୨୨ ଓଏଏସ୍‌ ଅଧିକାରୀଙ୍କ ବଦଳି

ଯାଜପୁର ଅଫିସ,୭ା୪: ଓଡ଼ିଶା ପ୍ରଶାସନିକ ସେବା(ଓଏଏସ-ଏ)(ଜେବି) ପାହ୍ୟାର ୨୨ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ହୋଇଛି। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ତାଙ୍କ ଅଧିସୂଚନା ସଂଖ୍ୟା ୧୧୫୦୫/୫ା୪ା୨୦୨୧ରେ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ା ଏଥିରେ ନୂଆଗାଁ ପୂର୍ବତନ ବିଡିଓ ପ୍ରମୋଦ କୁମାର ଦଳବେହେରାଙ୍କୁ ଢେଙ୍କାନାଳ ଡେପୁଟି କଲେକ୍ଟର, ଖୋର୍ଦ୍ଧା ସହକାରୀ ଜିଲାପାଳ ଅଶ୍ୱିନୀ କୁମାର ନାୟକଙ୍କୁ କମ୍ପିଟେଣ୍ଟ ଅଥରିଟି ଗେଲ୍‌ ଇଣ୍ଡିଆ ଭୁବନେଶ୍ୱର, ଡେଲାଙ୍ଗର ପୂର୍ବତନ ତହସିଲଦାର ରାଜେନ୍ଦ୍ର କୁମାର ଆଚାର୍ଯ୍ୟଙ୍କୁ କେନ୍ଦ୍ରାପଡ଼ା ଡେପୁଟି କଲେକ୍ଟର, ବାଲେଶ୍ୱର ଡେପୁଟି କଲେକ୍ଟର ଅରୁଣା ତ୍ରିପାଠୀଙ୍କୁ ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର(ରେଭିନ୍ୟୁ), ପୂର୍ବରୁ ପିପିଲି ତହସିଲଦାର ଭାବେ ବଦଳି ହୋଇଥିବା ବୋଲଗଡ଼ ବିଡିଓ ଧୋବେଇ ନାୟକଙ୍କୁ ବୋଲଗଡ ବିଡିଓ ଭାବେ ଅବସ୍ଥାପିତ କରାଯାଇଛି ା ପୂର୍ବରୁ କୃଷ୍ଣପ୍ରସାଦ ବିଡିଓ ଭାବେ ବଦଳି ହୋଇଥିବା ସପନ କୁମାର ନନ୍ଦଙ୍କୁ ପୁଣି ପିପିଲି ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଟାଙ୍ଗୀ ବିଡିଓ ଅକ୍ଷୟ କୁମାର ରାଉତ ଓ ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତିଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟକୁ ଫେରାଇ ଅଣାଯାଇଛି। କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କୁ ବାଲେଶ୍ୱର ଡେପୁଟି କଲେକ୍ଟର, ଯଶିପୁର ଅତିରିକ୍ତ ତହସିଲଦାର ସ୍ମୃତିରଞ୍ଜନ ସାହୁଙ୍କୁ କରଞ୍ଜିଆ ତହସିଲଦାର, ଯାଜପୁର ରେଜିଷ୍ଟ୍ରାର ପ୍ରଦୀପ କୁମାର ସେଠୀଙ୍କୁ ଦର୍ପଣ ତହସିଲଦାର, ବିଞ୍ଝାରପୁର ତହସିଲଦାର ଅସ୍ମିତା ଦାଶଙ୍କୁ ନୟାଗଡ଼ ଡେପୁଟି କଲେକ୍ଟର, ଲହୁଣୀପଡା ତହସିଲଦାର ସଂଯୁକ୍ତା ସାଙ୍କୁ ସୁନ୍ଦରଗଡ଼ ଡେପୁଟି କଲେକ୍ଟର(ରାଜସ୍ବ), ଝାରସୁଗୁଡ଼ା ସହକାରୀ ଜିଲାପାଳ ମୁରଲୀଧର ଉର୍ମାଳଙ୍କୁ ଲହୁଣୀପଡା ତହସିଲଦାର, ପାନପୋଷ ତହସିଲଦାର ମିସ୍‌ ଚାନ୍ଦନିଙ୍କୁ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର(ରାଜସ୍ବ), ଖୋର୍ଦ୍ଧା ଡେପୁଟି କଲେକ୍ଟର ଅମ୍ରିତା ପ୍ରିୟମ୍ବଦାଙ୍କୁ ଭୁବନେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର(ରାଜସ୍ବ), ଭୁବନେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲାପାଳ ସଂଘମିତ୍ରା ବେହେରାଙ୍କୁ ଖୋର୍ଦ୍ଧା ଡେପୁଟି କଲେକ୍ଟର, ପୁରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର(ରେଭିନ୍ୟୁ) ପ୍ରଳୟନନ୍ଦ ଶତପଥୀଙ୍କୁ ନୂଆଗାଁ ତହସିଲଦାର, ନୂଆଗାଁ ତହସିଲଦାର ଶରତ କୁମାର ମଲ୍ଲିକଙ୍କୁ କୋକସରା ତହସିଲଦାର, ଝାରସୁଗୁଡ଼ା ଡେପୁଟି କଲେକ୍ଟର ଅଶ୍ୱିନୀ କୁମାର ପଣ୍ଡାଙ୍କୁ ବିଡିଓ ବାମରା, ବାମରା ବିଡିଓ ଗୋବିନ୍ଦ ଦଣ୍ଡସେନାଙ୍କୁ ଝାରସୁଗୁଡା ଡେପୁଟି କଲେକ୍ଟର, ଧର୍ମଶାଳା ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ଜଳ ସମ୍ପଦ ବିଭାଗର ଲ୍ୟାଣ୍ଡ ଆକ୍ୟୁଜିଶନ ଅଫିସର(ଏଲଏଓ) ଭାବେ ବଦଳି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri