୨୨ ଓଏଏସ୍‌ ଅଧିକାରୀଙ୍କ ବଦଳି

ଯାଜପୁର ଅଫିସ,୭ା୪: ଓଡ଼ିଶା ପ୍ରଶାସନିକ ସେବା(ଓଏଏସ-ଏ)(ଜେବି) ପାହ୍ୟାର ୨୨ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ହୋଇଛି। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ତାଙ୍କ ଅଧିସୂଚନା ସଂଖ୍ୟା ୧୧୫୦୫/୫ା୪ା୨୦୨୧ରେ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ା ଏଥିରେ ନୂଆଗାଁ ପୂର୍ବତନ ବିଡିଓ ପ୍ରମୋଦ କୁମାର ଦଳବେହେରାଙ୍କୁ ଢେଙ୍କାନାଳ ଡେପୁଟି କଲେକ୍ଟର, ଖୋର୍ଦ୍ଧା ସହକାରୀ ଜିଲାପାଳ ଅଶ୍ୱିନୀ କୁମାର ନାୟକଙ୍କୁ କମ୍ପିଟେଣ୍ଟ ଅଥରିଟି ଗେଲ୍‌ ଇଣ୍ଡିଆ ଭୁବନେଶ୍ୱର, ଡେଲାଙ୍ଗର ପୂର୍ବତନ ତହସିଲଦାର ରାଜେନ୍ଦ୍ର କୁମାର ଆଚାର୍ଯ୍ୟଙ୍କୁ କେନ୍ଦ୍ରାପଡ଼ା ଡେପୁଟି କଲେକ୍ଟର, ବାଲେଶ୍ୱର ଡେପୁଟି କଲେକ୍ଟର ଅରୁଣା ତ୍ରିପାଠୀଙ୍କୁ ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର(ରେଭିନ୍ୟୁ), ପୂର୍ବରୁ ପିପିଲି ତହସିଲଦାର ଭାବେ ବଦଳି ହୋଇଥିବା ବୋଲଗଡ଼ ବିଡିଓ ଧୋବେଇ ନାୟକଙ୍କୁ ବୋଲଗଡ ବିଡିଓ ଭାବେ ଅବସ୍ଥାପିତ କରାଯାଇଛି ା ପୂର୍ବରୁ କୃଷ୍ଣପ୍ରସାଦ ବିଡିଓ ଭାବେ ବଦଳି ହୋଇଥିବା ସପନ କୁମାର ନନ୍ଦଙ୍କୁ ପୁଣି ପିପିଲି ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଟାଙ୍ଗୀ ବିଡିଓ ଅକ୍ଷୟ କୁମାର ରାଉତ ଓ ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତିଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟକୁ ଫେରାଇ ଅଣାଯାଇଛି। କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କୁ ବାଲେଶ୍ୱର ଡେପୁଟି କଲେକ୍ଟର, ଯଶିପୁର ଅତିରିକ୍ତ ତହସିଲଦାର ସ୍ମୃତିରଞ୍ଜନ ସାହୁଙ୍କୁ କରଞ୍ଜିଆ ତହସିଲଦାର, ଯାଜପୁର ରେଜିଷ୍ଟ୍ରାର ପ୍ରଦୀପ କୁମାର ସେଠୀଙ୍କୁ ଦର୍ପଣ ତହସିଲଦାର, ବିଞ୍ଝାରପୁର ତହସିଲଦାର ଅସ୍ମିତା ଦାଶଙ୍କୁ ନୟାଗଡ଼ ଡେପୁଟି କଲେକ୍ଟର, ଲହୁଣୀପଡା ତହସିଲଦାର ସଂଯୁକ୍ତା ସାଙ୍କୁ ସୁନ୍ଦରଗଡ଼ ଡେପୁଟି କଲେକ୍ଟର(ରାଜସ୍ବ), ଝାରସୁଗୁଡ଼ା ସହକାରୀ ଜିଲାପାଳ ମୁରଲୀଧର ଉର୍ମାଳଙ୍କୁ ଲହୁଣୀପଡା ତହସିଲଦାର, ପାନପୋଷ ତହସିଲଦାର ମିସ୍‌ ଚାନ୍ଦନିଙ୍କୁ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର(ରାଜସ୍ବ), ଖୋର୍ଦ୍ଧା ଡେପୁଟି କଲେକ୍ଟର ଅମ୍ରିତା ପ୍ରିୟମ୍ବଦାଙ୍କୁ ଭୁବନେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର(ରାଜସ୍ବ), ଭୁବନେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲାପାଳ ସଂଘମିତ୍ରା ବେହେରାଙ୍କୁ ଖୋର୍ଦ୍ଧା ଡେପୁଟି କଲେକ୍ଟର, ପୁରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର(ରେଭିନ୍ୟୁ) ପ୍ରଳୟନନ୍ଦ ଶତପଥୀଙ୍କୁ ନୂଆଗାଁ ତହସିଲଦାର, ନୂଆଗାଁ ତହସିଲଦାର ଶରତ କୁମାର ମଲ୍ଲିକଙ୍କୁ କୋକସରା ତହସିଲଦାର, ଝାରସୁଗୁଡ଼ା ଡେପୁଟି କଲେକ୍ଟର ଅଶ୍ୱିନୀ କୁମାର ପଣ୍ଡାଙ୍କୁ ବିଡିଓ ବାମରା, ବାମରା ବିଡିଓ ଗୋବିନ୍ଦ ଦଣ୍ଡସେନାଙ୍କୁ ଝାରସୁଗୁଡା ଡେପୁଟି କଲେକ୍ଟର, ଧର୍ମଶାଳା ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ଜଳ ସମ୍ପଦ ବିଭାଗର ଲ୍ୟାଣ୍ଡ ଆକ୍ୟୁଜିଶନ ଅଫିସର(ଏଲଏଓ) ଭାବେ ବଦଳି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?