୟାଙ୍କରେ ଜମା କରିବାକୁ କାରରେ ଯାଉଥିଲେ। ତେବେ ୩ ଦୁର୍ବୃତ୍ତ ହେଲମେଯ୍...
ପିଲା କମିଲେ, ଶିକ୍ଷକ ବଢ଼ିଲେ
ଯାଜପୁର ଅଫିସ,୧।୩: ରାଜ୍ୟର ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୫ ବର୍ଷ ମଧ୍ୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୮ ଲକ୍ଷ ୭ ହଜାର କମିଛି। ଏଥିରୁ ସରକାରୀ ସ୍କୁଲ ପ୍ରତି ଆଗ୍ରହ କମିବା ଓ ଡ୍ରପ୍ଆଉଟ ଛାତ୍ରୀଛାତ୍ରଙ୍କ...
ଗୋଦାମ ଅଭାବରୁ ଅବ୍ୟବସ୍ଥା: ସ୍ବାଭାବିକ ହୋଇପାରୁନି ଧାନ ସଂଗ୍ରହ
ଯାଜପୁର ଅଫିସ,୨୮।୨: ରାଜ୍ୟରେ ୨୦୨୦-୨୧ ଖରିଫ ବର୍ଷର ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଧାନସଂଗ୍ରହ ଠିକ୍ ଭାବେ ହେଉ ନ ଥିବାରୁ ବିଭିନ୍ନ ମଣ୍ଡିରେ ଶତାଧିକ କୁଇଣ୍ଟାଲ ଧାନବସ୍ତା ପଡ଼ି ରହିଛି। ଏହାକୁ ନେଇ ଚଳିତ ବିଧାନସଭାରେ ବାରମ୍ବାର...
ବାଇକ ଉପରେ ପଡ଼ିଲା ଗଛ: ଶିଶୁପୁତ୍ର ମୃତ
ଯାଜପୁର ଅଫିସ,୨୭।୨: ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ ଶନିବାର ପୂର୍ବାହ୍ନରେ ଗଛ ଡାଳପଡି ଜଣେ ୩ ବର୍ଷର ଶିଶୁଙ୍କ ମୃତ୍ୟୁ ଘଟିଛି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଭଦ୍ରକ ଜିଲା ଆଗରପଡ଼ାର...
ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା ମାମଲା: ଅଧ୍ୟାପକଙ୍କୁ ୭ ବର୍ଷ ଜେଲ
ଯାଜପୁର ଟାଉନ,୨୬।୨(ଡି.ଏନ.ଏ.): ଜଣେ ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରିବା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଯାଜପୁର ଜିଲା ଦୌରାଜଜ୍ ଶ୍ରୀକାନ୍ତ ମିଶ୍ର ମାମଲାର ବିଚାର କରି ଦୋଷୀ ଅଧ୍ୟାପକଙ୍କୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର...
ଯାଜପୁର ଜିଲାପାଳଙ୍କ ଉପରେ ଲୋକାୟୁକ୍ତ କ୍ଷୁବ୍ଧ
ଯାଜପୁର ଅଫିସ,୨୨।୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଭିନ୍ନ କଳାପଥର ଖାଦାନଗୁଡିକର ଏରିଆ ଚିହ୍ନଟ କରି ପିଲର ପୋତାରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଲୋକାୟୁକ୍ତ ଜିଲାପାଳଙ୍କ ଆଚରଣକୁ ଭର୍ତ୍ସନା କରିଛନ୍ତି। ୧୨୪୯/୨୦୨୦ ନମ୍ବର ମାମଲାରେ ଗତ ୧୮...
ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଥିଲା ଦେହବେପାର : ଆପତ୍ତିଜନକ ଅବସ୍ଥାରେ ଗଲେ ଥାନାକୁ
ଭଦ୍ରକ ଅଫିସ,୨୧।୨: ଭଦ୍ରକ ସହରରେ ଖୋଲାଖୋଲି ଚାଲିଥିଲା ଦେହବେପାର। ପୋଲିସ ମୁଖ୍ୟାଳୟର ଅନତି ଦୂର ସହରାଞ୍ଚଳ ଥାନା ଡଗମୁଣ୍ଡସ୍ଥିତ ଏକ ଭଡାଘରେ ଚାଲୁଥିବା ସେକ୍ସ ରାକେଟ ଠାବ ହୋଇଛି। ଘଟଣାରେ ସମ୍ପୃକ୍ତ ୪ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେଥ...
ଆର୍ଡବ୍ଲ୍ୟୁଏସ୍ଏସ୍କୁ ସୁହାଉଛି ପ୍ରାକୃତିକ ବିପର୍ଯ୍ୟୟ
ଯାଜପୁର ଅଫିସ,୧୯ା୨:ଯାଜପୁର ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍ଡବ୍ଲ୍ୟୁଏସ୍ଏସ୍) ବିଭାଗର ୧୨୦ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ (ପିଡବ୍ଲ୍ୟୁଏସ୍) ଗତ ଜୁଲାଇ ଓ ଅଗଷ୍ଟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ ବିଭାଗ ପକ୍ଷରୁ ୧ କୋଟି ୭୬...
ଜଳୁନି ହାଇମାଷ୍ଟ୍ ଲାଇଟ୍
ଜେନାପୁର, ୧୫।୨(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଚକ୍ରଧରପୁର ପଞ୍ଚାୟତ ଅଧୀନ ବାଘୁଆ ବ୍ରାହ୍ମଣୀ ଦେବୀ ହାଇସ୍କୁଲ ନିକଟସ୍ଥ ଛକଠାରେ ଥିବା ହାଇମାଷ୍ଟ ଲାଇଟ୍ ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଛି। ଫଳରେ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...
ପ୍ରଧାନମନ୍ତ୍ରୀ ସଡ଼କ ୪ ମାସରେ ଶୋଚନୀୟ
ଚଣ୍ଡିଖୋଲ,୧୫।୨(ଡି.ଏନ.ଏ.): ଗ୍ରାମାଞ୍ଚଳକୁ ଭଲ ରାସ୍ତା ତିଆରି ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପରିକଳ୍ପନା କରାଯାଇଥିଲା। ତେବେ ଏହି ଯୋଜନାରେ କରାଯାଉଥିବା ରାସ୍ତା କେତେ ନିମ୍ନମାନର ତାହା ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁର-ଦେକୁରୀ...
ଝିଅର ବୟସ ୯, ଓଜନ ୬ କିଲୋ
ତିଗିରିଆ,୧୫।୨(ଡି.ଏନ୍.ଏ.): ଯାଜପୁର ଜିଲା ନଗଡ଼ାରେ ଶିଶୁ ଅପପୁଷ୍ଟିର ଶିକାର ଘଟଣା ଦିନେ ଗଣମାଧ୍ୟମର ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ କଟକ ଜିଲାର ତିଗିରିଆ ବ୍ଲକରେ ମଧ୍ୟ ସେଭଳି ଅବସ୍ଥା ଦେଖିବାକୁ ମିଳୁଛି। ଏହି ବ୍ଲକ ଅନ୍ତର୍ଗତ ନୂଆପାଟଣା, ମଝିସାହିର ଶ୍ୱେତବସନ୍ତ...
ପିହୁଙ୍କୁ ଖୋଜିଦେଲେ ୨୦ ହଜାର: ପୁରସ୍କାର ପୋଷ୍ଟର ମାରିଲା ପୋଲିସ
ଯାଜପୁର ଅଫିସ/ବିଞ୍ଝାରପୁର,୧୫।୨(ଡି.ଏନ.ଏ.): ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣାରେ ଯାଜପୁର ଜିଲା ବିଞ୍ଝାରପୁର ଥାନା ପୋଲିସ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି। ପିହୁ କେଉଁଠି ସେନେଇ ପୋଲିସକୁ ଖବର ଦେଲେ ସୂଚନାଦାତାଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏନେଇ...
Archives


